ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।ସୂଚନାଯୋଗ୍ୟ ଯେ ଓଡିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୨୦୨୬ ମେ ୧୫ ତାରିଖରେ ମୁକ୍ତିଲାଭ କରିଛି। ଓଡିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ […]
Continue readingDaily Archives: June 9, 2026
ପଶ୍ଚିମ ଏସିଆ ରେ ଜାରି ସଙ୍କଟ ମଧ୍ୟରେ କୁଏତର ଆମୀର ଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ମୋଦୀ
ପଶ୍ଚିମ ଏସିଆ (West Asia)ରେ ଜାରି ସଙ୍କଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କୁଏତର ଆମୀର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ ସବାହଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତା କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଏବଂ ବଦଳୁଥିବା ଭୂ-ରାଜନୀତି ଉପରେ ଚର୍ଚ୍ଚା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ବଢ଼ୁଥିବା ସାମରିକ ଉତ୍ତେଜନାକୁ ନେଇ […]
Continue readingଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବ କି?
ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ନୂତନ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବା ପାଇଁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ଆଧିକାରିକ ଚିଠି ଲେଖି ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ଜଗନ୍ନାଥ ଧାମ’ ଶବ୍ଦଟି ଭାରତର ପୂଜ୍ୟ ଚାରିଧାମ ମଧ୍ୟରୁ […]
Continue readingକେନ୍ଦ୍ର ସରକାରଙ୍କ 12 ବର୍ଷର ସଫଳତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୨ ବର୍ଷର ଶାସନ ଭାରତକୁ ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ପରିଚାଳିତ ଏକ ଶକ୍ତିଶାଳୀ ଓ ମହତ୍ୱାକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିଛି। ସରକାରଙ୍କ ଶାସନ ସଂସ୍କାର, ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକୀକରଣ ଏବଂ ନାଗରିକ-କୈନ୍ଦ୍ରିକ ନୀତି ଯୋଗୁଁ ଭାରତୀୟମାନେ ନିଜର ସମ୍ଭାବନାକୁ ଦେଖିବାର ଦୃଷ୍ଟିକୋଣ ମୌଳିକ ଭାବେ ପରିବର୍ତ୍ତନ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୪,୩୯୯ ଦିନର କାର୍ଯ୍ୟକାଳ ଉପରେ […]
Continue readingଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିପତ୍ର କାଏମ୍
ରାଜ୍ୟସଭା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଭାଜପା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ଯାଞ୍ଚ ସମୟରେ ତାଙ୍କ ଦାଖଲ କରିଥିବା ସମସ୍ତ ଦସ୍ତାବେଜ ଓ ପ୍ରସ୍ତାବକଙ୍କ ବିବରଣୀ ସଠିକ୍ ଥିବାରୁ ତାଙ୍କର ଚାରିଟି ସେଟ୍ ପ୍ରାର୍ଥିପତ୍ରକୁ ବୈଧ ବୋଲି ଘୋଷଣା କରାଯାଇଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ନିକଟରେ ଭାଜପା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ହୋଇଥିବା ଯାଞ୍ଚ ପ୍ରକ୍ରିୟାରେ ତାଙ୍କର ଚାରିଟି […]
Continue reading



