NEET UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର,ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି ସରକାର

NEET UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର,ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି ସରକାର

NEET UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି। ପରୀକ୍ଷାର ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। NEET UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ। ଏହା ଦୃଷ୍ଟିରେ ରଖି ଟେଲିଗ୍ରାମରେ ମେସେଜ୍ ଏଡିଟିଂ ଫିଚରକୁ ଜୁନ୍ ୩୦ ପର୍ଯ୍ୟନ୍ତ ଆକ୍ସେସ୍ କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି NTA।

ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ଏଥର ପରୀକ୍ଷା ଅପରାହ୍ନ ୨ଟା ରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମୋଟ ୧୯୫ ମିନିଟ୍ ଅବଧି ରହିବ।

ନୂତନ ବ୍ୟବସ୍ଥା ଅନୁଯାୟୀ, NTA ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସମୟ ପାଇବାକୁ ନିଶ୍ଚିତ ହୋଇଛି। ରଫ୍ ଓ୍ୱର୍କ ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି। ପ୍ରଶ୍ନ ପୁସ୍ତିକାରେ ରଫ୍ କାମ ପାଇଁ ପୃଷ୍ଠା ସଂଖ୍ୟା ଦ୍ୱିଗୁଣିତ କରାଯାଇଛି। ପୂର୍ବରୁ, ଛାତ୍ରଛାତ୍ରୀମାନଙ୍କୁ କେବଳ ଦୁଇଟି ପୃଷ୍ଠା ଯୋଗାଇ ଦିଆଯାଉଥିଲା, କିନ୍ତୁ ଏବେ ସେମାନଙ୍କ ପ୍ରଶ୍ନପତ୍ର ଖାତାରେ ଚାରିଟି ରଫ୍‌ ଓ୍ୱର୍କ ପେପର୍‌ ରହିବ।

Posted in ଦେଶ ବିଦେଶ.