ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି ।

ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏହି ବ୍ରଡ୍ ଗେଜ୍ ଟ୍ରେନ୍ଟି ବିଶ୍ୱର ସବୁଠାରୁ ଲମ୍ବା ଏବଂ ସର୍ବାଧିକ କ୍ଷମତା ବିଶିଷ୍ଟ ହାଇଡ୍ରୋଜେନ୍ ଟ୍ରେନ୍ । ଏହି ୧୦ କୋଚ୍ ବିଶିଷ୍ଟ ଟ୍ରେନରେ ସମୁଦାୟ ୨,୬୦୦ ଯାତ୍ରୀ ଯାଇପାରିବେ । ଯେଉଁଥିରେ ୬୮୨ଟି ସିଟ୍ ଉପଲବ୍ଧ । ଏଥିରେ ୧୨୦୦-୧୨୦୦ କିଲୋୱାଟର ଦୁଇଟି ଡ୍ରାଇଭିଂ ପାୱାର କାର୍ ଲଗାଯାଇଛି, ଯାହା ଏହାକୁ ମୋଟ୍ ୨୪୦୦ କିଲୋୱାଟର ପାୱର ଦେଉଛି । ପରୀକ୍ଷଣ ସମୟରେ ଏହା ୧୨୦ କିଲୋମିଟର ପ୍ରତି ଘଣ୍ଟା ବେଗ ହାସଲ କରିଥିବା ବେଳେ, ନିୟମିତ ଚଳାଚଳ ସମୟରେ ଏହାର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିବ ।

ଏହି ଟ୍ରେନ୍ ସକାଳ ୭:୪୦ ମିନିଟରେ ଜିନ୍ଦ ଷ୍ଟେସନରୁ ବାହାରି ସକାଳ ୯:୪୦ ମିନିଟରେ ସୋନିପତ ଷ୍ଟେସନରେ ପହଞ୍ଚିବ । ଟ୍ରେନଟି ୧୨ରୁ ୧୩ଟି ଛୋଟ ଷ୍ଟେସନରେ ରହିବ । ମାତ୍ର ୫ ରୁ ୨୫ ଟଙ୍କା ଟ୍ରେନ ଭଡ଼ା ଦେବାକୁ ପଡ଼ିବ । ଏଥିରେ ଓଭରହେଡ୍ ଲାଇନରୁ ବିଜୁଳି ମିଳିବ ନାହିଁ ବରଂ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ମାଧ୍ୟମରେ ବିଦ୍ୟୁତ୍ ସୃଷ୍ଟି କରାଯାଇ ମୋଟର ଚଲାଯିବ ।

୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ ଏମିଟର ହେବାକୁ ଭାରତୀୟ ରେଳବାଇ ଯେଉଁ ଲକ୍ଷ୍ୟ ରଖିଛି, ତାହା ଏହି ପାଇଲଟ୍ ପ୍ରୋଜେକ୍ଟ ଜରିଆରେ ସଫଳ ହେବାକୁ ଯାଉଛି । ଯଦି ଏହି ପ୍ରୟୋଗ ସଫଳ ହୁଏ, ତେବେ ଭବିଷ୍ୟତରେ ଦାର୍ଜିଲିଂ ଏବଂ କାଲକା-ଶିମଲା ଭଳି ପାର୍ବତ୍ୟ ତଥା ଦୁର୍ଗମ ଅଞ୍ଚଳରେ ମଧ୍ୟ ଡିଜେଲ ଇଞ୍ଜିନ ବଦଳରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିବ।

Posted in ଦେଶ ବିଦେଶ.