ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ “ମୋଦୀ ଯୁବା ମାରାଥନ” ଆୟୋଜନ କରାଯିବ

ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ “ମୋଦୀ ଯୁବା ମାରାଥନ” ଆୟୋଜନ କରାଯିବ

ଚଳିତ ବର୍ଷ ମୋଦିଜୀଙ୍କ ୭୫ ତମ ଜନ୍ମଦିବକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ବୃକ୍ଷଚାରା ରୋପଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଜେପି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ “ମୋଦୀ ଯୁବା ମାରାଥନ” ଆୟୋଜନ କରାଯିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି  ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି।

ଶ୍ରୀପଣ୍ଡା କହିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଯୁବାବର୍ଗର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତାଙ୍କ ପ୍ରୟାସ ଯୋଗୁ ସାରା ବିଶ୍ୱରେ ଭାରତର ଯୁବବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

କେବଳ ଯୁବବର୍ଗ ନୁହେଁ ସମାଜ ପ୍ରତ୍ୟେକ କ୍ଷେତ୍ରରେ ମୋଦିଜୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସମାଜର ଗରିବ ଓ ଶୋଷିତ ବର୍ଗର ଉତ୍‌ଥାନ ପାଇଁ କାର୍ଯ୍ୟକରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସମସ୍ତେ ମୋଦିଜୀଙ୍କ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ମୋଦିଜୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରନ୍ତି। ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜିର ବହୁ ଯୁବବର୍ଗ ନିଶାରେ କବଳିତ ହୋଇ ଦିଗହରା ହେବାରେ ଲାଗିଛନ୍ତି। ସେମାନଙ୍କୁ ସେବା ପକ୍ଷରେ ସଚେତନ କରି ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଦେବା ସହ ଅନିୟମିତ ଜୀବନ ଶୈଳୀ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସାରା ଭାରତର ୭୫ ସ୍ଥାନରେ ମୋଦି ଯୁବ ମାରାଥନ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର୨୧ ତାରିଖରେ ସକାଳ ୬ଟା୧୫ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ ଅନୁଷ୍ଠିତ ହେବ।

ଏଥିରେ ସାରା ରାଜ୍ୟରେ ୧୦ହଜାରରୁ ଊର୍ଦ୍ଧ୍ୱ ଯୁବବର୍ଗ ସାମିଲ ହେବେ। ଏନେଇ ୭ ସେପ୍ଟେମ୍ବରରୁ ସାରା ଦେଶରେ କ୍ୟାମ୍ପେନ ଆରମ୍ଭ ହୋଇଛି। ଏହାକୁ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦେଶର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୁର୍ଯ୍ୟା, ଦେଶର ଫିଟନେସ୍ ଆଇକନ୍ ମିଲିନ୍ଦ ସୋମନ ଉଦ୍‌ଘାଟନ କରିଥିଲେ। ଏହି ମାରାଥନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ ବୋଲି ପଣ୍ଡା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ମାନସ କୁମାର ସାହୁ, ରାଜ୍ୟ ସଂଯୋଜକ ଚଣ୍ଡୀପ୍ରସାଦ ବେହେରା ଉପସ୍ଥିତ ଥିଲେ।

ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ଓ ଜଣାଇବା-ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ଓ ଜଣାଇବା-ଧର୍ମେନ୍ଦ୍ର ପ୍ରଧାନ

ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନକରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର । ଏହି କ୍ରମରେ ଓଡ଼ିଶା ସମେତ ଜାତୀୟ ସ୍ତରର ସାମ୍ବାଦିକମାନେ ମଧ୍ୟ ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ସବୁ ବିଷୟକୁ ଜଣାଇବା ଦରକାର ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ ‘ଭାରତୀୟ ସାମ୍ବାଦିକତା ପୁରସ୍କାର – ୨୦୨୫’ ଏବଂ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ମନୋନୀତ ୬ ଜଣ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବା ସହ ଜାତୀୟ ଓ ରାଜ୍ୟ ସ୍ତରରେ ସାମ୍ବାଦିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଓଡ଼ିଆ ଭାଷା ହେଉଛି ଏକ ବିଜ୍ଞାନ । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଆମ ରାଜ୍ୟ ଓଡ଼ିଶା ଦେଶର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଆମ ଓଡ଼ିଆ ଭାଷାର ଉତ୍କୃଷ୍ଟତା, ଗଭୀରତା ତଥା ମହାପୁରୁଷମାନଙ୍କ ଉତ୍କଣ୍ଠା, ବ୍ୟଗ୍ରତା ଏବଂ ଆନ୍ଦୋଳନ କାରଣରୁ ଏହା ସମ୍ଭବ ହୋଇଥିଲା । ଆଉ ୧୧ ବର୍ଷ ପରେ ୨୦୩୬ରେ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ତେବେ ସମାଜକୁ ଏକ ପରିଚୟର ଆବଶ୍ୟକତା ଥାଏ । ଓଡ଼ିଆ ସମାଜର ସବୁଠୁ ବଡ ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ ନାହିଁ । ତେବେ ସମସାମୟିକ ସମାଜରେ ଆମ ଓଡ଼ିଆ ସମାଜର ଗଭୀରତା, ବୌଦ୍ଧିକ ଚିନ୍ତନ କ୍ଷମତା ଓ ବ୍ୟାପକ କେତେ, ତାହା ଜାଣିବା ଦରକାର ଏବଂ ଜଣାଇବା ଦରକାର । ବର୍ତ୍ତମାନ ସେହି ଏକ ସମୟ ଉପନୀତ ହୋଇଛି, ଯେଉଁ ସମୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପ୍ରତିଚ୍ଛବିକୁ ଜାତୀୟ ଆଲୋଚନା ପରିସରକୁ ଆଣିବା ଆମର ଦାୟିତ୍ୱ ଅଟେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ସବୁ ସମୟରେ ରାଜନୀତି ଏବଂ ଆଇନଶୃଙ୍ଖଳା, ଅପରାଧ ଖବର ଏବଂ ଅନ୍ୟ ବିଷୟରେ ବିତର୍କ କରିବା ପରିବର୍ତ୍ତେ ଏକ ସମାଜର ଗଭୀରତା, ଐତିହ୍ୟ, ଖାଦ୍ୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଷୟ ଉପରେ ଆଲୋଚନା ହେବା ଦରକାର । ଏହାର ଉଦାହରଣ ଦେଇ ଓଡ଼ିଶାର ଗୌରବମୟ ଇତିହାସ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ । ସମ୍ରାଟ ଖାରବେଳ ଥିଲେ ଆଧୁନିକ ଓଡ଼ିଶାର ସ୍ଥପତି । ଏହା ପୂର୍ବରୁ ଓଡ଼ିଶାରେ ସମ୍ରାଟ ଅଶୋକ ଏବଂ ଓଡ଼ିଆଙ୍କ ମଧ୍ୟରେ ସଂଗଠିତ ହୋଇଥିବା କଳିଙ୍ଗ ଯୁଦ୍ଧ ଏକ ମହାନ ବାର୍ତ୍ତା ଦେଉଛି । କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି, ଯାହା ଓଡ଼ିଶାର ଗୌରବମୟ ଇତିହାସକୁ ପ୍ରତିଫଳିତ କରୁଛି । ଶ୍ରୀ ପ୍ରଧାନ ସବୁ ଓଡ଼ିଆ ଲୋକମାନଙ୍କୁ ଓଡ଼ିଶାର ବିଷୟକୁ ଚାଟଜିପିଟି ମାଧ୍ୟମରେ ପ୍ରଶ୍ନ କରିବା ସହ ଓଡ଼ିଶାର ବ୍ରାଣ୍ଡକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ସାମ୍ବାଦିକତା ପୁରସ୍କାର ନେଇ ପଲ୍ଲିବାଣୀ ମିଶନର ଉଦ୍ୟମ ଏବଂ ପୁରସ୍କୃତ ସାମ୍ବାଦିକମାନଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ସେ କହିଥିଲେ ପୁରସ୍କୃତ ସାମ୍ବାଦିକମାନେ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ନିରପେକ୍ଷ ସାମ୍ବାଦିକତାକୁ ଅଗ୍ରାଧିକାର ଦେଇ ରାଜ୍ୟ ଓ ଦେଶ ଉପରେ ଟିପ୍ପଣୀମାନ ରଖୁଛନ୍ତି । ସାମ୍ବାଦିକମାନେ ନିଜର କାର୍ଯ୍ୟରେ ଲୋକମାନଙ୍କ ସ୍ୱରକୁ ରାଜ୍ୟ ଓ ଦେଶରେ ଉପସ୍ଥାପନା କରିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଉଲ୍ଲେଖନୀୟ ଯେ, ଏହି ପୁରସ୍କାର ସମାରୋହରେ ‘ଆଜ୍ ତକ୍’ର ସମ୍ପାଦକ ଶ୍ରୀ ସଞ୍ଜୀବ ପାଲିଓ୍ୱଲ, ‘ହିନ୍ଦୁସ୍ତାନ’ର ସମ୍ପାଦକ ଶ୍ରୀ ପ୍ରତାପ ସୋମବଂଶୀ, ‘ଲଲିନଟପ’ର ସମ୍ପାଦକ ଶ୍ରୀ ସୌରଭ ଦ୍ୱିବେଦୀଙ୍କୁ ଭାରତୀୟ ସାମ୍ବାଦିକତା ପୁରସ୍କାର-୨୦୨୫ରେ ସମ୍ମାନିତ କରାଯାଇଥିଲା । ସେହିପରି ଓଡ଼ିଶାର ‘ଅର୍ଗସ’ ଡିଜିଟାଲର ସମ୍ପାଦକ ଶ୍ରୀ ସଂଗ୍ରାମ କେ.ସାରଙ୍ଗୀ, ‘ଦ’ ହିନ୍ଦୁ’ର ସ୍ପେଶାଲ କରେସପଣ୍ଡେଣ୍ଟ୍ ଶ୍ରୀ ସତ୍ୟସୁନ୍ଦର ବାରିକ, ଦୈନିକ ସମ୍ବାଦର ସମ୍ବଲପୁର ଜିଲ୍ଲା ସମ୍ବାଦଦାତା ଶ୍ରୀ ରତ୍ନାକର ଭୋଇ “ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫”ରେ ସମ୍ମାନିତ ହୋଇଥିଲେ । ସମାରୋହରେ ଯୋଗଗୁରୁ ବାବା ରାମଦେବ, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଗ୍ରୁପ ଏଡିଟର ଶ୍ରୀମତୀ ସାନ୍ତ୍ୱନା ଭଟ୍ଟାଚାର୍ଯ୍ୟ ଏବଂ ପଲ୍ଲୀବାଣୀ ମିଶନର ଚେୟାରମ୍ୟାନ ଶ୍ରୀ ରାମଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନଙ୍କ କରକମଳରେ ପଲ୍ଲୀବାଣୀ ମିଶନର ଏକ ବିଶେଷ ପତ୍ରିକା ମଧ୍ୟ ଉନ୍ମୋଚନ ହୋଇଥିଲା ।

ଭାରତର ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ଇକୋସିଷ୍ଟମକୁ ସୁଦୃଢ଼ କରିବ ଜିଏସଟି ସଂସ୍କାର

ଭାରତର ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ଇକୋସିଷ୍ଟମକୁ ସୁଦୃଢ଼ କରିବ ଜିଏସଟି ସଂସ୍କାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଭାରତର ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଜିଏସ୍‍ଟି ସଂସ୍କାରର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ରନ୍ଧନ ସମ୍ବନ୍ଧୀୟ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପ୍ରୋଟିନ୍ ଯୁକ୍ତ ଉତ୍ପାଦ ଉପରେ ଟିକସ ହାର ହ୍ରାସ କରି, ଏହି ସଂସ୍କାର ସିଧାସଳଖ ସାରା ଦେଶରେ ପରିବାର ପାଇଁ ଉନ୍ନତ ସୁଲଭତା ଏବଂ ଖାଦ୍ୟ ପ୍ରବେଶରେ ଯୋଗଦାନ କରିଛି ।

Continue reading
ଆତ୍ମନିର୍ଭରତା ଏବଂ ବିକାଶ ଦିଗକୁ ଭାରତର ଯାତ୍ରାରେ ଏନଇପି-୨୦୨୦ର ଗୁରୁତ୍ୱ ସମ୍ପର୍କରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରତା ଏବଂ ବିକାଶ ଦିଗକୁ ଭାରତର ଯାତ୍ରାରେ ଏନଇପି-୨୦୨୦ର ଗୁରୁତ୍ୱ ସମ୍ପର୍କରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି। ଯେଉଁଥିରେ ସେ ‘ଆତ୍ମନିର୍ଭରତା ଓ ବିକାଶର ପଥରେ ଭାରତର ଯାତ୍ରାରେ ଏନଇପି–୨୦୨୦ର ମହତ୍ତ୍ୱ’କୁ ମୂଳଭିତ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି । “କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ @dpradhanbjp ଆତ୍ମନିର୍ଭରତା ଓ ବିକାଶ ଦିଗରେ ଭାରତର ଯାତ୍ରାରେ ଏନଇପି-୨୦୨୦ର ମହତ୍ୱ ହିଁ ମୂଳ ବୋଲି ଦର୍ଶାଇ ଏହାର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି । ସେ ବର୍ଣ୍ଣନା କରିଛନ୍ତି ଶିକ୍ଷକମାନେ ଆଜିକାଲି ତ୍ୱରିତ ସହକାରେ ଡିଜିଟାଲ କ୍ଲାସରୁମ, ଏଆଇ, ପରିବର୍ତ୍ତିତ ପାଠ୍ୟକ୍ରମ, ବିଭିନ୍ନ ପ୍ରକାର ଶୈକ୍ଷିକ ଆବଶ୍ୟକତାକୁ ଆଦରି ନେଉଛନ୍ତି । ଏହାକୁ ପିଏମ ଇବିଦ୍ୟା, ଦୀକ୍ଷା ଏବଂ ସ୍ୱୟମ ଭଳି ପ୍ଲାଟଫର୍ମ ସହାୟତା କରୁଛି ।”

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଲେ ରାଷ୍ଟ୍ରପତି

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଲେ ରାଷ୍ଟ୍ରପତି

ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ପୁରସ୍କୃତ ହେଲେ କୋରାପୁଟର ତରୁଣ କୁମାର ଦାଶ ଏବଂ ମାଲକାନଗିରିର ବସନ୍ତ କୁମାର ରଣା

 ପବିତ୍ର ‘ଗୁରୁ ଦିବସ’ ଅବସରରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ସମେତ ଭାରତବର୍ଷର ୮୧ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନଜନକ ‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ୪୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରାଯାଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗରେ ୨୧ ଜଣ ଗୁରୁ ଏବଂ ଅନ୍ୟ ବିଭାଗର ଶିକ୍ଷକମାନେ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

Continue reading
ଜିଏସଟି ହ୍ରାସ ଦ୍ବାରା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଭିବୃଦ୍ଧି ତ୍ବରାନ୍ବିତ ହେବ

ଜିଏସଟି ହ୍ରାସ ଦ୍ବାରା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଭିବୃଦ୍ଧି ତ୍ବରାନ୍ବିତ ହେବ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଜିଏସଟି ପରିଷଦର ୫୬ତମ ବୈଠକରେ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ପାଇଁ ଏକ ସରଳୀକୃତ ଜିଏସଟି ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଏହାର ଅଂଶରୂପ, ବିଭିନ୍ନ ପ୍ରମୁଖ ଶିଳ୍ପକ୍ଷେତ୍ରରେ ଉଲ୍ଲେଖନୀୟ ହାର ହ୍ରାସ କରାଯାଇଛି। ଚମଡା, ଜୋତା, କାଗଜ, ବୟନଶିଳ୍ପ, ହସ୍ତଶିଳ୍ପ, ଖେଳଣା, ପ୍ୟାକେଜିଂ ଓ ଲଜିଷ୍ଟିକ୍ସ ପରି ଅତ୍ୟାବଶ୍ୟକ ଶିଳ୍ପଗୁଡ଼ିକୁ ଏହି ସଂସ୍କାର ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି।

Continue reading
ଲିଟିଲ କର: ସ୍ମୃତିର ଅବତାରଣା

ଲିଟିଲ କର: ସ୍ମୃତିର ଅବତାରଣା


ଗୁରୁବାର ଚାରି ତାରିଖ ସନ୍ଧ୍ୟାାରେ ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ୱର୍ଗତା ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ \”ଲିଟିଲ କର ସ୍ମୃତି ନ୍ୟାସ’ ଓ \”ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଟିଲ କର ଗାନ କରିଥିବା ସଂଗୀତ ବିଭିନ୍ନ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

Continue reading
ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ

ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ


ବିଗତ ଚାରି ଦଶନ୍ଧି ଧରି ଆମେ କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର ଭଳି ଗୋଟିଏ ଵାକ୍ୟକୁ କହି ଓ ଲେଖିଆସିଛୁ ଯେ ଏଯାବତ୍ ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇ ପାରିଲା ନାହିଁ । କାରଣ ଦର୍ଶାଇ କହି ଲେଖି ଆସିଛୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସେ ସ୍ବଭାବିକ ଭାବେ ନିଜକୁ ମହିମା ମଣ୍ଡିତ କରିଥାଏ ଓ ପରାଜିତ କୁ ମସିଲିପ୍ତ କରିଥାଏ ।” ତାହାହିଁ ପ୍ରତିଫଳିତ ହୋଇଛି ଓଡିଶା ଇତିହାସ ରଚନା କ୍ଷେତ୍ରରେ । ବ୍ରିଟିଶ ଜାତିର ଦାୟାଦ ଓ ଓଡ଼ିଆ ଵିଦ୍ଵେଷୀ ଭଗାରି ଜାତିର ଲୋକମାନେ  ଯେଉଁ ଇତିହାସ ଲେଖିଥିଲେ , ତାହାକୁ  ସ୍ବତନ୍ତ୍ର ପ୍ରଦେଶ ଗଠନର ପରବର୍ତ୍ତୀ ସମୟରେ ଆମର ଐତିହାସିକମାନେ ଅନୁସରଣ କଲେ ଏବଂ  ତାହାକୁ “ଶାଗ ବଡ଼ି ଥୋଡ଼ି, ବଡ଼ି  ଥୋଡି ଶାଗ” ଲେଖା ଲେଖି ଉପାଧି (ପିଏଚଡ଼ି,ଡିଲିଟ୍) ମଣ୍ଡିତ ହୋଇ  ଅଧ୍ୟାପକ, ପ୍ରାଧ୍ୟାପକ ଭାବରେ ସମ୍ମାନ ସାଉଁଟିଲେ ।

Continue reading
ବୋଉ ଏକ ଆସ୍ଥା,ଏକ ଆସ୍ଥାନ

ବୋଉ ଏକ ଆସ୍ଥା,ଏକ ଆସ୍ଥାନ

—————-+
“मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्,
प्रत्यश्रावि पुराहि तेऽन्त्य समये प्राप्तुं समीपं तव ।
ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्,
यत्प्रीत्यै च समागतोऽहमधुना तस्यै जनन्यै नमः “
“नास्ति मातृसमा छाया, नास्ति मातृसमा गतिः।
नास्ति मातृसमं त्राण, नास्ति मातृसमा प्रिय ।
—————-+

ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା’ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ , ଯାହାର ପ୍ରମାଣ ଆମର ଶାସ୍ତ୍ରରେ ଅନେକ ଉଦାହରଣ ସହିତ ରହିଛି । ସେଥିପାଇଁ ଭୃଣ ଅବସ୍ଥାରେ ଜନନୀଙ୍କ ନିମନ୍ତେ ବହୁବିଧ ଶିକ୍ଷଣୀୟ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ, ଯାହା ମଧ୍ୟ ଥିଲା ଯୋଜନାବଦ୍ଧ । କାରଣ ଅର୍ଜୁନଙ୍କ ଅନୁପସ୍ଥିତିରେ ଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୁହ  ଚକ୍ରାନ୍ତ ହିଁ ସଫଳତା ହାସଲ କରିହେବ , ଏହାହିଁ ଥିଲା ଦୃଢ଼ ବିଶ୍ୱାସ। ଏହି ଚକ୍ରାନ୍ତ ରେ ସ୍ବୟଂ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବଙ୍କ ବରଦାନ ଥିଲା ଅଂଶବିଶେଷ । ଏହାର କାରଣ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କେହି ଚକ୍ରବ୍ୟୁହ ଭେଦ କରିପାରିବେ ନାହିଁ , ଏହା ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ।

Continue reading
ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ

ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ

ଶିକ୍ଷାନୁଷ୍ଠାନର ଶକ୍ତି ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ

କରୁଛି ଏନଆଇଆରଏଫ୍ ରାଙ୍କିଂ – ଧର୍ମେନ୍ଦ୍ର ପ୍ରଧାନ

ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ରାଙ୍କିଂ ଆମର ଅନୁଷ୍ଠାନର ଶକ୍ତି ଏବଂ ଆମର ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ଆଜି ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏନଆଇଆରଏଫ ଅନ୍ତର୍ଗତ “ଇଣ୍ଡିଆ ରାଙ୍କିଙ୍ଗ – ୨୦୨୫”କୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Continue reading