ଭାରତର ସୌର ଶକ୍ତି ଯାତ୍ରା ଏହାକୁ ସମଗ୍ର ବିଶ୍ୱରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାରେ ସାହାଯ୍ୟ କରୁଛି। ଗୁରୁଗ୍ରାମରେ ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲାଇନ୍ସ (ISA) ମୁଖ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଏବଂ ଆୟୋଜକ ଭାବରେ, ଭାରତ ୧୨୫ରୁ ଅଧିକ ସଦସ୍ୟ ରାଷ୍ଟ୍ରରେ ସୌର ଶକ୍ତି ସୁବିଧା ବିକାଶ, ଆର୍ଥିକ ସହାୟତା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର (Technology Transfer)ରେ ସାହାଯ୍ୟ କରିଛି।
ଅକ୍ଟୋବର ୨୦୨୫ରେ, ଭାରତ ନୂଆଦିଲ୍ଲୀରେ ୮ମ ISA ସମ୍ମିଳନୀ (Assembly) ଆୟୋଜନ କରିଥିଲା, ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶର ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳ ଏକାଠି ହୋଇଥିଲେ। ସେମାନେ ଏକ ମଜବୁତ ସୌର ମୂଲ୍ୟ ଶୃଙ୍ଖଳା (Solar Value Chain), ସମସ୍ତଙ୍କ ପାଇଁ ସୁଗମତା (Inclusive Access) ଏବଂ ସୌର ଶକ୍ତିର ତ୍ୱରିତ ଗ୍ରହଣ ରଣନୀତିକୁ ଆଗେଇ ନେବା ପାଇଁ ଆଲୋଚନା କରିଥିଲେ।
ସୌର କ୍ଷମତା ଦ୍ୱିଗୁଣିତ
ଗତ ଦଶନ୍ଧି ମଧ୍ୟରେ ସୌର ଶକ୍ତି ଇନଷ୍ଟଲେସନରେ ବୃଦ୍ଧି ହେତୁ ଭାରତର ସାମଗ୍ରିକ ସ୍ଥାପିତ ବିଦ୍ୟୁତ୍ କ୍ଷମତା ଦ୍ୱିଗୁଣିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ, ସୌର କ୍ଷମତା ୧୨୯ ଜିଡବ୍ଲ୍ୟୁ ରହିଛି, ଯେତେବେଳେ କି ଅଣ-ଜୀବାଶ୍ମ (Non-Fossil) ବିଦ୍ୟୁତ୍ କ୍ଷମତା ୨୫୯ ଜିଡବ୍ଲ୍ୟୁ ଅତିକ୍ରମ କରିସାରିଛି। ଏହା ଅକ୍ଟୋବର ୨୦୨୫ ସୁଦ୍ଧା ଦେଶର ମୋଟ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦%ରୁ ଅଧିକ। ଏହା ନିମ୍ନ-କାର୍ବନ ଶକ୍ତି (Low-Carbon Energy) ଦିଗରେ ଏକ ଐତିହାସିକ ପରିବର୍ତ୍ତନ।
ଘରୋଇ ବ୍ୟବହାରର ତୀବ୍ରତାକୁ ବିଶ୍ୱ ସହଯୋଗ ସହିତ ଯୋଡ଼ି, ଭାରତ ଏକ ମଜବୁତ, ସ୍ଥାୟୀ ଏବଂ ସୌର-ଆଧାରିତ ଶକ୍ତି ଭବିଷ୍ୟତର ମୂଳଦୁଆ ପକାଉଛି, ଯାହା ସମଗ୍ର ବିଶ୍ୱ ପାଇଁ ଏକ ମାନଦଣ୍ଡ (Benchamark) ସ୍ଥାପନ କରିବ। ଗତ ଦଶ ବର୍ଷ ମଧ୍ୟରେ ସୌର ଶକ୍ତି କ୍ଷେତ୍ର ଅତ୍ୟନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୧୪ରେ ଏହି କ୍ଷମତା ମାତ୍ର ୩ ଜିଡବ୍ଲ୍ୟୁ ଥିଲା, ଯାହା ଅକ୍ଟୋବର ୨୦୨୫ ସୁଦ୍ଧା ବୃଦ୍ଧି ପାଇ ୧୨୯.୯୨ ଜିଡବ୍ଲ୍ୟୁରେ ପହଞ୍ଚିଛି—ଏହା ହେଉଛି ୪୦ ଗୁଣରୁ ଅଧିକ ଏକ ଜବରଦସ୍ତ ବୃଦ୍ଧି। ଏହି ଦ୍ରୁତ ଅଭିବୃଦ୍ଧି ପବନ ଶକ୍ତି, ଜଳ ବିଦ୍ୟୁତ୍ ଏବଂ ବାୟୋମାସ୍ କ୍ଷମତାକୁ ପଛରେ ପକାଇ, ସୌର ଶକ୍ତିକୁ ନବୀକରଣ ଶକ୍ତି ପୋର୍ଟଫୋଲିଓରେ ସବୁଠାରୁ ବଡ଼ ଅବଦାନକାରୀ ଭାବରେ ସ୍ଥାନିତ କରିଛି।
