ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ ଓଡିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୨୦୨୬ ମେ ୧୫ ତାରିଖରେ ମୁକ୍ତିଲାଭ କରିଛି। ଓଡିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ କରମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
୧୯୭୪ ମସିହାରେ ପ୍ରଥମ ଚଳଚ୍ଚିତ୍ର ଭାବେ ‘ସଂସାର’ କୁ କରମୁକ୍ତ ଘୋଷଣା କରିଥିଲେ ତତ୍କାଳୀନ ରାଜ୍ୟ ସରକାର। ପରେ ୨୦୨୨ ମସିହାରେ ବହୁ ‘ଦମନ’ ଓ ୨୦୨୩ ମସିହାରେ ‘ଡେଲିଭରି ବୟ’ ଚଳଚ୍ଚିତ୍ରକୁ କରମୁକ୍ତ କରାଯାଇଥିଲା।
