ଭୁବନେଶ୍ୱର: ଭାରତୀୟ ସ୍କାଉଟ୍ ଗାଇଡ୍ ଫେଲୋସିପ୍ (ଓଡ଼ିଶା ରାଜ୍ୟ)ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍କାଉଟ୍ ଗାଇଡ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ସଭାପତି ଏମ୍.ଏ. କେମିକିଙ୍କ ନେତୃତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର ନିର୍ବାଚନ ସଭାରେ ସର୍ବସମ୍ମତି କ୍ରମେ ନୂତନ ଟିମ୍ ଗଠନ କରାଯାଇଛି। ଏହି ଅବସରରେ ରାଜ୍ୟ ସ୍କାଉଟ୍ ଗାଇଡ୍ ମୁଖ୍ୟ କମିଶନର ଡଃ କାଳୀ ମିଶ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିର୍ବାଚିତ ହୋଇଛନ୍ତି। ବିଶିଷ୍ଟ ଚିକିତ୍ସକ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଅଭିନେତା ତଥା ସମାଜସେବୀ ଡଃ ରୁଷି ପଟ୍ଟନାୟକଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ଉପ ସଭାପତି ପ୍ରବୀଣ କୁମାର ଅଗରୱାଲ, ଶ୍ରୀମତୀ ଝୁନା ପଟ୍ଟନାୟକ ଓ ଡଃ ପ୍ରଣବ ମହାପାତ୍ର। ଯୁଗ୍ମ ସଚିବ ଭାବେ ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସମାନ୍ତରାୟ, କୋଷାଧ୍ୟକ୍ଷ ଇଂ ମହେଶ୍ୱର ବେହେରା, ସୂଚନା ଅଧିକାରୀ ସାମ୍ବାଦିକ ଗଜେନ୍ଦ୍ର ବେହେରା,ସଂଯୋଜକ ବି.ଏନ୍. ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ନୂତନ ସଭାପତି ଭାବେ ନିର୍ବାଚିତ ହେବା ପରେ ଡାକ୍ତର ଅମ୍ରିତ ପଟଜୋଷୀ କହିଛନ୍ତି ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ଓଡ଼ିଶାକୁ ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ସେ ନିଜ ଟିମ୍ ସହ ମିଶି କାର୍ଯ୍ୟ କରିବେ। ବିଶେଷ କରି ୨୦୨୮ରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ସ୍କାଉଟ୍ ଗାଇଡ୍ ସମାଗମର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଥିବାରୁ ଏହାକୁ ବହୁତ ସୁନ୍ଦର ଭାବେ ସମ୍ପନ୍ନ କରାଯିବ ବୋଲି ସେ ଜାତୀୟ ଅଧିକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ସମ୍ପାଦକ ଡଃ ରୁଷି ପଟ୍ଟନାୟକ ମଧ୍ୟ ଏହି ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଶାର ଗୌରବ ବଢ଼ାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାତୀୟ ମହାନିର୍ଦ୍ଦେଶକ ଶ୍ରୀମତୀ ସୀମା ରଥି, ଛତିଶଗଡ଼ ଉପଜିଲ୍ଲାପାଳ ପ୍ରେମ ପ୍ରକାଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀମତୀ ସତ୍ୟଭାମା ବେହେରା ଓ ମୋହନ ହେମ୍ବ୍ରମ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମାକ ମାକ୍କି, ସୀମା ରାଠୀ ଏବଂ ପ୍ରେମ ପ୍ରକାଶ ଶର୍ମାଙ୍କ ଉପସ୍ଥିତିରେ ଏହି ନୂତନ କମିଟିରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି।
ମୁଖ୍ୟ ସଭାପତି : ଡକ୍ଟର କାଳୀ ପ୍ରସାଦ ମିଶ୍ର
- ସଭାପତି : ଡକ୍ଟର ଅମୃତ ପାଟ୍ଟଯୋଶୀ
- ଉପ-ସଭାପତି : ପ୍ରବୀଣ ଅଗ୍ରୱାଲ, ଝୁନା ପଟ୍ଟନାୟକ ଏବଂ ପ୍ରଣବ ମହାପାତ୍ର
- ସମ୍ପାଦକ : ଡକ୍ଟର ରୁଷି ପଟ୍ଟନାୟକ
- ଯୁଗ୍ମ ସମ୍ପାଦକ : ଦୁର୍ଗା ସାମନ୍ତରାୟ
- କୋଷାଧ୍ୟକ୍ଷ : ଶ୍ରୀକାନ୍ତ ମୋହନ ମିଶ୍ର
- ସଂଯୋଜକ : ବି.ଏନ. ଦାଶ
- ଜନସମ୍ପର୍କ ଅଧିକାରୀ : ଗଜେନ୍ଦ୍ର ନାଥ ବେହେରା
ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ମଧ୍ୟ ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଛି:
- ବ୍ରହ୍ମପୁର: ମହେଶ୍ୱର ବେହେରା
- କେନ୍ଦୁଝର: ମୋହନ କୁମାର
- ଖୋର୍ଦ୍ଧା: ଶୁଭକାନ୍ତ ପଢ଼ିହାରୀ
ଏହି ପୁନର୍ଗଠନ ପ୍ରକ୍ରିୟାରେ ଆସାମ, ମହାରାଷ୍ଟ୍ର, ବିହାର ଏବଂ ଘାନା ଭଳି ବିଭିନ୍ନ ସ୍ଥାନର SGF ପ୍ରତିନିଧି ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ସଦସ୍ୟମାନେ ସାମିଲ ହୋଇଥିଲେ। ଏହି ନୂତନ କମିଟି ଆଗାମୀ ଦିନରେ ସଂଗଠନର କାର୍ଯ୍ୟଧାରାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

