ବିହାର ନିର୍ବାଚନ : ପୁଣି କ୍ଷମତା ହାତେଇବ ଏନଡିଏ

ବିହାର ନିର୍ବାଚନ : ପୁଣି କ୍ଷମତା ହାତେଇବ ଏନଡିଏ

ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଟାଇମ୍ସ ନାଓ-ଜେଭିସି ଜନମତ ସର୍ଭେ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୧୩୬ ଆସନ ଜିତିପାରେ। ଏହା ସହିତ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଏବଂ ବାମ ଦଳମାନଙ୍କ ମେଣ୍ଟ ରାଜ୍ୟରେ ୭୫ ଆସନରେ ସୀମିତ ରହିପାରେ ବୋଲି ଜଣାଯାଇଛି। ବିହାରରେ ସରକାର ଗଠନ ପାଇଁ ୧୨୨ଟି ଆସନରେ ଜିତିବା ଜରୁରୀ। ଏଭଳି ସ୍ଥିତିରେ ଏନଡିଏ ୧୩୬ଟି ଆସନ ହାତେଇଲେ ପୁଣି ଥରେ ରାଜ୍ୟର ଦାୟିତ୍ବ ନେବ।
ନଭେମ୍ବର ପ୍ରଥମ ସପ୍ତାହରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ସମୟରେ, ବିହାର ନିର୍ବାଚନ ଫଳାଫଳ ସମ୍ପର୍କରେ ବିଭିନ୍ନ ଏଜେନ୍ସିର ମତାମତ ଏବଂ ସର୍ଭେ ମଧ୍ୟ ଆସିବା ଆରମ୍ଭ ହୋଇଛି। ଟାଇମ୍ସ ନାଓ-ଜେଭିସି ମତାମତ ସର୍ଭେ ଅନୁଯାୟୀ, ବିହାରରେ ପୁଣି ଥରେ ଏନଡିଏ ମେଣ୍ଟ ସରକାର ଗଠନ କରିବ।
ଭାରତୀୟ ଜନତା ପାର୍ଟି(ବିଜେପି), ଜନତା ଦଳ (ୟୁନାଇଟେଡ୍) ଏବଂ ଅନ୍ୟାନ୍ୟ ଦଳଗୁଡ଼ିକୁ ନେଇ ତିଆରି ହୋଇଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଆଉ ଏକ କାର୍ଯ୍ୟକାଳ ପାଇଁ କ୍ଷମତାକୁ ଆସିପାରେ ବୋଲି ସର୍ଭେରୁ ସ୍ପଷ୍ଟ ହୋଇଛି। ଜନମତ ସର୍ଭେ ଅନୁଯାୟୀ, ପୂର୍ବ ନିର୍ବାଚନ ଅପେକ୍ଷା ଏନଡିଏକୁ ଏଥର ବଡ଼ ବିଜୟ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି

Posted in ରାଜନୀତି.

Leave a Reply

Your email address will not be published. Required fields are marked *