ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆସନ୍ତା ୧୭ରୁ ୧୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ବିକ ପାରମ୍ପରିକ ଔଷଧ ସମ୍ମିଳନୀ ଅନୁଷ୍ଠିତ ହେଉଛି । ତା ପୂର୍ବରୁ ଆଜି ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗୁଜୁରାଟରେ ୨୦୨୩ରେ ଏହି ସମ୍ମିଳନୀର ପ୍ରଥମ ସଂସ୍କରଣର ସଫଳ ଆୟୋଜନ ପରେ ଭାରତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ପାରମ୍ପରିକ ଔଷଧ ସମ୍ମିଳନୀ ଆୟୋଜନ […]
Continue readingMonthly Archives: December 2025
“ବନ୍ଦେ ମାତରମ୍” ହେଉଛି ଏକ ସର୍ବାଙ୍ଗୀନ ମନ୍ତ୍ର ଯାହା ସ୍ୱାଧୀନତା, ତ୍ୟାଗ, ଶକ୍ତି, ପବିତ୍ରତା, ସମର୍ପଣ ଏବଂ ସ୍ଥିରତାକୁ ପ୍ରେରଣା ଦେଇଥିଲା: ପ୍ରଧାନମନ୍ତ୍ରୀ
ବନ୍ଦେ ମାତରମ୍” ହେଉଛି ଏକ ସର୍ବାଙ୍ଗୀନ ମନ୍ତ୍ର ଯାହା ସ୍ୱାଧୀନତା, ତ୍ୟାଗ, ଶକ୍ତି, ପବିତ୍ରତା, ସମର୍ପଣ ଏବଂ ସ୍ଥିରତାକୁ ପ୍ରେରଣା ଦେଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଲୋକସଭାରେ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ବିଶେଷ ଅବସରରେ ସାମୂହିକ ଆଲୋଚନାର ଆୟୋଜନ କରିଥିବାରୁ ଗୃହର ସମସ୍ତ ସମ୍ମାନିତ ସଦସ୍ୟଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ […]
Continue readingତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସଫଳ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ଠାରେ ‘ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ’ (ଏଆଇଇଏସସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଷ୍ଟ୍ରେଲିଆର ଦକ୍ଷତା ଓ ତାଲିମ ମନ୍ତ୍ରୀ ଆଣ୍ଡରୁ ଗିଲ୍ସ ଏବଂ ଆନ୍ତର୍ଜାତୀୟ ଶିକ୍ଷା ସହାୟକ ମନ୍ତ୍ରୀ ଜୁଲିଆନ ହିଲ୍ ଏବଂଅଷ୍ଟ୍ରେଲିଆର ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ଯୋଗ ଦେଇଥିଲେ । ଏଆଇଇଏସସି ବୈଠକ ଦୁଇ ଦେଶର ପ୍ରଗତିକୁ ଆଗକୁ ବଢାଇବା […]
Continue readingଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର – ଧର୍ମେନ୍ଦ୍ର ପ୍ରଧାନ
‘ପୋଷଣ ଅଭିଯାନ’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ତୁଳିତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର । ଉତ୍ତମ ପୋଷଣ ପିଲାମାନଙ୍କର ଏକାଗ୍ରତା ଓ ଶିଖାଇବାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ସ୍ୱାସ୍ଥ୍ୟବାନ, ଆତ୍ମବିଶ୍ୱାସୀ ଏବଂ ସକ୍ଷମ ନାଗରିକ ଭାବରେ ଗଢ଼ି ତୋଳିବାରେ ସହାୟକ ହେବ, ଯାହା ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଭୋପାଳରେ ଆୟୋଜିତ ‘ଜାତୀୟ ଶିକ୍ଷା […]
Continue readingଜାନୁଆରୀରେ ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ର ମତବିନିମୟ କାର୍ଯ୍ୟକ୍ରମ, ପରୀକ୍ଷା ପେ ଚର୍ଚ୍ଚା (ପିପିସି), ଏହାର ୯ମ ସଂସ୍କରଣ ସହିତ ଫେରିଛି। ନୂଆ ସଂସ୍କରଣ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ହେବ, ଯେଉଁଠାରେ ଭାରତ ଏବଂ ବିଦେଶର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ତାଙ୍କ ସହିତ ପରୀକ୍ଷା ଚାପ, ପରୀକ୍ଷାକୁ ଏକ ଉତ୍ସବ ଏବଂ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ କିପରି ବ୍ୟବହାର କରିବେ ସେ ବିଷୟରେ ଆଲୋଚନା କରିବେ। ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ […]
Continue readingନିଜସ୍ୱ ଶକ୍ତି ଉତ୍ପାଦନ ତଥା ସଂରକ୍ଷଣକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି
ପୁରୀ ଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍ ଏନର୍ଜି ରାଜ୍ୟ ଭାବେ ଉଭା ହେବ। […]
Continue readingଡିସେମ୍ବର ସାତ
ଆଜି ଡିସେମ୍ବର ୭ ତାରିଖ , ବିଶ୍ବ ଇତିହାସର ଏକ ଭୟଙ୍କର ଘଟିଥିବା ଘଟଣାର ସ୍ମରଣୀୟ ତଥା ସତର୍କ ପ୍ରଦାୟକ ଦିବସ । ୮୪ ବର୍ଷ ତଳେ ୧୯୪୧ ମସିହା, ଡିସେମ୍ବର ୭ ତାରିଖରେ ଜାପାନ , ପର୍ଲହାର୍ବର ଉପରେ ଆକ୍ରମଣ କରିଥିଲା , ଯାହା ଆମେରିକାକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ସାମିଲ ହେବାକୁ ପ୍ରେରିତ କରିଥିଲା । ସେହିପରି ଆଜି ଭାରତ ପାଳନ କରିଆସୁଛି ସଶସ୍ତ୍ର ବାହିନୀର ପତାକା ଦିବସ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧର […]
Continue readingନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ‘ଟ୍ରାନ୍ସଫର୍ମିଂ ଟୁମୋରୋ’ ବା ଭବିଷ୍ୟତର ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ହିନ୍ଦୁସ୍ତାନ ଟାଇମ୍ସର 101 ବର୍ଷର ଇତିହାସ ରହିଛି ଏବଂ ଏହା ମହାତ୍ମା ଗାନ୍ଧୀ, ମଦନ ମୋହନ ମାଲବ୍ୟ ଏବଂ ଘନଶ୍ୟାମଦାସ ବିର୍ଲାଙ୍କ ଭଳି ମହାନ ନେତାଙ୍କ ଆଶୀର୍ବାଦ ବହନ କରେ। ଯେତେବେଳେ ଏହି ଖବରକାଗଜ ଟ୍ରାନ୍ସଫର୍ମିଂ ଟୁମୋରୋ ବିଷୟରେ ଆଲୋଚନା କରେ, ଏହା ଦେଶକୁ ଆତ୍ମବିଶ୍ୱାସ ଦେଇଥାଏ ଯେ ଭାରତରେ ଘଟୁଥିବା ପରିବର୍ତ୍ତନ କେବଳ ସମ୍ଭାବନା ବିଷୟରେ […]
Continue reading୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା
ଦେଶରେ ଘରୋଇ ବିମାନ ଯାତ୍ରା ଭଡ଼ାରେ ଅସ୍ୱାଭାବିକ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (Ministry of Civil Aviation) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦିନରେ ଘରୋଇ ବିମାନ ଭଡ଼ାର ସର୍ବୋଚ୍ଚ ସୀମା (Fare Cap) ଧାର୍ଯ୍ୟ କରାଯାଇପାରେ, ଯାହାକି ୧୮,୦୦୦ ଟଙ୍କା ଅତିକ୍ରମ କରିବ ନାହିଁ। ଗତ କିଛି ମାସ ଧରି ବିମାନ କମ୍ପାନୀଗୁଡ଼ିକ ଉଡ଼ାଣର ଠିକ୍ […]
Continue readingଭଦ୍ରକ BJDରେ ଫାଟ: ଦଳକୁ ସଜାଡ଼ିବା ଦାୟିତ୍ୱ ପାଇଲେ ପ୍ରଫୁଲ୍ଲ ସାମଲ
ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ (BJD) ସଂଗଠନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଉଥିବା ଦେଖି ରାଜ୍ୟ ନେତୃତ୍ୱ ଚିନ୍ତାରେ ପଡ଼ିଛି। ଗତ ଚାରି ଦିନ ତଳେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଏବଂ ବିଧାୟକଙ୍କୁ ଡାକି ଦଳକୁ ସଂଗଠିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଦେଖା ଦେଇଥିବା ଅସନ୍ତୋଷକୁ ପ୍ରଶମିତ କରିବା ଏବଂ ୪ ବ୍ଲକ୍ ଅଧ୍ୟକ୍ଷ ଯେପରି ବିଜେପିକୁ ନ ଯାଆନ୍ତି ଏବଂ […]
Continue reading









