ଟାଟା ପାୱାର୍ କମ୍ପାନୀ ଦ୍ୱାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ଲଗାଇବା ଫଳରେ ଗ୍ରାହକମାନେ ବ୍ୟାପକ ହଇରାଣ ଭୋଗୁଛନ୍ତି। ରାଜ୍ୟ ସରକାର ନୀରବ ଦର୍ଶକ ହୋଇ କର୍ପୋରେଟ ସ୍ୱାର୍ଥକୁ ସାଧାରଣ ଲୋକଙ୍କ ଟିକସରେ ସୁରକ୍ଷା ଦେଉଛନ୍ତି। ଘରେ ଘରେ ସ୍ମାର୍ଟ ମିଟର ଲଗାଇବା ପାଇଁ ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ପାଇଁ ୭୩୫ କୋଟି ଟଙ୍କା ବିନିଯୋଗ କରିବେ। ଗ୍ରାହକମାନେ ଟଙ୍କା ପ୍ରଦାନ କରିବା ପାଇଁ ବୋଝ ଭାବି ସ୍ମାର୍ଟ ମିଟର ସଂଯୋଗ କୁ ବିରୋଧ କରାଯାଉ ନାହିଁ। ନୀତିଗତ ଭାବେ ସ୍ମାର୍ଟ ମିଟର ସଂଯୋଗ କୁ ବିରୋଧ କରାଯାଉଛି । ସରକାର ଯଦି ସ୍ମାର୍ଟ ମିଟର ବାବଦରେ କମ୍ପାନୀ ର ସ୍ବାର୍ଥ ପାଇଁ ଗ୍ରାହକ ମାନଙ୍କୁ ସଂଗଠିତ ଭାବେ ଆଧୁନିକ ଉପାୟ ରେ ଶୋଷଣ କରିବା ନିମନ୍ତେ ଅନୁମୋଦନ କରୁଛନ୍ତି, ତେବେ ବିଦ୍ୟୁତ୍ କ୍ଷେତ୍ର ରେ ଘରୋଇ ( Domestic) ଗ୍ରାହକ ମାନଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ଦେବାରେ ଅସୁବିଧା କେଉଁଠି ?? ଏବଂ କୃଷି କ୍ଷେତ୍ର ପାଇଁ ବିଦ୍ୟୁତ ସମ୍ପୂର୍ଣ୍ଣ ରିହାତି ପ୍ରଦାନ ପାଇଁ ଅସୁବିଧା କେଉଁଠି ?? ସରକାର ଲୋକଙ୍କର ନା ଟାଟା କମ୍ପାନୀ ର ??
ଟାଟା କମ୍ପାନୀ ର ଦଲାଲି ନୀତି ବନ୍ଦ କରିବା,
ସ୍ମାର୍ଟ ମିଟର ସଂଯୋଗ ବାତିଲ କରିବା ଏବଂ ଅତିରିକ୍ତ ଅମାନତ/ ସୁରକ୍ଷା ଜମା ଅର୍ଥ ପ୍ରଦାନ ନୋଟିସ ବାତିଲ କରିବା ପାଇଁ ସି.ପି. ଆଇ.(ଏମ୍) ଦାବି କରୁଛି।
ଟାଟା ପାୱାର୍ ଦ୍ୱାରା ସ୍ମାର୍ଟ ମିଟର ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଲୁଟ୍
Posted in ରାଜ୍ୟ.