ଓଡ଼ିଶାରୁ ୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ, ୪୯ ଜଣଙ୍କୁ ପଠାଗଲା ସ୍ୱଦେଶ: ମୁଖ୍ୟମନ୍ତ୍ରୀ

ଓଡ଼ିଶାରୁ ୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ, ୪୯ ଜଣଙ୍କୁ ପଠାଗଲା ସ୍ୱଦେଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଡିସେମ୍ବର ୧: ନୂତନ ସରକାର ଗଠନ ପରେ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଜୋରଦାର ହୋଇଛି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନୂଆ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୧ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୫୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୯ ଜଣଙ୍କୁ ବାଂଲାଦେଶକୁ ପଠାଇ ଦିଆଯାଇଛି। ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ

ଖୋର୍ଦ୍ଧା: ୨୪ ଜଣ,କଟକ: ୧୫ ଜଣ, ଗଞ୍ଜାମ: ୬ ଜଣ, କନ୍ଧମାଳ: ୩ ଜଣ, କୋରାପୁଟ: ୧ ଜଣ । ଜାଲ୍ ପାସ୍‌ପୋର୍ଟ ମାମଲାରେ ମୁଖ୍ୟମନ୍ତ୍ରୀ ଗୃହକୁ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଚିହ୍ନଟ ହୋଇଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରୁ ୨ ଜଣ ଜାଲ୍ ପାସ୍‌ପୋର୍ଟ ତିଆରି କରିଥିବା ଜଣାପଡ଼ିଛି। ସେମାନଙ୍କ ବିରୁଦ୍ଧରେ ଆଇନଗତ ଭାବେ ମକଦ୍ଦମା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଓ ପ୍ରତ୍ୟାର୍ପଣ ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇଛନ୍ତି।

Posted in ରାଜ୍ୟ, ରାଜନୀତି.