କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି,୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି,୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ତେବେ ୨,୦୦୦ରୁ ଅଧିକ କାରବାର ଉପରେ ତୁରନ୍ତ କୌଣସି ନୂଆ ଫି’ ଲାଗୁ ହୋଇନାହିଁ । ଏହା କେବଳ ଭବିଷ୍ୟତରେ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ଶୁଳ୍କ ଲଗାଇବା ପାଇଁ ଆଇନଗତ ଭିତ୍ତି ପ୍ରସ୍ତୁତ କରିଛି । ବ୍ୟାଙ୍କ କିମ୍ବା ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର PhonePe, Google Payରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରିପାରିବେନି । ଟଙ୍କା ପଠାଉଥିବା କିମ୍ବା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଠାରୁ କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଆଦାୟ କରିପାରିବେ ନାହିଁ ।

୩୦ ଡିସେମ୍ବର ୨୦୧୯ର ବିଜ୍ଞପ୍ତି ଅନୁଯାୟୀ ସମସ୍ତ UPI କାରବାର ଉପରେ ବିନା ଟଙ୍କାର ସୀମାରେ ଥିଲା ।  ଏବେ ସେହି ନିୟମରେ ପରିବର୍ତ୍ତନ କରି ୨,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ କରାଯାଇଛି । ବିଜ୍ଞପ୍ତିରେ ୨,୦୦୦ରୁ ଅଧିକ କାରବାର ଉପରେ କୌଣସି ନୂଆ ଚାର୍ଜ ବା ହାର ଘୋଷଣା କରାଯାଇ ନାହିଁ । ​ସାଙ୍ଗସାଥୀ, ପରିବାର କିମ୍ବା ଯେକୌଣସି ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ସମ୍ପୂର୍ଣ୍ଣ ମାଗଣା ରହିବ, ତାହା ୧୦୦ ହେଉ କିମ୍ବା ୫୦,୦୦୦ । ଆପଣ ଯଦି କୌଣସି ଦୋକାନରେ ୫,୦୦୦ ପେମେଣ୍ଟ UPI ମାଧ୍ୟମରେ କରୁଛନ୍ତି, ତେବେ କେବଳ ଏହି ବିଜ୍ଞପ୍ତି ଯୋଗୁଁ ଆପଣଙ୍କ ଆକାଉଣ୍ଟରୁ କୌଣସି ଅତିରିକ୍ତ ଶୁଳ୍କ କଟିବ ନାହିଁ ।

ଭବିଷ୍ୟତରେ ଯଦି କୌଣସି ଚାର୍ଜ ଲାଗୁ ହୁଏ, ତାହା MDR (Merchant Discount Rate) ଆକାରରେ ବ୍ୟବସାୟୀ ବା ଦୋକାନୀଙ୍କ ଉପରେ ଲାଗିବ, ଗ୍ରାହକଙ୍କ ଉପରେ ନୁହେଁ ।  UPI କାରବାର ପରିମାଣ ପ୍ରତିମାସରେ ହଜାର ହଜାର କୋଟି ଟଙ୍କା ଟପୁଛି । ଏହି ବିଶାଳ ନେଟୱାର୍କ ଚଳାଇବା, ସର୍ଭର କ୍ଷମତା ବୃଦ୍ଧି କରିବା, ସାଇବର ସୁରକ୍ଷା ଏବଂ ନୂତନ ଟେକ୍ନୋଲୋଜିରେ ବିନିଯୋଗ କରିବା ପାଇଁ ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀଗୁଡ଼ିକ ଉପରେ ପ୍ରବଳ ଆର୍ଥିକ ଚାପ ରହୁଛି ।  ଏହି ସୀମା ବାହାରେ ଥିବା କାରବାର ଉପରେ କେବେଠାରୁ ଏବଂ କେତେ ଶୁଳ୍କ ଲାଗିବ, ତାର କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇ ନାହିଁ ।

Posted in Uncategorized, ରାଜ୍ୟ, ଦେଶ ବିଦେଶ.