ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ଜାତୀୟ ଗୀତ ବନ୍ଦେ ମାତରମ୍

ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ଜାତୀୟ ଗୀତ ବନ୍ଦେ ମାତରମ୍

ଜାତୀୟ ଗୀତ ବନ୍ଦେ ମାତରମ୍ ୮୦ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଅଂଶ ପାଲଟିଛି । ପ୍ରଥମ ଥର ପାଇଁ ଏହାକୁ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ । ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପୂର୍ବରୁ ଲାଲକିଲ୍ଲାର ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ କେବେ ବି ସାମିଲ କରାଯାଇ ନ ଥିଲା ।

ସ୍ୱାଧୀନତାର ୮୦ତମ ସମାରୋହର ଅଂଶବିଶେଷ

ରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପହଞ୍ଚିବା ମାତ୍ରେ ଜାତୀୟ ଗୀତ ପରିବେଷଣ କରାଯିବ । ଆନୁଷ୍ଠାନିକ ଭାବେ ସ୍ୱାଧୀନତା ଦିବସ ସମାରୋହର ଇତିହାସରେ ପ୍ରଥମ ଥର ପାଇଁ ଘଟିବ । ଏହା ପରେ ଶେଷରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ପରିବେଷଣ କରାଯିବ ।

ନ୍ୟୁଜ୍ ଏଜେନ୍ସି ଏନଏନଆଇ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସ୍ୱାଧୀନତା ଉତ୍ସବର ୮୦ତମ ସମାରୋହର ଅଂଶ ଭାବରେ ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗୀତକୁ ସାମିଲ କରାଯିବ । ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାରୋହର ନେତୃତ୍ୱ ନେବେ ।

ବନ୍ଦେ ମାତରମ୍‌କୁ ପୂରଣ ହେଉଛି ୧୫୦ ବର୍ଷ

ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଏହି ସ୍ମାରକୀର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି ବର୍ଷ ବନ୍ଦେ ମାତରମକୁ ୧୫୦ ବର୍ଷ ପୂରଣ ହେଉଛି । ଏପରି ସ୍ଥିତିରେ ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ବନ୍ଦେ ମାତରମ୍ ଗାନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ୨୮ ଡିସେମ୍ବର ୧୮୯୬ରେ କଲିକତାରେ କଂଗ୍ରେସର ଜାତୀୟ ଅଧିବେଶନରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା, କିନ୍ତୁ ପ୍ରଥମ ଥର ସ୍ୱାଧୀନତାର ଉତ୍ସବ ପାଳନରେ ଗାନ କରାଯାଉଛି ।

Posted in ଦେଶ ବିଦେଶ.