ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାବୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୁହାଯାଉଛି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା କିଛି ପିଲାଙ୍କୁ ଟ୍ରେନିଂ ଦେବାକୁ ନେଉଥିଲା । ଯାହାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଥିଲା ପୁଲିସ। ବ୍ରହ୍ମପୁରକୁ ଏହି ଛାତ୍ରମାନଙ୍କୁ ଆଣି ପୁଲିସ ପଚରାଉଚରା କରୁଛି।
ଆଗାମୀ ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ଏଏସ୍ଆଇ ପରୀକ୍ଷା ସ୍ଥଗିତ ରହିବା ପରେ ରାଜ୍ୟ ସରକାରଙ୍କୁ ବିଜୁ ଜନତା ଦଳ (ବିଜେଡି) ଟାର୍ଗେଟ କରିଛି। କଟାକ୍ଷ କରି ବିଜେଡି କହିଛି, ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଦଶହରା ଭେଟି ଦେଇଛନ୍ତି। ଏ ସରକାରରେ ଦେଢ଼ ବର୍ଷ ମଧ୍ୟରେ ୧୪/୧୫ ପେପର ଲିକ୍ ହୋଇସାରିଛି। ଓପିଆରବି ଏକ ଆଇଟିଆଇ ଟେକନୋଲୋଜିକୁ ପରୀକ୍ଷା କରିବାକୁ ଦାୟିତ୍ବ ଦେଇଛି। ଦଲାଲମାନେ ପ୍ରଶ୍ନପତ୍ର ଲିକ୍ କରି ଆନ୍ଧ୍ରପ୍ରଦେଶ ଶିକାକୁଲମ ଠାରେ ୧୨୦ଜଣ ଯେଉଁମାନେ ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନଙ୍କ ଠାରୁ ପଇସା ନେଇ ପ୍ରସ୍ତୁତି କରାଯାଉଥିଲା ବୋଲି ଅଭିଯୋଗ ଆଣିଛି।