ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ଉପରେ ନିଜର ଦୃଷ୍ଟିକୋଣ ବିଷୟରେ କହିଥିଲେ।
Continue reading→ଭାରତର GDP 7.8% ହାରରେ ବୃଦ୍ଧି
2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତର ପ୍ରକୃତ GDP 7.8% ହାରରେ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷର 6.5% ତୁଳନାରେ ଅଧିକ। ଏହା ସେବା, ଉତ୍ପାଦନ (7.7%), ଓ ନିର୍ମାଣ (7.6%) କ୍ଷେତ୍ରର ଦୃଢ଼ ପ୍ରଦର୍ଶନ ଦ୍ୱାରା ସମର୍ଥିତ, ଯାହା ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ସୁଦୃଢ଼ କରିଛି।
Continue reading→ଅନାଲୋଚିତ ପ୍ରତିଭା
ସେ ଥିଲେ ଜୀବନଯୁଦ୍ଧର ଜଣେ ଅସାଧାରଣ ନାୟକ
ଆଜି ମହାନ୍ ନାଟ୍ୟକାର ନିରଞ୍ଜନ ଶତପଥୀ ( ୧୯୨୭-୬-୧-୨୦୧୫) ଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୨୦୧୫, ଜାନୁଆରୀ ୬ ତାରିଖରେ ତାଙ୍କର ତିରୋଧାନ ପରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇ ଅନ୍ୟତମ ପ୍ରତିଭାଧର ଓଡ଼ିଆ , ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ପରମ ସମ୍ମାନନୀୟ ମନ୍ମଥ ଶତପଥୀଙ୍କ ଆବେଗ ଥିଲା ପ୍ରଣିଧାନଯୋଗ୍ୟ । ଯେଉଁ କଳାକାରମାନେ ଗଭୀର ରାତ୍ରିରେ ରଙ୍ଗମଞ୍ଚର ଐନ୍ଦ୍ରଜାଲିକ ପରିବେଶରେ ଦର୍ଶକ ମନରେ ଗନ୍ଧର୍ବଲୋକ ସୃଷ୍ଟି କରିଥାଆନ୍ତି, ସେମାନଙ୍କ ବ୍ୟକ୍ତିଗତ ଜୀବନ କେତେ କ୍ଲେଶକର, ତାହା ବିଂଶ ଶତାବ୍ଦୀର ଓଡ଼ିଶା-ରଙ୍ଗମଞ୍ଚଗୁଡ଼ିକର ପ୍ରଚଣ୍ଡ ପ୍ରଭାବଶାଳୀ ଅଭିନେତା ସ୍ୱର୍ଗତ ନିରଞ୍ଜନ ଶତପଥୀଙ୍କ ଜୀବନ ଅନୁଧ୍ୟାନ କଲେ ଅନୁଭବ କରିହୁଏ ।
Continue reading→ଦକ୍ଷିଣା ପବନ
ଦକ୍ଷିଣା ପବନ ସବୁରି ହିତ
ଉତ୍ତରା ପବନ ଆଣଇ ଶୀତ
ପୁବେଇ ପବନ ଧାନକୁ ଭଲ
ପଶ୍ଚିମା ପବନ ଜରର ମୂଳ
ପାଣି,ପବନକୁ ନେଇ ଯେ ବେପାର ବଣିଜ କରିହେବ , କରିହେବ କ’ଣ , ସର୍ବାଧିକ ପରିମାଣରେ ଆୟ କରିହେବ , ଏକଥା ଯେତେବେଳେ ପଶ୍ଚିମାପଣ୍ଡିତମାନେ ଜାଣି ନଥିଲେ , ସେତେବେଳେ ଛ ଶହ ବର୍ଷ ତଳେ ମହାନ୍ ଓଡିଆ ସନ୍ଥମାନେ ଭବିଷ୍ୟତ ମାଳିକା ବା କଥନ, ବଚନରେ କହିଯାଇଛନ୍ତି । ଏବେ ତ ପବନବିକାମାନେ ବିଶ୍ବର ଶ୍ରେଷ୍ଠ ଧନୀ ମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଏହି ପ୍ରଚୁର ପରିମାଣର ଅର୍ଥ ଯେଭଳି ବରବାଦ୍ କରୁଛନ୍ତି , ତାହା ଜାଣିବା ପରେ ଦେହରେ ନିଆଁ ଲାଗିଯାଉଛି । ଗତ ବର୍ଷ ତ ଜଣେ ପବନବିକା କଳାପୁଞ୍ଜି ଐରାବତ ବିଦେଶରେ ନିଜର ସାନପୁଅର ବିଳାସ ବ୍ୟସନ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ସମ୍ପତ୍ତି କିଣିଲା । ଗୋଟିଏ ଗୋଟିଏ ଘର ୨୮ ମହଲା,୩୦ ମହଲା , ଯାହା ମଧ୍ୟରେ ସଂସାରର ସକଳ ଇନ୍ଦ୍ରୀୟ ଭୋଗୀ ଉପାଦାନ ଉପଲବ୍ଧ ଠାରୁ ବ୍ୟୋମଯାନ ଅବତରଣ ସ୍ଥଳ , ରହଣୀ ସ୍ଥଳ, କୋଟି କୋଟି ଟଙ୍କାର ଶହଶହ ସୌଖିନ ଚତୁର୍ଚକୀ ଯାନ, ସୁନା ପାଇଖାନା ଆଦିର ଚିତ୍ର ଆଖି ଝଲସେଇ ଦେଉଥିବା ବେଳେ ଏପଟେ ବନ୍ୟା ପ୍ରପିଡିତ ଗଡବଳଭଦ୍ରପୁରର ମୁକୁନ୍ଦ ବିଶ୍ବାଳଙ୍କ ଝୁମ୍ପୁଡିର ସ୍ଥିର ଚିତ୍ର ସ୍ଵାଧୀନୋତ୍ତର ଭାରତରେ ଅମୃତ ମହୋତ୍ସବ ପାଳନ ଅବସରରେ ସମତା ପ୍ରତିଷ୍ଠାର ବାସ୍ତବଧର୍ମୀ ଚିତ୍ର ପ୍ରଦର୍ଶିତ କରୁଛି । ଆଜି ଯେତେବେଳେ ପଶ୍ଚିମା ପଣ୍ଡିତ ବା ବୈଜ୍ଞାନିକ ମାନେ ବାୟୁ ଓ ପବନର ବର୍ଗୀକରଣ କରିଛନ୍ତି , ସେତେବେଳେ ହଜାର ବର୍ଷ ତଳେ ଗାଉଁଲି ଓଡ଼ିଆମାନେ ଢଗଢମାଳି ରେ ପବନର ବର୍ଗୀକରଣ କରିଯାଇଛନ୍ତି । ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ଏଠାରେ ଗୋଟିଏ ଉଦାହରଣ, ଯାହା କେଉଁ ପବନ କାହାକୁ ହିତକର, ତାହା ଉଲ୍ଲେଖ କରୁଛୁ ।
Continue reading→୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ
୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା।
Continue reading→ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ପ୍ରାୟ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର
କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କକୁ ପ୍ରାୟ ୪୦% ବୃଦ୍ଧି କରିଛନ୍ତି, ଯାହା ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ।
ସେ କହିଛନ୍ତି ଯେ ଖାଦ୍ୟଶସ୍ୟ କ୍ରୟ ଏବଂ ବଣ୍ଟନରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
Continue reading→ଭୁବନେଶ୍ୱରରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଏସସି/ଏସଟି କଲ୍ୟାଣ ସମିତିଗୁଡ଼ିକର ଜାତୀୟ ସମ୍ମିଳନୀ ଉଦଘାଟିତ
ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଆଜି ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସମିତି ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଦେଶବ୍ୟାପୀ ୧୨୦ରୁ ଅଧିକ ପ୍ରତିନିଧି ଏହି ଦୁଇ ଦିନିଆ ସମ୍ମିଳନୀରେ (୨୯-୩୦ ଅଗଷ୍ଟ) ଅଂଶଗ୍ରହଣ କରୁଛନ୍ତି । ଏହି ମଞ୍ଚରେ ସର୍ବୋତ୍ତମ ଅଭ୍ୟାସ ଓ ଅଭିଜ୍ଞତା ବାଣ୍ଟିବା ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଅଧିକ ପ୍ରଭାବଶାଳୀ ନୀତି ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଲାଗି ରଣନୀତି ପ୍ରସ୍ତୁତ କରିବା ନେଇ ବିଚାରବିମର୍ଶ କରାଯାଉଛି।
Continue reading→ଦଳିତଙ୍କ ସେବା କରିବା ହେଉଛି ପ୍ରକୃତ ପୂଜା’’ – କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଆଜି କର୍ଣ୍ଣାଟକ ମୈସୁରୁସ୍ଥିତ ଶ୍ରୀ ସୁତ୍ତୁର ମଠରେ ଯୋଗ ଦେଇ ଜଗଦଗୁରୁ ଡ. ଶ୍ରୀ ଶିବରାତ୍ରୀ ରାଜେନ୍ଦ୍ର ମହାସ୍ୱାମୀଜୀଙ୍କ ୧୧୦ତମ ଜନ୍ମବାର୍ଷିକୀ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସନ୍ଥ ଏବଂ ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
Continue reading→ଏ ଦାୟିତ୍ବ କାହାର
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହ ଆଜିର ଏହି
କ୍ଷେତ୍ର ସମୂହର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଂଟି ଭାବପ୍ରବଣ ଓଡ଼ିଆର
ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର
ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା
ସହିତ ଶହଶହ ପ୍ରକାରର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ
ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିବ୍ୟ କରି ଏସବୁ ଲୋକନୃତ୍ୟର
ସୃଷ୍ଟି ହୋଇଥିଲା ।
ରାଜ୍ୟରେ ଆରମ୍ଭ ହୋଇଛି ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଆଜି ଏବଂ କାଲି ଦୁଇ ଦିନ ଧରି ଚାଲିବ ଜାତୀୟ ସମ୍ମିଳନୀ।
SC/ST ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ବୋଧନ ରଖିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ । ଓଡ଼ିଶା ଜନସଂଖ୍ୟାର ୪୦% ହେଉଛନ୍ତି ଆଦିବାସୀ ଓ ଦଳିତ ଏବଂ ୨୩% ଆଦିବାସୀ ଓ ୧୭ ପ୍ରତିଶତ ହେଉଛନ୍ତି ଦଳିତ । ନିକଟରେ ନିଟ୍ ପାସ କରିଥିବା ଦିଦାୟୀ ଆଦିବାସୀ ଝିଅଙ୍କୁ ଭେଟିବା କଥା କହିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବର୍ତ୍ତମାନ ଭଲ ଅଛି, ଭବିଷ୍ୟତ ଆହୁରି ଭଲ ରହିବ । ପଲ୍ଲୀଠୁ ନେଇ ଦିଲ୍ଲୀ ଯାଏଁ ସାମ୍ବିଧାନିକ ବ୍ୟବସ୍ଥା ଚାଲିଛି । ହଜାର ହଜାର ବର୍ଷ ଧରି ଆମେ ଉତ୍ପୀଡ଼ନ ସହିଥିଲୁ୍ ଏବଂ ଅସ୍ପୃଶ୍ୟତାର ଶିକାର ହୋଇଥିଲୁ, କିନ୍ତୁ ସମ୍ବିଧାନ ଆମକୁ ଅଧିକାର ଦେଲା । ଆମେ ସଶକ୍ତୀକରଣ ନହେଲେ ଯେତେ ଯୋଜନା କଲେ ବି ସୁଫଳ ମିଳିବନି । ଆମର ଉତ୍ଥାନ ନ ହେବା ପର୍ଯ୍ୟନ୍ତ ରାଜ୍ୟର ବିକାଶ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।