ପଂଚଭୂତରେ  ବିଲିନ ବିପ୍ଲବର ପାର୍ଥିବ ଶରୀର

September 16, 2025 · By R P 1 min read
ପଂଚଭୂତରେ  ବିଲିନ  ବିପ୍ଲବର ପାର୍ଥିବ ଶରୀର

ଉତ୍କଳ ରାଜ୍ୟ ପରିଷଦ ବରିଷ୍ଠ ବାମପନ୍ଥି ନେତା ସାଥୀ ଦାମୋଦର ବେହେରାଙ୍କ ଏକମାତ୍ର ପୁତ୍ର ବିପ୍ଲବର  ଗତ ୧୪/୦୯/ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦର୍ଘଟଣାରେ ଦୁଃଖଦ ମୃତ୍ୟୁ ଘଟିଛି । ବିପ୍ଲବର ମୃତ୍ୟୁରେ ନିଜ ଜନ୍ମ ଭୂମି ଓ କର୍ମ ଭୂମି ରେ ଗଭୀର ଶୋକର ଛାୟା ଖେଳିଯାଇଛି । ଗତ କାଲି ଭୁବନଶ୍ୱର ରାଜଧାନୀ ଡାକ୍ତର ଖାନାରେ ସବ ବ୍ୟବଛେଦ ପରେ ରାଜ୍ୟ CPI ମୁଖ୍ୟ ଦପ୍ତର ରେ ସର୍ବ ସାଧାରଣ ଙ୍କ ଦର୍ଶନ ପାଇଁ ସ୍ଵର୍ଗତ ସାଥୀ ବିପ୍ଲବ ଙ୍କ ମରଶରୀର କୁ ଭଗବତୀ ଭବନକୁ ନିଆଯାଇଥିଲା । ବିଳମ୍ବିତ ରାତ୍ରୀରେ ଜନ୍ମ ସ୍ଥାନ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଏକ ସୁସଜ୍ଜିତ ଶବ ବାହାକ ଗାଡ଼ିରେ ନିଆଯାଇ ଆଜି ୧୬ ତାରିଖ ଭୋର ସମୟରେ ସ୍ଥାନୀୟ ବୁଢ଼ିପଦର ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ କ୍ଲବ ସମ୍ମୁଖରେ ଗ୍ରାମବାସୀଙ୍କ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା । ସକାଳ ୭ ଘଟିକା ସମୟରେ ହଜାର ହଜାର ଶୁଭେଚ୍ଛା ସମର୍ଥକ ଙ୍କ ଶବ ଶୋଭା ଯାତ୍ରାରେ ଭତ୍ର ଜୋର ନିକଟସ୍ଥ ଗ୍ରାମ ସ୍ମଶାନ ରେ ବିପ୍ଲବ ଙ୍କ ପାର୍ଥିବ ଶରୀର ପଞ୍ଚଭୂତ ରେ ବିଲୀନ ହେଇଯାଇଥିଲା ।

ଏହି ଶବ ଶୋଭା ଯାତ୍ରାରେ ରାଜ୍ୟ CPI ର ରାଜ୍ୟ ସମ୍ପାଦକ ସାଥୀ ପ୍ରଶାନ୍ତ କୁମାର ମିଶ୍ର , ରାଜ୍ୟ CPI ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ଜୟନ୍ତ  ଦାସ , କଳାହାଣ୍ଡି ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଦାଜ୍ , କଳାହାଣ୍ଡି ଜିଲ୍ଲା ବଣିକ ସଂଘ ସଭାପତି ବିଜୟ ସାହୁ , ଜିଲ୍ଲା କର୍ତ୍ତବ୍ୟ ସଂଗଠନ ଅଶୋକ ପଟ୍ଟନାୟକ , ଅନନ୍ତ ସମାରି ଛାତ୍ର ସଂଘ ନେତା ସାଥୀ ରାଜାରାମ ଡଙ୍ଗ୍ରି, ବରିଷ୍ଠ ଆଇନଜୀବୀ ବିଶ୍ୱାନାଥ କର, ସମାଜସେବୀ ରମେଶ କନ୍ଧପାନ୍, ବିଶିଷ୍ଟ ବ୍ୟବସାୟୀ ଉଦ୍ଧବ ସାହୁ,  ସନ୍ତୋଷ ସାହୁ , କଂଗ୍ରେସ ନେତା ପ୍ରଭାତ ଦାସ ଗ୍ରାମବାସୀବୃନ୍ଦ ବିପ୍ଲବଙ୍କ ଶବାଧାର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ବିପ୍ଲବ ଙ୍କ ଭଣଜା ସ୍ଵତନ୍ତ୍ର ବେହେରା ମୁଖାଅଗ୍ନି ଦେଇଥିଲେ । ବିପ୍ଲବଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Read Next