ଓଡ଼ିଶା ରାଜ୍ୟ କମିଟି, ୨୦୨୬ ପାଇଁ ଓଡ଼ିଶାବାସୀଙ୍କୁ ନୂଆବର୍ଷ ର ଶୁଭେଚ୍ଛା ଜ୍ଞାପନ କରୁଛି।ଆମେ ସମସ୍ତ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ପ୍ରଗତିଶୀଳ ଶକ୍ତିମାନଙ୍କୁ ଏକାଠି କରି ଲୋକଙ୍କ ପ୍ରସଙ୍ଗଗୁଡ଼ିକରେ ଐକ୍ୟବଦ୍ଧ ହେବାକୁ ଏବଂ ସାମ୍ପ୍ରଦାୟିକତା, କର୍ପୋରେଟ୍ ଲୁଟ୍, ଦମନ ଏବଂ କୃଷକ-ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଗ୍ରାମକୁ ତୀବ୍ରତର କରିବାକୁ ଆହ୍ୱାନ ଜଣାଉଛି ।କେବଳ ଐକ୍ୟବଦ୍ଧ ଗଣଆନ୍ଦୋଳନ ହିଁ ଲୋକଙ୍କ ପାଇଁ ନ୍ୟାୟ, ମର୍ଯ୍ୟାଦା ଓ ଉତ୍ତମ ଭବିଷ୍ୟତ ସୁନିଶ୍ଚିତ କରିପାରିବ ଏବଂ କର୍ପୋରେଟ- ସାଂପ୍ରଦାୟିକ ମଧୁ […]
Continue readingMonthly Archives: December 2025
ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା – ଧର୍ମେନ୍ଦ୍ର ପ୍ରଧାନ
ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଯଦି ଇଞ୍ଜିନ ହୁଅନ୍ତି, ତେବେ ଶିକ୍ଷକ ସମାଜ ହେଉଛନ୍ତି ସେମାନଙ୍କର ପ୍ରକୃତ ଦିଗଦର୍ଶକ । ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା, ଯାହାଙ୍କ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଅନୁଗୋଳ ଠାରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ (ବିଦ୍ୟାଳୟ ଶିକ୍ଷା), ଓଡ଼ିଶା ପ୍ରାନ୍ତର ବାର୍ଷିକ ରାଜ୍ୟ ସମ୍ମିଳନୀରେ […]
Continue readingଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମେ ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
ଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମ ସରକାର ବଦ୍ଧ ପରିକର ବୋଲି ଆଜି ଅନୁଗୋଳ ଜିଲ୍ଲା ବାମୁର ଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ସମାଜର ସାମଗ୍ରିକ ବିକାଶ ପାଇଁ ଏହି ସମ୍ମିଳନୀରେ ଅନେକ ଗଠନମୂଳକ ପ୍ରସ୍ତାବ ଆସିବା ସହ ସାମ୍ବିଧାନିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ଉପରେ ଗୁରୁତ୍ୱାରୋପ କରାଯାଇଛି, ଯାହା ଆଗାମୀ […]
Continue readingପ୍ରାୟ ୧୫୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଶୋରନଗର ଠାରେ ଆୟୋଜିତ ‘ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫’ରେ ଯୋଗଦେବା ସହ ଅଞ୍ଚଳର ପ୍ରଗତି ପାଇଁ ୧୧୮ କୋଟି ଟଙ୍କା ମୂଲ୍ୟର ୩୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ୩୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାୟ ୧୫୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ […]
Continue reading“ବ୍ୟକ୍ତିତ୍ୱ ବିକାଶର ମୁକ୍ତ ବିଶ୍ୱବିଦ୍ୟାଳୟ ହେଉଛି ବିଦ୍ୟାର୍ଥୀ ପରିଷଦ” – ଧର୍ମେନ୍ଦ୍ର ପ୍ରଧାନ
ରାଉରକେଲାରେ ଏବିଭିପିର ସ୍ୱର୍ଣ୍ଣିମ ଜୟନ୍ତୀ ଓ ରାଜ୍ୟ ଅଧିବେଶନ: ରାଉରକେଲା : ଇସ୍ପାତ ସହର ରାଉରକେଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଓଡ଼ିଶା ପଶ୍ଚିମର ୫୦ତମ ପ୍ରାନ୍ତ ଅଧିବେଶନ ତଥା ସ୍ୱର୍ଣ୍ଣିମ ଜୟନ୍ତୀ ଉତ୍ସବ ଅତି ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି। ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ଏହି ତିନି ଦିନିଆ ଅଧିବେଶନକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଉଦଘାଟନୀ ଅଭିଭାଷଣରେ ଶ୍ରୀ […]
Continue readingରାଉରକେଲାରେ ଆରମ୍ଭ ହେଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ୱର୍ଣୀମ ଜୟନ୍ତୀ ଉତ୍ସବ ଓ ତିନି ଦିନିଆ ରାଜ୍ୟ ଅଧିବେଶନ
ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉରକେଲା ସେକ୍ଟର -୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମର ୫୦ ତମ ରାଜ୍ୟ ଅଧିବେଶନ ସ୍ବର୍ଗତ କମଳ କିଶୋର ନାଏକ ସଭା ଗୃହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବ୍ୟକ୍ତିତ୍ଵ ବିକାଶର ମୁକ୍ତ ବିଶ୍ଵବିଦ୍ୟାଳୟ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୋଲି କହିବା ସହ […]
Continue readingଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ – ଧର୍ମେନ୍ଦ୍ର ପ୍ରଧାନ
ଜଣେ ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ ବୋଲି ଶନିବାର ବୁର୍ଲା, ଭିମସାରରେ ଅତ୍ୟାଧୁନିକ ସୁବିଧା ଗୁଡ଼ିକର ଲୋକାର୍ପଣ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆଜି ଭିମସାରରେ ପ୍ରଥମେ ୩ ଟେସଲା ଏମ.ଆର.ଆଇ କକ୍ଷର ଉଦଘାଟନ କରିବା ସହ ୮୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର(ଏନଏନସିୟୁ) ଭବନର ଉଦଘାଟନ କରିଥିଲେ । […]
Continue readingସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପରି ଐତିହାସିକ ପଦକ୍ଷେପକୁ ଶ୍ରୀ ଅମିତ ଶାହଙ୍କ ପ୍ରଶଂସା
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପ୍ରକାଶନର ଐତିହାସିକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ‘ଏକ୍ସ’ର ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେବା ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଥିଲେ, ସାନ୍ତାଳୀ ଭାଷାରେ ଆମ ସମ୍ବିଧାନର ପ୍ରକାଶନ ସାନ୍ତାଳୀ ସମ୍ପ୍ରଦାୟ ଏବଂ ସମଗ୍ର ଦେଶ […]
Continue readingବିଜ୍ଞାନ ଓ ଜ୍ଞାନକୌଶଳର ବିନିଯୋଗ ମାନବ କଲ୍ୟାଣ ପାଇଁ ହେବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ
ବୁର୍ଲାର ବିଶେଷତ୍ୱ ହେଉଛି ଏହାର ଉଦ୍ୟୋଗୀ ମାନସିକତା । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ର ପୂର୍ବତନ ଛାତ୍ରଛାତ୍ରୀମାନେ ‘ସମ୍ବଲପୁରୀ ହବ୍’ ଭଳି ଷ୍ଟାର୍ଟଅପ୍ କରି ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି । ମନେରଖିବାକୁ ହେବ ଯେ, ବିଜ୍ଞାନ ଓ ଜ୍ଞାନକୌଶଳର ମୂଳ ଉଦ୍ଦେଶ୍ୟ କେବଳ ଭୌତିକ ଉପଲବ୍ଧି ନୁହେଁ, ବରଂ ମାନବ କଲ୍ୟାଣ ହେବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଭିସୁଟର ୧୭ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ […]
Continue readingପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର କିଶୋରୀ ଜନଜାତୀୟ କ୍ରୀଡ଼ାବିତ୍ ଜ୍ୟୋତ୍ସ୍ନା ଶବର ଏହି ପୁରସ୍କାର ପାଇ ରାଜ୍ୟର ଗୌରବ ବଢ଼ାଇଛନ୍ତି । ଜ୍ୟୋତ୍ସ୍ନା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି। ଦୋହାରେ ଆୟୋଜିତ ଏସୀୟ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପରେ ୧୬ ବର୍ଷୀୟ ଜନଜାତୀୟ ଭାରୋତ୍ତୋଳନ ପ୍ରତିଯୋଗୀ ଜ୍ୟୋତ୍ସ୍ନା ଶବର ୪୦ କିଲୋଗ୍ରାମ […]
Continue reading





