ଓଡ଼ିଶା ରାଜ୍ୟ କମିଟି, ୨୦୨୬ ପାଇଁ ଓଡ଼ିଶାବାସୀଙ୍କୁ ନୂଆବର୍ଷ ର ଶୁଭେଚ୍ଛା ଜ୍ଞାପନ କରୁଛି।
ଆମେ ସମସ୍ତ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ପ୍ରଗତିଶୀଳ ଶକ୍ତିମାନଙ୍କୁ ଏକାଠି କରି ଲୋକଙ୍କ ପ୍ରସଙ୍ଗଗୁଡ଼ିକରେ ଐକ୍ୟବଦ୍ଧ ହେବାକୁ ଏବଂ ସାମ୍ପ୍ରଦାୟିକତା, କର୍ପୋରେଟ୍ ଲୁଟ୍, ଦମନ ଏବଂ କୃଷକ-ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଗ୍ରାମକୁ ତୀବ୍ରତର କରିବାକୁ ଆହ୍ୱାନ ଜଣାଉଛି ।
କେବଳ ଐକ୍ୟବଦ୍ଧ ଗଣଆନ୍ଦୋଳନ ହିଁ ଲୋକଙ୍କ ପାଇଁ ନ୍ୟାୟ, ମର୍ଯ୍ୟାଦା ଓ ଉତ୍ତମ ଭବିଷ୍ୟତ ସୁନିଶ୍ଚିତ କରିପାରିବ ଏବଂ କର୍ପୋରେଟ- ସାଂପ୍ରଦାୟିକ ମଧୁ ଚନ୍ଦ୍ରିକା କୁ ପରାସ୍ତ କରି ପାରିବ ଏବଂ ଧର୍ମନିରପେକ୍ଷ,ଗଣତାନ୍ତ୍ରିକ ଭାରତବର୍ଷ କୁ ରକ୍ଷା କରାଯାଇ ପାରିବ ବୋଲି ସି. ପି.ଆଇ.(ଏମ) ତରଫ ରୁ କୁହାଯାଇଛି । ଆଜି ଭୁବନେଶ୍ଵରସ୍ଥିତ
ସି.ପି .ଆଇ.(ଏମ୍) ରାଜ୍ୟ ଅଫିସ ରେ ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜନାର୍ଦ୍ଦନ ପତି, ଅଳି କିଶୋର ପଟ୍ଟନାୟକ, ବିଷ୍ଣୁ ମହାନ୍ତି,ଦୁଷ୍ମନ୍ତ କୁମାର ଦାସ, ଶିଶିର ହୁଇ, ପୁଷ୍ପା ଦାଶ, ଜମେଶ୍ୱର ସାମନ୍ତରାୟ ଏବଂ ବଦ୍ରି ନାରାୟଣ ଦାଶ ପ୍ରମୁଖ ବରିଷ୍ଠ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଆହ୍ୱାନ ଓ ନୂଆବର୍ଷ ଶୁଭେଚ୍ଛା:ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
Posted in ରାଜ୍ୟ.