ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସାତ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ,

ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସାତ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ,

ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସାତ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ । ରୟଟର୍ସ ରିପୋର୍ଟ ଅନୁସାରେ, ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଏକ ବଡ଼ ପ୍ରତିନିଧିମଣ୍ଡଳ ସହ ଯୋଗଦେବେ । ଏହା ସାତ ବର୍ଷ ପରେ ତାଙ୍କ ପ୍ରଥମ ଭାରତ ଗସ୍ତ ହେବ ଏବଂ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦେଶ ମଧ୍ୟରେ ସଂପର୍କ ସୁଧାରିବାର ଏକ ନୂଆ ସଂକେତ ହେବ । ଭାରତ ସେପ୍ଟେମ୍ୱର ୧୨ରୁ ୧୩ ଦୁଇ ଦିନ ଯାଏ ବ୍ରିକ୍ସ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି, ଏଥିରେ ଜିନପିଙ୍ଗଙ୍କ ଯୋଗଦାନ ନେଇ ଅନୁମାନ କରାଯାଉଛି ।

ରିପୋର୍ଟରେ କୁହାଯାଇଛି ଯେ ଏହି ଗସ୍ତ ସମୟରେ ଜିନ୍‌ପିଙ୍ଗଙ୍କ ବ୍ରିକ୍ସ ଶିଖର ସମ୍ମିଳନୀରେ ଉପସ୍ଥିତି ଠାରୁ ଦୁଇ ଦେଶର ସଂପର୍କ ସୁଧାରିବା ଦିଗରେ ତାଙ୍କ ଆଭିମୁଖ୍ୟ କଣ ରହୁଛି, ତାହା ଉପରେ ରହିବ । ରିପୋର୍ଟ ଅନୁସାରେ, ଚୀନ ଅଧିକାରୀ ହୋଟେଲ୍ ଏବଂ ସୁରକ୍ଷା ପ୍ରୋଟୋକଲକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିପଡ଼ିଛନ୍ତି । ତେବେ ଏନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୯ ଅକ୍ଟୋବରରେ ଜିନପିଙ୍ଗ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋକଲାମ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିଥିଲେ । ଏହାପରେ ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଥିଲା । ତେବେ ନିକଟରେ ସୀମା ସହ ଜଡ଼ିତ ନୂଆ ବିବାଦ କାରଣ ଉଭୟ ପକ୍ଷ ମଧ୍ୟରେ ପୁଣି ଥରେ କୂଟନୈତିକ ବୟାନବାଜି ଆରମ୍ଭ ହୋଇଛି । ସେପଟେ ଏହି ଗସ୍ତକୁ ନେଇ ଦାବି କରାଯାଉଛି ଯେ ଜିନପିଙ୍ଗ ନିଜ ସହ ୪୦୦ ଅଧିକାରୀଙ୍କ ପ୍ରତିନିଧିମଣ୍ଡଳ ଭାରତ ଆସିବାର ସମ୍ଭାବନା ରହିଛି । ତାଙ୍କ ଶେଷ ଗସ୍ତ ସମୟରେ ୨୦୦ରୁ କମ ଅଧିକାରୀ ସାମିଲ ଥିଲେ ।

Posted in ଦେଶ ବିଦେଶ.