ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଦାନ କରାଯାଇଥିବା ‘ଫିଫା ଶାନ୍ତି ପୁରସ୍କାର’ ଏବଂ ତାଙ୍କ ବୟାନକୁ ନେଇ ବର୍ତ୍ତମାନ ବିଶ୍ୱସ୍ତରରେ ତୀବ୍ର ବିବାଦ ଓ ଚର୍ଚ୍ଚା ସୃଷ୍ଟି ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିବା ଚର୍ଚା ଜୋର ଧରିଛି । ସମ୍ମାନ ଗ୍ରହଣ କରିବା ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, “ଏହି ଫିଫା ଶାନ୍ତି ପୁରସ୍କାର ମୋ ଜୀବନର ସବୁଠୁ ବଡ଼ ସମ୍ମାନ”। ଏହି ବିଶେଷ ସମ୍ମାନରେ ସମ୍ମାନିତ ହେବା ପରେ ଟ୍ରମ୍ପ ନିଜ ଭାଷଣରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ପ୍ରଥମେ ନିଜ ପତ୍ନୀ ତଥା ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ସମେତ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଥିଲେ। ଟ୍ରମ୍ପ ଏହି କାର୍ଯ୍ୟକ୍ରମର ଅନ୍ୟ ଦୁଇ ଆୟୋଜକ ରାଷ୍ଟ୍ରର ନେତା, କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ଙ୍କୁ ମଧ୍ୟ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ଟ୍ରମ୍ପଙ୍କ ଏହି ବୟାନ ଏବଂ ସମ୍ମାନ ତାଙ୍କ ରାଜନୈତିକ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଭାବରେ ବିବେଚନା କରାଯାଉଛି ।ଅନେକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କୁ ୨୦୨୬ ଫିଫା ବିଶ୍ୱକପ୍ର ଆୟୋଜକ ଦେଶ (ଆମେରିକା, କାନାଡା ଏବଂ ମେକ୍ସିକୋ) ମିଳିତ ଭାବେ ତାଙ୍କର ସହଯୋଗ ପାଇଁ ଏକ ‘ସମ୍ମାନଜନକ ସ୍ମାରକ’ (Honorary Trophy) ପ୍ରଦାନ କରିଥିଲେ। ଟ୍ରମ୍ପ୍ ଏହି ସ୍ମାରକକୁ ଭୁଲ୍ କ୍ରମେ ‘ଫିଫା ଶାନ୍ତି ପୁରସ୍କାର’ ବୋଲି ନାମିତ କରି ବିବାଦକୁ ଡାକି ଆଣିଛନ୍ତି।
