ସମ୍ବଲପୁରରେ ‘ମାରୱାଡ଼ ମହୋତ୍ସବ- ୨୦୨୫’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ‘ମାରୱାଡ଼ ମହୋତ୍ସବ- ୨୦୨୫’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଐତିହାସିକ ସମ୍ବଲପୁରରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିବା ‘ମାରୱାଡ଼ ମହୋତ୍ସବ- ୨୦୨୫’ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’କୁ ପ୍ରତିଫଳିତ କରିଛି ବୋଲି ସୋମବାର ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାରୱାଡ଼ି ଯୁବା ମଞ୍ଚ, ଖେତରାଜପୁର ଏବଂ ରାଜସ୍ଥାନ ଫାଉଣ୍ଡେସନ, ଓଡ଼ିଶା ସୌଜନ୍ୟରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସମ୍ବଲପୁରର ସାଂସ୍କୃତିକ ବିବିଧତା ଏବଂ […]

Continue reading
ମା’ ସମଲେଶ୍ୱରୀଙ୍କ ଶରଣରେ ୩ ହେଭିୱେଟ୍: ଦର୍ଶନ କଲେ ଓମ୍ ବିର୍ଲା, ଧର୍ମେନ୍ଦ୍ର ପ୍ରଧାନ ଓ ଭଜନ ଲାଲ୍ ଶର୍ମା

ମା’ ସମଲେଶ୍ୱରୀଙ୍କ ଶରଣରେ ୩ ହେଭିୱେଟ୍: ଦର୍ଶନ କଲେ ଓମ୍ ବିର୍ଲା, ଧର୍ମେନ୍ଦ୍ର ପ୍ରଧାନ ଓ ଭଜନ ଲାଲ୍ ଶର୍ମା

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ତିନି ଜଣ ପ୍ରମୁଖ ଜନପ୍ରତିନିଧି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ୍ ଶର୍ମା ମା’ଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମା’ଙ୍କ ମନ୍ଦିରରେ ତିନି ଜଣ ଶୀର୍ଷ ନେତା ପହଞ୍ଚିବା ପରେ ସେଠାରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

Continue reading
ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ […]

Continue reading
ସହିଦନଗର ଗଣଦୁଷ୍କର୍ମ ମାମଲା:  କାଠଗଡ଼ାକୁ ଆସିବେ ନରପିଶାଚ

ସହିଦନଗର ଗଣଦୁଷ୍କର୍ମ ମାମଲା: କାଠଗଡ଼ାକୁ ଆସିବେ ନରପିଶାଚ

ରାଜଧାନୀର ଛାତି ଉପରେ ଜଣେ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ଭଳି ଘୃଣ୍ୟ ଘଟଣାକୁ ଏବେ ଅତି ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର। ସହିଦନଗର ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ମାମଲାକୁ ଏବେ ‘ରେଡ୍ ଫ୍ଲାଗ୍’ ଶ୍ରେଣୀଭୁକ୍ତ କରାଯାଇଛି। ଏହାର ଅର୍ଥ ହେଉଛି, ଏହି ମାମଲାର ତଦନ୍ତ ଏବେ ଅଗ୍ରାଧିକାର ଭିତ୍ତିରେ ହେବ ଏବଂ ଅପରାଧୀଙ୍କୁ ଯଥାଶୀଘ୍ର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପ୍ରଶାସନ କମର କଷିଛି। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କମିଶନରେଟ […]

Continue reading
ଡିଜିଟାଲ୍ ଦୁନିଆରେ ଓଡ଼ିଆ ଭାଷା: ଆରମ୍ଭ ହେଉଛି ‘ଓଡ଼ିଆ ଭାଷାଦାନ ଅଭିଯାନ’, ସାରଥି ସାଜିବ AI

ଡିଜିଟାଲ୍ ଦୁନିଆରେ ଓଡ଼ିଆ ଭାଷା: ଆରମ୍ଭ ହେଉଛି ‘ଓଡ଼ିଆ ଭାଷାଦାନ ଅଭିଯାନ’, ସାରଥି ସାଜିବ AI

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କମ୍ପ୍ୟୁଟର ଓ ମୋବାଇଲ୍ ପରଦାରେ ଏଣିକି ଓଡ଼ିଆ ଭାଷା କେବଳ ଏକ ଲିପି ହୋଇ ରହିବ ନାହିଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସହାୟତାରେ ଏହା ଅଧିକ ସମୃଦ୍ଧ ଓ ବ୍ୟାପକ ହେବ। ଏଥିପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ଭର୍ଚ୍ଚୁଆଲ୍ ଏକାଡେମୀ ପକ୍ଷରୁ ଖୁବଶୀଘ୍ର ‘ଓଡ଼ିଆ ଭାଷାଦାନ ଅଭିଯାନ’ ଆରମ୍ଭ କରାଯାଉଛି। ଏହି ଅଭିଯାନର ମୂଳ […]

Continue reading
ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘର ଦାବି , ପୂରଣ ନକଲେ ଆନ୍ଦୋଳନ

ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘର ଦାବି , ପୂରଣ ନକଲେ ଆନ୍ଦୋଳନ

ନାବାର୍ଡରେ ସିଧାସଳଖ ନିଯୁକ୍ତିପ୍ରାପ୍ତ ପେନସନଭୋଗୀଙ୍କ ପେନସନ ସଂଶୋଧନର ଅନୁମୋଦନରେ ଭାରତ ସରକାରଙ୍କ ଅତ୍ୟଧିକ ଡେରି, ପରିବାର ପେନସନ ସଂଶୋଧନରେ ଭାରତ ସରକାରଙ୍କ ପୂର୍ବ ଅନୁମୋଦନ ସତ୍ୱେ ନାବାର୍ଡ ଦ୍ୱାରା କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ହେତୁ ଏବଂ ଅନ୍ୟାନ୍ୟ ପେନସନ ସମ୍ବନ୍ଧୀୟ ପ୍ରସଙ୍ଗ ବିଚାର ନହେଇଥିବାରୁ ଅଖିଳ ଭାରତୀୟ ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ (AINREWA) ଏକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଡାକରା ଦେଇଛିସର୍ବ ଭାରତୀୟ ସ୍ତରରେ ବରିଷ୍ଠ ଏବଂ ଅତି ବରିଷ୍ଟ ଅବସରପ୍ରାପ୍ତ ଏବଂ ପରିବାର ପେନସନଭୋଗୀ […]

Continue reading
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତର ମହାକାଶଚାରୀ ତଥା ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ(ଆଇଏସଏସ)କୁ ଯାତ୍ରା କରିଥିବା ଶୁଭାଂଶୁ ଶୁକ୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର କାଳରେ ଶ୍ରୀ ପ୍ରଧାନ ଶୁକ୍ଲାଙ୍କ ସାହସ ଓ ଦୁଃସାହସିକ ଯାତ୍ରାକୁ ପ୍ରଶଂସା କରିବା ସହ ତାଙ୍କୁ ଦେଶର କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଛନ୍ତି । ଏହି ଅବସରରେ ମହାକାଶ ବିଜ୍ଞାନ ଓ ଗବେଷଣାକୁ କିଭଳି […]

Continue reading
ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ:ସର୍ବୋଚ୍ଚ ନାଗରିକ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିଛନ୍ତି ସମ୍ମାନିତ

ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ:ସର୍ବୋଚ୍ଚ ନାଗରିକ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିଛନ୍ତି ସମ୍ମାନିତ

ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି। 2014 ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ। ଏହି ସହଭାଗୀତା ହାଇଡ୍ରୋକାର୍ବନ ଏବଂ ଭାରତୀୟ ଶ୍ରମଶକ୍ତି ଉପରେ ପୂର୍ବ ନିର୍ଭରଶୀଳତାଠାରୁ ଢେର ଆଗକୁ ବଢ଼ିଛି। ଏହା ଏକ ଅଧିକ ବିଶ୍ୱସନୀୟ, ଢାଞ୍ଚାଗତ ଏବଂ ରାଜନୈତିକ ଭାବରେ ଆତ୍ମବିଶ୍ୱାସୀ ସମ୍ପର୍କରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିସିସି (ଗଲ୍ଫ କର୍ପୋରେସନ କାଉନସିଲ) ଦେଶଗୁଡ଼ିକୁ 15 ଥର ଗସ୍ତ, ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବାଧିକ। ଏପରି ଏକ ସଦ୍ଭାବନା […]

Continue reading
ଆଞ୍ଚଳିକ ଏଆଇ ପ୍ରଭାବ ସ cv ମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

ଆଞ୍ଚଳିକ ଏଆଇ ପ୍ରଭାବ ସ cv ମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

ଆସନ୍ତାକାଲିଠାରୁ 20 ଡିସେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରେ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଶାସନ ଏବଂ ପ୍ରମୁଖ ସାର୍ବଜନୀନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଗ୍ରହଣ କରିବା ଏବଂ ନିୟୋଜିତ କରିବାରେ ଏହା ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନିତ କରିବ। ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଇଣ୍ଡିଆ […]

Continue reading
କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକଠାରେ ‘ବିକଶିତ ଭାରତ @୨୦୪୭’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗ୍ରାମାଞ୍ଚଳର ଲୋକଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଓଲାଭର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଏମ-କିସାନ, ଜଳ ଜୀବନ ମିଶନ, ପିଏମ ଆବାସ ଯୋଜନା ଓ ଆୟୁଷ୍ମାନ ଭାରତ ଭଳି ପ୍ରମୁଖ ଯୋଜନାଗୁଡ଼ିକ କିଭଳି ଗ୍ରାମୀଣ ଅର୍ଥନୀତି ଓ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣୁଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

Continue reading