୧୪ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି, ୨,୭୮୦ କୋଟିର ନିବେଶକୁ ସବୁଜ ସଙ୍କେତ, ୧୦ ଜିଲ୍ଲାକୁ ବ୍ୟାପିବ ଶିଳ୍ପ ନିବେଶ

୧୪ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି, ୨,୭୮୦ କୋଟିର ନିବେଶକୁ ସବୁଜ ସଙ୍କେତ, ୧୦ ଜିଲ୍ଲାକୁ ବ୍ୟାପିବ ଶିଳ୍ପ ନିବେଶ

୧୪ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି। ୨,୭୮୦ କୋଟିର ନିବେଶକୁ ସବୁଜ ସଙ୍କେତ। ୧୦ ଜିଲ୍ଲାକୁ ବ୍ୟାପିବ ଶିଳ୍ପ ନିବେଶ। ରସାୟନ, ବୟନ, ଇସ୍ପାତ ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ମଧ୍ୟ ନିବେଶ ହେବ। ରାଜ୍ୟ ସରକାର ୨ ହଜାର ୭୮୦ କୋଟି ମୂଲ୍ୟର ୧୪ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୪ ହଜାର୧୦୪ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି।

ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ସବୁଜ ସଙ୍କେତ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ବଲାଙ୍ଗୀର, ଗଞ୍ଜାମ, କେନ୍ଦୁଝର, ଅନୁଗୁଳ, ନୂଆପଡ଼ା, ନୟାଗଡ଼ ଓ ସୁନ୍ଦରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏହି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିରେ ହଳଦୀରାମର ୫୦୦ କୋଟିର ପ୍ରକଳ୍ପ ରହିଛି।

ପ୍ରମୁଖ ପ୍ରସ୍ତାବ ମଧ୍ୟରେ ହଳଦୀରାମ ସ୍ନାକ୍ସ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା / କଟକ ଅଞ୍ଚଳରେ ୫୦୦ କୋଟି ନିବେଶରେ ସ୍ନାକ୍ସ ଓ ବେକେରୀ ଉତ୍ପାଦ ପ୍ରସ୍ତୁତି ୟୁନିଟ୍ ସ୍ଥାପନ କରିବ। ଏଥିରେ ପ୍ରାୟ ୮୦୦ ଜଣଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ରହିଛି। ଢେଙ୍କାନାଳରେ ହେବ ଗାର୍ମେଣ୍ଟ ୟୁନିଟ୍। ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ସବୁଠାରୁ ବଡ଼ ପ୍ରକଳ୍ପ ହେବ ସାହାନା କ୍ଲୋଦିଂ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ର ଢେଙ୍କାନାଳ ୟୁନିଟ୍। କମ୍ପାନୀ ୨୫୧.୪୫ କୋଟି ନିବେଶରେ ଶିଶୁ ଓ କିଶୋରଙ୍କ ପାଇଁ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।

ଏହି ପ୍ରକଳ୍ପରୁ ୫ ହଜାରନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି ଗଞ୍ଜାମରେ ପ୍ରାସୋଲ୍ କେମିକାଲ୍ସ ୪୫୦ କୋଟି ବ୍ୟୟରେ ଫସ୍ ଫରସ୍ ଭିତ୍ତିକ ରସାୟନ ପ୍ରକଳ୍ପ ସ୍ଥାପନ କରିବ। ଯେଉଁଥିରେ ୪୫୮ ଜଣଙ୍କୁ ନିଯୁକ୍ତି ମିଳିବ। କଟକରେ ଟିୱାନା ନ୍ୟୁଟ୍ରିସନ୍ ୧୪୦ କୋଟିର ଗୋଖାଦ୍ୟ ପ୍ରସ୍ତୁତି ୟୁନିଟ୍ ସ୍ଥାପନ କରିବ। ଏଥିରୁ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସିର୍ମା SGS ଟେକ୍ନୋଲୋଜି ଖୋର୍ଦ୍ଧାରେ ୩୦୦ କୋଟି ବିନିଯୋଗରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ (PCB) ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ପ୍ରାୟ ୫୦୦ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ।

Posted in ରାଜ୍ୟ.