ଭୁବନେଶ୍ୱର ତା 29 ରିଖ l ଓଡ଼ିଶାରେ ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣା କୁ ଦୃଢ଼ ବିରୋଧ କରି ତୁରନ୍ତ ଏସବୁ ବନ୍ଦ କରି ବାକୁ
ଆଜି ପରିବହନ ସଚିବ ଉଷା ପାଢୀଙ୍କୁ ଖାରବେଳ ଭବ ରେ ଭେଟି ଦାବୀ ଜଣାଇଛି ଆମ ଜନତା ଅଧିକାର l ସଂଗଠନର ଆବାହକ ମନୋଜ ଜେନା ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ବିକ୍ରମ ଜେନା, ସୂର୍ଯ୍ୟ ନାରାୟଣ ଜେନା ଭେଟି ଆଲୋଚନା କରିଥିଲେ l ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ମାନେ ଦୈନନ୍ଦିନ ଯାତାୟାତ ଏବଂ ଜୀବିକା ପାଇଁ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭର କରିଥାନ୍ତି l ଫେବୃଆରୀ ରୁ ସମସ୍ତ ଯାନବାହନ ପାଇଁ ସବୁଜ ଷ୍ଟିକର ବାଧ୍ୟତାମୂଳକ ଓ ସାର୍ଟିଫିକେଟ ବିନା ପେଟ୍ରୋଲ ବନ୍ଦ ନିୟମ ଲାଗୁ କରିବା ଘୋଷଣା ପାଇଁ ବର୍ତମାନ ସାରା ରାଜ୍ୟରେ ହାହା କlର ସ୍ଥିତି ଉପୁଜିଛି l ଯାନବାହନ ପ୍ରଦୂଷଣ ରୋକିବା ଏବଂ ମୋଟର ଯାନ ଆଇନର ପାଳନ ଆଳରେ ଓଡ଼ିଶାର ସାଧାରଣ ଜନତା ବିଶେଶତଃ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କ ଉପରେ ଅଯଥା କଷ୍ଟ ଏବଂ ହଇରାଣ ଲଦି ଦେବା ଅନୁଚିତ।
ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣା କୁ ଦୃଢ଼ ବିରୋଧ
Posted in ରାଜ୍ୟ.