ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ  ଅଶ୍ୱିନୀ ବୈଷ୍ଣବ

ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ସୋହନାରେ ଟିଡିକେ କର୍ପୋରେସନର ଅତ୍ୟାଧୁନିକ ଲିଥିୟମ-ଆୟନ (ଲି-ଆୟନ) ବ୍ୟାଟେରୀ ଉତ୍ପାଦନ କାରଖାନାର ଉଦ୍ଘାଟନ କରିଛନ୍ତି।

ଦେଶର ଇଲେକ୍ଟ୍ରୋନିକ୍ସ ଯାତ୍ରାରେ ଏହାକୁ ଆଉ ଏକ ମୋଡ଼ ଭାବରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ଏହା ଆମ ପାଇଁ ଏକ ବିରାଟ ମାଇଲଖୁଣ୍ଟ କାରଣ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାକାର କରୁଛୁ। କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର କିମ୍ବା ବ୍ୟାଟେରୀ – ଆଗାମୀ ବର୍ଷଗୁଡ଼ିକରେ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ ଭାବରେ ନିର୍ମିତ ହେବ। ଇଲେକ୍ଟ୍ରୋନିକ୍ସରେ ଆମର ଆତ୍ମନିର୍ଭରଶୀଳତା ପାଇଁ ଭାରତକୁ ଏପରି ଉନ୍ନତ ପ୍ରଯୁକ୍ତିର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ସେମିକନ୍ ଇଣ୍ଡିଆ ୨୦୨୫ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ପ୍ରଦାନ କରାଯାଇଥିଲା। ଏହି ପ୍ଲାଣ୍ଟର ଶୁଭାରମ୍ଭ ସହିତ, ମୋବାଇଲ୍ ଫୋନ୍, ପିନ୍ଧିବାଯୋଗ୍ୟ ଜିନିଷ, ଘଣ୍ଟା, ଇୟରବଡ୍, ଶ୍ରବଣ ଯନ୍ତ୍ର ଯେପରିକି ଏୟାରପଡସ୍ ଏବଂ ଲାପଟପରେ ବ୍ୟବହୃତ ଲିଥିୟମ-ଆୟନ ବ୍ୟାଟେରୀ ଘରୋଇ ଭାବରେ ନିର୍ମିତ ହେବ। ଏହି ଅତ୍ୟାଧୁନିକ ପ୍ଲାଣ୍ଟ ପ୍ରତିବର୍ଷ ପ୍ରାୟ ୨୦ କୋଟି (୨୦୦ ନିୟୁତ) ବ୍ୟାଟେରୀ ପ୍ୟାକ୍ ଉତ୍ପାଦନ କରିବ। ଏହା ଦେଶର ବାର୍ଷିକ ୫୦ କୋଟି ପ୍ୟାକ୍ ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ କରିବ। ବିସ୍ତାର ପାଇଁ ଅପାର ସମ୍ଭାବନା ସହିତ, ଏହି ପ୍ଲାଣ୍ଟ ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ।

ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ଲାଣ୍ଟ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି) ଯୋଜନା ଅଧୀନରେ ସ୍ଥାପିତ ହୋଇଛି। ନିଯୁକ୍ତି ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ଲାଣ୍ଟ ପ୍ରାୟ ୫୦୦୦ ଲୋକଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରିବ । ଏଥିପାଇଁ ଏଟି ବାୱାଲ ପ୍ଲାଣ୍ଟରେ ପୂର୍ବରୁ ହିଁ ତାଲିମ ଚାଲିଛି। ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସୁବିଧା ସ୍ଥାପନ କରିବାରେ ସମର୍ଥନ ପାଇଁ ସେ ହରିୟାଣା ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ସୋହନା ପ୍ଲାଣ୍ଟର ଉଦ୍ଘାଟନ ଏକ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମ ନିର୍ମାଣ ଦିଗରେ ଦେଶର ନିରନ୍ତର ପ୍ରଗତିରେ ଆଉ ଏକ ପଦକ୍ଷେପ। ପ୍ରତ୍ୟେକ ମାଇଲଖୁଣ୍ଟ ସହିତ – ସେମି-କଣ୍ଡକ୍ଟର, ବ୍ୟାଟେରୀ, ପିସିବି ଆସେମ୍ବଲି କିମ୍ବା କ୍ୟାମେରା ମଡ୍ୟୁଲରେ ହେଉ – ଭାରତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଆଡକୁ ଅଗ୍ରସର ହେଉଛି। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଭାରତର ସ୍ଥିତି ଦୃଢ଼ ହେଉଛି।

ଟିଡିକେ କର୍ପୋରେସନ ବିଷୟରେ :

ଟିଡିକେ ଏକ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଉପାଦାନ କମ୍ପାନୀ ଯାହା ବିଶ୍ୱର ୩୦ରୁ ଅଧିକ ଦେଶ ଏବଂ ଅଞ୍ଚଳରେ ୨୫୦ ରୁ ଅଧିକ ଉତ୍ପାଦନ, ଗବେଷଣା ଏବଂ ବିକାଶ ଏବଂ ବିକ୍ରୟ ସ୍ଥାନ ପରିଚାଳନା କରୁଛି।

ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା

ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା

ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା
————-+

ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା  ଚିର ବନ୍ଦନୀୟା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ।‌ ଏହି ଐତିହାସିକ ଵୀରାଙ୍ଗନା  ୧୯୦୪ ମସିହା, ଅଗଷ୍ଟ ୧୯ ତାରିଖରେ ( ଅଗଷ୍ଟ ୯ ନୁହେଁ) ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମା ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ। ସେଇଟା ଥିଲା ତାଙ୍କ ସାନ ଯାଆଙ୍କର ବାପ ଘର । ସ୍ଥାନ ବଦଳାଇଲେ କାଳେ ଗର୍ଭସ୍ଥ ଶିଶୁଟି ବଞ୍ଚିଯିବ , ସେତିକି ତାଙ୍କର ଆଶା ଥିଲା। ସେଇଟି ଥିଲା କଟକ ସହରର ରାଜକିଶୋର ଦାସଙ୍କ ଘର । ଏହି୧୯୦୪ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଝିଅଟିଏ ଭୂମିଷ୍ଠ ହେଲା । ସେଇ ମୁହୂର୍ତ୍ତରେ ପଦ୍ମାବତୀ ଦେଇ ସାନଯାଆ ହେମନ୍ତ କୁମାରୀଙ୍କ ହାତକୁ ନବଜାତକୁ ଟେକିଦେଇଥିଲେ। ଫଳରେ ସେହି ଦିନ ଠାରୁ ସରଳା ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋ ଙ୍କ ଝିଅ ।ଜନ୍ମ ହେବା ପରେ ସେ ନିଜର ବାଲ୍ୟଜୀବନହେମନ୍ତକୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ୱାବଧାନରେ କାଟିଥିଲେ। ସେତେବେଳେ ସେ ଥିଲେ ଗଡଜାତ ମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସିଏ ଉଚ୍ଚ ମାଧ୍ୟମିକ ( ମାଟ୍ରିକ )ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ତାଙ୍କ ସମୟରେ ଓଡ଼ିଶା , ବଙ୍ଗଳା ଓ ବିହାର ଗୋଟିଏ ପ୍ରଦେଶ ଥିଲା। ପିତା ବାଳମୁକୁନ୍ଦ ଡେପୁଟି ମାଜିଷ୍ଟ୍ରେଟ ଚାକିରୀ କରିଥିବାରୁ ଏହି ତିନୋଟି ଯାକ ପ୍ରଦେଶ ତାଙ୍କର କର୍ମସ୍ଥଳ ଥିଲା।ଫଳରେ ମାତା ହେମନ୍ତ କୁମାରୀ ଏହି ତିନୋଟି ପ୍ରଦେଶରେ ରହିବାର ସୁଯୋଗ ପାଇଥିଲେ ଓ ତାଙ୍କର ଦୃଷ୍ଟିଭଙ୍ଗୀ ଉନ୍ନତ ହୋଇପାରିଥିଲା । ସେଥିପାଇଁ ସେ ସରଳାଙ୍କୁ ମାର୍ଜିତ ଓ ଶିକ୍ଷିତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିଲେ । ଘରର ମୁରବୀମାନେ ତାଙ୍କର ହାଇସ୍କୁଲ ପଢା ବନ୍ଦ କରିଦେଇଥିଲେ । ମାତ୍ର ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଦେଲେ । ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରିଣୀ ହୋଇଥିବାରୁ “ଧ କହିଲେ କାମୁଡି ପକାଇବା” ନୀତିରେ ସ୍ୱଚେଷ୍ଟାରେ ପାଠରେ ବହୁତ୍ ଆଗକୁ ମାଡିଚାଲିଲେ । ସରଳା ଦେବୀ ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ । ପିଲାଟି ବେଳୁ ଶାନ୍ତ, ସରଳ,ଦୃଢମନା ଓ ସ୍ପଷ୍ଟବାଦିନୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁନଥିଲେ । ଆଗରୁ ଚଳି ଆସୁଥିବା ପାରମ୍ପରିକ ଜୀବନ ଶୈଳୀ ଅପେକ୍ଷା ସେ ନିଜ ସହଜତାକୁ ନେଇ ଚଳିବା ବେଶି ପସନ୍ଦ କରୁଥିଲେ । ସେ ସମୟର ରୀତି ନୀତି ତାଙ୍କୁ ଭଲ ଲାଗୁନଥିଲା । ନାରୀ ମାନଙ୍କର ଅସହାୟ ଅବସ୍ଥାକୁ ସେ ଖୁବ୍ କମ୍ ବୟସରୁ ବୁଝିପାରିଥିଲେ । ପୁରୁଷ ମାନେ ସବୁ ପ୍ରକାର ସୁବିଧା ସୁଯୋଗ ଭୋଗ କରୁଥିବା ବେଳେ,ନାରୀ ମାନଙ୍କୁ କରାଯାଉଥିବା ଉପେକ୍ଷା ଓ ଅବହେଳା ତାଙ୍କୁ ଖୁବ୍ ବାଧୁଥିଲା । ସେସବୁର ପ୍ରତିକାର ପାଇଁ ସେ ପିଲାବେଳୁ ଚିନ୍ତିତ ଥିଲେ । ସେସମୟରେ ସେ ଦିଅଁ ଦେବତା, ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ । କିନ୍ତୁ ଥରେ କେଉଁ ଏକ ପୁରାଣରେ “ନାରୀ ନର୍କର ଦ୍ୱାର” ବୋଲି ଲେଖାଥିବା ଜାଣିବା ପରେ ସେହି ସମୟରୁ ସେ ଏହାକୁ ଘୃଣା କରୁଥିଲେ । ଘରୋଇ ଶିକ୍ଷକଙ୍କଦ୍ୱାରା  ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ତଥାପି ଅନ୍ୟାନ୍ୟ ଭାଷା ଜାଣିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ବଙ୍ଗଳା ସାହିତ୍ୟକୁ ସେ ବହୁତ୍ ଭଲ ପାଉଥିଲେ ।ଖୁବ୍ କମ୍ ଦିନ ମଧ୍ୟରେ ସେ ବହୁତ୍ ବହି ଓ ପତ୍ର ପତ୍ରିକା ପଢି ଶେଷ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବକୃତା ତାଙ୍କୁ ବେଶି ପ୍ରଭାବିତ କରିଥିଲା । ସେବେଠାରୁ ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ସମାଜରୁ କୁସଂସ୍କାର ଦୂର ନକଲେ ଦେଶର ଉନ୍ନତି ସମ୍ଭବ ନୁହେଁ ,ସେ ଏହା ବୁଝିପାରିଥିଲେ । ରବୀନ୍ଦ୍ରନାଥଙ୍କ ଅମୀୟ ବାଣୀ “ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା” ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା । ବୟସ ପ୍ରାପ୍ତ ହେଲାରୁ,ଜଗତସିଂହ ପୁର ଅନ୍ତର୍ଗତ ଚାଟରା ଗ୍ରାମର  ସଂଗ୍ରାମୀ ଯୁବକ ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହୋଇଥିଲା । ଆଭିଜାତ ପରିବାର ରେ ଜନ୍ମ ହୋଇଥିବା ସରଳା , ଜମିଦାର ପରିବାରକୁ ବୋହୂ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ । ମଣିକାଞ୍ଚନ ପରି ଏ ଦୁହିଁଙ୍କର ସଂଯୋଗ ଘଟିଥିଲା । ସେ ସମୟରେ ପତି ଭାଗିରଥି ପତ୍ନୀ ସରଳାଙ୍କ ପାଇଁ ବାଧକ ନହୋଇ ସାଧକ ହୋଇଥିଲେ । ଏକ ପକ୍ଷରେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ମହାନତା ପୂର୍ଣ୍ଣ ସହଯୋଗ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିଲା । ସେ ଇଚ୍ଛା କରିଥିଲେ ଅନ୍ୟମାନଙ୍କ ପରି ସାଂସାରିକ ଭୋଗ ବିଳାସରେ ନିଜ ଜୀବନ କଟାଇପାରିଥାନ୍ତେ , କିନ୍ତୁ ପରଦା ପ୍ରଥା ମାନି ଘର ଭିତରେ ନିଜକୁ ଆବଦ୍ଧ ରଖିବାରେ ତାଙ୍କ ମନ ମାନି ନଥିଲା । ପ୍ରତିଦିନ ଘର କାମ ସାଙ୍ଗକୁ ଖବରକାଗଜ ପଢ଼ିବା ତାଙ୍କର ନିୟମିତ ଅଭ୍ୟାସ ଥିଲା । ସେ ଉଚ୍ଚଶିକ୍ଷିତା ହୋଇନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଦେଶର ସାମାଜିକ ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ସଚେତନ କରିଦେଇଥିଲା । ନିଷ୍ଠୁର ଇଂରେଜ ଶାସନରୁ ନିଜ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାଲାଗି ସଙ୍କଳ୍ପବଦ୍ଧ ହୋଇଥିଲେ । ମାତ୍ର ୧୫ ବର୍ଷ ବୟସରେ ସେ କୁଳବଧୂର ପରଦା ଆଡେଇ ଦେଇ ପଦାକୁ ବାହାରି ଆସିଥିଲେ । ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା, ଯେଉଁଥିରେ ସେ ଯୋଗଦେଇଥିଲେ । ଏତେ ବଡ଼ ଶୋଭାଯାତ୍ରା ସହର ପରିକ୍ରମା କଲାବେଳେ ସେଥିରେ ଏକମାତ୍ର ମହିଳାଙ୍କୁ ଦେଖି ରକ୍ଷଣଶୀଳ ଲୋକଙ୍କର ଆଖି ଖୋସି ହୋଇଯାଇଥିଲା । ଏଥିରେ ମଧ୍ୟ ତାଙ୍କ ସ୍ୱାମୀ ଓ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନ ରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦବୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ।ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା – “ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ । ” ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ବିଶ୍ବମଣି ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ଓଡ଼ିଶା ର ପ୍ରଥମ ଗାନ୍ଧୀବାଦୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ପ୍ରଭାବିତ ହୋଇ ଗାନ୍ଧୀ ସେହି ନିମନ୍ତ୍ରଣ ରକ୍ଷା କରି  ୧୯୨୧ ମସିହା, ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ , ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳା ମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ସବୁ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କରିଥିଲେ ।୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ଏବଂ ସେସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଥିଲେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବିଧାୟିକା । ବିଧାନସଭାରେ ବାଲ୍ୟ ବିବାହ ଆଇନ୍ ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ ।ବ୍ରିଟିଶ୍ ଅମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ , ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଦ୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦ୍ଦେଶିକା ଥିଲେ । ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।ଗାନ୍ଧିଜୀଙ୍କ ପ୍ରଭାବ ସରଳା ଦେବୀ , ରମା ଦେବୀ , ଶୈଳବାଳା ଦାସ , ରେବା ରାୟ ଓ କୁନ୍ତଳା କୁମାରୀ ଆଦି ପ୍ରମୁଖ ନାରୀନେତ୍ରୀଙ୍କ ଉପରେ ପଡ଼ିଥିଲା ।ସେମାନେ ନାରୀମାନଙ୍କର ସାମୂହିକ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ଲେଖା,ଶିକ୍ଷା ଓ ସଭାସମିତିଦ୍ୱାରା ନାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋକପାତ କରୁଥିଲେ ।ଓଡ଼ିଶାର ନାରୀମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ “ଉତ୍କଳ ମହିଳା ସମ୍ମିଳନୀ” ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ ,” ନିଖିଳ ଭାରତୀୟ ମହିଳା ସଂଘ”ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା ।ଏହାର ସଫଳତା ତାଙ୍କୁ ଅଧିକ ଗଠନମୂଳକ କାମ କରିବା ପାଇଁ ବିଶେଷ ଉତ୍ସାହିତ କରିଥିଲା ।ସେ ଓଡ଼ିଶାର ନାରୀ ଓ ସେମାନଙ୍କ ସମସ୍ୟା ବିଷୟରେ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରବନ୍ଧମାନ ଲେଖି ପ୍ରକାଶ କରିଥିଲେ । ଯେହେତୁ ଏସବୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଆଲୋଚନା ହେଉଥିଲା, ତେଣୁ ତାଙ୍କର ଜାଗରଣର ବାର୍ତ୍ତା ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗିପଡିଥିଲେ ।ସେ ବୁଝିପାରିଥିଲେ ଯେ ନାରୀର ଉନ୍ନତିରେ ହିଁ ଦେଶର ଉନ୍ନତି ନିହିତ । କିନ୍ତୁ ଏହି ସମୟରେ ଭାରତର ରାଜନୈତିକ ଆନ୍ଦୋଳନ ଭିନ୍ନ ମୋଡ ନେଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକାର ଦେଲେ ।
ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ “ଉଦ୍ଯୋଗ ମନ୍ଦିର” ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଳବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତା ପଶିଲା । ଦିନେ ସେ “ମାନ୍ଦ୍ରାଜ୍ ମେଲ୍”ରେ ଯାଉଥିଲେ , ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେନାହିଁ।ସେଦିନ ଗାଡି କାହିଁକି ଅଟକିଲା ବୋଲି ଯାତ୍ରୀମାନେ କାରଣ ଖୋଜିବାବେଳକୁ ଦଳେ ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ , ପୋଲିସ୍ ଗାଡ଼ିରେ ବସାଇ ନେଇଗଲେ ।ସେମାନେ ଜାଣିପାରିଲେ ଯେ ସେ ଯୁବତୀ ଜଣକ ସରଳା ଦେବୀ । ବ୍ରିଟିଶ୍ ସରକାରଙ୍କ ଭୟ ଥିଲା କାଳେ ତାଙ୍କୁ ସର୍ବସାଧାରଣରେ ଗିରଫ କଲେ, ସାଧାରଣ ଜନତା ଉତ୍ତେଜିତ ହୋଇଯିବେ ତେଣୁ ସେ ରେଳରେ ଯାତ୍ରା କରୁଥିବା ସମୟରେ ନିଛାଟିଆ ଜାଗାରେ ରେଳ ଅଟକାଇ ତାଙ୍କୁ ଗିରଫକରିନେଇଥିଲେ ,ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ ।୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରାଯାଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ,ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ।ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇଂରେଜମାନଙ୍କ ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ “ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ” ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ପ୍ରାଣନାଥ ପଟ୍ଟନାୟକ,ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ୍ଙ୍କ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।ସରଳା ଦେବୀ କମ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ “ପରିଚାରିକା” ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ , କୋକିଳ ଦେବୀ , ପ୍ରମିଳା ସୁନ୍ଦରୀ ଦେଇ , ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । ପକ୍ଷ ୧୩୨୫ରୁ ୧୩୨୭ ମଧ୍ୟରେ ଛପା ହୋଇଥିବା “ପରିଚାରିକା”ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ “ଧୈର୍ଯ୍ୟଶାଳୀ ସାମ୍ରାଜ୍ଞି – ଶୈବ୍ୟା” , “କଳ୍ପିତ ମୃତ୍ୟୁ” ଓ “ପ୍ରତୀକ୍ଷା” ଅନ୍ୟତମ । ୧୫ ବର୍ଷ ବୟସରୁ ତାଙ୍କର ଏଭଳି ରଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା ।ତାଙ୍କ ଭିତରେ ସର୍ଜନଶୀଳ ସାହିତ୍ୟ ପ୍ରତିଭା ପୂରି ରହିଥିଲା । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା “ଅଳକା” ଠାରୁ ଆରମ୍ଭ କରି “ସରକାର”,”ନବ ଭାରତ” ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ । “ହିନ୍ଦୁସ୍ଥାନ ଗ୍ରନ୍ଥମାଳା” ନାମକ ସଂସ୍ଥା ସ୍ଥାପନ କରି ସେ ତା’ର ସମ୍ପାଦିକା ହୋଇଥିଲେ । ନାରୀର ଆର୍ଥିକ ଅବସ୍ଥା ବିଷୟରେ ତାଙ୍କର ଗବେଷଣା, ଭାଷଣ ଓ ରଚନା ସେତେବେଳେ ସମାଜ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସେ “ସବିତା” ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ “ଭାରତୀୟ ମହିଳା ପ୍ରସଙ୍ଗ” ନାମରେ ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ଥାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା ।୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକ କଟକ ପବ୍ଲିସିଂ ହାଉସ୍ ପ୍ରକାଶ କରିଥିଲା ।ଏଥିରେ ବିଶ୍ୱ ତଥା ଭାରତର ବିପ୍ଲବିଣୀ ନାରୀ ମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରାଯାଇଥିଲା ଏହାବ୍ୟତୀତ”ରାୟରାମନନ୍ଦ” ,”ସରଳା ମହାଭାରତରେ ନାରୀ ଚରିତ୍ର” , ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷଭାବେ ଅବଦାନ କରିଥିଲେ । ତାଙ୍କର ସାରସ୍ଵତ ସୃଷ୍ଟି ମଧ୍ୟରେ
ଉତ୍କଳର ନାରୀ ସମସ୍ୟା( ୧୯୩୪),
ନାରୀର ଦାବି(୧୯୩୪),ଭାରତୀୟ  ମହିଳା ପ୍ରସଙ୍ଗ (୧୯୩୫)
ରବିନ୍ଦ୍ର ପୂଜା,ବୀର ରମଣୀ(୧୯୪୯),
ବିଶ୍ୱ ବିପ୍ଳବିଣୀ,  ବାସନ୍ତୀ (୧୯୩୦)
ରାୟ ରାମାନନ୍ଦ,ଗାଁ କଥା ଓଡ଼ିଆ ବାଣୀ ଭଣ୍ଡାର କୁ ସମୃଦ୍ଧ କରିଛି ।
ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁ ଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର , ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଛି ଓ ରହିଥିବ । ଆଜି ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି,ବନ୍ଦେ ଉତ୍କଳ ଜନନୀ ।

ଏ ଦାୟିତ୍ୱ କାହାର ? (୨)

ଏ ଦାୟିତ୍ୱ କାହାର ? (୨)

ଏ ଦାୟିତ୍ୱ କାହାର ? (୨)
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳ ର ହଜାର ହଜାର ବର୍ଷ ର ଗୈାରବମୟ ଇତିହାସ ସହ ଆଜି ର ଏହି କ୍ଷେତ୍ର ସମୂହ ର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆ ର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନ ର ଆତ୍ମା  । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାର ର ନୃତ୍ୟ  ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏସବୁ ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିଵ୍ୟ କରି ଲୋକନୃତ୍ୟର ସୃଷ୍ଟି ହୋଇଥିଲା । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଥିଲା। ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଉଥିଲା । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହେଉଥିଲା । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର  ମଧ୍ୟ କରାଯାଉଥିଲା । ବିଗତ ୫୦ ବର୍ଷ ତଳେ  ଆମେ ବହୁ ମେଳା,ମେଳଣ ରେ ଦେଖିବାକୁ ପାଇଥିବା ଓ ଉପଭୋଗ କରିଥିବା, ଶୁଣିଥିବା  ଲୋକନୃତ୍ୟ, ଲୋକ କଳା  ପ୍ରଭୃତି ଏବେ ଆଉ ଦେଖିବାକୁ ମିଳୁନାହିଁ । ନାଗାନାଚ,ସଖି କଣ୍ଢେଇ ନାଚ,ଛଉ ନୃତ୍ୟ, ତାହା ପୁଣି ମୟୂରଭଞ୍ଜ ଛଉ ନୃତ୍ୟ, ଷଢେ଼ଇକଳା ଓ ପୁରୁଲିଆ ଛଉ ନୃତ୍ୟ,କରମାନାଚ, ଦଣ୍ଡ ନାଚ,ଚଇତି ଘୋଡ଼ା ନାଚ, ଘୁମୁରା ନାଚ, ଚଢ଼େଇ ନାଚ,ଶବର – ଶବରୁଣୀ ନାଚ,କେଳା-କେଳୁଣି ନାଚ, ଡାଲଖାଇ ନାଚ , ଗୋଟି ପୁଅ ନାଚ, ଏପରିକି ଆଦିବାସୀ ଅଧ୍ୟୁଷିତ ଆମ ରାଜ୍ୟର ଆଦିବାସୀ ନୃତ୍ୟ ଯଥା  ଦେଶିଆ ନାଚ,ଗଦବା ନାଚ,କନ୍ଧ ନାଚ,କୋୟା ନାଚ,ଓଁରା ନାଚ,ସଉରା ନାଚ,ପରଜା ନାଚ,କାଠି କଣ୍ଢେଇ ନାଚ ଠାରୁ କେନ୍ଦେରା ଗୀତ,ଖଞ୍ଜଣି ଭଜନ,ଚୁଟ୍କୁଚୁଟା,ପାଟୁଆ ନାଚ ଠାରୁ ଅନେକ ଲୀଳା ଯଥାଲୀଳା
ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ
ରାମଲୀଳା,କୃଷ୍ଣଲୀଳା,ରାସଲୀଳା,ରାଧା ପ୍ରେମ ଲୀଳା
ରାଧା ମାନ ଲୀଳା ସମେତ ଅନେକ ଲୀଳା ଯଥା ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ ସ଼ହିତ ଅନେକ ସୁଆଙ୍ଗ ଯଥା ଲକ୍ଷ୍ମୀ ପୁରାଣ ସୁଆଙ୍ଗ,ବିଲଙ୍କା ରାମାୟଣ ସୁଆଙ୍ଗ,ଗଣ୍ଡାବଧ ସୁଆଙ୍ଗ,ଚନ୍ଦ୍ରାବତୀ ସୁଆଙ୍ଗ ,ଉଷାବତୀ ହରଣ ସୁଆଙ୍ଗ,ଦକ୍ଷ ଯଜ୍ଞ ସୁଆଙ୍ଗ ଭଳି ଅନେକ ସୁଆଙ୍ଗ ,ଚକୁଳିଆ ପଣ୍ଡା , ଦାସକାଠିଆ, ରସରକେଲି, ପ୍ରହଲ୍ଲାଦ ନାଟକ ଠାରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଲା  ର ସ୍ଥିତି ବିପନ୍ନ । ନାଗାନାଚ ର କେବେ ଅୟମାରମ୍ଭ ହୋଇଥିଲା ଏଯାବତ୍ ଗବେଷଣା ହୋଇନାହିଁ, ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ର ବିଶେଷତ୍ଵ ଓ ଭିତ୍ତିଭୂମି ପ୍ରସଙ୍ଗ ମଧ୍ୟ ଗବେଷଣା ସାପେକ୍ଷ ସତ୍ୟ ମାତ୍ର, ଏହା ହଜାର ହଜାର ବର୍ଷ ଧରି ଓଡ଼ିଆ ମାନଙ୍କ ସାମରିକ କଳା ପରମ୍ପରା ତଥା ପାଇକ ପରମ୍ପରା ବିଜଡ଼ିତ ।ନାଗା ନାଚ ରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ଅଧୁନା କର୍ପୁର ଉଠିଯାଇ କନା ପଡ଼ିବା ଭଳି ସାମୟିକ  ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି ।ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । କଳିଙ୍ଗ ଭୁଖଣ୍ଡ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ ଓଡ଼ିଆ ସଂସ୍କୃତି ସହିତ ବିଜଡ଼ିତ ହୋଇ ବୀରତ୍ବର ପରିଚୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ମାନବୀୟ ଲୀଳା କରିଆସୁଥିବା ଜଗନ୍ନାଥ ଶ୍ରୀମନ୍ଦିର ସଂସ୍କୃତି ରେ ସଂଯୁକ୍ତ ହୋଇରହିଛି । ଏବେ ନିକଟରେ ” ନାଗାର୍ଜୁନ ବେଶ”  ହୋଇଥିଲା ।ନାଗାର୍ଜୁନ ବେଶ ବା ପର୍ଶୁରାମ ବେଶ ଶ୍ରୀଜଗନ୍ନାଥ ସେବା ସଂସ୍କୃତି ରେ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଆଧାରିତ , ବିଶେଷ କରି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର  କରାଯାଇଆସୁଥିବା  ଅନେକ ବେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ଅତୁଳନୀୟ ବେଶ, ଯାହା ପୂର୍ବଜ ଓଡ଼ିଆ ମାନଙ୍କ ମହନୀୟ ସ୍ବାଭିମାନୀ ଜୀବନଚର୍ଯ୍ୟାର ଏକ ପ୍ରତିଫଳିତ ଦର୍ପିତ ଵେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ଯେ ଏହା ଯେଉଁ ବର୍ଷ ପଡ଼ିଥାଏ, ତତ୍ ପରବର୍ତ୍ତୀ ବର୍ଷ ମଧ୍ୟ ପଡ଼ିଥାଏ । ବ୍ୟକ୍ତିଗତ ଭାବେ ଆମ ପାଇଁ ସାଂସାରିକ ଦୃଷ୍ଟିକୋଣ ରୁ ଏହା ସର୍ବାଧିକ ସ୍ମରଣୀୟ ଯେ  ୧୯୯୩, ନଭେମ୍ବର ୨୬ ତାରିଖ ରେ ଆମ ଜେଜେ ମା ୯୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ପୂର୍ବର ଇତିହାସ ଗର୍ଭାନୁଶୀଳ କଲେ ଜଣାଯାଏ ଯେ ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ମଧ୍ୟ ନାଗାର୍ଜୁନ ବେଶ ହେବାକୁ ଯାଉଛି । ଅତଏବ ଆଲୋଚନା କରିବା ଏହି ବେଶ ର ବିଶେଷତ୍ଵ କ’ଣ ? ଯେହେତୁ ବିଗତ ଦେଢ ମାସ ମଧ୍ୟରେ ଏ ସମ୍ପର୍କରେ କୈାଣସି ଗଣମାଧ୍ୟମରେ ସବିଶେଷ ଭାବରେ ଆଲୋଚନା ହୋଇନାହିଁ, ତେଣୁ ଏହାର ଗର୍ଭାନୁଶୀଳନ କରିବାକୁ ଚେଷ୍ଟା କରି ଯେଉଁ ସବୁ ତଥ୍ୟାଧାରରେ ଏହା ଉପସ୍ଥାପନ କରିବାକୁ ଯାଉଛୁ, ତା’ର ସମୀକ୍ଷା ଓ ମତାମତ ମଧ୍ୟ ଆହ୍ବାନ କରୁଛୁ ।ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ । ଆମେ ଛୋଟ ପିଲା ଥିବା ସମୟରେ  ଯେଉଁ ହିନ୍ଦୀ+ ଓଡ଼ିଆ+ ଓଡ଼ିଆ ର କଥିତ ଭାଷା ମିଶା ଗୀତ ର ଅବଧି ବୋଧେ ଆଠଶହ ବର୍ଷ ତଳର ଏବଂ ଏହାକୁ ପଢ଼ିବା ପରେ ସନ୍ଥ ତୁଳସୀ ଦାସ ଏହି ଭାଷା ରେ ତାଙ୍କର ଗୁରୁ ଶିଶୁ ଅନନ୍ତ ଦାସ ଓ  ଯାଜପୁର ନରହରି ଦାସ ଙ୍କ ଠାରୁ ଶିକ୍ଷା ଲାଭ କରି ” ରାମ ଚରିତ ମାନସ” ଲେଖିଥିଲେ । ସେହି ନାଗା ନାଚ ଗୀତ ଏଠାରେ ଉପସ୍ଥାପନ କଲେ ପାଠକେ ଏହାର ସତ୍ୟତା ଅନୁଭବ କରିପାରିବେ ।
” ଜାଗୋ ମାଈ କାରିକା ଜଗାଓ ମାୟୀ କାରିକା
ହସ୍ତେ ଶୋହେ ଖଣ୍ଡା ଖପର ଗଳା ମୁଣ୍ଡ ମାଳିକା
କଲିକତା ରେ ଗଙ୍ଗାତୀରେ ନାମ ବୋଲାଓ କାଲୀ
ବଳିଭୋଜା ସବ୍ ରୋଜ୍ ପାଓ ପୂଜା କରେ ବଙ୍ଗାଲୀ
ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା
ସମ୍ବଳପୁରେ ସମଳାଇ ଆଦିମ ପୁରେ ଭୋକା
ଝଙ୍କଡେ ସାରଳା ନାମ ଯଜ୍ଞପୁରେ ବିରଜାଇ
ପ୍ରାଚୀକିନାରେ କାକଟପୁରରେ ମଙ୍ଗଳା ମହାମାୟୀ
ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ଵିମଲା
ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା  .।
××××××××
ମେଳଣରେ ନାଗାନାଚ ଆଗରୁ ପାଲା ବାଲା,କେଳାକେଳୁଣୀ, ଶବର ଶବରୁଣୀ,ବାରିକ ବାରିକିଆଣୀ,ବିଭାଘରିଆ, ଚକୁଳିଆ ପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ,ବୃଷଭ,କଳାଘୋଡା,ସୁଆଙ୍ଗ ନାଚ ଓ ଅନ୍ୟାନ୍ୟ ନୃତ୍ୟ ର ଏକ ବାତାବରଣ ସୃଷ୍ଟି ହେଉଥିଲା ।
ସେହିପରି ଏବେ ଦଣ୍ଡ ନାଚ ର ସ୍ଥିତି କିପରି ଭାବରେ ହଜିଯାଇଛି, ତାହା ଆମେ ଦେଖୁଛେ ।ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।
ସେହିପରି ଆମ ଲୋକକଳା ବା ଲୋକନୃତ୍ୟ ସଂସ୍କୃତି ରେ ସଖୀକଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପାରିକ ନାଚ ଥିଲା । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ‌ଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍‌ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବା ବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଇଆନ୍ତି । ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ  ଥିଲା। ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି । ସେହିପରି ଆମର ମୟୂରଭଞ୍ଜ ଛଉ ନୃତ୍ୟ , ଷଢେ଼ଇକଳା ଛଉ ନୃତ୍ୟ ର ଭିତ୍ତି ସମ୍ପର୍କିତ ଗବେଷଣା ତଥ୍ୟାନୁସାରୃ ଛଉ” ଶବ୍ଦ ଓଡ଼ିଆ ଶବ୍ଦ “ଛାଉଣି”ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି ।  ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହାଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତମାନ ‘ଛଉନାଚ’ ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରିଛି। ସେହିପରି କରମା ନାଚ ର ସ୍ଥିତି ଅନୁଧ୍ୟାନ କରିବାକୁ ଗଲେ ଆମେ ନିରାଶା ହେବା ।ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଅନ୍ୟ ଏକ ଜନପ୍ରିୟ ନୃତ୍ୟ  ଘୁମୁରା ନାଚ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ “ଘୁମୁରା ନାଚ” କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି। ଅପରପକ୍ଷରେ ଅନ୍ୟ ଏକ ଜନପ୍ରିୟ ନୃତ୍ୟ ” ଡାଲଖାଇ” । ଡାଲଖାଇ  ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିଲା ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ‘ଡାଲଖାଇ’ ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି । ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କରିବା ମଧ୍ୟ ଏକ ସାମାଜିକ ସୁବାର୍ତ୍ତା । ସେହିପରି ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି ।  ସେହିପରି
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ  ଏହି
ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ସଂସ୍କୃତି ସହିତ ଆମର ରକ୍ତଗତ ସମ୍ପର୍କ । ଆମର ଜେଜେ ବାପା ସ୍ବର୍ଗତ ଦିବ୍ୟସିଂହ ଶତପଥୀ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା । ଆମର ବଡ଼ ନନା  ବା ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ମଧ୍ୟ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା ଏବଂ ଆମ ଗ୍ରାମର ପଡୋଶୀ ଗ୍ରାମ ଜାଗୁଳାଇ ପଥର ରେ ହୋଇଆସୁଥିବା ବାଦୀ ପାଲା ର ଜଣେ ପୃଷ୍ଠପୋଷକ ଏବଂ ଏବେ ଆମର ସାନଭାଇ ଜଣେ ଶିକ୍ଷକ ଥିବା ସହିତ ଜଣେ ପାଲା ଗାୟକ । ଆମ ପିଲାଦିନେ  ଗାୟକ ସୁଧାକର ପରମାନନ୍ଦ ଶରଣ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ, ମାର୍କଣ୍ଡେୟ ବାହିନୀପତି, ହରି ନାଥ, ବିଶ୍ବନାଥ ପାଟ୍ଟଯୋଶୀ, ନିରଞ୍ଜନ କର, ଧ୍ରୁବ ଚରଣ ଷଡ଼ଙ୍ଗୀ ପ୍ରଭୃତି ଅନେକ ପ୍ରସିଦ୍ଧ ଜନାଦୃତ ଗାୟକ ମାନଙ୍କ ପାଲା ପରିବେଷଣ ଦେଖିବା ର ସୈ।ଭାଗ୍ୟ ପାଇଛୁ । ସେତେବେଳେ ଆମେ କହିଥିଲୁ, ଯାହା ଏବେବି ମନେଅଛି ” ହରି ନାଥ ବଦନ,ଅଧରେ ନିରଞ୍ଜନ, ଭୂଷଣ ଧ୍ରୁବ ମନ ମୋହିଲା ରେ…” । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ସେହିପରି ଆମର ଷୋଳ ପାଲା  ପରମ୍ପରା ଥିଲା । ଆମେ ଜନ୍ମ ପୂର୍ବରୁ ଭଉଣୀ ମରିଥିବାରୁ ଆମକୁ ଆମ ଜେଜେ ମା ରେବତୀ ଦେବୀ ଆମକୁ ଅପର୍ତ୍ତିଆ ବୋଲି ବେକରେ ଶଙ୍ଖ ମାଳି ପକେଇ ଷୋଳପାଲା ପୂଜା ଯାଚଙ୍ଗା କରିଥିଲେ । ଏହି ଷୋଳ ପାଲା ଗୁଡିକ ମଧ୍ୟରୁ ଜନ୍ମ ପାଲା, ପଦ୍ମଲୋଚନ ପାଲା,ମର୍ଦ୍ଦଗାଜୀ  ଜନ୍ମ ପାଲା,ମର୍ଦ୍ଦଗାଜୀ ବିଭା ପାଲା, ବିଦ୍ୟାଧର ପାଲା,ମଦନସୁନ୍ଦର ପାଲା,ସଦାନନ୍ଦ ସୈ।ଦାଗର ପାଲା ,ଶ୍ବେତ ବସନ୍ତ ପାଲା ଏହି ପରି ଷୋଳ ପାଲା ।ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା ‘ପାଲା’ ମାନ ‘କବିକର୍ଣ୍ଣ’ ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ ‘ଗାୟକ’ ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଅଛି । ‘ଗାୟକ’ ଗୀତ ବୋଲନ୍ତି, ‘ବାୟକ’ ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାର୍ଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ ‘ଶିରୀ ପାଳିଆ’ ବା ‘ଡାହାଣ ପାଳିଆ’ ବା ‘ଶ୍ରୀ ପାଳିଆ’ ଥାଆନ୍ତି ଗାୟକଙ୍କ ଡାହାଣ ହାତରେ ‘ମନ୍ଦିରା’ ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।
ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ ‘ପାଳିଆ’ ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି ।
ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ ।
ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ ।
ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ ‘ଗୋଟିକିଆ ପାଲା’ କହନ୍ତି ।
ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ ‘ଜାଉଁଳି ପାଲା’ ବା ‘ ଜାଉଳି ପୂଜା’ କହନ୍ତି ।
ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ ‘ବାଦୀ ପାଲା’ ବା ‘ଲଢ଼େଇ ପାଲା’ ବୋଲାଯାଏ ।
ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ ‘ଗାୟକ’, ଜଣେ ‘ଗାୟକ’, ଜଣେ ‘ଶିରପାଳିଆ’ ଓ ଦୁଇ ବା ୩ ଜଣ ‘ପାଳିଆ’ ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ ‘ପାଲା’ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର ‘ଖେଚାଡ଼ି’; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା ‘ପଲାଉ’ ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ
ସାଧାରଣତଃ ‘ପାଲା ଗୀତ’ ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ:
“ରଜନୀର ଅବଶେଷେ ଗ୍ରାମର
ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର”
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ ‘ତ୍ରିପଦୀ’ ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ ‘ପାଲାକୁ’ ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ  ଲୋକ ଅନାଗ୍ରହ କାରଣ ରୁ ଏବେ କେବଳ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇବାକୁ ଚେଷ୍ଟାକରୁଛନ୍ତି ସତ, ମାତ୍ର ଏବେ ଦୂରଦର୍ଶନ ର ଉପଭୋକ୍ତା ଙ୍କ ସଂଖ୍ୟା ଖୁବ୍ ନଗଣ୍ୟ । ସେହିପରି ଏକଦା ଜନାଦୃତ ଥିବା
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି ।  ଅପରପକ୍ଷରେ
ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଥିଲା । ଆମେ ଯେତେବେଳେ ପିଲା ଥିଲୁ , ସେତେବେଳେ ପରବର୍ତ୍ତୀ ସମୟରେ ବିଶ୍ବ ପ୍ରସିଦ୍ଧ ହୋଇଥିବା ଆମ ଗାଁ ପାଖ ର ଗୁରୁ ଗଙ୍ଗାଧର ପ୍ରଧାନ ଗୋଟି ପୁଅ ନୃତ୍ୟ କରୁଥିଲେ ।  ଓଡ଼ିଆରେ “ଗୋଟି”ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ ।
କ୍ରମଶଃ

ଏ ଦାୟିତ୍ୱ କାହାର ? (୧)

ଏ ଦାୟିତ୍ୱ କାହାର ? (୧)

ଏ ଦାୟିତ୍ୱ କାହାର ? (୧)

ଆମେ ବିଗତ ୪୫ ବର୍ଷ ଧରି ହଜାର ହଜାର ଥର କହି ଓ ଲେଖି ଆସିଛୁ ଯେ “ଓଡ଼ିଶାର ଇତିହାସ ଏ ଯାବତ୍ ଲେଖା ଯାଇନାହିଁ” । କେବଳ ଅଭିଯୋଗ କରିନାହୁଁ , ସକଳ ପ୍ରତିବନ୍ଧକ ସତ୍ତ୍ୱେ ଆମେ ଅନେକ ଅନାଲୋଚିତ ଇତିହାସକୁ ପ୍ରାମାଣିକ ତଥ୍ୟ ସହିତ ଜନାର୍ପିତ କରିଆସିଛୁ । ଦୀର୍ଘ ୪୫ ବର୍ଷ ଧରି ଶାସନ କଳର ଯୋଜନାବଦ୍ଧ ଆକ୍ରମଣ, ଅତ୍ୟାଚାର, ମାନସିକ ନିର୍ଯ୍ୟାତନା, ଶାସକୀୟ ଚକ୍ରାନ୍ତ ଆଧାରିତ ଅଭାବ ଅନଟନ ଭିତରେ ମଧ୍ୟ ନୂତନ ତଥ୍ୟାର୍ଜନ କରି  ଅନେକ ଅଛପା ଇତିହାସକୁ ଛାପା ଇତିହାସରେ ସ୍ଥାନିତ କରିପାରିଛୁ । କାହିଁକି ଓଡ଼ିଶାର ଇତିହାସ ଲେଖା ଯାଇନାହିଁ , ତାହା ଦର୍ଶାଇ କହି ଆସିଛୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସିଏ ନିଜକୁ, ନିଜ ଜାତି,ଦେଶ, ପ୍ରଦେଶ କୁ ମହିମା ମଣ୍ଡିତ କରିବା ସହିତ ପରାଜିତକୁ ମସୀଲିପ୍ତ କରିଥାଏ, ଯାହା ହିଁ ପ୍ରତିଫଳିତ ହୋଇଛି ଓଡିଶାର ସାମଗ୍ରିକ ଇତିହାସ ଲେଖା କ୍ଷେତ୍ରରେ ।  ଓଡ଼ିଶା ଓ ଓଡ଼ିଆ ଙ୍କ ନାମକୁ ମଧ୍ୟ ବ୍ୟଙ୍ଗାତ୍ମକ ଭଙ୍ଗୀରେ ଉଚ୍ଚାରଣ ଓ ଲିଖନ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫, ମାର୍ଚ୍ଚ,୩ ତାରିଖରେ ( ଆମ ଭାଷାରେ ଓଡ଼ିଶା ଦିବସ , କାରଣ ୧୯୩୬ ମସିହା, ମାର୍ଚ୍ଚ ୩ ତାରିଖରେ ପ୍ରାଚୀନ ଉତ୍କଳର ଏକ ଖଣ୍ଡିତ ଅଂଶ ଭୂଭାଗକୁ ମାନଚିତ୍ରରେ ରେଖାଙ୍କିତ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାଜପତ୍ର ବ୍ରିଟିଶ ଶାସନ ଦ୍ବାରା ପ୍ରକାଶ ପାଇଥିଲା , ଅପ୍ରେଲ ୧ , ଯାହା ସମଗ୍ର ବିଶ୍ଵରେ ବୋକା ଦିବସ ବା ଅପ୍ରେଲ ଫୁଲ୍ ଭାବେ ପାଳିତ ,‌ସେହି ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟପାଳ ଭାବେ ହବାକ୍ ଯୋଗ ଦେଇଥିଲେ ) । ଆମର ସରକାର ଙ୍କ ନିକଟରେ ପ୍ରଥମ ଦାବି ଥିଲା ନାମ ସଂଶୋଧନ । ଆମେ ଓରିଆ ନୋହୁଁ କି ଆମ ରାଜ୍ୟ ଓରିଷା ନୁହେଁ ।
ଇଂରାଜୀ ଓ ହିନ୍ଦୀରେ “ଓଡ଼ିଶା” ଓ “ଓଡ଼ିଆ”କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ଆମର ଧାରାବାହିକ ଆନ୍ଦୋଳନ ପରେ ୨୦୦୮ ମସିହା ଜୁନ ୯ ତାରିଖରେ
ପ୍ରଥମେ ରାଜ୍ୟ ମନ୍ତ୍ରିମଣ୍ଡଳ ବା କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ୨୦୦୯ରେ ଡଃ ମନମୋହନ ସିଂହ ଙ୍କ ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ବା ନୂଆ ଲୋକ ସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉ ଥରେ ଆଗତ କରାଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରାଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦)ରେ  ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକ ସଭାରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧ ନାମରେ କାର୍ଯ୍ୟକାରୀ ହୋଇଥିଲା । ଗତ ୨୦୦୫, ମାର୍ଚ୍ଚ ମାସ ୩ ତାରିଖରେ ପ୍ରଥମେ ଓଡ଼ିଶା ଦିବସ ପାଳନ ଅବସରରେ ଆମର ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ” ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ” । ଏହି ଅବସରରେ ଓଡ଼ିଶାର ଗୌରବମୟ ଐତିହ୍ୟ ପରମ୍ପରା , ସାରସ୍ବତ କୀର୍ତ୍ତି, ମହାମାନବୀୟ ଦର୍ଶନ, ସମଗ୍ର ବିଶ୍ବ କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ସ୍ମରଣୀୟ ଅସ୍ମିତା କୁ ଉପଜିବ୍ୟ କରି
ଆମେ ଏକ ପ୍ରଚାର ପତ୍ର ସମଗ୍ର ରାଜ୍ୟରେ ବଣ୍ଟନ କରାଇଥିଲୁ । ଏଥିରେ ଉଲ୍ଲେଖ ଥିଲା ଯେ ଧଉଳି ପାହାଡ଼ରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର କଳିଙ୍ଗ ଶିଳାଲିପି ନିକଟରେ ପଥର କାନ୍ଥରେ ଖୋଦିତ ହାତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କଳାକୃତି ମଧ୍ୟରୁ ଅନ୍ୟତମ । ଏହା ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ ଏଥିରେ କଳିଙ୍ଗ ପ୍ରସ୍ତର କଳା ରହିଛି । ଧଉଳିଠାରୁ ପାଞ୍ଚ କି.ମି. ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । ଓଡ଼ିଶାର ଅନ୍ୟାନ୍ୟ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ମଧ୍ୟରେ ଉଦୟଗିରି ଓ ଖଣ୍ଡଗିରି ଅନ୍ୟତମ । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ୱର ବିଶିଷ୍ଟ ଘଟଣାବଳୀ କ୍ରମାନ୍ୱୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡ଼ିକ ମଧରୁ ଦ୍ୱିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସୁବର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବାର ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୁନି ଗୁମ୍ଫା, ବାରଭୁଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡ଼ିକ ଭିତରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତ୍ଥାନ ସମୟରେ ଅନେକ ବୌଦ୍ଧବିହାର ଓ ଉପାସନାଗୃହ ଗଢ଼ି ଉଠିଥିଲା । ଏଗୁଡ଼ିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲି ଗାଁ ଠାରେ ଥିବା ମୁଚଳିନ୍ଦ ବୌଦ୍ଧବିହାର ସମ୍ଭବତଃ ସର୍ବପ୍ରାଚୀନ । ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ଏତଦ୍‌ବ୍ୟତୀତ ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପାହାଡ଼, କାଏମା, ବଜ୍ରଗିରି, ରମେଶ୍ୱର, ସୋଲପୁର, ଖଡ଼ିପଦାରୁ ଆବିଷୃତ ବିହାର, ସ୍ତୂପ, ଚୈତ୍ୟଗୃହ, ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦିରୁ ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ବିଷୟରେ ସୂଚନା ମିଳିଛି । ବୌଦ୍ଧରୁ ପ୍ରାପ୍ତ ଏକପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ଏହି ଶ୍ରେଣୀଭୁକ୍ତ ।
ଓଡ଼ିଶାରେ ଥିବା ପ୍ରାଚୀନ ମନ୍ଦିରମାନଙ୍କ ନିମନ୍ତେ ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ପ୍ରସିଦ୍ଧ । ପ୍ରମୁଖ ମନ୍ଦିରଗୁଡ଼ିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ “କଳିଙ୍ଗ ଶୈଳୀ” ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡ଼ିକ ହେଲା: ରେଖା ଦେଉଳ, ପିଢ଼ା ଦେଉଳ, ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତିକରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିରଗୁଡ଼ିକ ସପ୍ତମ ଶତାବ୍ଦୀଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । ଏସବୁ ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥିଲା । ଏଗୁଡ଼ିକ ପ୍ରାଚୀନ ଏକାମ୍ରକ୍ଷେତ୍ର (ଆଧୁନିକ ଭୁବନେଶ୍ୱର ନଗର), ଶଙ୍ଖକ୍ଷେତ୍ର (ଆଧୁନିକ ପୁରୀ), ଅର୍କକ୍ଷେତ୍ର (ଆଧୁନିକ କୋଣାର୍କ), ବିରଜାକ୍ଷେତ୍ର (ଆଧୁନିକ ଯାଜପୁର), ଖିଂଚି, ବୌଦ୍ଧ, ଗନ୍ଧରାଡ଼ି, ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ, ବରଗାଁ, ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧ୍ୟରୁ ଭୁବନେଶ୍ୱରର ମୁକ୍ତେଶ୍ୱର, ରାଜାରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦ୍‌ବ୍ୟତୀତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡ଼ାଇଟାରେ ତିଆରି ଅନେକ ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ ।ଓଡ଼ିଶାର ମଧ୍ୟଯୁଗୀୟ ପୁରାକୀର୍ତ୍ତିଗୁଡ଼ିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ, କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାରା ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡ଼ା ଚୁହାଇଁ ରାଜାମାନଙ୍କଦ୍ୱାରା ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟ ଏହି ସମୟର ଓ ସ୍ୱତନ୍ତ୍ର । ଏସବୁ ପାଟଣାଗଡ଼, ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।ଓଡ଼ିଶାର ଚିତ୍ରକଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧ୍ୟଯୁଗୀୟ ଚିତ୍ରକଳା ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର, ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଅନ୍ୟତମ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ ଓ ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀ ନୃତ୍ୟର ଆଧାର । ଭରତଙ୍କ ନାଟ୍ୟଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀ ଉଲ୍ଲିଖିତ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଏହାକୁ ଓଡ଼ିଶୀ ନାମରେ ନାମିତ କରାଗଲା ଓ ପରେ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏଥିରେ କାଳୀଚରଣ ପଟ୍ଟନାୟକ, ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଆଦି ନୃତ୍ୟଗୁରୁମାନଙ୍କ ଭୂମିକା ଅନ୍ୟତମ । ଓଡ଼ିଶୀ ନୃତ୍ୟର ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଏହାର ବୈଶିଷ୍ଟ୍ୟ । ଏହି ନୃତ୍ୟର ପାଞ୍ଚଗୋଟି ପର୍ଯ୍ୟାୟ ରହିଛି: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳିଦ୍ୱାରା ପ୍ରଣାମ ନିବେଦନ କରନ୍ତି ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାନ୍ତି । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ, ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଏକ ଶାସ୍ତ୍ରୀୟ ସଙ୍ଗୀତ । ଶ୍ରୀଜଗନ୍ନାଥ ଓ ରାଧା-କୃଷ୍ଣଙ୍କର ଉପରେ ଆଧାରିତ ପାରମ୍ପାରିକ ଭକ୍ତିସଙ୍ଗୀତ ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଗ, ତାଳ ଓ ଗାୟନଶୈଳୀ ମାଧ୍ୟମରେ ପରିବେଷିତ ହୁଏ । କ୍ରମଶଃ

କଣ୍ଠଶିଳ୍ପୀ ଲିଟିଲ୍ କରଙ୍କ ପ୍ରଥମ ସ୍ମୃତିସଭା

କଣ୍ଠଶିଳ୍ପୀ ଲିଟିଲ୍ କରଙ୍କ ପ୍ରଥମ ସ୍ମୃତିସଭା

ଓଡିଶା ର ଯୁବ, ଉଜ୍ବଳ ପ୍ରତିଭାଦୀପ୍ତା କଣ୍ଠଶିଳ୍ପୀ ତଥା ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଧେଶକ ଚନ୍ଦ୍ରଭାନୁ କର ଙ୍କ ଏକ ମାତ୍ର ସୁଯୋଗ୍ୟା ସନ୍ତାନ ଲିଟିଲ କର ଙ୍କ ବିୟୋଗ ପରେ ପ୍ରଥମ ସ୍ମୃତିସଭା ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର 4 ତାରିଖରେ ଗୀତଗୋବିନ୍ଦ ସଦନରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଭାପତିତ୍ବରେ ଏହି ସ୍ମୃତିସଭା ଆୟୋଜନ କରାଯିବ । ମାନ୍ୟବର ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଶିଷ୍ଟ ସାମ୍ବାଦିକ ତଥା ନେତା ସୈାମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଧାୟକ ବାବୁ ସିଂ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ସୁଶ୍ରୀ ଲିଟିଲ୍ କରଙ୍କ କଣ୍ଠ ସଙ୍ଗୀତକୁ ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ।

ଲିଟିଲ୍ କର ଓଡ଼ିଶାର ଜଣେ ଯୁବ ଉଜ୍ବଳ କଣ୍ଠଶିଳ୍ପୀ ଥିଲେ । ସେ ଭଜନଗାୟିକା, ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାୟନ ର ଜଣେ ସମର୍ପିତା, ପ୍ରତିଭାବାନ କଳାକାର ଥିଲେ । ଦୀର୍ଘଦିନ ଧରି ଥାଲାସେମିଆ ଓ ରକ୍ତକର୍କଟ ରୋଗ ରେ ପୀଡିତ ହୋଇ ମାତ୍ର ୨୨ ବର୍ଷ ବୟସ ରେ ସଂଗୀତ ଜଗତର ଏହି ଧ୍ରୁବତାରା ସମସ୍ତ ଙ୍କୁ ଶୋକ ସାଗର ରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର, ସମ୍ମାନ ପାଇଥିଲେ ।

ଲିଟିଲ କର ସ୍ମୃତି ନ୍ୟାସ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଲିଟିଲ କର ସ୍ମୃତି ନ୍ୟାସ ପକ୍ଷରୁ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ସଜ୍ଜନମାନଙ୍କ ସଦୟ ଉପସ୍ଥିତ କାମନା କରାଯାଇଛି ।

ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ

ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ

 ମହାନ ସ୍ୱାଧୀନତା ସଂଗ୍ରାମୀ, ବାଙ୍କୀର ବରପୁତ୍ର, ସାମ୍ବାଦିକ ଜଗତ ର ଉଜ୍ବଳ ଜ୍ୟୋତିଷ୍କ, ସାହିତ୍ୟିକ ଉତ୍କଳ ସମ୍ମିଳନୀର ଆଦ୍ୟସ୍ରଷ୍ଟା, ଉତ୍କଳର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭାଦୀପ୍ତ ନୀଳମଣି ବିଦ୍ୟାରତ୍ନଙ୍କ ସତୀଚଉରା ଠାରେ ଥିବା ସମାଧି ପୀଠ ପରିତ୍ୟକ୍ତ, ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ୨୫ ବର୍ଷଧରି ପଡ଼ିରହିଛି ।

୧୯୯୯ ମହାବାତ୍ୟା ପରେ ତାଙ୍କ ସମାଧି ଭଗ୍ନ ଅବସ୍ଥାରେ ରହିଛି । ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଶିକ୍ଷାବିତ ସୁନୀଲ କୁମାର ମିଶ୍ର, ପ୍ରବଚକ କୃଷ୍ଣ କେଶବ ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ରଣା ପ୍ରମୁଖ ସମାଧି ସ୍ଥଳ ଯାଇ ସ୍ଥିତି କୁ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କ ରେ ଗତବର୍ଷ ୨୦୨୪ ମେ ମାସରେ ସରକାରଙ୍କୁ ଅବଗତ କରାଇବା ସହିତ ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ରେ ପୁନଃରୁଦ୍ଧାର ନେଇ ଖବର ପ୍ରକାଶିତ ହେଇ ଥିଲା ।୨୨ ନମ୍ବର ରେ ଥିବା ତାଙ୍କ ସମାଧି ଘୋର ପରିତ୍ୟକ୍ତ ରେ ପଡ଼ିରହିଛି । ମାତ୍ର ଏ ପର୍ୟ୍ୟନ୍ତ ସୁରକ୍ଷିତ ସମାଧି ନିର୍ମିତ ହୋଇପାରିଲା ନାହିଁ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କ୍ରାନ୍ତି କୁମାର ସକ୍ସେନା, ଓଡିଶା ନାଗରିକ ମହାମଞ୍ଚ ଉପ ସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ସଂଯୋଜକ ନାରାୟଣ ଓଝା ଅତିଶୀଘ୍ର ସରକାର, ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି କରିଛନ୍ତି । କେବଳ ମହାପୁରୁଷ ଙ୍କ ଆବିର୍ଭାବ ଓ ତିରୋଧାନ ରେ ପୁଷ୍ପମାଲ୍ୟ ଅର୍ପଣ ସରକାର ନ କରି ବରପୁତ୍ର ଙ୍କ ସମାଧି ଓ ପ୍ରତିମୂର୍ତ୍ତି ସୁରକ୍ଷା ପ୍ରତି ଯତ୍ନ ନିଅନ୍ତୁ ବୋଲି ଅଭିଯାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ସରକାର ଶୀଘ୍ର ସମାଧିପୀଠ ର ପୁନଃରୁଦ୍ଧାର, ସୁରକ୍ଷା କରନ୍ତୁ ବୋଲି ସାଧାରଣ ରେ ମଧ୍ୟ ଜୋର ଦାବି ଧରିଛି ।

ନୀଳମଣି, ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପକଣ୍ଠ ବୈଦେଶ୍ୱର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୌରୀଚରଣ ମିଶ୍ର ଓ ମାତାଙ୍କ ନାମ ରୋହିଣୀ ଦେବୀ  । ବଡ଼ମ୍ବା-ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ, ନୀଳମଣି ଶିକ୍ଷକତା ଆରମ୍ଭ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସେ ଥିଲେ ଜଣେ ପୃଷ୍ଠପୋଷକ । ତତ୍କାଳୀନ ଓଡ଼ିଶାର ବହୁ ସାହିତ୍ୟିକ ତାଙ୍କଦ୍ୱାରା ପ୍ରେରଣା ପାଉଥିଲେ ଓ ପ୍ରୋତ୍ସାହିତ ହେଉଥିଲେ । ବଡ଼ମ୍ବା ରାଣୀଙ୍କଠାରୁ ତାଙ୍କୁ ମିଳିଥିଲା “ବିଦ୍ୟାରତ୍ନ” ଉପାଧୀ ।

୧୮୮୫ ସମୟରେ ବାମଣ୍ଡାର ରାଜା ବାସୁଦେବ ସୁଢ଼ଳଦେବଙ୍କଦ୍ୱାରା ଏହି ସମ୍ମାନ ପ୍ରତିଷ୍ଠିତ ହୋଇଥିଲା ଓ ସେ ସମ୍ବର୍ଦ୍ଧିତ ହୋଇଥିଲେ । ବଡ଼ମ୍ବା ଅଞ୍ଚଳର ବହୁ କିର୍ତ୍ତୀ ତାଙ୍କଦ୍ୱାରା ପ୍ରତିଷ୍ଠା ଓ ନାମକରଣ କରାଯାଇଥିଲା । ବାମଣ୍ଡାର ରହଣୀ କାଳରେ ସେ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନା କରୁଥିଲେ ।  ପରବର୍ତ୍ତୀ ସମୟରେ ଗଞ୍ଜାମର ରମ୍ଭାଠାରେ, ଖଲ୍ଲୀକୋଟ ରାଜ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା କରୁଥିଲେ ।  ଏହି ସମୟରେ, ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରିଥିଲେ ।

୧୯୦୨ ମସିହାରେ ଗଞ୍ଜାମ ଓଡ଼ିଆ ସଭାର ଆୟୋଜନ କରି, ଉତ୍କଳ ସମ୍ମିଳନୀର ପରିକଳ୍ପନା କରାଇଥିଲେ । ୧୯୦୩ ମସିହାରେ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା ।  ସେ ବଡଖେମୁଣ୍ଡିରେ, ରାଜା କୃପାମୟ ଦେବଙ୍କ ପ୍ରକାଶିତ “ଗଞ୍ଜାମ ଗୁଣଦର୍ପଣ” ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ନିଜେ “ଉତ୍କଳମଧୁପ” ନାମକ ପତ୍ରିକା ପ୍ରକାଶ କରୁଥିଲେ । ଜୀବନର ଶେଷ ଭାଗକୁ ଉତ୍କଳ ଦୀପିକା ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ । ସମାଜ ସଂସ୍କାରକ ଭାବରେ, ସେ ବିଧବା ବିବାହ ପ୍ରଚଳନ, ବାଲ୍ୟବିବାହର ବିରୋଧରେ କାର୍ଯ୍ୟ କରୁଥିଲେ । ପୁରୀଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ତାଙ୍କ ରଚନା ମଧ୍ୟରେ ବିଷବୈରୀ, ରାଜନୀତି, ପଶୁ ଚିକିତ୍ସା, ପରିମଳ, ମଣିମଞ୍ଜୁଷା, କୃତନୀତିପରାଗ ପାଠକଙ୍କ ବେଶ ଆଦର ଲାଭ କରିଥିଲା । ୧୯୨୪ ମସିହା ଜୁଲାଇ ୨୬ ତାରିଖରେ ନୀଳମଣି ବିଦ୍ୟାରତ୍ନଙ୍କର ମହାପ୍ରୟାଣ ଘଟିଥିଲା । ଏହି ମହାପୁରୁଷଙ୍କ ସ୍ମୃତିର ପୁନରୁଦ୍ଧାର ପାଇଁ ଦାବି ଜଣାଇଛି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ।

ଏବେ କ’ଣ ଆଶା କରିପାରିବା  ?

ଏବେ କ’ଣ ଆଶା କରିପାରିବା  ?

ଅଙ୍କ ପରିମାଣରେ ବିଶ୍ବାପକୀର୍ତ୍ତି ସୃଷ୍ଟି କରିଥିବା ଖଣି ଡକାୟତି ଓ ତତ୍ ପରବର୍ତ୍ତୀ ସମୟର ସମ୍ବିଧାନର  ପ୍ରମୁଖ ତିନି ଅଙ୍ଗର ଭୂମିକା, ଜୋରିମାନାର ପରିମାଣ, ଶାହା କମିଶନଙ୍କ ସୁପାରିଶ, ସିବିଆଇ ତଦନ୍ତ ପାଇଁ ମୋଦି ସରକାରଙ୍କ ନିରବତା,  ଦଶ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଖଣି ଡକାୟତି ଟି ୬୫ ହଜାର କୋଟି ଟଙ୍କା ର ଜୋରିମାନା, ଶାହା କମିଶନ କମାଇ  କଲେ ୫୯ ହଜାର କୋଟି ଟଙ୍କା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଲେ ୧୭ ହଜାର କୋଟି ଟଙ୍କା, ଓଡ଼ିଶା ରାଜକୋଷକୁ ଆସିଲା କେତେ ?

   ବିଗତ ୨୦୧୧ ମସିହାରୁ ଏଯାବତ ପ୍ରାମାଣିକ ତଥ୍ୟ ଆଧାରରେ ଶହ ଶହ ଆଲେଖ୍ୟ ଆଲୋଚନା କରିବା ସହିତ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇ ଆସିଛୁ ଏବଂ ସଫଳତା ମଧ୍ୟ ପାଇଁ ନାହୁଁ ବୋଲି ସ୍ବୀକାର କରୁଛୁ । ଜନ ଚେତନା ଜାଗ୍ରତ କରିବା ସହିତ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଗଣ ସଙ୍ଗଠନ ମାନଙ୍କୁ ରତ୍ନଗର୍ଭା ଉତ୍କଳ ଜନନୀଙ୍କ ଵକ୍ଷ ବିଦାରଣ କରି ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ଲୁଟ ରୋକିବା ଓ ଅପହୃତ ଅମୂଲ୍ୟ ସମ୍ପଦ ଉଦ୍ଧାର ପାଇଁ ଆମର ସଂଗ୍ରାମ ଫଳରେ ଆମକୁ ବହୁ ମୂଲ୍ୟ ଦେବାକୁ ପଡିଆସୁଛି, ଯାହାର ତଥ୍ୟ ପ୍ରକାଶ କରି ଆମେ କୌଣସି ସମବେଦନା ଆଶା କରୁ ନାହୁଁ ।

ଏଠାରେ ଏହି ଖଣି ଡକାୟତି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଯାହା ଦର୍ଶାଇ ଥିଲେ ତାହା ଅବିକଳ ଭାବେ ସୁବାର୍ତ୍ତାର ସହୃଦୟ ପାଠକ ମାନଙ୍କ ଅବଗତି ଏବଂ ସେମାନଙ୍କ ପ୍ରତିକ୍ରିୟା ବା ମତାମତ ଅପେକ୍ଷା ରଖୁଛୁ ।
“The Supreme Court (SC) has come down heavily on the mining companies that have been illegally extracting iron and manganese ore in Odisha in the past. Due to various illegalities, these mine leases have been earlier suspended by the apex court.A two-judge bench of Justice Madan B Lokur and Justice Deepak Gupta has directed the state government to recover 100 per cent compensation from the mining companies.

The compensation will be payable “from 2000-2001 onwards at 100 per cent of the price of the mineral”, and should be deposited on or before December 31, 2017, directed the SC. The apex court will separately hear cases of illegal mining by Jindal Steel and Power Ltd., Rungta Mines Ltd., Sarda Mines Pvt. Ltd. and Essel Ltd, for resumption of mining will be heard separately by the court.


The compensation on the companies has been levied as per provisions of the Mines and Minerals (Development and Regulation) Act, 1957 (as amended in 2015). Section 21(5) of the Act, empowers the state government to recover the price of the illegally-mined ore from each defaulting lessee.

In addition, the government can also recover any rent, royalty or tax, for the period during which such illegal mining activity was being carried out outside the mining lease area, which the SC has also noted.
The Odisha mining case at the SC
The issue of illegal iron and manganese ore mining in Odisha before the SC particularly involves three districts, Kendujhar, Sundargarh and Mayurbhanj. The first two are also among the top two iron ore mining districts of India.

The apex court noted that while such illegal mining fetched “megabucks” to the violators, on the other hand it has “destroyed the environment and forests and perhaps caused untold misery to the tribals in the area”.The SC had taken up the matter of illegal mining in Odisha in early 2012, following a petition, filed by non-profit Common Cause.

The petitioner had sought judicial intervention to terminate all mining leases that are involved in illegal mining activities in Odisha, highlighting the observations of the report of the Justice M B Shah Commission.  The Shah Commission was set up by the central government in November, 2010, to look into the illegal mining of iron ore and manganese in the country and had pointed to large-scale illegal mining in Odisha.
In 2014, the court had asked its Central Empowered Committee (CEC) to investigate the matter and identify the lessees who are operating the leases in violation of the law. The Odisha government and the Union Ministry of Environment, Forests and Climate Change (MoEF & CC) were asked to cooperate with the investigation.

The CEC report of April 2014 had observed that at that time, out of the 187 mine leases granted in the three concerned districts in Odisha, a total of 102 leases were in violation of various statutory clearances and permits. These included violations of required environmental clearance (EC), forest clearance (FC), consents from state pollution control boards (SPCBs), operating beyond permissible limits etc.
Observing such violations, by its interim order of May 2014, the SC had restrained operation in the 102 mining leases. Restraints were also put on additional 29 leases, whose lease applications were rejected or had lapsed.

Among the remaining 56 operational mines, the SC had put a further suspension order in 26 mines, saying they have not received the required renewals under the mining law. However, these 26 leases were later allowed to operate in 2016, after the amendment to the MMDR Act in 2015. After the amendment, the renewal clause for mine leases was removed and a flat leasing period of 50 years was given (except coal, lignite and atomic minerals).
However, for all suspended leases, the apex court had left it open to apply for modification of the May interim order on obtaining necessary clearances. In due course, the mining companies had filed a number of applications before the apex court, seeking revocation of the suspension order, asserting that they had obtained all necessary approvals and thus were eligible to recommence mining operations.

Odisha Government should spend compensation money to benefit tribals, says SC .The Odisha Government in all likelihood will now recover big bucks from the mining companies. The SC has also clearly noted this saying that “we also expect that as a result of the orders that we are passing today, very large amounts will again be made available to the state of Odisha”. On the basis of irregularities observed, the CEC had earlier estimated a recovery amount over Rs 61,000 crore, from various illegal leases.

The bucks can get bigger.The SC has directed that the compensation amount recovered should to be used for “benefit of tribals in the affected districts”. These districts such as Kendujhar and Sundergarh are also currently receiving huge amounts of money by the way of district mineral foundations (DMFs) for benefitting people in mining affected areas. Just as an estimate, Kendujhar currently has a corpus or nearly Rs. 1,000 crore in DMFs.The money recovered from compensation will go towards a Special Purpose Vehicle (SPV). This SPV was earlier created by the government of Odisha in 2014, pursuant to another order of the apex court.

At that time, the SC had directed “ad hoc CAMPA to transfer to the SPV 50 per cent of the additional amount of the Net Present Value (NPV) for undertaking tribal welfare development works”. Now, combining this with the recovered compensation amount, this SPV will have a huge corpus for tribal development. Being wary of this, the SC in the present order has directed that the Chief Secretary of Odisha may “file an affidavit stating the work done as well as providing the audited accounts”.


Central government directed to revise National Mineral Policy Finally, the SC has directed the Centre to revise the National Mineral Policy by December 2017, as it is outdated to deal with present day challenges. Speaking of the ineffectiveness of it, the bench said that the policy “seems to be only on paper and is not being enforced perhaps due to the involvement of very powerful vested interests or a failure of nerve.” The court directed that the new policy should be “fresh and more effective, meaningful and implementable.” ।


ଏଠାରେ ଆଉ ପୂର୍ବ ପ୍ରସଙ୍ଗର ଅବତରଣ ନ କରି ୨୪ ବର୍ଷର ଭ୍ରଷ୍ଟ ଶାସନ ବ୍ୟବସ୍ଥାର ଅନ୍ତ ପରେ ପ୍ରଥମ ବିଜେପି ସରକାର ଙ୍କ ଠାରୁ ଖଣି ଡକାୟତି ସମ୍ପର୍କରେ ଦୃଢ ପଦକ୍ଷେପ ନେବା ପାଇଁ ଆଶା କରିବା ଥିଲା ସ୍ବଭାବିକ ।  ଜୁନ,୧୨,୨୦୨୪ରେ ସରକାର ଗଠନ ହେବାର ଏହା ଭିତରେ ୪୪୫ ଦିନ ଅତିବାହିତ । ନିର୍ବାଚନ ପୂର୍ବରୁ  ଜାନୁଆରୀ,୨୦୨୪ରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲା ବିରୋଧୀ ଦଳ ଭାବରେ ବିଜେପି।

ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲା ବିଜେପି। ସେତେବେଳେ ଏ ନେଇ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରାଯାଇଥିବା କଥା  ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଜୟନାରାୟଣ ମିଶ୍ର କହିଥିଲେ ଯେ, ରାଜ୍ୟରେ ୧୪ ବର୍ଷ ମଧ୍ୟରେ ୮ ଲକ୍ଷ ୯୭ ହଜାର ୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ରାଜ୍ୟରେ ୧୯୨ଟି ଖଣି ବେଆଇନ ଭାବେ ଚାଲିଥିଲା। ସେଥିରୁ ୧୭୬ଟି ଜଙ୍ଗଲ ଜମି ଓ ୯୬ଟି ଖଣିର ପରିବେଶ ମଞ୍ଜୁରୀ ନାହିଁ। ୭୫ଟି ଲୁହା ପଥର ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ କରାଯାଇଛି।

୯୫ଟି ଖଣି ନଦୀ ଓ ନାଳକୁ ପ୍ରଭାବିତ କରିଛି। ଏହା ଦ୍ୱାରା ଆଦିବାସୀ, ଜୀବଜନ୍ତୁ, ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି। ଖଣି ମାଲିକଙ୍କୁ ଦିଆଯାଇଥିବା ଡିମାଣ୍ଡ ନୋଟିସ୍ ଏଷ୍ଟିମେଟଠାରୁ କମ୍ ରହିଛି। ଏହି କାରଣରୁ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଥିବା ଜୟନାରାୟଣ ମିଶ୍ର କହିଥିଲେ ।
ସେହିପରି ୪୪୫ ଦିନ ପୂର୍ବରୁ , ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେଇଥିବା ସ୍ବୀକାରୋକ୍ତି ଆଲୋଡନ ସୃଷ୍ଟି କରିଥିଲା । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ମୋହନ ବାବୁ ତାଙ୍କ ଜୀବନରେ ବହୁ ବାଧାବିଘ୍ନର ସାମ୍ନା କରିଛନ୍ତି ବୋଲି କହିଥିଲେ । ଏପରିକି ତାଙ୍କ ଉପରକୁ ବୋମାମାଡ଼ ହୋଇଥିବାବେଳେ ସେ ନିଜ ଜୀବନ ରକ୍ଷା କରିପାରିଛନ୍ତି। ୨୦୨୧ ଅକ୍ଟୋବର ୧୦ରେ ବାଂଶପାଳସ୍ଥିତ ଓଏମ୍‌ସି ଖଣି ଦୁର୍ନୀତି ଘଟଣାକୁ ନେଇ ସେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ଉପରକୁ ବୋମାମାଡ଼ କରାଯାଇଥିଲା। ସେ ସବୁବେଳେ ଜିଲାର ଖଣି ଦୁର୍ନୀତିକୁ ନେଇ ସ୍ବର ଉତ୍ତୋଳନ କରିଆସୁଥିଲେ। ସେହିପରି ଡିଏମ୍‌ଏଫ୍‌ ପାଣ୍ଠିର ଅସଦ୍‌ ବ୍ୟବହାର ଏବଂ ଦୁର୍ନୀତିକୁ ନେଇ ବାରମ୍ବାର ଆପତ୍ତି ଉଠାଇ ଆସୁଥିଲେ।

ଖଣି ମହାଦୁର୍ନୀତିକୁ ନେଇ ତାଙ୍କ ଡାକରାରେ ଭାଜପାର ଏକ ଟିମ୍‌ ଯୋଡା, ବଡ଼ବିଲ୍‌ ଖଣି ଅଞ୍ଚଳ ଗସ୍ତ କରି ସରକାରଙ୍କୁ ଘେରିଥିଲେ। ସେହିପରି ବାଂଶପାଳ ବ୍ଲକ ଗନ୍ଧମାର୍ଦ୍ଦନ ଖଣିରେ ଦୁର୍ନୀତିକୁ ନେଇ ସେ ବିରୋଧ କରିବା ସମୟରେ ବିରୋଧୀଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ। କେନ୍ଦୁଝର ଜିଲା ଦେଇ ନୂଆଦିଲ୍ଲୀକୁ ଯାତ୍ରୀବାହୀ ରେଳ ଚଳାଚଳ, ଜିଲାରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦିକୁ ନେଇ ମଧ୍ୟ ସେ ଦାବି କରିଆସୁଥିଲେ।

ସେହିପରି ଟ୍ରକ ମାଲିକଙ୍କ ସମସ୍ୟାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସ୍ବର ଉତ୍ତୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ହେବାପରେ ଜିଲାରେ ବୃହତ୍‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, ଡିଏମ୍‌ଏଫ୍‌ ପାଣ୍ଠି ଦୁର୍ନୀତିର ପର୍ଦ୍ଦାଫାଶ୍‌, ମେଡିକାଲ କଲେଜରେ ଉତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ ହେବା ନେଇ ସେତେବେଳେ ଲୋକଙ୍କ ଆଶା ବଢ଼ିବା ସ୍ବଭାବିକ। ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ମଧ୍ୟ ଲୋକେ ଆଶାବାଦୀ ଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।


ସେହିପରି ୨୦୨୪ ନିର୍ବାଚନ ପୂର୍ବରୁ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟରେ ଖଣି ପରିଚାଳନାରେ   ବଡ ଧରଣର ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ରାଜ୍ୟ ସରକାରଙ୍କ ଜାଣତରେ ଏସବୁ ଦୁର୍ନୀ୍ତି ହେଉଛି ବୋଲି କଟୁ ସମାଲୋଚନା କରିଥିଲେ।  ଉତ୍ପାଦନ ହେଉଥିବା ଭଲ ଲୁଡା, ମାଙ୍ଗାନିଜ ଏବଂ କ୍ରୋମକୁ ନିମ୍ନମାନର ଦର୍ଶାଇ ବ୍ୟାପକ ଟଙ୍କା ହେରଫେର ହେଉଥିବା ଅଭିଯୋଗ କରିଥିଲେ ସାଂସଦ ଅପରାଜିତା ।
ଏକ ସାମ୍ବାଦିକ ସମ୍ମିଳନୀ କରି ସାସଂଦ କହିଥିଲେ, ଓଡିଶାରେ ଖଣି ଖାଦାନ ଭର୍ତ୍ତି ହୋଇଛି  । କିନ୍ତୁ ଏଥିରେ ଏତେ ଦୁର୍ନୀତି ଚାଲିଛି ଯେ, ଏହି ଖଣିରୁ  ଓଡିଶା କିଛି ଲାଭ ପାଇ ପାରୁନି ।

ଏ ନେଇ କେନ୍ଦ୍ର ସରକାର ଏକ ଚିଠି ରାଜ୍ୟ ସରକାରଙ୍କୁ ଲେଖି ରାଜ୍ୟରେ ହେଉଥିବା ମାଙ୍ଗାନିଜ ଖଣି ଦୁର୍ନୀତି ସମ୍ପର୍କରେ କହିଥିଲେ । ପୁନଃ ସାଂସଦ କହିଥିଲେ,  ଉକ୍ତ ଚିଠିରେ ୫ଟି ଖଣିର ନାଁ ଉଲ୍ଲେଖ କରାଯାଇଥିଲେ ହେଁ ସମସ୍ତ ଖଣିରେ ଏପରି ଭ୍ରଷ୍ଟାଚାର ହେଉଛି । ମାଙ୍ଗାନିଜ ଖଣି କ୍ଷେତ୍ରରେ ଆଭରେଜ ପ୍ରାଇସ୍ ସେଲ ଦେଖାଇ ହାଇଗ୍ରେଡକୁ ଲୋ ଗ୍ରେଡ୍ କରି ବିକ୍ରି କରି ଦିଆଯାଉଛି । ଏସବୁ କ୍ଷେତ୍ରରେ ଦୁର୍ନୀତି ରୋକିବାକୁ କେନ୍ଦ୍ର ସରକାର ତିନି ଥର ଚିଠି ଲେଖିବା ପରେ ମଧ୍ୟରେ ରାଜ୍ୟ ସରକାର କୌଣସି ଏସଓପି ଜାରି କରିନାହାଁନ୍ତି ।ସାଂସଦ କହିଥିଲେ, ନଭେମ୍ବର ୨୦୧୦ରେ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟାପକ ଖଣି ଦୁର୍ନୀତିର ତର୍ଜମା କରିବା ପାଇଁ‘ଶାହା କମିଶନ’ ଗଠିତ ହୋଇଥିଲା l

‘ଶାହାକମିଶନ’ଓଡ଼ିଶାରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ବିଷୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ହେଲେ ସରକାର  ଏହି ରିପୋର୍ଟକୁ ସମ୍ପୂର୍ଣ ଅଣଦେଖା କରିଥିଲେ lସାଂସଦ ଅଭିଯୋଗ କରିଥିଲେ,  ରାଜ୍ୟ ସରକାର ଏବଂ ପ୍ରାଇଭେଟ ଲିଜଧାରୀ ଖଣିମାଲିକମାନଙ୍କ ମଧ୍ୟରେ ଥିବା ଅନୈତିକ ବୁଝାମଣା ଦ୍ୱାରା ରାଜ୍ୟରେ ଖଣିଗୁଡିକରେ ବ୍ୟାପକ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ହେବା ସହ ରାଜ୍ୟ ରାଜକୋଷାଗାର ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି l ରାଜ୍ୟ ସରକାର ଘରୋଇ ଖଣି ମାଲିକମାନଙ୍କ ଉପରେ ଚାପ ପ୍ରୟୋଗ କରି ନିର୍ଦ୍ଧିଷ୍ଟ ଖଣି ଉନ୍ନୟନ ଓ ପରିଚାଳନା ନିୟମ (Mine Developer- Cum- Operator ) କିମ୍ବା  ନିର୍ଦ୍ଧିଷ୍ଟ ଖଣି ଠିକାଦାର ଏବଂ ପରିବହନ ବାଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିର କରି ଉତ୍ପାଦ ଦ୍ରବ୍ୟ କମ୍ ମୂଲ୍ୟରେ ପରିବହନ ପାଇଁ ସତନ୍ତ୍ର ଏବଂ ମନମୁଖୀ ନିୟମନିର୍ଦ୍ଧାରଣକରିଛନ୍ତି  ।

ଏପରି କରି ହଜାର ହଜାର କୋଟି ଟଙ୍କା ହରିଲୁଟ କରାଯାଉଛି । ଭାରତୀୟ ଖଣି ପ୍ରାଧିକରଣ ବା Indian Bureau of Mines (IBM) ଅନୁସନ୍ଧାନରୁ ଜାଣିପାରିଛନ୍ତି କି, ଉତ୍ପାଦିତ ଖଣିଜର ଆନୁପାତିକ କ୍ରମରେ ଅଧିକ ମାନର ଖଣିଜ ଧାତୁକୁ ନିମ୍ନମାନର ଦର୍ଶାଇ ଲିଜ୍ ଧାରୀମାନେ ASP କମ୍ ଦେଇଥାନ୍ତି ।  ନିଲାମ ହୋଇଥିବା ଖଣିମାନଙ୍କରୁ ଉତ୍ପାଦିତ ଖଣିଜକୁ ନିମ୍ନମାନର ଦର୍ଶାଇବା ଦ୍ଵାରା ହଜାର ହଜାର କୋଟି ଟଙ୍କାର ରାଜକୋଷର କ୍ଷତି ହେଉଛି ।  ଏହି କାର୍ଯ୍ୟ ରାଜ୍ୟ ସରକାର ତଥା ଲିଜ୍ ଧାରୀ ମାନଙ୍କର ଉଦ୍ଦେଶ୍ୟମୂଳକ ଅନୈତିକ ବୁଝାମଣା ମାଧ୍ୟମରେ ଘଟିଥାଏ ବୋଲି ସେତେବେଳେ ସାସଂଦ ଅପରାଜିତା ଷଡଙ୍ଗୀ କହିଥିଲେ । କ୍ରମଶଃ

ଡିଜିଟାଲ ପ୍ଲାଟଫର୍ମରେ ସିଧାସଳଖ ଏବଂ ସ୍ୱଚ୍ଛ ପାଣ୍ଠି ସ୍ଥାନାନ୍ତର ସୁନିଶ୍ଚିତ କରିବ ଜୀବିକା ନିଧି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ସେପ୍ଟେମ୍ବର ଦିନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡ୍‌ର ଶୁଭାରମ୍ଭ କରିବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ଅନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟରେ ୧୦୫ କୋଟି ଟଙ୍କା ମଧ୍ୟ ସ୍ଥାନାନ୍ତର କରିବେ ।

ଜୀବିକା ନିଧି ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଜୀବିକା ସହିତ ଜଡିତ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସୁଲଭ ସୁଧ ହାରରେ ସହଜରେ ପାଣ୍ଠି ଉପଲବ୍ଧତା ପ୍ରଦାନ କରିବା । ଜୀବିକାର ସମସ୍ତ ପଞ୍ଜିକୃତ କ୍ଲଷ୍ଟର-ସ୍ତରୀୟ ଫେଡେରେସନଗୁଡିକ ସମାଜର ସଦସ୍ୟ ହେେବେ । ଏହି ପ୍ରତିଷ୍ଠାନର ପରିଚାଳନା ପାଇଁ, ବିହାର ସରକାର ଏବଂ କେନ୍ଦ୍ର ସରକାର ଉଭୟ ପାଣ୍ଠି ଯୋଗଦାନ କରିବେ ।

ଗତ କିଛି ବର୍ଷ ଧରି ଜୀବିକାର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀତା ବୃଦ୍ଧି ପାଇଛି, ଯାହା ଫଳରେ ଗ୍ରାମାଞ୍ଚଳରେ ଅନେକ କ୍ଷୁଦ୍ର ଉଦ୍ୟୋଗ ଏବଂ ଉତ୍ପାଦକ କମ୍ପାନୀ ପ୍ରତିଷ୍ଠା ହୋଇଛି । ତଥାପି, ମହିଳା ଉଦ୍ୟୋଗୀମାନେ ପ୍ରାୟତଃ ୧୮%-୨୪% ଉଚ୍ଚ ସୁଧ ହାରରେ ମାଇକ୍ରୋଫାଇନାନ୍ସ ସଂସ୍ଥା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ । ଏମ୍‌ଏଫ୍‌ଆଇ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ କମ ସୁଧ ହାରରେ ଅଧିକ ଋଣ ପରିମାଣର ସମୟୋଚିତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଜୀବିକା ନିଧିକୁ ଏକ ବିକଳ୍ପ ଆର୍ଥିକ ବ୍ୟବସ୍ଥା ଭାବରେ ପରିକଳ୍ପନା କରାଯାଇଛି ।

ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଏକ ଡିଜିଟାଲ ପ୍ଲାଟଫର୍ମରେ କାର୍ଯ୍ୟ କରିବ, ଯାହା ଜୀବିକା ଦିଦିମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ ପାଣ୍ଠି ସ୍ଥାନାନ୍ତର ସୁନିଶ୍ଚିତ କରିବ । ଏହାକୁ ସହଜ କରିବା ପାଇଁ ୧୨,୦୦୦ ସମ୍ପ୍ରଦାୟ କାର୍ଯ୍ୟକର୍ତ୍ତାଙ୍କୁ ଟାବଲେଟ ଯୋଗାଇ ଦିଆଯାଇଛି ।

ଏହି ପଦକ୍ଷେପ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ବିକାଶକୁ ସୁଦୃଢ଼ କରିବ ଏବଂ ସମ୍ପ୍ରଦାୟ-ନେତୃତ୍ୱାଧୀନ ଉଦ୍ୟୋଗଗୁଡିକର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ବିହାର ରାଜ୍ୟରୁ ପ୍ରାୟ ୨୦ ଲକ୍ଷ ମହିଳା ଏହି କାର୍ଯ୍ୟକ୍ରମକୁ ଦେଖିବେ ।

ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏନସିଇଆରଟିର ବଡ ଯୋଗଦାନ ରହିଛି ସୋମବାର ନୂଆଦିଲ୍ଲୀ ଠାରେ ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରିଥିଲେ । ଆଧୁନିକ ଓଡ଼ିଶାର ବିକାଶ ପାଇଁ ଅବଦାନ ଦେଇଥିବା ଏବଂ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ସମ୍ବଳିତ ଏକ ପୁସ୍ତକ ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚନ କରିଥିଲେ ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଗତ ୬୪ ବର୍ଷ ମଧ୍ୟରେ ରାଷ୍ଟ୍ର ଗଠନରେ ଏନସିଇଆରଟିର ଅବଦାନ ଉପରେ ଆଲୋକପାତ କରିଥିଲେ । ଗତ ତିନି ବର୍ଷ ମଧ୍ୟରେ ଏନସିଇଆରଟି ଦ୍ୱାରା ବିକଶିତ ନୂତନ ପାଠ୍ୟକ୍ରମ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଦାନ ସାମଗ୍ରୀ, ବିଶେଷତଃ ଯାଦୁଇ ପିଟାରାର ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ଏନସିଇଆରଟିକୁ ଭାରତୀୟ ଭାଷାରେ ଶିକ୍ଷା, ଗୁଣାତ୍ମକ ଡିଜିଟାଲ୍ ବିଷୟବସ୍ତୁର ବିକାଶ , ବିଜ୍ଞାନ ଏବଂ ଗଣିତରେ ଶିକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏନସିଇଆରଟିକୁ ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦ୍ୱାରା ଦେଶର ଶିକ୍ଷା କ୍ଷେତ୍ର ଅତ୍ୟନ୍ତ ଲାଭବାନ ହେବ ଏବଂ ଶିକ୍ଷାଗତ ଗବେଷଣାରେ ଏନସିଇଆରଟିକୁ ବିଶ୍ୱସ୍ତରୀୟ ଲିଡର ହେବାରେ ସାହାଯ୍ୟ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଆମ ଦେଶର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ହେଉଛି ଏନସିଇଆରଟି । ଏହା କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଏକ ‘ଜ୍ଞାନ-କୁମ୍ଭ’ । ପ୍ରତିଷ୍ଠା ଦିନଠାରୁ ଏହା ଶିକ୍ଷା ମାଧ୍ୟମରେ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛି । ଶ୍ରୀ ପ୍ରଧାନ ଏନସିଇଆରଟିକୁ ନୂଆ ଅବତାର ଭାବରେ ଅବତୀର୍ଣ୍ଣ ହେବା ତଥା ସଂସ୍କାର-ମୁଖୀ, ଟେକ୍ନୋଲୋଜି-ଚାଳିତ ଏବଂ ବିଶ୍ୱର ବେଷ୍ଟ୍ ପ୍ରାକ୍ଟିସ୍ ଉପରେ ଧ୍ୟାନ ଦେଇ ଏକ ପରିବର୍ତ୍ତନକାରୀ ନେତୃତ୍ୱ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସେ ଆହୁରି କହିଛନ୍ତି ଯେ ଆମକୁ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ କରିବାକୁ ପଡିବ । ସମୃଦ୍ଧ ଭାରତର ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ଆମେ ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା । ‘ଅମୃତ ପିଢି’ରେ ଏନସିଇଆରଟିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂ ବିକଶିତ କରିବା ପାଇଁ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପଡିବ । ଜ୍ଞାନକୁ ଦକ୍ଷତାରେ ପରିଣତ କରିବାର ଉପାୟ ମଧ୍ୟ ବାହାର କରିବାକୁ ପଡିବ । ଏନସିଇଆରଟି ଶିକ୍ଷାଗତ ସଂସ୍କାର ଆଣିବା ସହ ଶିକ୍ଷାଦାନ ଏବଂ ଶିକ୍ଷଣରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବ । ସମୃଦ୍ଧ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏନସିଇଆରଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷାଦାନ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ‘ଦୀକ୍ଷା ୨.୦’ ଉପରେ କହିଥିଲେ ଯେ ଏହା ଏକ ଅପଗ୍ରେଡେଡ୍ ଡିଜିଟାଲ ପ୍ଲାଟଫର୍ମ, ଯାହା ପ୍ରତିକ୍ରିୟାଶୀଳ ଏବଂ ବହୁବିଧ ଡିଭାଇସ୍ ସହିତ ସୁସଙ୍ଗତ । ଏହା ଏହା ଷ୍ଟକଚର୍ଡ ଲେସନ ତଥା ସଂରଚିତ ପାଠ, ଅନୁକୂଳିତ ମୂଲ୍ୟାଙ୍କନ, ଏବଂ ଏଆଇ-ଚାଳିତ ଉପକରଣ ଯଥା ରିଡ୍ ଆଲାଉଡ୍ ଏବଂ ୧୨ଟି ଭାରତୀୟ ଭାଷାରେ ଟେକ୍ସଟ ଫାଇଲ୍ ଅନୁବାଦ ପ୍ରଦାନ କରିବ । ଦୀକ୍ଷା ଦ୍ୱାରା ଉପକୃତ ହେଉଥିବା ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା ମଧ୍ୟ କରିଥିଲେ ।
ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଏନସିଇଆରଟି କ୍ୟାମ୍ପସର ନବନିର୍ମିତ ପ୍ରବେଶ ଦ୍ୱାର କମ୍ପ୍ଲେକ୍ସ, ହିନ୍ଦୀ, ସଂସ୍କୃତ, ହୋ-ହିନ୍ଦୀ ଏବଂ କୋୟା ଭଳି ୪ଟି ଭାଷାରେ ପ୍ରାଇମର ପୁସ୍ତକ, ପିଏମଇ ବିଦ୍ୟା ମୋବାଇଲ୍ ଆପ୍ଲିକେସନ୍, ବାଲବାଟିକା ପାଇଁ ପିଏମ ଇବିଦ୍ୟା ଡିଟିଏଚ ଟିଭି ଚ୍ୟାନେଲ୍ ନମ୍ବର ୩୫,ଚାରୋଟି ଡିଏମ ସ୍କୁଲରେ ଭର୍ଚୁଆଲ୍ ରିଆଲିଟି ଲ୍ୟାବ୍, ପ୍ରଶସ୍ତ ୨.୦, କିତାବ୍ ଏକ ପଢେ ଆଦି ଅନେକ ଉପକ୍ରମ ଶୁଭାରମ୍ଭ କରିଥିଲେ ।

ପ୍ରତିଷ୍ଠା ଦିବସରେ ଶିକ୍ଷା ମନ୍ତ୍ରଣାଳୟର ସଚିବ ସଞ୍ଜୟ କୁମାର, ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଶ୍ରୀ ଚାମୁ କୃଷ୍ଣ ଶାସ୍ତ୍ରୀ,ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ୍. ଜଗଦେଶ କୁମାର, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏସ. ସୋମନାଥ ଏବଂ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର, ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନସିଇଆରଟିର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ ।

ଜାପାନର ବିଭିନ୍ନ ପ୍ରାନ୍ତର ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

ଜାପାନର ବିଭିନ୍ନ ପ୍ରାନ୍ତର ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଜାପାନର ବିଭିନ୍ନ ପ୍ରାନ୍ତର ଗଭର୍ଣ୍ଣରଙ୍କ ସହ ଭାବ ବିନିମୟ କରୁଛନ୍ତି । ଆଲୋଚନାରେ ୧୬ ଜଣ ଗଭର୍ଣ୍ଣର ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଭାରତ -ଜାପାନ ସମସାମୟିକ ସମ୍ବନ୍ଧ, ଦୁଇ ଦେଶ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କରୁ ମିଳୁଥିବା ଜୀବନ ଶକ୍ତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀତାକୁ ଗୁରୁତ୍ୱ ଦେଇ ସେ କହିଥିଲେ, ସମୟ ଆସିବରାଜ୍ୟ-ପ୍ରାନ୍ତ ସମ୍ପର୍କକୁ ଗୁରୁତ୍ୱ ମିଳିବ ଏବଂ ଟୋକିଓ-ଦିଲ୍ଲୀ କୈନ୍ଦ୍ରିକ ସମ୍ପର୍କରୁ ଏହା ଆହୁରି ଆଗକୁ ଯାଇପାରିବ । ଏହି ପରିପ୍ରେକ୍ଷୀରେ ସେ ପଞ୍ଚଦଶ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାନ୍ତ ସହଯୋଗିତାକୁ ଗୁରୁତ୍ୱ ଦେଇଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି, ପର୍ଯ୍ୟଟନ, ଦକ୍ଷତା, ସୁରକ୍ଷା ଏବଂ ସାଂସ୍କୃତିକ ସମ୍ବନ୍ଧକୁ ବଢ଼ାଇବାରେ ସହାୟକ ହୋଇପାରିବ । ସେ ଗଭର୍ଣ୍ଣର ମାନଙ୍କୁ ଓ ଭାରତର ରାଜ୍ୟ ସରକାରମାନଙ୍କୁ ନିର୍ମାଣ କ୍ଷେତ୍ର, ଟେକ୍ନୋଲୋଜି, ନବାଚାର, ଗତିଶୀଳତା, ପରବର୍ତ୍ତୀ ପିଢ଼ି ମୌଳିକ ଭିତ୍ତିଭୂମି, ଷ୍ଟାର୍ଟଅପ ଏବଂ ଏସଏମଇ କ୍ଷେତ୍ରରେ ନୂତନ ସମ୍ଭାବନାର ଲାଭ ଉଠାଇବା ସହ ସହଭାଗିତା କରିବାକୁ ଆହ୍ୱାନ ଦେଇଥିଲେ ।

Continue reading

Wheather

Live Weather Report

Live Weather Report

Loading...

September 2025
M T W T F S S
1234567
891011121314
15161718192021
22232425262728
2930