କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ରାଜନୀତିରେ ବଂଶବାଦକୁ ନେଇ ନିଜର ସମାଲୋଚନାକୁ ଆହୁରି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଦଳୀୟ ରାଜନୀତିରେ ବଂଶବାଦ ଅପେକ୍ଷା ଯୋଗ୍ୟତାକୁ ପ୍ରାଥମିକତା ଦିଆଯିବା ଉଚିତ୍ ଏବଂ ଏହି ପ୍ରସଙ୍ଗରେ ଏବେ ଜନସାଧାରଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ।ଗଡକରୀଙ୍କ କହିବାନୁଯାୟୀ, ଯେଉଁ ନେତାମାନେ ବଂଶବାଦକୁ ସମାଲୋଚନା କରିଥିଲେ, ସେମାନେ ନିଜ ସମ୍ପର୍କୀୟଙ୍କୁ ଟିକେଟ୍ ଦେବାକୁ ଜୋରଦାର ପ୍ରୟାସ କରୁଛନ୍ତି। ଏହି ମନୋଭାବ ଦଳର ୨୦-୩୦ ବର୍ଷ ଧରି କାମ କରିଥିବା ବିଶ୍ୱସ୍ତ କର୍ମୀଙ୍କ […]
Continue readingMonthly Archives: December 2025
ଜଣକ ପରେ ଜଣେ ୪ ବ୍ଲକ୍ ଅଧ୍ୟକ୍ଷ ଇସ୍ତଫା, ‘ବିଜେପି’ରେ ସାମିଲ ହେବା ନେଇ ଚର୍ଚ୍ଚା
ଭଦ୍ରକରେ ଜଣଙ୍କ ପରେ ଜଣେ ବ୍ଲକ୍ ଅଧ୍ୟକ୍ଷ ଇସ୍ତଫା ଦେଇ ଏବେ ଦଳର ମୁଣ୍ଡବ୍ୟଥା ବଢ଼ାଇଛନ୍ତି। ଦୁଇଦିନ ତଳେ ବିଜେଡି ସମର୍ଥିତ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଥିଲେ। ଆଜି ପୁଣି ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ଦଳ ଛାଡ଼ିଛନ୍ତି। ଭଦ୍ରକ ଜିଲ୍ଲା ରାଜନୀତିରେ ସୃଷ୍ଟି ହୋଇଥିବା ଏହି ହଟଚମଟ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକର ପ୍ରଭାବ କାଳେ ରାଜ୍ୟର ଅନ୍ୟ ବ୍ଲକ୍ଗୁଡ଼ିକ ଉପରେ […]
Continue readingଓଡ଼ିଶାର ‘ରାଜ ଭବନ’ ଏଣିକି ‘ଲୋକ ଭବନ
କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ପରେ ନାମ ପରିବର୍ତ୍ତନ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନର ନାମ ପରିବର୍ତ୍ତନ କରାଯାଇ ଏଣିକି ଏହାକୁ ‘ଲୋକ ଭବନ’ ଭାବରେ ନାମିତ କରାଯାଇଛି। ଡକ୍ଟର କମ୍ଭମପାଟି ଆହୁରି ମଧ୍ୟ କହିଛନ୍ତି ଯେ ‘ଲୋକ ଭବନ’ ଏବେ ସାର୍ବଜନୀନ ଯୋଗାଯୋଗ ଏବଂ ସମସ୍ତଙ୍କର ପ୍ରଗତି ପାଇଁ ଏକ ଜୀବନ୍ତ ସ୍ଥାନ ଭାବରେ ଛିଡ଼ା ହେଉଛି। ଏହା ଶାସନରେ ଗଭୀର ଅଂଶଗ୍ରହଣ ସୃଷ୍ଟି […]
Continue readingସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ବ୍ରେକ୍ଫାଷ୍ଟ ରାଜନୀତି’ରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଡିକେ ଶିବକୁମାର କର୍ଣ୍ଣାଟକର ଶାସକ କଂଗ୍ରେସ ଦଳ ମଧ୍ୟରେ ଦେଖାଦେଇଥିବା ଆଭ୍ୟନ୍ତରୀଣ କ୍ଷମତା ସଂଘର୍ଷ ବର୍ତ୍ତମାନ ଶାନ୍ତ ପଡ଼ିଛି। ତେବେ ଏହା କେବଳ ଗଣମାଧ୍ୟମରେ ପ୍ରଚାର ପାଇଁ କରାଯାଉଥିବା ବିଜେପି କହିଛି । କଂଗ୍ରେସ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ଏହି ବିବାଦକୁ ‘ବ୍ରେକ୍ଫାଷ୍ଟ ରାଜନୀତି’ ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ ଜାରି ରହିଛି। ଗତ ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ନିଜ ବାସଭବନକୁ […]
Continue readingକିଟ୍ ହଷ୍ଟେଲରୁ ପ୍ରଥମ ବର୍ଷ ଛାତ୍ରଙ୍କ ମୃତଦେହ ଉଦ୍ଧାର; ଚଳିତ ବର୍ଷର ତୃତୀୟ ଘଟଣା
କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ରାଜନୀତି ସରଗରମ ହୋଇଛି । ଏହା କିଟ୍ କ୍ୟାମ୍ପସରେ ଚଳିତ ବର୍ଷର ତୃତୀୟ ଛାତ୍ର ମୃତ୍ୟୁ ଘଟଣା ହୋଇଥିବାରୁ ଏହାକୁ ନେଇ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି। ବାରମ୍ବାର ଛାତ୍ର ମୃତ୍ୟୁକୁ ନେଇ ବିଜେପି ବିଧାୟକ ସରୋଜ ପାଢ଼ୀ ଚିନ୍ତା ପ୍ରକାଶ କରିବା ସହ ଏଥିପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ […]
Continue readingଆଜିଠୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ: ରାଇସ ମିଲର୍ସଙ୍କ ସହ ଆଲୋଚନା ପରେ ଗ୍ରୀନ୍ ସିଗ୍ନାଲ୍
ଭୁବନେଶ୍ୱର, ଡିସେମ୍ବର ୨: ଓଡ଼ିଶାରେ ଆଜି ଠାରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଧାନ କିଣା ସମ୍ବନ୍ଧରେ ଲୋକସେବା ଭବନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟରେ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ଖରିଫ ଋତୁରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ଏବଂ ସେମାନଙ୍କୁ ସଠିକ୍ ସମୟରେ ପ୍ରାପ୍ୟ […]
Continue readingମୋବାଇଲ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ ପାଇଁ ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ
ଭାରତରେ ବ୍ୟବହୃତ ହେଉଥିବା ସବୁ ମୋବାଇଲ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ୍ ବା ଆଗୁଆ ଇନଷ୍ଟଲ ହେବା ଆବଶ୍ୟକ। ଭାରତରେ ନିର୍ମିତ ଏବଂ ଭାରତରେ ବ୍ୟବହାର ଲାଗି ଆମଦାନୀ ହେଉଥିବା ସବୁ ହ୍ୟାଣ୍ଡସେଟ୍ ପାଇଁ ଏହା ବାଧ୍ୟତାମୂଳକ ବୋଲି ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ମୋବାଇଲ୍ ହ୍ୟାଣ୍ଡସେଟ୍ ଅସଲି ବୋଲି ପ୍ରମାଣିତ ହୋଇପାରିବ। ଏଥିସହିତ ଦୂରସଞ୍ଚାର ଉତ୍ସର ସନ୍ଦିଗ୍ଧ ଅପବ୍ୟବହାର ସମ୍ପର୍କରେ ସହଜରେ ଅଭିଯୋଗ କରାଯାଇପାରିବ ଏବଂ ସଞ୍ଚାର ସାଥୀ କାର୍ଯ୍ୟକ୍ରମର […]
Continue readingରାଜ୍ୟସଭାର ଅଧ୍ୟକ୍ଷତା କରିଥିବା ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ: ‘ସି.ପି. ରାଧାକୃଷ୍ଣନଙ୍କ ସେବାଭାବ ପ୍ରେରଣା’
ନୂଆଦିଲ୍ଲୀ, ଡିସେମ୍ବର ୧: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ପ୍ରଥମ ଥର ପାଇଁ ସଦନର ଅଧ୍ୟକ୍ଷତା କରିଥିବା ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କ ପାଇଁ ଗୌରବର କ୍ଷଣ ବୋଲି ବର୍ଣ୍ଣନା କରିଛନ୍ତି। ସଦନ ପକ୍ଷରୁ ଶୁଭେଚ୍ଛା ଓ ଆଶ୍ୱାସନା ଶ୍ରୀ ରାଧାକୃଷ୍ଣନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଶ୍ରୀ ମୋଦୀ କହିଛନ୍ତି: “ଏହି ସଦନ ତରଫରୁ ଏବଂ ମୋ ତରଫରୁ, ମୁଁ ଆପଣଙ୍କୁ ହାର୍ଦ୍ଦିକ […]
Continue readingBSF ପ୍ରତିଷ୍ଠା ଦିବସ: ବୀରତ୍ୱ ଓ ଦେଶ ସୁରକ୍ଷାର ଭୂମିକା
ଆଜି ହେଉଛି ଭାରତର ସୀମା ସୁରକ୍ଷା ବଳ (Border Security Force – BSF)ର ପ୍ରତିଷ୍ଠା ଦିବସ। ଡିସେମ୍ବର ୧, ୧୯୬୫ ମସିହାରେ ସ୍ଥାପିତ ହୋଇଥିଲା BSF । ଯାହାକୁ ‘ଭାରତର ପ୍ରଥମ ପ୍ରତିରକ୍ଷା ଧାଡ଼ି’ (First Line of Defence) କୁହାଯାଏ । ବର୍ଷ ବର୍ଷ ଧରି ବିଏସଏଫ ପାକିସ୍ତାନ ଓ ବାଂଲାଦେଶ ସୀମାରେ ନିୟୋଜିତ ହୋଇଛି । ଦେଶକୁ ବାହ୍ୟ ଆକ୍ରମଣ, ଅନୁପ୍ରବେଶ, ଚୋରା ଚାଲାଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ […]
Continue readingଓଡ଼ିଶାରୁ ୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ, ୪୯ ଜଣଙ୍କୁ ପଠାଗଲା ସ୍ୱଦେଶ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ଡିସେମ୍ବର ୧: ନୂତନ ସରକାର ଗଠନ ପରେ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଜୋରଦାର ହୋଇଛି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନୂଆ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୧ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୫୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୯ ଜଣଙ୍କୁ ବାଂଲାଦେଶକୁ ପଠାଇ ଦିଆଯାଇଛି। ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ […]
Continue reading









