ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡ଼ା ସୁରକ୍ଷା ବଳୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ଲୋକଭବନ ଯାଇଥିଲେ ରାଷ୍ଟ୍ରପତି । ସେଠାରୁ ସଡ଼କ ଯୋଗେ ରାଷ୍ଟ୍ରପତି କଟକ ବାଆଁରା ଅଭିମୁଖେ ବାହାରିଥିଲେ । ସେଠାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ।ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ସ୍ବତନ୍ତ୍ର ଟ୍ରେଟ୍ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଯିବେ । ସେଠାରୁ ସଡ଼କ ପଥରେ ଯିବେ ତପ୍ତପାଣି । ଯେଉଁଠାରେ ମା’ କନ୍ଧୁଣୀ ଦେବୀଙ୍କୁ ଦର୍ଶନ ସହ ଉଷ୍ଣ ପ୍ରସବଣ ଜଳରେ ସ୍ନାନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମା’ଙ୍କ ଦର୍ଶନ ପରେ ରାଷ୍ଟ୍ରପତି ବ୍ରହ୍ମପୁର ଫେରି ଗୋଳନ୍ଥରା ଆର୍ମିଏଡି କଲେଜରେ ରାତ୍ରିଯାପନ କରିବେ । ବୁଧବାର ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେଁ ରାଷ୍ଟ୍ରପତି ଭୁବନେଶ୍ବର ଫେରିବା ପରେ ସେଠାରୁ ଦିଲ୍ଲୀ ଫେରିଯିବେ ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ-ବ୍ଲକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଖେ ପାଖେ କମାଣ୍ଡୋ ମୁତୟନ ରହିଛନ୍ତି । ଭୁବନେଶ୍ଵର କଟକରେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ଜଗିଛନ୍ତି । ୧୫୦ ଜଣ ପୋଲିସ ଅଫିସର ତଦାରଖ କରୁଛନ୍ତି । ଜଣେ ଲେଖାଏଁ ଏସ୍ପି ପାହ୍ୟା ଅଧିକାରୀ ପ୍ରତି କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ଦାୟିତ୍ଵ ନେଇଛନ୍ତି ।
ଅଧିକ ଖବର
-
ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
August 3, 2026 -
ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି, ୨୩ଟି ଜିଲ୍ଲା ପ୍ରଭାବିତ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
August 2, 2026 -
ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ ବୈଠକ,୬ଟି ବିଭାଗର ୧୧ଟି ପ୍ରସ୍ତାବ କୁ ଅନୁମୋଦନ
August 1, 2026
