ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର

ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର

ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର ନିଲମ୍ବିତ । ନିଲମ୍ବନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ହୋଇଥିଲେ ବିବାଦୀୟ ।  ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହ ବିଭାଗର ଓଏସଡି ଥିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର ।

ସୂଚନାଯୋଗ୍ୟ ଯେ, ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ ଦୟାଲ ଗଙ୍ଗୱାର ବିବାଦରେ ଛନ୍ଦି ହୋଇଥିଲେ । ସୌମ୍ୟରଞ୍ଜନଙ୍କ ବାପା-ମା’ ଶ୍ରୀ ଗଙ୍ଗୱାରଙ୍କ ବିରୋଧରେ ମାନସିକ ନିର୍ଯାତନା ଦେବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ । ସୌମ୍ୟରଞ୍ଜନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ କାମରେ ଲଗାଇବା ନେଇ ଅଭିଯୋଗ ହୋଇଥିଲା ।

ଏହି ବିବାଦ ତେଜିବା ପରେ ତାଙ୍କୁ ଏଡିଜି (ADG) କମ୍ୟୁନିକେସନ ପଦବୀରୁ ବଦଳି କରାଯାଇ ଗୃହ ବିଭାଗର ଓଏସଡି କରାଯାଇଥିଲା । କ୍ରାଇମବ୍ରାଞ୍ଚ ସୌମ୍ୟ ମାମଲାରେ ମଧ୍ୟ ଶ୍ରୀ ଗଙ୍ଗୱାରଙ୍କୁ ପଚରାଉଚରା କରିଥିଲା । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ବିରୋଧରେ କଡା ମନୋଭାବ ଗ୍ରହଣ କରି ସିଧାସଳଖ ନିଲମ୍ବନ ଆଦେଶ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଛି ।

Posted in ରାଜ୍ୟ.