କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ଚୌହାନ ଅମୃତସର, କପୁରଥାଲା ଓ ଗୁରୁଦାସପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି କୃଷକମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ସେଥିସହିତ, ଜଳମଗ୍ନ କ୍ଷେତଗୁଡ଼ିକୁ ଯାଇ ଫସଲର କ୍ଷୟକ୍ଷତିର ଆକଳନ ମଧ୍ୟ କରିଥିଲେ। ଏହି ସମୟରେ କୃଷକମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଫସଲର ବ୍ୟାପକ କ୍ଷୟକ୍ଷତି ବିଷୟରେ ସୂଚନା ଦେଇଥିଲେ, ଯାହାକୁ ନେଇ ଶିବରାଜ ସିଂହ କହିଥିଲେ ଯେ କୃଷକ ଭାଇ ଓ ଭଉଣୀମାନେ ଚିନ୍ତା କରନ୍ତୁ ନାହିଁ, ସରକାର ସେମାନଙ୍କ ସହିତ ଅଛନ୍ତି।
Continue readingMonthly Archives: September 2025
ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ ଅଶ୍ୱିନୀ ବୈଷ୍ଣବ
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ସୋହନାରେ ଟିଡିକେ କର୍ପୋରେସନର ଅତ୍ୟାଧୁନିକ ଲିଥିୟମ-ଆୟନ (ଲି-ଆୟନ) ବ୍ୟାଟେରୀ ଉତ୍ପାଦନ କାରଖାନାର ଉଦ୍ଘାଟନ କରିଛନ୍ତି।
ଦେଶର ଇଲେକ୍ଟ୍ରୋନିକ୍ସ ଯାତ୍ରାରେ ଏହାକୁ ଆଉ ଏକ ମୋଡ଼ ଭାବରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ଏହା ଆମ ପାଇଁ ଏକ ବିରାଟ ମାଇଲଖୁଣ୍ଟ କାରଣ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାକାର କରୁଛୁ। କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର କିମ୍ବା ବ୍ୟାଟେରୀ – ଆଗାମୀ ବର୍ଷଗୁଡ଼ିକରେ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ ଭାବରେ ନିର୍ମିତ ହେବ। ଇଲେକ୍ଟ୍ରୋନିକ୍ସରେ ଆମର ଆତ୍ମନିର୍ଭରଶୀଳତା ପାଇଁ ଭାରତକୁ ଏପରି ଉନ୍ନତ ପ୍ରଯୁକ୍ତିର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”
Continue readingଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା
ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା
————-+
ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା ଚିର ବନ୍ଦନୀୟା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ । ଏହି ଐତିହାସିକ ଵୀରାଙ୍ଗନା ୧୯୦୪ ମସିହା, ଅଗଷ୍ଟ ୧୯ ତାରିଖରେ ( ଅଗଷ୍ଟ ୯ ନୁହେଁ) ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମା ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ।
Continue readingଏ ଦାୟିତ୍ୱ କାହାର ? (୨)
ଏ ଦାୟିତ୍ୱ କାହାର ? (୨)
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳ ର ହଜାର ହଜାର ବର୍ଷ ର ଗୈାରବମୟ ଇତିହାସ ସହ ଆଜି ର ଏହି କ୍ଷେତ୍ର ସମୂହ ର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆ ର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନ ର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାର ର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ଏ ଦାୟିତ୍ୱ କାହାର ? (୧)
ଏ ଦାୟିତ୍ୱ କାହାର ? (୧)
ଆମେ ବିଗତ ୪୫ ବର୍ଷ ଧରି ହଜାର ହଜାର ଥର କହି ଓ ଲେଖି ଆସିଛୁ ଯେ “ଓଡ଼ିଶାର ଇତିହାସ ଏ ଯାବତ୍ ଲେଖା ଯାଇନାହିଁ” । କେବଳ ଅଭିଯୋଗ କରିନାହୁଁ , ସକଳ ପ୍ରତିବନ୍ଧକ ସତ୍ତ୍ୱେ ଆମେ ଅନେକ ଅନାଲୋଚିତ ଇତିହାସକୁ ପ୍ରାମାଣିକ ତଥ୍ୟ ସହିତ ଜନାର୍ପିତ କରିଆସିଛୁ । ଦୀର୍ଘ ୪୫ ବର୍ଷ ଧରି ଶାସନ କଳର ଯୋଜନାବଦ୍ଧ ଆକ୍ରମଣ, ଅତ୍ୟାଚାର, ମାନସିକ ନିର୍ଯ୍ୟାତନା, ଶାସକୀୟ ଚକ୍ରାନ୍ତ ଆଧାରିତ ଅଭାବ ଅନଟନ ଭିତରେ ମଧ୍ୟ ନୂତନ ତଥ୍ୟାର୍ଜନ କରି ଅନେକ ଅଛପା ଇତିହାସକୁ ଛାପା ଇତିହାସରେ ସ୍ଥାନିତ କରିପାରିଛୁ । କାହିଁକି ଓଡ଼ିଶାର ଇତିହାସ ଲେଖା ଯାଇନାହିଁ , ତାହା ଦର୍ଶାଇ କହି ଆସିଛୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସିଏ ନିଜକୁ, ନିଜ ଜାତି,ଦେଶ, ପ୍ରଦେଶ କୁ ମହିମା ମଣ୍ଡିତ କରିବା ସହିତ ପରାଜିତକୁ ମସୀଲିପ୍ତ କରିଥାଏ, ଯାହା ହିଁ ପ୍ରତିଫଳିତ ହୋଇଛି ଓଡିଶାର ସାମଗ୍ରିକ ଇତିହାସ ଲେଖା କ୍ଷେତ୍ରରେ । ଓଡ଼ିଶା ଓ ଓଡ଼ିଆ ଙ୍କ ନାମକୁ ମଧ୍ୟ ବ୍ୟଙ୍ଗାତ୍ମକ ଭଙ୍ଗୀରେ ଉଚ୍ଚାରଣ ଓ ଲିଖନ କରାଯାଇଥିଲା ।
Continue readingକଣ୍ଠଶିଳ୍ପୀ ଲିଟିଲ୍ କରଙ୍କ ପ୍ରଥମ ସ୍ମୃତିସଭା
ଓଡିଶା ର ଯୁବ, ଉଜ୍ବଳ ପ୍ରତିଭାଦୀପ୍ତା କଣ୍ଠଶିଳ୍ପୀ ତଥା ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଧେଶକ ଚନ୍ଦ୍ରଭାନୁ କର ଙ୍କ ଏକ ମାତ୍ର ସୁଯୋଗ୍ୟା ସନ୍ତାନ ଲିଟିଲ କର ଙ୍କ ବିୟୋଗ ପରେ ପ୍ରଥମ ସ୍ମୃତିସଭା ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର 4 ତାରିଖରେ ଗୀତଗୋବିନ୍ଦ ସଦନରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଭାପତିତ୍ବରେ ଏହି ସ୍ମୃତିସଭା ଆୟୋଜନ କରାଯିବ । ମାନ୍ୟବର ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଶିଷ୍ଟ ସାମ୍ବାଦିକ ତଥା ନେତା ସୈାମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଧାୟକ ବାବୁ ସିଂ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ସୁଶ୍ରୀ ଲିଟିଲ୍ କରଙ୍କ କଣ୍ଠ ସଙ୍ଗୀତକୁ ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ।

ଲିଟିଲ୍ କର ଓଡ଼ିଶାର ଜଣେ ଯୁବ ଉଜ୍ବଳ କଣ୍ଠଶିଳ୍ପୀ ଥିଲେ । ସେ ଭଜନଗାୟିକା, ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାୟନ ର ଜଣେ ସମର୍ପିତା, ପ୍ରତିଭାବାନ କଳାକାର ଥିଲେ । ଦୀର୍ଘଦିନ ଧରି ଥାଲାସେମିଆ ଓ ରକ୍ତକର୍କଟ ରୋଗ ରେ ପୀଡିତ ହୋଇ ମାତ୍ର ୨୨ ବର୍ଷ ବୟସ ରେ ସଂଗୀତ ଜଗତର ଏହି ଧ୍ରୁବତାରା ସମସ୍ତ ଙ୍କୁ ଶୋକ ସାଗର ରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର, ସମ୍ମାନ ପାଇଥିଲେ ।
ଲିଟିଲ କର ସ୍ମୃତି ନ୍ୟାସ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଲିଟିଲ କର ସ୍ମୃତି ନ୍ୟାସ ପକ୍ଷରୁ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ସଜ୍ଜନମାନଙ୍କ ସଦୟ ଉପସ୍ଥିତ କାମନା କରାଯାଇଛି ।
ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ
ମହାନ ସ୍ୱାଧୀନତା ସଂଗ୍ରାମୀ, ବାଙ୍କୀର ବରପୁତ୍ର, ସାମ୍ବାଦିକ ଜଗତ ର ଉଜ୍ବଳ ଜ୍ୟୋତିଷ୍କ, ସାହିତ୍ୟିକ ଉତ୍କଳ ସମ୍ମିଳନୀର ଆଦ୍ୟସ୍ରଷ୍ଟା, ଉତ୍କଳର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭାଦୀପ୍ତ ନୀଳମଣି ବିଦ୍ୟାରତ୍ନଙ୍କ ସତୀଚଉରା ଠାରେ ଥିବା ସମାଧି ପୀଠ ପରିତ୍ୟକ୍ତ, ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ୨୫ ବର୍ଷଧରି ପଡ଼ିରହିଛି ।
Continue readingଏବେ କ’ଣ ଆଶା କରିପାରିବା ?
ଅଙ୍କ ପରିମାଣରେ ବିଶ୍ବାପକୀର୍ତ୍ତି ସୃଷ୍ଟି କରିଥିବା ଖଣି ଡକାୟତି ଓ ତତ୍ ପରବର୍ତ୍ତୀ ସମୟର ସମ୍ବିଧାନର ପ୍ରମୁଖ ତିନି ଅଙ୍ଗର ଭୂମିକା, ଜୋରିମାନାର ପରିମାଣ, ଶାହା କମିଶନଙ୍କ ସୁପାରିଶ, ସିବିଆଇ ତଦନ୍ତ ପାଇଁ ମୋଦି ସରକାରଙ୍କ ନିରବତା, ଦଶ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଖଣି ଡକାୟତି ଟି ୬୫ ହଜାର କୋଟି ଟଙ୍କା ର ଜୋରିମାନା, ଶାହା କମିଶନ କମାଇ କଲେ ୫୯ ହଜାର କୋଟି ଟଙ୍କା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଲେ ୧୭ ହଜାର କୋଟି ଟଙ୍କା, ଓଡ଼ିଶା ରାଜକୋଷକୁ ଆସିଲା କେତେ ?
Continue readingଡିଜିଟାଲ ପ୍ଲାଟଫର୍ମରେ ସିଧାସଳଖ ଏବଂ ସ୍ୱଚ୍ଛ ପାଣ୍ଠି ସ୍ଥାନାନ୍ତର ସୁନିଶ୍ଚିତ କରିବ ଜୀବିକା ନିଧି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ସେପ୍ଟେମ୍ବର ଦିନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡ୍ର ଶୁଭାରମ୍ଭ କରିବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ଅନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟରେ ୧୦୫ କୋଟି ଟଙ୍କା ମଧ୍ୟ ସ୍ଥାନାନ୍ତର କରିବେ ।
ଜୀବିକା ନିଧି ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଜୀବିକା ସହିତ ଜଡିତ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସୁଲଭ ସୁଧ ହାରରେ ସହଜରେ ପାଣ୍ଠି ଉପଲବ୍ଧତା ପ୍ରଦାନ କରିବା । ଜୀବିକାର ସମସ୍ତ ପଞ୍ଜିକୃତ କ୍ଲଷ୍ଟର-ସ୍ତରୀୟ ଫେଡେରେସନଗୁଡିକ ସମାଜର ସଦସ୍ୟ ହେେବେ । ଏହି ପ୍ରତିଷ୍ଠାନର ପରିଚାଳନା ପାଇଁ, ବିହାର ସରକାର ଏବଂ କେନ୍ଦ୍ର ସରକାର ଉଭୟ ପାଣ୍ଠି ଯୋଗଦାନ କରିବେ ।
ଗତ କିଛି ବର୍ଷ ଧରି ଜୀବିକାର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀତା ବୃଦ୍ଧି ପାଇଛି, ଯାହା ଫଳରେ ଗ୍ରାମାଞ୍ଚଳରେ ଅନେକ କ୍ଷୁଦ୍ର ଉଦ୍ୟୋଗ ଏବଂ ଉତ୍ପାଦକ କମ୍ପାନୀ ପ୍ରତିଷ୍ଠା ହୋଇଛି । ତଥାପି, ମହିଳା ଉଦ୍ୟୋଗୀମାନେ ପ୍ରାୟତଃ ୧୮%-୨୪% ଉଚ୍ଚ ସୁଧ ହାରରେ ମାଇକ୍ରୋଫାଇନାନ୍ସ ସଂସ୍ଥା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ । ଏମ୍ଏଫ୍ଆଇ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ କମ ସୁଧ ହାରରେ ଅଧିକ ଋଣ ପରିମାଣର ସମୟୋଚିତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଜୀବିକା ନିଧିକୁ ଏକ ବିକଳ୍ପ ଆର୍ଥିକ ବ୍ୟବସ୍ଥା ଭାବରେ ପରିକଳ୍ପନା କରାଯାଇଛି ।
ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଏକ ଡିଜିଟାଲ ପ୍ଲାଟଫର୍ମରେ କାର୍ଯ୍ୟ କରିବ, ଯାହା ଜୀବିକା ଦିଦିମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ ପାଣ୍ଠି ସ୍ଥାନାନ୍ତର ସୁନିଶ୍ଚିତ କରିବ । ଏହାକୁ ସହଜ କରିବା ପାଇଁ ୧୨,୦୦୦ ସମ୍ପ୍ରଦାୟ କାର୍ଯ୍ୟକର୍ତ୍ତାଙ୍କୁ ଟାବଲେଟ ଯୋଗାଇ ଦିଆଯାଇଛି ।
ଏହି ପଦକ୍ଷେପ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ବିକାଶକୁ ସୁଦୃଢ଼ କରିବ ଏବଂ ସମ୍ପ୍ରଦାୟ-ନେତୃତ୍ୱାଧୀନ ଉଦ୍ୟୋଗଗୁଡିକର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ବିହାର ରାଜ୍ୟରୁ ପ୍ରାୟ ୨୦ ଲକ୍ଷ ମହିଳା ଏହି କାର୍ଯ୍ୟକ୍ରମକୁ ଦେଖିବେ ।
ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ
ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏନସିଇଆରଟିର ବଡ ଯୋଗଦାନ ରହିଛି ସୋମବାର ନୂଆଦିଲ୍ଲୀ ଠାରେ ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରିଥିଲେ । ଆଧୁନିକ ଓଡ଼ିଶାର ବିକାଶ ପାଇଁ ଅବଦାନ ଦେଇଥିବା ଏବଂ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ସମ୍ବଳିତ ଏକ ପୁସ୍ତକ ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚନ କରିଥିଲେ ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଗତ ୬୪ ବର୍ଷ ମଧ୍ୟରେ ରାଷ୍ଟ୍ର ଗଠନରେ ଏନସିଇଆରଟିର ଅବଦାନ ଉପରେ ଆଲୋକପାତ କରିଥିଲେ । ଗତ ତିନି ବର୍ଷ ମଧ୍ୟରେ ଏନସିଇଆରଟି ଦ୍ୱାରା ବିକଶିତ ନୂତନ ପାଠ୍ୟକ୍ରମ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଦାନ ସାମଗ୍ରୀ, ବିଶେଷତଃ ଯାଦୁଇ ପିଟାରାର ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ଏନସିଇଆରଟିକୁ ଭାରତୀୟ ଭାଷାରେ ଶିକ୍ଷା, ଗୁଣାତ୍ମକ ଡିଜିଟାଲ୍ ବିଷୟବସ୍ତୁର ବିକାଶ , ବିଜ୍ଞାନ ଏବଂ ଗଣିତରେ ଶିକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏନସିଇଆରଟିକୁ ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦ୍ୱାରା ଦେଶର ଶିକ୍ଷା କ୍ଷେତ୍ର ଅତ୍ୟନ୍ତ ଲାଭବାନ ହେବ ଏବଂ ଶିକ୍ଷାଗତ ଗବେଷଣାରେ ଏନସିଇଆରଟିକୁ ବିଶ୍ୱସ୍ତରୀୟ ଲିଡର ହେବାରେ ସାହାଯ୍ୟ କରିବ ।
ଶ୍ରୀ ପ୍ରଧାନ କହିଛନ୍ତି ଆମ ଦେଶର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ହେଉଛି ଏନସିଇଆରଟି । ଏହା କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଏକ ‘ଜ୍ଞାନ-କୁମ୍ଭ’ । ପ୍ରତିଷ୍ଠା ଦିନଠାରୁ ଏହା ଶିକ୍ଷା ମାଧ୍ୟମରେ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛି । ଶ୍ରୀ ପ୍ରଧାନ ଏନସିଇଆରଟିକୁ ନୂଆ ଅବତାର ଭାବରେ ଅବତୀର୍ଣ୍ଣ ହେବା ତଥା ସଂସ୍କାର-ମୁଖୀ, ଟେକ୍ନୋଲୋଜି-ଚାଳିତ ଏବଂ ବିଶ୍ୱର ବେଷ୍ଟ୍ ପ୍ରାକ୍ଟିସ୍ ଉପରେ ଧ୍ୟାନ ଦେଇ ଏକ ପରିବର୍ତ୍ତନକାରୀ ନେତୃତ୍ୱ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସେ ଆହୁରି କହିଛନ୍ତି ଯେ ଆମକୁ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ କରିବାକୁ ପଡିବ । ସମୃଦ୍ଧ ଭାରତର ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ଆମେ ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା । ‘ଅମୃତ ପିଢି’ରେ ଏନସିଇଆରଟିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂ ବିକଶିତ କରିବା ପାଇଁ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପଡିବ । ଜ୍ଞାନକୁ ଦକ୍ଷତାରେ ପରିଣତ କରିବାର ଉପାୟ ମଧ୍ୟ ବାହାର କରିବାକୁ ପଡିବ । ଏନସିଇଆରଟି ଶିକ୍ଷାଗତ ସଂସ୍କାର ଆଣିବା ସହ ଶିକ୍ଷାଦାନ ଏବଂ ଶିକ୍ଷଣରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବ । ସମୃଦ୍ଧ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏନସିଇଆରଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷାଦାନ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ‘ଦୀକ୍ଷା ୨.୦’ ଉପରେ କହିଥିଲେ ଯେ ଏହା ଏକ ଅପଗ୍ରେଡେଡ୍ ଡିଜିଟାଲ ପ୍ଲାଟଫର୍ମ, ଯାହା ପ୍ରତିକ୍ରିୟାଶୀଳ ଏବଂ ବହୁବିଧ ଡିଭାଇସ୍ ସହିତ ସୁସଙ୍ଗତ । ଏହା ଏହା ଷ୍ଟକଚର୍ଡ ଲେସନ ତଥା ସଂରଚିତ ପାଠ, ଅନୁକୂଳିତ ମୂଲ୍ୟାଙ୍କନ, ଏବଂ ଏଆଇ-ଚାଳିତ ଉପକରଣ ଯଥା ରିଡ୍ ଆଲାଉଡ୍ ଏବଂ ୧୨ଟି ଭାରତୀୟ ଭାଷାରେ ଟେକ୍ସଟ ଫାଇଲ୍ ଅନୁବାଦ ପ୍ରଦାନ କରିବ । ଦୀକ୍ଷା ଦ୍ୱାରା ଉପକୃତ ହେଉଥିବା ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା ମଧ୍ୟ କରିଥିଲେ ।
ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଏନସିଇଆରଟି କ୍ୟାମ୍ପସର ନବନିର୍ମିତ ପ୍ରବେଶ ଦ୍ୱାର କମ୍ପ୍ଲେକ୍ସ, ହିନ୍ଦୀ, ସଂସ୍କୃତ, ହୋ-ହିନ୍ଦୀ ଏବଂ କୋୟା ଭଳି ୪ଟି ଭାଷାରେ ପ୍ରାଇମର ପୁସ୍ତକ, ପିଏମଇ ବିଦ୍ୟା ମୋବାଇଲ୍ ଆପ୍ଲିକେସନ୍, ବାଲବାଟିକା ପାଇଁ ପିଏମ ଇବିଦ୍ୟା ଡିଟିଏଚ ଟିଭି ଚ୍ୟାନେଲ୍ ନମ୍ବର ୩୫,ଚାରୋଟି ଡିଏମ ସ୍କୁଲରେ ଭର୍ଚୁଆଲ୍ ରିଆଲିଟି ଲ୍ୟାବ୍, ପ୍ରଶସ୍ତ ୨.୦, କିତାବ୍ ଏକ ପଢେ ଆଦି ଅନେକ ଉପକ୍ରମ ଶୁଭାରମ୍ଭ କରିଥିଲେ ।
ପ୍ରତିଷ୍ଠା ଦିବସରେ ଶିକ୍ଷା ମନ୍ତ୍ରଣାଳୟର ସଚିବ ସଞ୍ଜୟ କୁମାର, ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଶ୍ରୀ ଚାମୁ କୃଷ୍ଣ ଶାସ୍ତ୍ରୀ,ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ୍. ଜଗଦେଶ କୁମାର, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏସ. ସୋମନାଥ ଏବଂ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର, ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନସିଇଆରଟିର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ ।