ବିହାରରେ ୬ ଓ ୧୧ ନଭମ୍ବର ୨୦୨୫ରେ ଦୁଇ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୪୩ ଆସନ ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ୧୪ ନଭମ୍ବରରେ ଘୋଷଣା ହେବ। ରାଷ୍ଟ୍ରୀୟ ଲୋକତନ୍ତ୍ରୀୟ ଗଠବନ୍ଧନ (ଏନ୍ଡିଏ) ଓ ମହାଗଠବନ୍ଧନ (ଇଣ୍ଡିଆ ବ୍ଲକ୍) ମଧ୍ୟରେ କଡ଼ା ସଂଘର୍ଷ ହେବାର ଅନୁମାନ କରାଯାଉଛି । ତେବେ ପ୍ରସ୍ତୁତି ପର୍ଯ୍ୟାୟରେ ଆସନ ବିତରଣ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିବାଦକୁ ନେଇ ଦୁଇ ମେଣ୍ଟ ଭିତରେ ସ୍ପଷ୍ଟତା ନାହିଁ । ପୂର୍ବରୁ ଯେତେ ସର୍ଭେ ହୋଇଛି ସବୁ ସର୍ଭେ ଏନ୍ଡିଏକୁ ଆଗୁଆ ଦେଖାଉଛି। ଏନ୍ଡିଏର ମଜବୁତ ଥିବା କୁହାଯାଉଛି । ଚଳିତ ନିର୍ବାଚନରେ ଏନଡିଏରେ ବିଜେପି ଓ ଜେଡିୟୁ ପ୍ରତ୍ୟେକ ୧୦୧ ଆସନରେ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । , ଏଲ୍ଜେପି (ରାମବିଳାସ) ୨୯ଟି ଆସନ ପାଇଛି । , ହାମ ଦଳ ୬ ଟି ଏବଂ , ଆର୍ଏଲ୍ଏମ୍ ୬ଟି ଆସନରେ ଲଢ଼ୁଛି । ଆଇଏଏନ୍ଏସ-ମ୍ୟାଟ୍ରିଜ୍ ସର୍ଭେରେ ଏନ୍ଡିଏ ୪୯% ଭୋଟ ସହ ୧୫୦-୧୬୦ ଆସନ ଜିତିବା ଆଶା କରାଯାଉଛି । । ବିଜେପି ୮୦-୧୦୦ ଆସନରେ ଜିତିବାର ସଂଭାବନା ରହିଛି । , ଜେଡିୟୁ ୪୦ରୁ ୫୫ ଆସନରେ ଜିତିବାର ସଂଭାବନା ରହିଛି।
ନୀତିଶ କୁମାରଙ୍କ ନେତୃତ୍ୱ କୁ ୪୨% ଲୋକ ସମର୍ଥନ ଦେବାର ରିପୋର୍ଟ କହୁଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଏଥର ନୀତିଶଙ୍କ ନେତୃତ୍ବରେ ଏନଡିଏ ଏନଡିଏ ନିର୍ବାଚନ ଲଢ଼ୁଛି । , ନୀତିଶ କହିଛନ୍ତି “ଏନ୍ଡିଏ ଏକଜୁଟ୍” ରହିଛି ।
ମହାଗଠବନ୍ଧନର ଆସନ ବୁଝାମଣା ହୋଇପାରିନାହିଁ । ଅନେକ ସ୍ଥାନରେ ଦୁଇ ଦୁଇଜଣ ପ୍ରାର୍ଥୀ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି । ଆର୍ଜେଡି ୧୩୦-୧୩୫ ଆସନରେ ପ୍ରାର୍ଥୀ ଦେଇଛି । , କଂଗ୍ରେସ ୬୦ ଆସନରେ ପ୍ରାର୍ଥୀ ଦେଇଛି । , ଭିଆଇପି ୧୫ଟି ଆସନ,, ସିପିଆଇ-ଏମ୍ଏଲ୍ଏଲ୍ ୨୯ଟି ଆସନ ଏବଂ , ଏଆଇଏମ୍ଆଇଏମ୍ ୨୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଆର୍ଜେଡି-କଂଗ୍ରେସ ବୁଝାମଣା ବିଫଳ ହୋଇଥିବା ଚର୍ଚା ହେଉଛି । ଜେଏମ୍ଏମ୍ ୬ ଆସନରେ ସ୍ୱାଧୀନ ଭାବେ ଲଢ଼ୁଛି । ସର୍ଭେରେ ୩୯.୭% ଭୋଟରେ ମହାଗଠବନ୍ଧନ ୮୧ରୁ ୧୦୩ଟି ଆସନ ପାଇବ ବୋଲି କୁହାଯାଉଛି । ଆର୍ଜେଡି ୬୦-୮୦ ଆସନ ପାଇବ । , କଂଗ୍ରେସ ୨-୧୫ଟି ଆସନ ପାଇବା କୁହାଯାଉଛି । ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିହାରର ୩୫.୫% ସମର୍ଥନ ରହିଛି।
ତେବେ ଫ୍ରେଣ୍ଡଲି ଫାଇଟ୍ ଓ ଜେଏମ୍ଏମ୍ର ବିଦ୍ରୋହ ଭୋଟ ବିଭାଜନ ସୃଷ୍ଟି କରିବାର ସମ୍ଭାବନା ରହିଛି । ଜାତିଗତ ସମୀକରଣରେ ଏନଡିଏ ପ୍ରତି ଅଧିକ ଭୋଟ ପଡ଼ିବାର ସମ୍ଭାବନା ରହିଛି । ଜନ ସୁରାଜ୍ ପାର୍ଟି ୪-୬ ଟି ଆସନ ନେବାର ସମ୍ଭାବନା ରହିଛି। ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ୨୩% ଲୋକଙ୍କ ସମର୍ଥନ ରହିଛି । ରାଜନୀତି ସମୀକ୍ଷକମାନେ ଏନ୍ଡିଏ ସରକର ଗଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି । ନୀତିଶ ସରକାର ପୁଣି ଗଠନ ହେବ ବୋଲି ୫୦% ଲୋକ କହିଛନ୍ତି । ତେବେ ଭୋଟ ଫଳେ କିଏ ସରକାର ଗଠନ କରିବ ଆଉ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଜଣାପଡିବ ।