ତାଳଚେର ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଜିଲ୍ଲା ତାଳଚେର ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ଚଳିତ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ନାମ ଲେଖାଇବା ପାଇଁ ‘ଜାତୀୟ ମେଡିକାଲ କମିଶନ’ ମଞ୍ଜୁରୀ ଦେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ହସ୍ପିଟାଲ ପରିଦର୍ଶନ କରିଛନ୍ତି ।

ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ତାଳଚେର ଜିଲ୍ଲାରେ ମେଡିକାଲର ସ୍ୱପ୍ନ ପୂରଣ ହୋଇପାରିଛି । ନିକଟରେ ରାଜ୍ୟ ସରକାରଙ୍କ ଆବେଦନ କ୍ରମେ ଏହି ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଜାତୀୟ ମେଡିକାଲ କମିଶନ ମଞ୍ଜୁରୀ ଦେଇଛନ୍ତି, ଯାହା ଖୁସିର ବିଷୟ ।

ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ପୁରୁଣା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମକରଣ କରାଯାଇ ଏହି ମେଡିକାଲକୁ ବିକଶିତ କରାଯାଇଛି । ଏହା ଜିଲ୍ଲା ଓ ରାଜ୍ୟ ପାଇଁ ଡବଲ ଇଞ୍ଜିନ ସରକାର ବହୁତ ବଡ଼ ଉପଲବ୍ଧି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କୁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରଚେଷ୍ଟା କରିଥିବାରୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ ।

ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର : ମନମୋହନ ସାମଲ

ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର : ମନମୋହନ ସାମଲ

ଦେଶ ସ୍ୱାଧୀନତାର ୭୮ ବର୍ଷ ପରେ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି । ଏବେ ରାଜ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ସମୟ ଆସଛି । ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର । ସବୁ ସମସ୍ୟାର ସମାଧାନ କରି ଓଡ଼ିଶାକୁ ୧ ନମ୍ବର କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଭଦ୍ରକ ଜିଲା ଚାନ୍ଦବାଲିଠାରେ ଅନୁୂଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଚାନ୍ଦବାଲି ଏକ ସମସ୍ୟା ବହୁଳ ବିଧାନସଭା । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ଚାନ୍ଦବାଲିରେ ଏବେ ବି ଜଳସେଚନର ସୁବିଧା ନଥିବା କାରଣରୁ ଚାଷୀମାନେ କଠିନ ପରିଶ୍ରମ କରି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଏସବୁ ଅସୁବିଧାକୁ ଦୂର କରାଯିବ । ବିଜେପି ଏବେ ସରକାରରେ ଅଛି, ଏହି ସମୟ ମଧ୍ୟରେ ଚାନ୍ଦବାଲିରେ ଯାହା ସବୁ ସମ୍ଭାବନା ରହିଛି ତାହା ପୂରଣ କରାଯିବ । ଏଥିପାଇଁ ସମସ୍ତଙ୍କୁ ମିଳିତ ଭାବେ ସହଯୋଗ କରିବାକୁ ପଡ଼ିବ । ଏହାଦ୍ୱାରା ଚାନ୍ଦବାଲିର ସାମଗ୍ରିକ ବିକାଶ ହୋଇପାରିବ । ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ । ଲୋକେ ଯେପରି ବାହର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ସେଥିପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ଏଥିପାଇଁ ଭିତିଭୂମିର ବିକାଶ କରିବେ ବିଜେପି ସରକାର । ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ । ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଉଛି । ପିଏମ୍ କିଶାନ ଯୋଜନା ଲାଗୁ କରି କେନ୍ଦ୍ରରେ ମୋଦି ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସାଢ଼େ ୩ ଲକ୍ଷ କୋଟି ଟଙ୍କା ଦେଲେଣି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍ କିଶାନ ଯୋଜନା ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ କୃଷିଭିତିକ ଶିଳ୍ପ କରିବାକୁ ଯୋଜନା କରାଯାଇଛି । ଫଳରେ କୃଷିଜାତ ଦ୍ରବ୍ୟରେ ଭାଲ୍ୟୁ ଆଡିସନ ହେବ । ଏହାଦ୍ୱାରା ନୂତନ ସାମଗ୍ରୀ ପ୍ରସ୍ତୁତ ହେବ । ସବୁ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବ । ଏହାଦ୍ୱାରା ଚାଷୀଙ୍କ ଆୟ ବହୁଗୁଣା ବୃଦ୍ଧି ପାଇବ । ୧୫ ଲକ୍ଷ ହେକ୍କଟର ଜମିରେ ଜଳସେଚନର ବ୍ୟବସ୍ଥା ହେବ । ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟର ମା’ ଓ ଭଉଣୀମାନଙ୍କୁ ୫୦ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ଆରମ୍ଭ ହୋଇଛି । ୮୦ ବର୍ଷରୁ ଊଦ୍ଧ୍ୱ ବୃଦ୍ଧାବୃଦ୍ଦ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ୩୫୦୦ଟଙ୍କା ଭତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛି ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି । ସବୁଠାରୁ ଅଧିକ ନିବେଶ ଧାମରା ପୋର୍ଟରୁ ଆସିିଛି । ଧାମରାରେ ଶିଳ୍ପ ନଗରୀ ହେବ । ଏଠାରେ ଶିଳ୍ପର ବିକାଶ ହେବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୁଯୋଗ ବଢ଼ିବ । ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବାର ବ୍ୟାପକ ସମ୍ଭାବନ ରହିଛି । ଏହାର ବିକାଶ କରାଯାଇ ବାହାରକୁ ଯେପରି ଲୋକେ ଦାଦନ ଖଟିବାକୁ ଯିବେ ନାହିଁ ସେଥିପାଇଁ ପ୍ରତିଶ୍ରୁତବଦ୍ଧ । ଏଥିପାଇଁ ଭିତିଭୂମିର ବିକାଶ କରିବ ବିଜେପି ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବିଧାୟକ ସୀତାଂଶୁ ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଜିଲା ସଭାପତି ଭଗବାନ ପଣ୍ଡାଙ୍କ ସମେତ ଜିଲାସ୍ତରୀୟ ଓ ମଣ୍ଡଳସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଚାନ୍ଦବାଲି ବସ୍‌ଷ୍ଟାଣ୍ଡ, ଉଦ୍‌ଘାଟନ କରାଯିବା ସହ ଅଟଳ ପାର୍କ ଶିଳାନ୍ୟାସ, ମେନ୍ ମାର୍କେଟ ଭେଣ୍ଡିଂ ଜୋନର ଶିଳାନ୍ୟାସ କରାଯାଇଥିଲା । ରାଜ୍ୟ ସଭାପତି ଭାବେ ପୁନଃ ଦାୟିତ୍ୱ ନେବା ପରେ ଶ୍ରୀ ସାମଲ ଭଦ୍ରକ ଜିଲ୍ଲା ଗସ୍ତର ଆସି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରି ରାଜ୍ୟର କଲ୍ୟାଣ ଓ ଉନ୍ନତି କାମନା କରିଥିଲେ । ସେଠାରେ ଶ୍ରୀ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଚାନ୍ଦବାଲିଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ।
ଶ୍ରୀ ସାମଲଙ୍କ ଏହି ଗସ୍ତ ସମୟରେ ବାରିକ ସାହି, ଦୋଳସାହି, ନନ୍ଦପୁର, ତିହିଡ଼ି, କୋହ୍ଲ, କମାରିଆ, ଆରୁଅ, ସନ୍ତପୁରା, ପିରହାଟ, ବିନ୍ଧା, ଦୌଲତପୁର, ନୂଆବଜାର, ମଝିବଜାର, ବାମନ ବିନ୍ଧା, କାନପୁର. ବିବେକାନନ୍ଦପୁର, ସାମନ୍ତରାପୁର, ଗଦି, କ୍ଷେରଙ୍ଗ, ନାଲଗୁଣ୍ଡା, ଦିଗଛିଆ, ମତୋ, ଭାଟପଡ଼ା ଛକରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ବିପୁଳ ସ୍ୱାଗତ ଜଣାଇଥିଲେ । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଚାନ୍ଦବାଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପଂଚଭୂତରେ  ବିଲିନ  ବିପ୍ଲବର ପାର୍ଥିବ ଶରୀର

ପଂଚଭୂତରେ  ବିଲିନ ବିପ୍ଲବର ପାର୍ଥିବ ଶରୀର

ଉତ୍କଳ ରାଜ୍ୟ ପରିଷଦ ବରିଷ୍ଠ ବାମପନ୍ଥି ନେତା ସାଥୀ ଦାମୋଦର ବେହେରାଙ୍କ ଏକମାତ୍ର ପୁତ୍ର ବିପ୍ଲବର  ଗତ ୧୪/୦୯/ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦର୍ଘଟଣାରେ ଦୁଃଖଦ ମୃତ୍ୟୁ ଘଟିଛି । ବିପ୍ଲବର ମୃତ୍ୟୁରେ ନିଜ ଜନ୍ମ ଭୂମି ଓ କର୍ମ ଭୂମି ରେ ଗଭୀର ଶୋକର ଛାୟା ଖେଳିଯାଇଛି । ଗତ କାଲି ଭୁବନଶ୍ୱର ରାଜଧାନୀ ଡାକ୍ତର ଖାନାରେ ସବ ବ୍ୟବଛେଦ ପରେ ରାଜ୍ୟ CPI ମୁଖ୍ୟ ଦପ୍ତର ରେ ସର୍ବ ସାଧାରଣ ଙ୍କ ଦର୍ଶନ ପାଇଁ ସ୍ଵର୍ଗତ ସାଥୀ ବିପ୍ଲବ ଙ୍କ ମରଶରୀର କୁ ଭଗବତୀ ଭବନକୁ ନିଆଯାଇଥିଲା । ବିଳମ୍ବିତ ରାତ୍ରୀରେ ଜନ୍ମ ସ୍ଥାନ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଏକ ସୁସଜ୍ଜିତ ଶବ ବାହାକ ଗାଡ଼ିରେ ନିଆଯାଇ ଆଜି ୧୬ ତାରିଖ ଭୋର ସମୟରେ ସ୍ଥାନୀୟ ବୁଢ଼ିପଦର ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ କ୍ଲବ ସମ୍ମୁଖରେ ଗ୍ରାମବାସୀଙ୍କ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା । ସକାଳ ୭ ଘଟିକା ସମୟରେ ହଜାର ହଜାର ଶୁଭେଚ୍ଛା ସମର୍ଥକ ଙ୍କ ଶବ ଶୋଭା ଯାତ୍ରାରେ ଭତ୍ର ଜୋର ନିକଟସ୍ଥ ଗ୍ରାମ ସ୍ମଶାନ ରେ ବିପ୍ଲବ ଙ୍କ ପାର୍ଥିବ ଶରୀର ପଞ୍ଚଭୂତ ରେ ବିଲୀନ ହେଇଯାଇଥିଲା ।

ଏହି ଶବ ଶୋଭା ଯାତ୍ରାରେ ରାଜ୍ୟ CPI ର ରାଜ୍ୟ ସମ୍ପାଦକ ସାଥୀ ପ୍ରଶାନ୍ତ କୁମାର ମିଶ୍ର , ରାଜ୍ୟ CPI ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ଜୟନ୍ତ  ଦାସ , କଳାହାଣ୍ଡି ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଦାଜ୍ , କଳାହାଣ୍ଡି ଜିଲ୍ଲା ବଣିକ ସଂଘ ସଭାପତି ବିଜୟ ସାହୁ , ଜିଲ୍ଲା କର୍ତ୍ତବ୍ୟ ସଂଗଠନ ଅଶୋକ ପଟ୍ଟନାୟକ , ଅନନ୍ତ ସମାରି ଛାତ୍ର ସଂଘ ନେତା ସାଥୀ ରାଜାରାମ ଡଙ୍ଗ୍ରି, ବରିଷ୍ଠ ଆଇନଜୀବୀ ବିଶ୍ୱାନାଥ କର, ସମାଜସେବୀ ରମେଶ କନ୍ଧପାନ୍, ବିଶିଷ୍ଟ ବ୍ୟବସାୟୀ ଉଦ୍ଧବ ସାହୁ,  ସନ୍ତୋଷ ସାହୁ , କଂଗ୍ରେସ ନେତା ପ୍ରଭାତ ଦାସ ଗ୍ରାମବାସୀବୃନ୍ଦ ବିପ୍ଲବଙ୍କ ଶବାଧାର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ବିପ୍ଲବ ଙ୍କ ଭଣଜା ସ୍ଵତନ୍ତ୍ର ବେହେରା ମୁଖାଅଗ୍ନି ଦେଇଥିଲେ । ବିପ୍ଲବଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଜିଲ୍ଲା ଏମସିଏଲ ପ୍ରକଳ୍ପର ଆରପିଡିଏସି ଓ ଡିଏମଏଫ୍ ବୈଠକ ଅନୁଷ୍ଠିତ

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଜିଲ୍ଲା ଏମସିଏଲ ପ୍ରକଳ୍ପର ଆରପିଡିଏସି ଓ ଡିଏମଏଫ୍ ବୈଠକ ଅନୁଷ୍ଠିତ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଗୋଳ ଜିଲ୍ଲାର ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍(ଏମସିଏଲ) ପ୍ରକଳ୍ପର ୧୫ତମ ରିହାବିଲିଟେସନ ଆଣ୍ଡ୍ ପେରିଫେରି ଡେଭଲପମେଣ୍ଟ ଆଡଭାଇଜରି କମିଟି(ଆରପିଡିଏସି) ଏବଂ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡର ପୃଥକ ପୃଥକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ବୈଠକରେ ଜନସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଦିଗରେ ଏମସିଏଲ୍ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ସେହିପରି ଅନୁଗୋଳ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକରେ ଲୋକଙ୍କ ସ୍ୱାର୍ଥ ପାଇଁ ଉନ୍ନୟନ କାର୍ଯ୍ୟ ଏବଂ କଲ୍ୟାଣକାରୀ ପ୍ରକଳ୍ପ ବିଷୟରେ ଚର୍ଚ୍ଚା ହୋଇଛି । ଡିଏମଏଫ ପାଣ୍ଠିରୁ ହୋଇଥିବା ଅର୍ଥ ବିନିଯୋଗ ତଥା ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଆନୁଷଙ୍ଗିକ ଭିତ୍ତିଭୂମି, ପରିବେଶ ସୁରକ୍ଷା, ଗମନାଗମନ ଭଳି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଉପରେ ବିଚାରବିମର୍ଶ ହୋଇଥିଲା ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କହିଛନ୍ତି ଯେ ଅନୁଗୋଳର ତାଳଚେର ଓ ଛେଣ୍ଡିପଦା ବ୍ଲକରୁ ପ୍ରାୟ ୧୦୦ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ ହେଉଛି । ଚଳିତବର୍ଷ ୧୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । କୋଇଲାର ସବୁଠୁ ବଡ କଞ୍ଚାମାଲ ହେଉଛି ଜମି ଏବଂ ସ୍ଥାନୀୟ ଅଞ୍ଚଳର ଜମି ଅଧିଗ୍ରହଣ କରିବାର ସ୍ପଷ୍ଟ ନୀତିର ନିର୍ଦ୍ଧାରଣ ମଞ୍ଚ ହେଉଛି ଆରପିଡିଏସି । ଲୋକଙ୍କ ସୁବିଧା ପାଇଁ ଏହି ବୈଠକ ଗତ ଫେବୃୟାରୀ ବସିଥିବା ବେଳେ ଆଜି ଏବଂ ଚଳିତବର୍ଷ ଶେଷରେ ବୈଠକ ହେବାର ନିଷ୍ପତି ହୋଇଛି ।

ଲୋକମାନଙ୍କର ସବିଶେଷ ତଥ୍ୟକୁ ବିସ୍ତୁତ ଭାବେ ଜାଣିବା ପାଇଁ ଆରପିଡିଏସି ଦ୍ୱାରା ଅନେକ ପଲିସି ନିର୍ଣ୍ଣୟ ହୋଇଛି । ଏଥିପାଇଁ ଏକ ବିଶେଷ କମିଟିର ମଧ୍ୟ ପରିକଳ୍ପନା ହୋଇଛି । ଲୋକଙ୍କ ସୁବିଧା ଅନୁସାରେ ଜମି ଅଧିଗ୍ରହଣ କରିବାର ବ୍ୟବସ୍ଥା କରିବା ଉପରେ ନୀତି ପ୍ରସ୍ତୁତ ହୋଇଛି । ଭାରତ ଓ ରାଜ୍ୟ ସରକାରଙ୍କ ଆଇନ ଏବଂ ନୀତି ଅନୁସାରେ ଲୋକମାନେ ବା ବିସ୍ଥାପିତମାନେ ଅଧିକ ଉପକୃତ ହେବା ସହ ଅଧିକ କ୍ଷତିପୂରଣ ପାଇବେ, ସେଥିପାଇଁ ପଦକ୍ଷେପ ନିଆଯିବ । ସମ୍ଭାବ୍ୟ ସହାୟତା ପାଇଁ କୋଲ୍ ଇଣ୍ଡିଆ ତରଫରୁ ମଧ୍ୟ ବ୍ୟବସ୍ଥା ହୋଇଛି । ବୈଠକରେ ପ୍ରଦୂଷଣ ରୋକିବା ସହ କୃତ୍ରିମ ଜଙ୍ଗଲ ସୃଷ୍ଟି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାକୁ ସାକାର କରିବା ଲକ୍ଷ୍ୟରେ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବାରୁ କୋଲ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଅନୁଗୋଳ, ଛେଣ୍ଡିପଦା ଓ ତାଳଚେର ବିଧାୟକ ଏବଂ ଅନୁଗୋଳ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଓ ଏମସିଏଲ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଜିଲ୍ଲା ତାଳଚେର ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ଚଳିତ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ନାମ ଲେଖାଇବା ପାଇଁ ‘ଜାତୀୟ ମେଡିକାଲ କମିଶନ’ ମଞ୍ଜୁରୀ ଦେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ହସ୍ପିଟାଲ ପରିଦର୍ଶନ କରିଛନ୍ତି ।

ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ତାଳଚେର ଜିଲ୍ଲାରେ ମେଡିକାଲର ସ୍ୱପ୍ନ ପୂରଣ ହୋଇପାରିଛି । ନିକଟରେ ରାଜ୍ୟ ସରକାରଙ୍କ ଆବେଦନ କ୍ରମେ ଏହି ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଜାତୀୟ ମେଡିକାଲ କମିଶନ ମଞ୍ଜୁରୀ ଦେଇଛନ୍ତି, ଯାହା ଖୁସିର ବିଷୟ ।

ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ପୁରୁଣା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମକରଣ କରାଯାଇ ଏହି ମେଡିକାଲକୁ ବିକଶିତ କରାଯାଇଛି । ଏହା ଜିଲ୍ଲା ଓ ରାଜ୍ୟ ପାଇଁ ଡବଲ ଇଞ୍ଜିନ ସରକାର ବହୁତ ବଡ଼ ଉପଲବ୍ଧି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କୁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରଚେଷ୍ଟା କରିଥିବାରୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ ।

ଓଡ଼ିଶାରେ ‘ନ୍ୟୁ ଏଜ୍‌ଅର୍ଥନୀତି’ର ନେତୃତ୍ୱନେବ ଭିସୁଟ – ଧର୍ମେନ୍ଦ୍ର

ଓଡ଼ିଶାରେ ‘ନ୍ୟୁ ଏଜ୍‌ଅର୍ଥନୀତି’ର ନେତୃତ୍ୱନେବ ଭିସୁଟ – ଧର୍ମେନ୍ଦ୍ର


ଓଡ଼ିଶାରେ ‘ନ୍ୟୁ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ – ଧର୍ମେନ୍ଦ୍ର ବୁର୍ଲା, ତା ୧୩/୦୯ – ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି । ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି ବୋଲି ଶନିବାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ), ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡିଗ୍ରି, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବିଶ୍ୱମାନର ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରି ଭିସୁଟ ଆଗାମୀ ଦିନରେ ସାରା ଦୁନିଆରେ ଆହୁରି ସୁନାମ ଅର୍ଜନ କରିବାର ସାମର୍ଥ୍ୟ ବହନ କରୁଛି । ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ବୈଷୟିକ ଜ୍ଞାନକୌଶଳର ବିକାଶ ଖୁବ୍ ଦ୍ରୁତ ଗତିରେ ହେଉଛି । ଏହି ସମୟରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାକିରି ଖୋଜିବା ନୁହେଁ ବରଂ ଚାକିରିଦାତା ହେବାର ଇଚ୍ଛାଶକ୍ତି ବଢିବା ଦରକାର । ଦେଶ ସ୍ୱାଧୀନତାର ପରବର୍ତ୍ତୀ କାଳରେ ଓଡ଼ିଶାରେ ଯେତେବେଳେ ଜଳସେଚନ ଓ କୃଷି ବିକାଶର ନୂଆ ଧାରା ଆରମ୍ଭ ହୋଇଥିଲା, ସେତେବେଳେ ଏହି ଶିକ୍ଷାନୁଷ୍ଠାନ ପରିବର୍ତ୍ତନର ମଙ୍ଗ ଧରିଥିଲା । ଆଜି ଯେତେବେଳେ ଓଡ଼ିଶାରେ ନ୍ୟୁ ଏଜ୍ ଅର୍ଥନୀତିର ଧାରା ଆରମ୍ଭ ହୋଇଛି, ଭିସୁଟ ତାହାର ନେତୃତ୍ୱ ନେବ । ଭିସୁଟକୁ ଭବିଷ୍ୟତ ଆଧାରିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ଏକବିଂଶ ଶତାବ୍ଦୀର ଜ୍ଞାନ, ବିଶେଷ କରି ବୈଷୟିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ନୀତିରେ ଟେକ୍ନୋଲଜି ଏବଂ ଏଜୁକେସନର ସମନ୍ୱୟ ଉପରେ ଆମର ଫୋକସ ରହିଛି । ଏ ପରିପ୍ରେକ୍ଷୀରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ, ବ୍ଲକ୍ ଚେନ୍‌, ଡାଟା ଆନାଲିଟିକ୍ସ, କ୍ୱାଂଟମ୍ କମ୍ପ୍ୟୁଟିଂ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ବିକଶିତ ହେଉଥିବା ନୂତନ ଜ୍ଞାନକୌଶଳରେ ଛାତ୍ରସମାଜକୁ ପରିପକ୍ୱ କରିବାର ଦାୟିତ୍ୱ ଆମର ରହିଛି ଏବଂ ଏଥିପାଇଁ ଭିସୁଟ୍ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ସହଭାଗିତା ନିତାନ୍ତ ଜରୁରୀ । ଶିକ୍ଷାନୁଷ୍ଠାନ ପକ୍ଷରୁ ଓଡ଼ିଆ ସମେତ ସମ୍ବଲପୁରୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏମ.ଟେକର “ପ୍ରୟୋଗଶାଳା ନିର୍ଦ୍ଦେଶିକା” ପ୍ରଶଂସନୀୟ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାକୁ ପ୍ରାଥମିକତା ଦେଉଥିବାରୁ ଶ୍ରୀ ପ୍ରଧାନ ଭିସୁଟକୁ ଧନ୍ୟବାଦ ଜଣାଇଛନ୍ତି । ଆମେ ସମସ୍ତେ ପାଠପଢାର ପ୍ରାରମ୍ଭିକ ଦିନରେ ମାତୃଭାଷାରେ ପାଠପଢାକୁ ଗୁରୁତ୍ୱ ଦେଲେ ହିଁ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବ ବୋଲି ସେ କହିଥିଲେ ।

ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ଶ୍ରୀ ପ୍ରଧାନଙ୍କ କରକମଳରେ ‘ଓପନ ଏୟାର କ୍ଲାସରୁମ’ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଏହା ପୂର୍ବରୁ ଶ୍ରୀ ପ୍ରଧାନ ଭିସୁଟ, ବୁର୍ଲା କ୍ୟାମ୍ପସ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମାବର୍ତ୍ତନ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ରାଜ୍ୟ ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ।

ଝାଡ଼ଖଣ୍ଡ ପୋଲିସକୁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ପ୍ରଶଂସା

ଝାଡ଼ଖଣ୍ଡ ପୋଲିସକୁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ପ୍ରଶଂସା

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଝାଡ଼ଖଣ୍ଡର ହଜାରିବାଗରେ ନକ୍ସଲ ବିରୋଧୀ ଅଭିଯାନରେ ଏକ ବିଶାଳ ସଫଳତା ହାସଲ କରିବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍‍)ର କୋବ୍ରା ବାଟାଲିୟନ ଏବଂ ଝାଡ଼ଖଣ୍ଡ ପୋଲିସକୁ ପ୍ରଶଂସା କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍‍) ର କୋବ୍ରା ବାଟାଲିୟନ ଏବଂ ଝାଡ଼ଖଣ୍ଡ ପୋଲିସ ଆଜି ଝାଡ଼ଖଣ୍ଡର ହଜାରିବାଗରେ ନକ୍ସଲ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏହି ଅଭିଯାନରେ, ୧ କୋଟି ପୁରସ୍କାର ଥିବା କୁଖ୍ୟାତ ନକ୍ସଲ କମାଣ୍ଡର, ସିପିଆଇ (ଏମ୍) ର ସିସିଏମ୍ ସହଦେବ ସୋରେନ ଓରଫ ପରଭେଶଙ୍କୁ ନିପାତ କରାଯାଇଛି। ସୁରକ୍ଷା ବାହିନୀ ଦ୍ୱାରା ପୁରସ୍କାର ରାଶି ଘୋଷଣା ହୋଇଥିବା ଅନ୍ୟ ଦୁଇ କୁଖ୍ୟାତ ନକ୍ସଲ – ରଘୁନାଥ ହେମ୍ବ୍ରମ ଓରଫ ଚଞ୍ଚଲ ଏବଂ ବୀରସେନ ଗଞ୍ଜୁ ଓରଫ ରାମଖେଲୱାନଙ୍କୁ ମଧ୍ୟ ନିପାତ କରାଯାଇଛି। ଶ୍ରୀ ଶାହ ଆହୁରି କହିଛନ୍ତି ଯେ ଏହି ନକ୍ସଲ ବିରୋଧୀ ଅଭିଯାନ ପରେ, ଉତ୍ତର ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳରୁ ନକ୍ସଲବାଦ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରାଯାଇଛି। ଖୁବ୍ ଶୀଘ୍ର, ସମଗ୍ର ଦେଶ ନକ୍ସଲବାଦର ଭୟରୁ ମୁକ୍ତ ହେବ।

୧୭ ସେପ୍ଟେମ୍ବରରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

୧୭ ସେପ୍ଟେମ୍ବରରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

ସାରା ଦେଶରେ ଉତ୍ସାହ ସହିତ, ସ୍ୱଚ୍ଛ ଭାରତ ମିଶନର ତତ୍ତ୍ୱାବଧାନରେ ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୫ର ୯ମ ସଂସ୍କରଣ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି। ଏହି ୧୫ ଦିନିଆ ଅଭିଯାନ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀରେ ଶେଷ ହେବ ।  ଏହି ୧୫ ଦିନିଆ ଅଭିଯାନ ଦେଶବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବଶାଳୀ ସ୍ୱଚ୍ଛତା ଅଭିଯାନ ପାଇଁ ସାମୂହିକ ଆହ୍ୱାନରେ ସଂଗଠିତ କରିବ। ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଏବଂ ପରିମଳ ବିଭାଗ (ଡିଡିଡବ୍ଲୁଏସ) ଦ୍ୱାରା ମିଳିତ ଭାବରେ ଆରମ୍ଭ କରାଯାଇଥିବା ଏସଏଚଏସ ୨୦୨୫ ନାଗରିକ, ସମ୍ପ୍ରଦାୟ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଭୂମିରେ ଦୃଶ୍ୟମାନ ସ୍ୱଚ୍ଛତା ପାଇଁ ଏକତ୍ରିତ କରିଛି, ଯାହା ପରିଚ୍ଛନ୍ନତା ଟାରଗେଟ୍ ୟୁନିଟ୍ – ଅନ୍ଧାର, ମଇଳା ଏବଂ ଅବହେଳିତ ସ୍ଥାନଗୁଡ଼ିକ ଉପରେ ଧ୍ୟାନ ଦେବ।

କାର୍ଯ୍ୟକ୍ରମରେ ଭାଷଣ ଦେଇ, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ, ଶ୍ରୀ ମନୋହର ଲାଲ, ଗତ ବର୍ଷ ପରି ଏସଏଚଏସ ୨୦୨୫ ଅନ୍ତର୍ଗତ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (ସିଟିୟୁ) ଉପରେ ଧ୍ୟାନ ଦେବା ଉପରେ ଆଲୋକପାତ କରିଥିଲେ। ୨୦୨୪ ମସିହାରେ, ୮ ଲକ୍ଷରୁ ଅଧିକ ଏପରି ସିଟିୟୁକୁ ରୂପାନ୍ତରିତ କରାଯାଇଥିଲା ଏବଂ ବ୍ୟବହାରଯୋଗ୍ୟ ସାର୍ବଜନୀନ ସ୍ଥାନ କରାଯାଇଥିଲା। ସେ କହିଥିଲେ, ” ସିଟିୟୁଗୁଡ଼ିକର ଚିହ୍ନଟ, ରୂପାନ୍ତର ଏବଂ ସୌନ୍ଦର୍ଯ୍ୟକରଣ ଏକ ଫାଷ୍ଟ ଟ୍ରାକ୍-ମୋଡ୍ ଏବଂ ଅଭିଯାନ ସମୟ ବ୍ୟତୀତ ଭୂମିରେ ଦୃଶ୍ୟମାନ ପରିଷ୍କାର ପରିଚ୍ଛନ୍ନତା ପାଇଁ କରାଯିବ। ସହରଗୁଡ଼ିକ ସିଟିୟୁ ଗୁଡ଼ିକୁ ଚିହ୍ନଟ କରୁଛନ୍ତି – ଅନ୍ଧାର ସ୍ଥାନ, ଅବହେଳିତ ଏବଂ ପହଞ୍ଚିବା କଷ୍ଟକର ଅଞ୍ଚଳ, ଏବଂ ଅତ୍ୟଧିକ ଆବର୍ଜନା ଥିବା ସ୍ଥାନ ଯେପରିକି ଆବର୍ଜନ ଡମ୍ପ, ରେଳ ଷ୍ଟେସନ, ନଦୀ, ଅବକ୍ଷୟ ଜମି, ପଛ ରାସ୍ତା ଏବଂ ଅତ୍ୟଧିକ ଆବର୍ଜନାପୂର୍ଣ୍ଣ ମଇଳା ସ୍ଥାନ ଯାହାକୁ ସମୟସାପେକ୍ଷ ସଫା କରିବା ଆବଶ୍ୟକ। ଏହି କ୍ଷେତ୍ରଗୁଡ଼ିକ ସିଧାସଳଖ ଦୃଶ୍ୟମାନ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରଭାବିତ କରେ, କାରଣ ପରିଷ୍କାର ପରିଚ୍ଛନ୍ନତା ଏବଂ ସୌନ୍ଦର୍ଯ୍ୟ ପରସ୍ପର ସହିତ ମିଶି ଗତି କରେ।”

କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଦିଲ୍ଲୀର ଭାଲସ୍ୱା ଡମ୍ପସାଇଟର ରୂପାନ୍ତର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଏହାକୁ ଗ୍ରହଣ କରିବା ଘୋଷଣା କରିଥିଲେ। ସେ କହିଥିଲେ, “ଆବର୍ଜନା ପ୍ରତିକାର ଏବଂ ପ୍ରକ୍ରିୟାକରଣ ପାଇଁ ଯୋଜନା ସମୀକ୍ଷା କରିବା ପାଇଁ ମୁଁ ୧୭ ସେପ୍ଟେମ୍ବର ୨୦୨୫ ମସିହାରେ ପ୍ରଶାସକଙ୍କ ସହିତ ଭାଲସ୍ୱା ଗସ୍ତ କରିବି। ସେହି ଦିନଠାରୁ, ଆମେ ସଫା ପ୍ରକ୍ରିୟା ଆରମ୍ଭ କରିବୁ। ସ୍ଥାନରେ ଆହୁରି ଆବର୍ଜନା ପ୍ରକ୍ରିୟାକରଣ ପାଇଁ ସ୍ଥାନର ସୀମାକୁ ଦୃଷ୍ଟିରେ ରଖି, ମୁଁ ଅତିରିକ୍ତ ଜମି ସୁରକ୍ଷିତ କରିବାରେ ଆମକୁ ସହାୟତା କରିବାକୁ ଡିଡିଏକୁ ଅନୁରୋଧ କରିଛି।”

କେନ୍ଦ୍ରମନ୍ତ୍ରୀ ଶ୍ରୀ ସି.ଆର. ପାଟିଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ, ସ୍ୱଚ୍ଛୋତ୍ସବ ବିଷୟବସ୍ତୁ ଅନ୍ତର୍ଗତ ଏସଏଚଏସ ୨୦୨୫ ମସିହା ହେଉଛି ପାଳନ ଏବଂ ଦାୟିତ୍ୱର ମିଶ୍ରଣ। ସିଟିୟୁ ରୂପାନ୍ତର, ସଫାଇମିତ୍ର ସୁରକ୍ଷା, ଏବଂ ଓଡିଏଫ ପ୍ଲସ୍ ଏବଂ ସ୍ୱଚ୍ଛ ସୁଜଲ ଗାଁ ଘୋଷଣା ପାଇଁ ଏକ ପ୍ରୟାସ, ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମୀଣ ଗ୍ରାମାଞ୍ଚଳ ମାଧ୍ୟମରେ, ‘ଅନ୍ତ୍ୟୋଦୟ ସେ ସର୍ବୋଦୟ’ ପାଇଁ ଆଭିମୁଖ୍ୟ ଡିଜାଇନ୍ କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ଗ୍ରାମ ଏବଂ ସହରର ଶେଷ ମାଇଲ ଗରିମା, ସ୍ୱାସ୍ଥ୍ୟ ଏବଂ ସ୍ଥାୟୀତ୍ୱ ଉପରେ ଧ୍ୟାନ ଦିଆଯାଇଛି ଯାହା ଏକ ବିକଶିତ ଭାରତ ୨୦୪୭ ମସିହା ପାଇଁ ପୂର୍ବ ଆବଶ୍ୟକତା।  ମୁଁ ଜୀବନର ସମସ୍ତ ବର୍ଗର ନାଗରିକମାନଙ୍କୁ ଆସନ୍ତା କାଲି ଏକ ସ୍ୱଚ୍ଛ, ସୁସ୍ଥ ଏବଂ ସବୁଜ ଭାରତ ପାଇଁ ସଂକଳ୍ପ ପ୍ରଦର୍ଶନ କରିବା ନିମନ୍ତେ ସେପ୍ଟେମ୍ବର ୨୫ ରେ ଦେଶବ୍ୟାପୀ ଶ୍ରମଦାନରେ ପୂର୍ଣ୍ଣ ହୃଦୟରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରୁଛି। କେନ୍ଦ୍ରମନ୍ତ୍ରୀ ସୁରଟ ସମେତ ନବସାରୀ କଲ୍ୟାଣ ପାଇଁ ଟ.୮-୧୦ କୋଟି ସଫାଇମିତ୍ର ସୁରକ୍ଷା ପାଣ୍ଠି ଘୋଷଣା କରିଛନ୍ତି ଯେଉଁଥିରେ ସେମାନଙ୍କ ପରିବାର ପାଇଁ ଶିକ୍ଷାଗତ ସହାୟତା ଏବଂ ସୁଧମୁକ୍ତ ଋଣ ଅନ୍ତର୍ଭୁକ୍ତ।

ସ୍ୱଚ୍ଛୋତ୍ସବ ୫ ଟି ମୁଖ୍ୟ ସ୍ତମ୍ଭ ଉପରେ ନିର୍ମିତ ହୋଇଛି (i) ପରିବର୍ତ୍ତନ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (ସିଟିୟୁ) – କଷ୍ଟକର, ଅନ୍ଧକାର ଏବଂ ଅବହେଳିତ ସ୍ଥାନଗୁଡ଼ିକୁ ଦୂର କରିବା (ii) ସଫା ସାର୍ବଜନୀନ ସ୍ଥାନ – ସାର୍ବଜନୀନ ସ୍ଥାନରେ ସାଧାରଣ ପରିଷ୍କାର ଏବଂ ସ୍ୱଚ୍ଛତା କାର୍ଯ୍ୟକଳାପ (iii) ସଫାଇ ମିତ୍ର ସୁରକ୍ଷା ଶିବିର – ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ସିଙ୍ଗିଲ୍ ୱିଣ୍ଡୋ ସେବା, ସୁରକ୍ଷା ଏବଂ ସମ୍ମାନ ଶିବିର (iv) ସଫା ସବୁଜ ଉତ୍ସବ – ପରିବେଶ ଅନୁକୂଳ ଏବଂ ଶୂନ୍ୟ-ଅପଚୟ ଉତ୍ସବ (v) ସ୍ୱଚ୍ଛତା ପାଇଁ ପ୍ରଚାର – ଗ୍ରାମୀଣ ଭାରତରେ ଓଡିଏଫ୍‌ ପ୍ଲସ୍ ମଡେଲ୍ ଏବଂ ସ୍ୱଚ୍ଛ ସୁଜଲ ଗାଁ ଘୋଷଣା ପାଇଁ ଗ୍ରାମ ସଭା ଉପରେ ଧ୍ୟାନ ଦେଇ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିବା।

ସ୍ୱଚ୍ଛତା ହିଁ ସେବା ୨୦୨୫ ମସିହାର ଅଂଶ ଭାବରେ, ୨୫ ସେପ୍ଟେମ୍ବର ୨୦୨୫ ରେ ଏକ ଦେଶବ୍ୟାପୀ ସ୍ୱେଚ୍ଛାସେବୀ ଶ୍ରମଦାନ – “ଏକ ଦିନ, ଏକ ଘଣ୍ଟା, ଏକ ସାଥ” – ଆୟୋଜନ କରାଯିବ। ସିଟିୟୁ ଗୁଡ଼ିକର ପରିବର୍ତ୍ତନ ପାଇଁ ସ୍ଥାନୀୟ ସ୍ତରରେ ପ୍ରୟାସ ଜାରି ରହିଛି। ନାଗରିକ, ରାଜନୈତିକ ନେତୃତ୍ୱ, ଏସବିଏମ ଦୂତ, ଯୁବ ଗୋଷ୍ଠୀ, ଏନଜିଓ, ସିଏସଓ, ସହଭାଗୀ ସଂଗଠନ ପ୍ରତିନିଧି, ଇନଫ୍ଲୁଏନ୍‌ସରଙ୍କ ଦ୍ୱାରା କରାଯିବା ପାଇଁ ଭୂମି ଶ୍ରମଦାନ ଏବଂ ପ୍ଲଗିଂ ଅଭିଯାନ ଉପରେ ଧ୍ୟାନ ଦିଆଯିବ। ଶିବିର ସମୟରେ ମିଶନରେ ସ୍ଥାନୀୟ ସଫେଇ କର୍ମଚାରୀଙ୍କ ଅବଦାନକୁ ସ୍ୱୀକାର କରିବା ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ପ୍ରସ୍ତୁତି ବୈଠକମାନଙ୍କର ଅଂଶ ସ୍ୱରୂପ, ୩ ସେପ୍ଟେମ୍ବର ୨୦୨୫ରେ ଏସଏଚଏସ ବିଷୟରେ ଆଲୋଚନା ପାଇଁ ମାନ୍ୟବର ମନ୍ତ୍ରୀ, ଏମଓଏଚୟୁଏ ଏବଂ ଡିଡିଡବ୍ଲୁଏସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତାହା ପରେ, ୯ ସେପ୍ଟେମ୍ବର ୨୦୨୫ରେ ଡିଡିଡବ୍ଲୁଏସ ଏବଂ ଏମଓଏଚୟୁଏର କେନ୍ଦ୍ରମନ୍ତ୍ରୀମାନଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହିତ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ୧୦ ସେପ୍ଟେମ୍ବରରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପରେ, ୧୨ ସେପ୍ଟେମ୍ବରରେ ସମସ୍ତ ସ୍ତର (ରାଜ୍ୟ, ଜିଲ୍ଲା, ସ୍ଥାନୀୟ ସଂସ୍ଥା, ମନ୍ତ୍ରଣାଳୟ ଇତ୍ୟାଦି)ର ସମନ୍ୱୟ କମିଟିର ପ୍ରଥମ ବୈଠକ ହୋଇଥିଲା । ଏହା ପରେ, ଡିଡିଡବ୍ଲୁଏସର ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟର ନୋଡାଲ ଅଧିକାରୀ ଏବଂ କ୍ଷେତ୍ର ଇୁନିଟ୍‌ମାନଙ୍କ ସହିତ ଆହୁରି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ

ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ବେତନଟୀ ଦେଇ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୟୂରଭଞ୍ଜ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀ ପ୍ରଧାନଙ୍କୁ ବାଲେଶ୍ଵର, ରେମୁଣା, ବଡ଼ସାହି, ମୋରଡ଼ା ଓ ବେତନଟୀ ସମେତ ଅନେକ ସ୍ଥାନରେ ସାଧାରଣ ନାଗରିକ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ । ଗସ୍ତକାଳରେ ଶ୍ରୀ ପ୍ରଧାନ ବାରପିଦାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଉଦଘାଟନ, ବାରିପଦା ଛଉ ପେଣ୍ଡାଲ ପ୍ରକଳ୍ପ ଓ ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର । ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଆମର ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ତଥା କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।  ମୟୂରଭଞ୍ଜର ସାଂସ୍କୃତିକ ପରମ୍ପରାର ପ୍ରତୀକ ହେଉଛି ଛଉ ନୃତ୍ୟ । ବାରିପଦା ଛଉ ପେଣ୍ଡାଲ ସହ ପାର୍ଶ୍ୱରେ ଥିବା ପଡ଼ିଆର ଉନ୍ନତିକରଣ ହେବ । ଆଗାମୀ ଦିନରେ ଏହି ପ୍ରକଳ୍ପ ଛଉ ନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ସୁନ୍ଦର ଭିତ୍ତିଭୂମି ଯୋଗାଇବ । ମୟୂରଭଞ୍ଜର ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଏହି ସ୍ଥାନକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବ ।

ବାରିପଦାରେ ଜନଜାତି ସମ୍ପ୍ରଦାୟର ଭଉଣୀମାନଙ୍କ ସହିତ ପାରମ୍ପରିକ ନୃତ୍ୟ ‘କରମା ନାଚ’ରେ ସାମିଲ ହୋଇ ଖୁସିବ୍ୟକ୍ତ କରିଥିଲେ ।

ପୂର୍ଣ୍ଣିଆ: ଏବେ ଦେଶର ବିମାନ ମାନଚିତ୍ରର ଏକ ଅଂଶ – ପ୍ରଧାନମନ୍ତ୍ରୀ

ପୂର୍ଣ୍ଣିଆ: ଏବେ ଦେଶର ବିମାନ ମାନଚିତ୍ରର ଏକ ଅଂଶ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବିହାରର ପୂର୍ଣ୍ଣିଆରେ ପ୍ରାୟ ୪୦,୦୦୦  କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ତାଙ୍କର ସମ୍ମାନଜନକ ଶୁଭେଚ୍ଛା ଜଣାଇଛନ୍ତି। ସେ ମତ ଦେଇଥିଲେ ଯେ ପୂର୍ଣ୍ଣିଆ ହେଉଛି ମା’ ପୂର୍ଣ୍ଣ ଦେବୀ, ଭକ୍ତ ପ୍ରହଲ୍ଲାଦ ଏବଂ ମହର୍ଷି ମେହି ବାବାଙ୍କ ଭୂମି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହି ମାଟି ଫଣୀଶ୍ୱରନାଥ ରେଣୁ ଏବଂ ସତୀନାଥ ଭାଦୁରିଙ୍କ ଭଳି ସାହିତ୍ୟିକ  ବ୍ୟକ୍ତିମାନଙ୍କୁ ଜନ୍ମ ଦେଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହା ବିନୋବା ଭାବେଙ୍କ ଭଳି ସମର୍ପିତ କର୍ମଯୋଗୀଙ୍କ କର୍ମଭୂମି ଏବଂ ଏହି ଭୂମି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ପୁନଃପ୍ରକାଶ କରିଥିଲା।

ବିହାର ପାଇଁ ପ୍ରାୟ ୪୦,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଘୋଷଣା କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ – ରେଳ, ବିମାନବନ୍ଦର, ବିଦ୍ୟୁତ୍ ଏବଂ ଜଳ – ସୀମାଞ୍ଚଳର ଆକାଂକ୍ଷା ପୂରଣ କରିବାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୪୦,୦୦୦ ରୁ ଅଧିକ ହିତାଧିକାରୀମାନେ  ସ୍ଥାୟୀ ବାସଗୃହ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଆଜି ଏହି ୪୦,୦୦୦  ପରିବାରଙ୍କ ଜୀବନରେ ଏକ ନୂତନ ଆରମ୍ଭ ହୋଇଛି । ସେ ଉଲ୍ଲେଖ କରିଥିଲେ ଯେ ଧନତେରସ, ଦୀପାବଳି ଏବଂ ଛଟ ପୂଜା ପୂର୍ବରୁ ଏକ ସ୍ଥାୟୀ ଘର ପ୍ରବେଶ କରିବା ଏକ ମହାନ ସୌଭାଗ୍ୟର କଥା। ସେ ଏହି ସମସ୍ତ ପରିବାରକୁ ତାଙ୍କର ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଥିଲେ।