ଭାରତର ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ଇକୋସିଷ୍ଟମକୁ ସୁଦୃଢ଼ କରିବ ଜିଏସଟି ସଂସ୍କାର

ଭାରତର ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ଇକୋସିଷ୍ଟମକୁ ସୁଦୃଢ଼ କରିବ ଜିଏସଟି ସଂସ୍କାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଭାରତର ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଜିଏସ୍‍ଟି ସଂସ୍କାରର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ରନ୍ଧନ ସମ୍ବନ୍ଧୀୟ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପ୍ରୋଟିନ୍ ଯୁକ୍ତ ଉତ୍ପାଦ ଉପରେ ଟିକସ ହାର ହ୍ରାସ କରି, ଏହି ସଂସ୍କାର ସିଧାସଳଖ ସାରା ଦେଶରେ ପରିବାର ପାଇଁ ଉନ୍ନତ ସୁଲଭତା ଏବଂ ଖାଦ୍ୟ ପ୍ରବେଶରେ ଯୋଗଦାନ କରିଛି ।ଏହି ପଦକ୍ଷେପଗୁଡ଼ିକ ଆୟୁଷ୍ମାନ ଭାରତ ଏବଂ ପୋଷଣ ଅଭିଯାନ ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକର ପରିପୂରକ, ଯାହା ପ୍ରତ୍ୟେକ ନାଗରିକଙ୍କ ସାମଗ୍ରିକ କଲ୍ୟାଣ, ସନ୍ତୁଳିତ ପୁଷ୍ଟିସାଧନ ଏବଂ ଉନ୍ନତ ମାନର ଜୀବନଧାରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।ସୁଶ୍ରୀ ଚନ୍ଦ୍ର ଆର ଶ୍ରୀକାନ୍ତଙ୍କ ଏକ ପୋଷ୍ଟ ଉପରେ ଏକ୍ସ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି :ଜିଏସ୍‍ଟି ପଦକ୍ଷେପଗୁଡ଼ିକ ସାରା ଭାରତରେ ପରିବାରଗୁଡ଼ିକ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ରନ୍ଧନ ସମ୍ବନ୍ଧୀୟ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପ୍ରୋଟିନ୍ ଯୁକ୍ତ ଉତ୍ପାଦଗୁଡ଼ିକୁ ଅଧିକ ସୁଲଭ କରି ‘‘ସୁସ୍ଥ ଭାରତ” ର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଆୟୁଷ୍ମାନ ଭାରତ ଏବଂ ପୋଷଣ ଅଭିଯାନ ଭଳି ପଦକ୍ଷେପ ସହିତ, ଏହି ସଂସ୍କାରଗୁଡ଼ିକ ପ୍ରତ୍ୟେକ ନାଗରିକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ, ସନ୍ତୁଳିତ ପୁଷ୍ଟିସାଧନ ଏବଂ ଉନ୍ନତ ମାନର ଜୀବନଶୈଳୀ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ।

ଆତ୍ମନିର୍ଭରତା ଏବଂ ବିକାଶ ଦିଗକୁ ଭାରତର ଯାତ୍ରାରେ ଏନଇପି-୨୦୨୦ର ଗୁରୁତ୍ୱ ସମ୍ପର୍କରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରତା ଏବଂ ବିକାଶ ଦିଗକୁ ଭାରତର ଯାତ୍ରାରେ ଏନଇପି-୨୦୨୦ର ଗୁରୁତ୍ୱ ସମ୍ପର୍କରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି। ଯେଉଁଥିରେ ସେ ‘ଆତ୍ମନିର୍ଭରତା ଓ ବିକାଶର ପଥରେ ଭାରତର ଯାତ୍ରାରେ ଏନଇପି–୨୦୨୦ର ମହତ୍ତ୍ୱ’କୁ ମୂଳଭିତ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି । “କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ @dpradhanbjp ଆତ୍ମନିର୍ଭରତା ଓ ବିକାଶ ଦିଗରେ ଭାରତର ଯାତ୍ରାରେ ଏନଇପି-୨୦୨୦ର ମହତ୍ୱ ହିଁ ମୂଳ ବୋଲି ଦର୍ଶାଇ ଏହାର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି । ସେ ବର୍ଣ୍ଣନା କରିଛନ୍ତି ଶିକ୍ଷକମାନେ ଆଜିକାଲି ତ୍ୱରିତ ସହକାରେ ଡିଜିଟାଲ କ୍ଲାସରୁମ, ଏଆଇ, ପରିବର୍ତ୍ତିତ ପାଠ୍ୟକ୍ରମ, ବିଭିନ୍ନ ପ୍ରକାର ଶୈକ୍ଷିକ ଆବଶ୍ୟକତାକୁ ଆଦରି ନେଉଛନ୍ତି । ଏହାକୁ ପିଏମ ଇବିଦ୍ୟା, ଦୀକ୍ଷା ଏବଂ ସ୍ୱୟମ ଭଳି ପ୍ଲାଟଫର୍ମ ସହାୟତା କରୁଛି ।”

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଲେ ରାଷ୍ଟ୍ରପତି

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଲେ ରାଷ୍ଟ୍ରପତି

ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ପୁରସ୍କୃତ ହେଲେ କୋରାପୁଟର ତରୁଣ କୁମାର ଦାଶ ଏବଂ ମାଲକାନଗିରିର ବସନ୍ତ କୁମାର ରଣା

 ପବିତ୍ର ‘ଗୁରୁ ଦିବସ’ ଅବସରରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ସମେତ ଭାରତବର୍ଷର ୮୧ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନଜନକ ‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ୪୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରାଯାଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗରେ ୨୧ ଜଣ ଗୁରୁ ଏବଂ ଅନ୍ୟ ବିଭାଗର ଶିକ୍ଷକମାନେ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପ୍ରତିଭାବାନ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ଆଶୀର୍ବାଦ ଓ ମାର୍ଗଦର୍ଶନ ଦେଇଥିବାରୁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘ଗୁରୁ ଦିବସ’ର ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ ଶିକ୍ଷାବିତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜି ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି, ପିଲମାନଙ୍କର ଜୀବନକୁ ଆଲୋକିତ କରିବା ପାଇଁ ସେମାନଙ୍କର ଆଗ୍ରହ ଓ ଇଚ୍ଛାଶକ୍ତି ପ୍ରଂଶସନୀୟ । ବିଶେଷ ଭାବରେ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ ଓ ଚାପମୁକ୍ତ କରିବା ଦିଗରେ ସେମାନଙ୍କ ଅଭିନବ ପାଠପଢା ଶୈଳୀ ପ୍ରେରଣାଦାୟୀ । ଜାତୀୟ ଶିକ୍ଷା ନୀତିର ଭାବନାକୁ ଆଗକୁ ବଢ଼ାଇବା ପାଇଁ ଶିକ୍ଷକମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଭାରତ ଏହି ଶିକ୍ଷକମାନଙ୍କ ପ୍ରତିବଦ୍ଧତା ପାଇଁ ଗର୍ବିତ ବୋଲି ସେ କହିଛନ୍ତି । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ଦେଶର ମୋଟ୍‌ ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶାର ଦୁଇ ଜଣ ଆଦର୍ଶ ଶିକ୍ଷକ ପୁରସ୍କୃତ ହୋଇଛନ୍ତି ।

କୋରାପୁଟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ ଅଭିନବ ଶିକ୍ଷାଦାନ ପଦ୍ଧତି ଏବଂ ଭାଷା ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି।  କଥା ଚିତ୍ର, ମାଇଁ ରିଡିଂ ବୁକ୍‌ ଏବଂ ମାଇଁ ପିକ୍ଚର ମାଇଁ ଷ୍ଟୋରୀ, ନ୍ୟୁଜ୍‌ ନେଷ୍ଟ ଏବଂ ମୈ ଭି ସ୍ପିକର ଭଳି ପ୍ରୟାସ ଜରିଆରେ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ସାକ୍ଷରତା ଏବଂ ଯୋଗାଯୋଗ ଦକ୍ଷତା ବୃଦ୍ଧି କରିପାରିଛନ୍ତି। ସେ ମଧ୍ୟ ମିଲେଟ୍‌ କ୍ରାନ୍ତି ଅଭିଯାନର ନେତୃତ୍ୱ ନେଇ ନିଜ ବିଦ୍ୟାଳୟରେ ଶ୍ରୀଅନ୍ନ ଜାତୀୟ ଖାଦ୍ୟ ପରଷି ଦେବାରେ ଅଗ୍ରଣୀ ହୋଇପାରିଛନ୍ତି। ତାଙ୍କର ଉଦ୍ୟମ ସ୍ୱାସ୍ଥ୍ୟ, ପୋଷଣ ଏବଂ ସାଂସ୍କୃତିକ ସଚେତନତାକୁ ପ୍ରୋତ୍ସାହିତ କରିଛି । ଏହି ବହୁମୁଖୀ ଅଭ୍ୟାସଗୁଡ଼ିକ ଶିକ୍ଷା ପାଇଁ ଏକ ଶକ୍ତିଶାଳୀ ଦୃଷ୍ଟିକୋଣର ଉଦାହରଣ ଦେଉଛି ଯାହା ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷାଗତ ଭାବରେ ନୁହେଁ, ବରଂ ସୃଜନଶୀଳ, ଆତ୍ମବିଶ୍ୱାସୀ ଏବଂ ସାମାଜିକ ସଚେତନ ବ୍ୟକ୍ତିତ୍ୱ ଭାବେ ଗଢ଼ି ତୋଳିବାରେ ସହାୟକ ହେଉଛି ।

ସେହିପରି ମାଲକାନଗିରି କୋଣ୍ଡେଲ ସରକାରୀ ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ନୂତନ ଶିକ୍ଷାଦାନ ଏବଂ ଗୋଷ୍ଠୀ ସହଭାଗିତା ପାଇଁ ପୁରସ୍କୃତ ହୋଇଛନ୍ତି । ତାଙ୍କର ଉଦ୍ୟମ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ଅଂଶଗ୍ରହଣରେ ସୁଧାର ଆଣିଛି। ସେ ବିଦ୍ୟାଳୟ ଏବଂ ସମାଜ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଚତୁରତାର ସହିତ ସୃଜନଶୀଳ, କମ ଖର୍ଚ୍ଚର ପଦ୍ଧତି ବ୍ୟବହାର କରିଛନ୍ତି। ସଚେତନତା ଶୋଭାଯାତ୍ରା, ପଥପ୍ରାନ୍ତ ସଭା, କଣ୍ଢେଇ ନାଚ ଏବଂ ମାସିକ ଭ୍ରାମ୍ୟମାଣ ଗୋଷ୍ଠୀ ପାଠାଗାର ମାଧ୍ୟମରେ ଶ୍ରୀ ରଣା ବିଦ୍ୟାଳୟ ଏବଂ ସମାଜ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିଛନ୍ତି। ‘‘ଟକିଂ ୱାଲ୍ସ’’ (କଥା କୁହା କାନ୍ଥ) ଏବଂ ‘‘ପଥର ବର୍ଣ୍ଣମାଳା ଏବଂ ସଂଖ୍ୟା ବଗିଚା’’ ଭଳି ଉଦ୍ୟମ ଜରିଆରେ ସେ ବିଦ୍ୟାଳୟ ପରିସରକୁ ସମ୍ପୃକ୍ତି ଆଧାରିତ ଶିକ୍ଷାୟତନ କେନ୍ଦ୍ରରେ ପରିଣତ କରିଛନ୍ତି। ତାଙ୍କର ଏହି ଉଦ୍ୟମ ମୌଳିକ ସାକ୍ଷରତା ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶକୁ ପ୍ରୋତ୍ସାହିତ କରିଛି।

ଜିଏସଟି ହ୍ରାସ ଦ୍ବାରା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଭିବୃଦ୍ଧି ତ୍ବରାନ୍ବିତ ହେବ

ଜିଏସଟି ହ୍ରାସ ଦ୍ବାରା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଭିବୃଦ୍ଧି ତ୍ବରାନ୍ବିତ ହେବ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଜିଏସଟି ପରିଷଦର ୫୬ତମ ବୈଠକରେ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ପାଇଁ ଏକ ସରଳୀକୃତ ଜିଏସଟି ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଏହାର ଅଂଶରୂପ, ବିଭିନ୍ନ ପ୍ରମୁଖ ଶିଳ୍ପକ୍ଷେତ୍ରରେ ଉଲ୍ଲେଖନୀୟ ହାର ହ୍ରାସ କରାଯାଇଛି। ଚମଡା, ଜୋତା, କାଗଜ, ବୟନଶିଳ୍ପ, ହସ୍ତଶିଳ୍ପ, ଖେଳଣା, ପ୍ୟାକେଜିଂ ଓ ଲଜିଷ୍ଟିକ୍ସ ପରି ଅତ୍ୟାବଶ୍ୟକ ଶିଳ୍ପଗୁଡ଼ିକୁ ଏହି ସଂସ୍କାର ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି।

ଅନେକ ସାମଗ୍ରୀରେ ଜିଏସଟି ସ୍ଲାବକୁ ୫% କୁ ହ୍ରାସ କରାଯାଇଥିବା ସହିତ, ପରିବହନ ଓ ଆନୁଷଙ୍ଗିକ କ୍ଷେତ୍ରରେ ହାରଗୁଡ଼ିକୁ ଯୁକ୍ତିସଙ୍ଗତ କରାଯାଇଛି। ଏହି ସଂସ୍କାରଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଉଛି—ଗ୍ରାହକଙ୍କ ଉପରେ ଖର୍ଚ୍ଚଭାର ହ୍ରାସ, ବ୍ୟବସାୟୀଙ୍କ ପାଇଁ ଅନୁପାଳନ ପ୍ରକ୍ରିୟାକୁ ସହଜ କରିବା ଏବଂ ଭାରତୀୟ ବ୍ୟବସାୟକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା।

ଏହି ଜିଏସଟି ସଂସ୍କାର ସଂପର୍କରେ ଆସୋଚାମର ମହାସଚିବ ଶ୍ରୀ ମନୀଷ ସିଂଘଲ କହିଛନ୍ତି ଯେ, ଯେତେବେଳେ ଉପଭୋଗ ବୃଦ୍ଧି ପାଏ, ଏମଏସଏମଇ ସ୍ତରରେ ଉତ୍ପାଦିତ ଅନେକ ସାମଗ୍ରୀର ଚାହିଦା ମଧ୍ୟ ଅଧିକ ହେବ। ଏହା ସେମାନଙ୍କୁ ଲାଭ ଦେବ କାରଣ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇବ। ଅନ୍ୟପକ୍ଷରେ, ଦୁଇଟି ସ୍ଲାବ୍ ସୃଷ୍ଟି ହେବା ସହିତ, ଏମଏସଏମଇ ଉପରେ ଅନୁପାଳନ ବୋଝ ବହୁତ ହ୍ରାସ ପାଇବ।

କେତେକ ପ୍ରମୁଖ କ୍ଷେତ୍ରରେ ହୋଇଥିବା ଜିଏସଟି ହ୍ରାସ ସଂପର୍କରେ ନିମ୍ନରେ ଦିଆଗଲା ..

ଚମଡା ଏବଂ ଜୋତା କ୍ଷେତ୍ର ଭାରତରେ ଏକ ପ୍ରମୁଖ ନିଯୁକ୍ତିଦାତା ଓ ଏହାର ରପ୍ତାନି ଭିତ୍ତି ମଧ୍ୟ ଦୃଢ଼। ଜିଏସଟି ଯୁକ୍ତିଯୁକ୍ତକରଣ ନିର୍ମାତାଙ୍କ ଉପରେ ବୋଝ ହ୍ରାସ କରିବ ଏବଂ ଉତ୍ପାଦଗୁଡ଼ିକୁ ଗ୍ରାହକମାନଙ୍କ ପାଇଁ ଅଧିକ ସୁଲଭ କରିବ। ଚାମୋଇସ୍ ଚମଡା, ଚମଡା କିମ୍ବା ଚମଡା ଫାଇବର ଆଧାର ସହିତ କମ୍ପୋଜିସନ୍ ଚମଡା ଏବଂ ଟ୍ୟାନିଂ କିମ୍ବା କ୍ରଷ୍ଟିଂ ପରେ ପ୍ରସ୍ତୁତ ଚମଡା ଉପରେ ଜିଏସଟି ୧୨% ରୁ ୫%କୁ ହ୍ରାସ କରାଯାଇଛି। ପ୍ରତି ଯୋଡ଼ା ୨୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜୋତା ଏବେ କେବଳ ୫% ଜିଏସଟି ଆକର୍ଷିତ କରୁଛି, ଯାହା ଗ୍ରାହକମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବ ।

ପ୍ୟାକିଂ କାଗଜ, କେସ୍, କାର୍ଟନ୍, ବାକ୍ସ (କରେଗେଟେଡ୍ କାଗଜ କିମ୍ବା ଅଣ-କରେଗେଟେଡ୍ କାଗଜ କିମ୍ବା କାଗଜ ବୋର୍ଡର) ଏବଂ କାଗଜ ପଲ୍ପ ମୋଲ୍ଡଡ୍ ଟ୍ରେ ଉପରେ ଏବେ ୫% ଜିଏସଟି ଲାଗୁ ହୋଇଛି, ଯାହା ପ୍ରତି ଅର୍ଡର ପ୍ୟାକେଜିଂ ଏବଂ ପରିବହନ ଖର୍ଚ୍ଚ ହ୍ରାସ କରିବ। ଏହା ଲଜିଷ୍ଟିକ୍ସ ଏବଂ ପ୍ୟାକେଜିଂ ଖର୍ଚ୍ଚ ହ୍ରାସ କରିବ, ଯାହା ଗ୍ରାହକମାନଙ୍କ ପାଇଁ ସାମଗ୍ରୀକୁ ଅଧିକ ସୁଲଭ କରିଥାଏ। ଏହା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକୁ ମଧ୍ୟ ସାହାଯ୍ୟ କରିବ। ଏହା ପ୍ରତି ପରିବହନ ପ୍ୟାକେଜିଂ ଖର୍ଚ୍ଚ ହ୍ରାସ କରିବ ଏବଂ ଇ-କମର୍ସ ପ୍ଲାଟଫର୍ମ ଏବଂ ହୋଲସେଲ୍ ବଜାରରେ ଏମଏସଏମଇ ବିକ୍ରେତାମାନଙ୍କୁ ଲାଭ ଦେବ, ଯେଉଁମାନେ ଗ୍ରାହକମାନଙ୍କ ପାଇଁ ଉନ୍ନତ ମାର୍ଜିନ୍ ଏବଂ ସୁଲଭତା ଲାଭ କରନ୍ତି।

କୃଷିଭିତ୍ତିକ ଏବଂ ପରିବେଶ ଅନୁକୂଳ କାଠ ବିକଳ୍ପଗୁଡ଼ିକ ଉପପେ କମ ଜିଏସଟି ଲାଗୁ ହେବ, ଯାହା ସ୍ଥାୟୀ ଉତ୍ପାଦନ ଏବଂ ଏମଏସଏମଇ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ଧାନକୁଣ୍ଡା ତିଆରି ବୋର୍ଡ, ଗ୍ଲାସଫାଇବର ରିଇନଫୋର୍ସଡ୍ ଜିପସମ୍ ବୋର୍ଡ, ସିମେଣ୍ଟ ବଣ୍ଡେଡ୍ ପାର୍ଟିକିଲ୍ ବୋର୍ଡ, ଜୁଟ୍ ପାର୍ଟିକିଲ୍ ବୋର୍ଡ, ବଗାସ୍ ବୋର୍ଡ, ସିସାଲ୍ ଫାଇବର ବୋର୍ଡ, ଇତ୍ୟାଦି ଉପରେ ଜିଏସଟି ୧୨% ରୁ ୫%କୁ ହ୍ରାସ କରାଯାଇଛି। ଏଥିରେ ଭେନିୟରିଂ ପାଇଁ ଚାଦର, ବାଉଁଶ ଫ୍ଲୋରିଂ, ପିପା, ବ୍ୟାରେଲ୍, ଭାଟ୍, କାଠର ଟବ୍ ବି ଅନ୍ତର୍ଭୁକ୍ତ ରହିଛି।

ହସ୍ତଶିଳ୍ପ କ୍ଷେତ୍ର, ଯାହା କାରିଗର ଏବଂ ରପ୍ତାନି ପାଇଁ ଗୁରୁତ୍ୱପୂର୍ଣ୍ଣ, କର ଯୁକ୍ତିଯୁକ୍ତକରଣରୁ ଲାଭ ପାଏ, ପାରମ୍ପରିକ ସାମଗ୍ରୀକୁ ଅଧିକ ସୁଲଭ ଏବଂ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କରିଥାଏ। କାଠ, ପଥର ଏବଂ ଧାତୁରେ ତିଆରି ମୂର୍ତ୍ତି ଉପରେ ଜିଏସଟିକୁ ୧୨% ରୁ ୫% କୁ ହ୍ରାସ କରାଯାଇଛି। ଏହା ଚିତ୍ର, ମୂଳ ଖୋଦନ, ହସ୍ତଶିଳ୍ପ ମହମବତୀ, ଖୋଦିତ କାଠ ଉତ୍ପାଦ, ପାଉଚ୍ ଏବଂ ପର୍ସ ସମେତ ହ୍ୟାଣ୍ଡବ୍ୟାଗ୍, ପଥର କଳା ସାମଗ୍ରୀ, ପଥର ଜଡିତ କାର୍ଯ୍ୟ, ଟେବୁଲ ସାମଗ୍ରୀ ଏବଂ ମାଟି ଏବଂ ଟେରାକୋଟାର ରୋଷେଇ ସାମଗ୍ରୀ ଉପରେ ପ୍ରଯୁଜ୍ୟ। ଏଥିରେ କାଚ ମୂର୍ତ୍ତି, ଲୁହା, ଆଲୁମିନିୟମ, ପିତଳ/ତମ୍ବା ଇତ୍ୟାଦିର କଳା ସାମଗ୍ରୀକୁ ମଧ୍ୟ ଅନ୍ତର୍ଭୁକ୍ତ ।

ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ ଭାରତର ଲଜିଷ୍ଟିକ୍ସର ମେରୁଦଣ୍ଡ । ଏହି କ୍ଷେତ୍ର ଜିଏସଟି ହ୍ରାସରୁ ଉପକୃତ ହେବ ଯାହାକି ପରିବହନ ଖର୍ଚ୍ଚ ଓ ରପ୍ତାନି ଖର୍ଚ୍ଚ ହ୍ରାସ କରିବ । ମାଲବାହୀ ଯାନ ଉପରେ ଜିଏସଟି ୨୮% ରୁ ୧୮% କୁ ହ୍ରାସ କରାଯାଇଛି । ଏହା ଟ୍ରକ୍ ମାଲିକମାନଙ୍କ ପାଇଁ ଗାଡ଼ି କ୍ରୟ ଖର୍ଚ୍ଚ ହ୍ରାସ କରିବ, ପ୍ରତି ଟନ୍-କିମି ମାଲ ପରିବହନ ହାର ହ୍ରାସ କରିବ। ଏହାର ଏକ କାସ୍କେଡିଂ ପ୍ରଭାବ ପଡ଼ିବ। ଏହା କୃଷି ସାମଗ୍ରୀ, ସିମେଣ୍ଟ, ଇସ୍ପାତ, ଏଫଏମସିଜି ଏବଂ ଇ-କମର୍ସ ବିତରଣର ଶସ୍ତା ପରିବହନକୁ ନେଇଯିବ। ଏହା ମୁଦ୍ରାସ୍ଫୀତି ଚାପକୁ ହ୍ରାସ କରିବ।

ଜିଏସଟି ହ୍ରାସ କୃଷି ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକୁ ଉପକୃତ କରିବ । ଏହା ଶୀତଳଭଣ୍ଡାରକୁ ପ୍ରେତ୍ସାହନ ଦେବ ଓ ଖାଦ୍ୟ ଅପଚୟ ହ୍ରାସ ପାଇବ । ଅଧିକାଂଶ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ୫% କିମ୍ବା ଶୂନକୁ ହ୍ରାସ କରିବା ଦ୍ୱାରା ଚାଷୀଙ୍କଠାରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଖୁଚୁରା ବ୍ୟବସାୟୀଙ୍କଠାରୁ ରପ୍ତାନିକାରୀ ପର୍ଯ୍ୟନ୍ତ ସମଗ୍ର ଖାଦ୍ୟ ପ୍ରକ୍ରିୟାକରଣ ମୂଲ୍ୟ ଶୃଙ୍ଖଳା ସୁଦୃଢ଼ ହେବ । ପ୍ରସ୍ତୁତ ଏବଂ ସଂରକ୍ଷିତ ପନିପରିବା, ଫଳ ଏବଂ ବାଦାମ ଉପରେ ୫% (୧୨% ରୁ କମ) ଜିଏସଟି ଲାଗୁ ହୋଇଛି। ଏହା ଶୀତଳ ସଂରକ୍ଷଣ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧିରେ ନିବେଶକୁ ଉତ୍ସାହିତ କରିବ ତଥା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ନଷ୍ଟ ହେଉଥିବା ଜିନିଷର ଅପଚୟ ହ୍ରାସ କରିବ । ଏହା ମଧ୍ୟ ରପ୍ତାନିକୁ ପ୍ରେତ୍ସାହନ ଦେବ ।

ଜିଏସଟି ହ୍ରାସ ଦ୍ବାରା ବୟନ ଶିଳ୍ପର ସମଗ୍ର ମୂଲ୍ୟ ଶୃଙ୍ଖଳା ଉପକୃତ ହେବ ଯାହାକି ଚାହିଦା ବୃଦ୍ଧି କରିବ, ଖର୍ଚ୍ଚ ହ୍ରାସ କରିବ ଓ ରପ୍ତାନି ବୃଦ୍ଧି କରିବ । ମାନବ ନିର୍ମିତ ତନ୍ତୁ (ଏମଏମଏଫ) ଜିଏସଟି ୧୮% ରୁ ୫% କୁ ହ୍ରାସ କରାଯାଇଛି। ମାନବ ନିର୍ମିତ ସୂତା ୧୨% ରୁ ୫% କୁ ହ୍ରାସ କରାଯାଇଛି।

ଶିଶୁ ବିକାଶ ଏବଂ ଏମଏସଏମଇ କ୍ଷେତ୍ର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଖେଳଣା ଶିଳ୍ପ ଜିଏସଟି ହ୍ରାସରୁ ଉପକୃତ ହେବ । ଖେଳଣା ଏବଂ କ୍ରୀଡା ସାମଗ୍ରୀ ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି। ଏହା ଖେଳଣାଗୁଡ଼ିକୁ ଅଧିକ ସୁଲଭ କରବ ।

ଚମଡା, ଜୋତା, ଇ-କମର୍ସ, ବୟନଶିଳ୍ପ, ହସ୍ତଶିଳ୍ପ, ଖେଳଣା, କୃଷି-ପ୍ରକ୍ରିୟାକରଣ ଏବଂ ଲଜିଷ୍ଟିକ୍ସ ଭଳି ଶିଳ୍ପରେ ହାର ହ୍ରାସ କରି ସରକାର ଅନୁପାଳନ ଖର୍ଚ୍ଚ ହ୍ରାସ କରିଛନ୍ତି। ଗ୍ରାହକମାନଙ୍କ ପାଇଁ ସାମଗ୍ରୀଗୁଡ଼ିକ ସୁଲଭ ହୋଇଛି ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଲାଭ ଉନ୍ନତ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ କେବଳ ବ୍ୟବସାୟ କରିବାର ଖର୍ଚ୍ଚକୁ ସହଜ କରିବ ନାହିଁ ବରଂ ରପ୍ତାନିକୁ ପ୍ରୋତ୍ସାହିତ କରିବ, କାରିଗର ଏବଂ କୃଷକମାନଙ୍କୁ ସମର୍ଥନ କରିବା ଏବଂ ପରିବେଶ ଅନୁକୂଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ।

ଲିଟିଲ କର: ସ୍ମୃତିର ଅବତାରଣା

ଲିଟିଲ କର: ସ୍ମୃତିର ଅବତାରଣା


ଗୁରୁବାର ଚାରି ତାରିଖ ସନ୍ଧ୍ୟାାରେ ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ୱର୍ଗତା ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ \”ଲିଟିଲ କର ସ୍ମୃତି ନ୍ୟାସ’ ଓ \”ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଟିଲ କର ଗାନ କରିଥିବା ସଂଗୀତ ବିଭିନ୍ନ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚଳଚିତ୍ର ଅଭିନେତା ଅଶ୍ରୁ ମୋଚନ ମହାନ୍ତି ତଥା ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ଜୁବୁଲି ସୁନ୍ଦରାୟ, ଭାଷାପ୍ରାଣ ରବି ନନ୍ଦ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଲିଟିଲ କର ଓଡିଶା ସଂଗୀତ ଜଗତର ଯୁବ ଉଜ୍ୱଳ ଜ୍ୟୋତିଷ୍କ, ଯୁବ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ହେବା ସହିତ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବିଧାୟକ ବାବୁ ସିଂ କାର୍ଯ୍ୟବ୍ୟସ୍ତତା ହେତୁ ସ୍ୱଳ୍ପ ବିଳମ୍ବରେ ପହଁଚି ସମସ୍ତଙ୍କ ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଧନ କରିଥିଲେ । ଥାଲାସେମିଆ ପୀଡ଼ିତ ବ୍ୟକ୍ତିବିଶେଷମାନଙ୍କ ସକାଶେ ସେ ଉଲ୍ଲେଖଯୋଗ୍ୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି


ବୋଲି ଅତିଥିମାନେ ଆଲୋଚନା କରିଥିଲେ । ଏହି ଅବସରରେ \”ଲିଟିଲ ବିଗ ରୋଲ ମଡେଲ’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଲିଟିଲ, ଜଗନ୍ନାଥ ଭଜନ ଗାନ କରିବା ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ଓ ତାହାର ସ୍ୱର ଦେବା ପରି କାମ କରି କମ ବୟସରେ ବହୁ ଅବିସ୍ମରଣୀୟ ପ୍ରଶଂସାର ଅଧିକାରିଣୀ ହୋଇ ପାରିଥିବା ପ୍ରସଙ୍ଗ ସଭାରେ ବ୍ୟାପକ ଭାବରେ ଆଲୋଚିତ ହୋଇଥିଲା । ସୌମ୍ୟରଂଜନ ପଟ୍ଟନାୟକ ମହୋଦୟ ତାଙ୍କ ଆଲୋଚନାରେ ଥାଲାସେମିଆ ପୀଡିତଙ୍କ ପରି ୍‌ଅନେକ ରୋଗଗସ୍ତ ଲୋକଙ୍କ ସକାଶେ ରକ୍ତର ନିହାତି ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରି ତାଙ୍କ ଦ୍ୱାରା ପରିଚାଳିତ ସଂଗଠନଗୁଡିକ କିପରି ରକ୍ତ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ ତାହାର ସୂଚନା ଦେଇଥିଲେ । ସ୍ମୃତି ସଭାଗୁଡିକୁ ଏକ ଶୋକର ଦିବସ ଭାବରେ ପାଳନ ନ କରି ସାମାଜିକ ଉତ୍କର୍ଷତାର ଦିନ ଭାବରେ ଗ୍ରହଣ କରିବାକୁ ପ୍ରତିବେଦନ ରଖିଥିଲେ । ତାଙ୍କ ସ୍ମୃତିରେ ପ୍ରତିବର୍ଷ ଲିଟିଲ ପ୍ରତିଭା ସମ୍ମାନ ପ୍ରଦାନ କରାଯିବା କଥା ସଭାରେ ଘୋଷଣା କରାଯାଇଥିଲା । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥା ଜୁବୁଲି ସୁନ୍ଦରାୟଙ୍କ ସହଯୋଗ କ୍ରମେ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ତିଆରି କରାଯିବା କଥା ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଥିଲେ । ଅଭିନେତା ଅଶ୍ରୁ ମୋଚନ ମହାନ୍ତି ଲିଟିଲଙ୍କ ସହିତ ବିତାଇଥିବା କିଛି ଅନ୍ତରଙ୍ଗ ସାମାଜିକ ମୂହୁର୍ତ୍ତ ସଂପର୍କରେ ସ୍ମୃତିଚାରଣ କରି ସେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ ପ୍ରତିଭା ଥିଲେ ବୋଲି ଉଲ୍ଲେଖ କରିଥିଲେ । ବହୁ ଆମନ୍ତ୍ରିତ ସାହିତ୍ୟସଂସ୍କୃତିପ୍ରେମୀ ତଥା ସ୍ୱର୍ଗତା ଲିଟିଲ କର ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ମନୋଜ ବଠୁ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ବରିଷ୍ଠ ସମାଜସେବୀ କ୍ରାନ୍ତି କୁମାର ସାକ୍ସେନା ପ୍ରମୁଖ ପରିଚାଳନା କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ତୃପ୍ତିମୟୀ ମକଦମ । ଏହି ଅବସରରେ ତାଙ୍କର ପିତା ଚନ୍ଦ୍ରଭାନୁ କର, ମାତା ଗୀତାଞ୍ଜଳି କର, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ରଶ୍ମି ମହାପାତ୍ର, ପ୍ରମୁଖ ଉପସ୍ଥିତ ରହିଥିଲେ ।