ବୋଉ ଏକ ଆସ୍ଥା,ଏକ ଆସ୍ଥାନ

ବୋଉ ଏକ ଆସ୍ଥା,ଏକ ଆସ୍ଥାନ


—————-+
“मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्,
प्रत्यश्रावि पुराहि तेऽन्त्य समये प्राप्तुं समीपं तव ।
ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्,
यत्प्रीत्यै च समागतोऽहमधुना तस्यै जनन्यै नमः “
“नास्ति मातृसमा छाया, नास्ति मातृसमा गतिः।
नास्ति मातृसमं त्राण, नास्ति मातृसमा प्रिय ।
ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା’ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ , ଯାହାର ପ୍ରମାଣ ଆମର ଶାସ୍ତ୍ରରେ ଅନେକ ଉଦାହରଣ ସହିତ ରହିଛି । ସେଥିପାଇଁ ଭୃଣ ଅବସ୍ଥାରେ ଜନନୀଙ୍କ ନିମନ୍ତେ ବହୁବିଧ ଶିକ୍ଷଣୀୟ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ, ଯାହା ମଧ୍ୟ ଥିଲା ଯୋଜନାବଦ୍ଧ । କାରଣ ଅର୍ଜୁନଙ୍କ ଅନୁପସ୍ଥିତିରେ ଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୁହ  ଚକ୍ରାନ୍ତ ହିଁ ସଫଳତା ହାସଲ କରିହେବ , ଏହାହିଁ ଥିଲା ଦୃଢ଼ ବିଶ୍ୱାସ। ଏହି ଚକ୍ରାନ୍ତ ରେ ସ୍ବୟଂ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବଙ୍କ ବରଦାନ ଥିଲା ଅଂଶବିଶେଷ । ଏହାର କାରଣ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କେହି ଚକ୍ରବ୍ୟୁହ ଭେଦ କରିପାରିବେ ନାହିଁ , ଏହା ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ମହାଦେବଙ୍କ ବରଦାନରେ ଅର୍ଜୁନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପରାସ୍ତ କରିପାରିବାର ବରଦାନ ପାଇଥିଲା ଦୁର୍ଯୋଧନଙ୍କ ଭିଣୋଇ ଜୟଦ୍ରଥ । ସେ ହିଁ ସମସ୍ତ ଙ୍କୁ ଚକ୍ରବ୍ୟୁହ ରେ ପ୍ରବେଶକୁ ରୋକିଦେଇଥିଲେ । ମାତ୍ର ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ପିତାଙ୍କ ଠାରୁ ମାଆଙ୍କ ମାଧ୍ୟମରେ ଚକ୍ରବ୍ୟୁହ ପ୍ରବେଶର ଶିକ୍ଷା ଲାଭ କରିଥିବାରୁ ପ୍ରବେଶରେ ସମର୍ଥ ହୋଇଥିଲେ ସତ୍ୟ ମାତ୍ର ଫେରିବା ସୂତ୍ର ଅର୍ଜୁନ ସୁଭଦ୍ରାଙ୍କୁ କହିବା ସମୟରେ ଶୋଇ ଯାଇଥିବାରୁ ଅଭିମନ୍ୟୁ ଶିକ୍ଷା ପାଇ ପାରି ନଥିଲେ ।‌ ଏଭଳି ଅନେକ ଉଦାହରଣରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର ।ରାମାୟଣରେ ମହର୍ଷି ବାଲ୍ମୀକି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତୁଣ୍ଡରେ ଲକ୍ଷ୍ମଣଙ୍କୁ କୁହାଇଛନ୍ତି ” ଅପି ସ୍ଵର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ” । Laxman, even this golden Lanka does not appeal to me, Mother and Motherland is greater than heaven. । ଯାହା ପରବର୍ତ୍ତୀ ସମୟରେ ମହର୍ଷି ଭରଦ୍ୱାଜ  କହିଯାଇଛନ୍ତି ” ମିତ୍ରାଣି ଧନ ଧନ୍ୟାନି ପ୍ରଜାନାଂ ସମ୍ମତାନିବ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ” ।
ଅର୍ଥାତ୍ ବନ୍ଧୁ ବର୍ଗ,ଧନ ସମ୍ପତ୍ତି, କ୍ଷମତା ପ୍ରତିପତ୍ତି ପ୍ରିୟ ହୋଇପାରେ ମାତ୍ର ଜନନୀ ଓ ଜନ୍ମଭୂମି ସର୍ବାନ୍ତକରଣରେ ସର୍ବୋଚ୍ଚ ପୂଜ୍ୟ ।ଅତଏବ ମା’ ଓ ମାତୃଭୂମି ପ୍ରତ୍ୟେକ ମଣିଷର ପ୍ରତି ମୁହୂର୍ତ୍ତର ବନ୍ଦନୀୟା,ପୂଜ୍ୟନୀୟା,ସ୍ମରଣୀୟା । କୋୖଣସି ନିର୍ଦ୍ଦିଷ୍ଟ ସମୟର ଅବା ମୁହୂର୍ତ୍ତର ଗଣ୍ଡି ମଧ୍ୟରେ ସୀମିତ ରଖି ପୂଜା କରାଯାଏ ନାହିଁ । ଠିକ୍ ଗୋଟିଏ ମାସ ବିତିଗଲା ବୋଉର ଅବର୍ତ୍ତମାନରେ  , କିଭଳି ମାନସିକ ଯନ୍ତ୍ରଣାର ଆମେ ଜର୍ଜରିତ, ତାହା କେବଳ ଜଣେ ଅନୁଭବୀ ହିଁ ଉପଲବ୍ଧି କରିପାରିବେ, ଯାହା ପ୍ରକାଶ କରିବା ପାଇଁ ଶବ୍ଦ ଅକୁଳାଣ । ଶାସ୍ତ୍ର ରେ ଉଲ୍ଲେଖ ରହିଛି-;”आस्तां तावदियं प्रसूतिसमये दुर्वारशूलव्यथा,नैरुच्यं तनुशोषणं मलमयी शय्या च सांवत्सरी ।एकस्यापि न गर्भ-भार-भरण-क्लेशस्य यस्याः क्षमो ,दातुं निष्कृतिमुन्नतोऽपि तनयः तस्यैः जनन्यै नमः ।।”
ଏହାର ଇଂରାଜୀ ଅନୁବାଦ ହେଲା-;
“The acute irrepressible pain endured by the mother at the time of delivery, the distaste towards food and the resulting emaciation of the body during pregnancy, the year-long period after delivery, during which the bed was dirtied by the baby – let all these be. But the suffering that the mother endures in carrying the weight of the foetus throughout pregnancy, can never be compensated the least by a son, even if he is great and famous. Salutations to that mother.” ।”नास्ति मातृसमा छाया नास्ति मातृसमा गतिः। नास्ति मातृसमं त्राणं नास्ति मातृसमा प्रपा।।”
ମାଆ ହିଁ ତ ସାମାଜିକ ରୌଦ୍ରତାପରେ ସୁଶିତଳ ଛାୟା, ବିକଳ୍ପ ବିହୀନ ସହାୟତା, ସୁରକ୍ଷା ପ୍ରଦାୟିନୀ ।ଅଗ୍ରପୂଜ୍ୟ ଗଣେଶ ଓ କାର୍ତ୍ତିକେୟ ଙ୍କ ମଧ୍ୟରେ ପ୍ରତିଯୋଗିତା ର କାହାଣୀ ମଧ୍ୟ ସର୍ବକାଳୀନ ଆଦର୍ଶ ଦର୍ଶନ ।”मातरं पितरं चैव यस्तु कुर्यात् प्रदक्षिणम्” ।प्रदक्षिणीकृता तेन सप्तद्वीपा वसुन्धरा।।”
ଅର୍ଥାତ୍ ମାଆ ବାପା ଙ୍କ ଚର୍ତୁପାଶ୍ୱ ପରିଭ୍ରମଣ ହିଁ ବିଶ୍ବ ପରିଭ୍ରମଣ ।ଆମେ ଅନେକ ସମୟରେ ଆମ ଭାଷାର ସାମାଜିକ ବିଜ୍ଞାନ ସମ୍ମତ ମହନୀୟତା ପ୍ରତିପାଦିତ କରିବା ସମୟରେ କହିଥାଉ ଯେ ବାପା ମାଆ ହିଁ ଭଗବାନ । ବାପା + ମାଆ =ଭଗବାନ ।ବା – ବାୟୁ + ପା- ପାଣି +ମା- ମାଟି+ଆ- ଆକାଶ =ଭ- ଭୂ ଧାତୁରେ ପୃଥିବୀ + ଗ- ଗଗନ- ଆକାଶ+ ବା- ବାୟୂ + ନ- ନୀର – ଜଳ- ପାଣି  । ବନ୍ଧୁବର୍ଗ  ! ବୋଉର ଅବର୍ତ୍ତମାନର ଗୋଟିଏ ମାସର ପ୍ରତି ମୁହୂର୍ତ୍ତ   ଅନୁତାପର ଜ୍ୱାଳାରେ ଜର୍ଜରିତ । ଅନେକ ଥର ବୋଉ ଚାହିଁଛି,ତା ସହିତ ଗପସପ କରିବାକୁ , ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳ ବୁଲି ଯିବାକୁ , ଅଥଚ ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ଚାହୁଁଥିବା ଅନେକ ସ୍ଥାନ କୁ ନେଇ ପାରି ନାହୁଁ ।‌  ଜୀବନରେ ଭୁଲରେ ଥରେ ହେଲେ ବୋଉ ଗାଳି ଦେଇ ନାହିଁ କି କୌଣସି କଥାରେ ଆକଟ କରିନାହିଁ । ଅଭାବ ସମୟରେ ପଦାର୍ଥର ପ୍ରକୃତ ପରିଚୟ ମିଳେ ” ନ୍ୟାୟରେ ବୋଉର ଅବର୍ତ୍ତମାନରେ ଆମ ଜୀବନ ଯାତ୍ରାରେ ବୋଉର  ଅସୀମ ଆଶୀର୍ବାଦ ଏବଂ ମହନୀୟ ଅବଦାନ ଅବର୍ଣ୍ଣନୀୟ । ବାସ୍ତବରେ ବିଶ୍ବର ୬୭୦୧ ଭାଷା ମଧ୍ୟରେ ଜନ୍ମଦାତ୍ରୀଙ୍କୁ ବୋଉ ଡାକିବା କେବଳ ଆମ ଓଡିଆ ଭାଷାରେ ହୃଦୟୋତଫୁଲିତ ସମ୍ବୋଧନ, ଏହା ଏକ ଶବ୍ଦ ନୁହେଁ, ସାମାଜିକ ସମ୍ପର୍କର ସର୍ବନାମ । ବୋଉ ଏକ ଆସ୍ଥା,ଏକ ଆସ୍ଥାନ , ଜୀବନର ଜପା ମନ୍ତ୍ର ,ବୋଉ ଏକ ଶବ୍ଦ, ଯେଉଁଥିରେ ରହିଛି ଅସୀମ ମାଦକତା । ବୋଉ ଶବ୍ଦ ର କୌଣସି ତୁଳନା ନାହିଁ କି ବିକଳ୍ପ ନାହିଁ କି ସଠିକ୍ ସଂଜ୍ଞା ମଧ୍ୟ ହୋଇନାହିଁ ନିରୂପିତ । ମମତାର ଅସରନ୍ତି ଭଣ୍ଡାର ବୋଉ। ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ ।” ବୋଉ ଡାକ ସୁମଧୁର ଅମୃତ ସମାନ , ଯାହା ଉଚ୍ଚାରିଲେ ତୃପ୍ତ ହୁଏ ଆମରି ପରାଣ” । ମମତାର ଅସୀମ ଭଣ୍ଡାର , ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ । କେବଳ ମଣିଷ ନୁହେଁ,ଇତର ପ୍ରାଣୀମାନଙ୍କ କ୍ଷେତ୍ରରେ ବି ଏହା ପ୍ରତିଫଳିତ । ଯେତେବେଳେ ସନ୍ତାନ ବୋଉର ପଣତକୁ ଆଶ୍ରାକରେ, ଶତସିଂହ ବଳରେ ବଳୀୟାନ୍‌ ହୋଇ ବୋଉ ତାକୁ ସୁରକ୍ଷାଦିଏ। ଆଉ ସନ୍ତାନକୁ ଯଦି ସାହାରା ଦେବାର ଅବସର ଆସେ, ତେବେ ବୋଉ ଭିତରେ ଭରିଯାଏ ଅଫୁରନ୍ତ ସାମର୍ଥ୍ୟ। ଅତଏବ ବୋଉକୁ
ଶବ୍ଦରେ ବାଖ୍ୟା କରିବା ଅସମ୍ଭବ । ଯେଉଁ ସଂଜ୍ଞା ନିରୂପିତ ହୋଇ ପାରି ନଥିବା ଶବ୍ଦରେ ରହିଛି ସଂସାରର ସବୁ ସୁଖ ଆଉ ଶାନ୍ତି । ସଂସାରର ଯେତେ ବୋଉଠୁ ଆରମ୍ଭ, ବୋଉରେ ଶେଷ ।
ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ବୋଉ ଆଗରେ ସବୁ ତୁଚ୍ଛ ହେଇଯାଏ। ବୋଉର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ବୋଉ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ । କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ , କିନ୍ତୁ ଜନନୀର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ଜନ୍ମ ପ୍ରଦାୟିନୀକୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ ।ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ବୋଉର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପରଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ବୋଉ।

Posted in ସମ୍ପାଦକୀୟ.

Leave a Reply

Your email address will not be published. Required fields are marked *