ଗ୍ରିନଫିଲ୍ଡ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ରୁଦ୍ର ରୂପ ଏବଂ ଘାତକ ବୋଲିଂରେ ନୟାନ୍ତ ହୋଇଗଲା ନ୍ୟୁଜିଲ୍ୟାଣ୍ଡ । ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ୪୬ ରନର ଏକ ବଡ଼ ବିଜୟ ହାସଲ କରିବା ସହ ସିରିଜକୁ ୪-୧ରେ ନିଜ ନାଁରେ କରିଛି । ପକେଟ୍ ଡାଇନାମୋ ଇଶାନ କିଶାନଙ୍କ ଆକାଶଛୁଆଁ ଶତକ ଆଗରେ ଫିକା ପଡ଼ିଗଲେ କିୱି ବୋଲର ।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ […]
Continue readingMonthly Archives: January 2026
ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ – ଧର୍ମେନ୍ଦ୍ର ପ୍ରଧାନ
ରେଢାଖୋଲର ‘ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ । ଏହି ଉଦ୍ୟମ‘ଭୀମ ମଣ୍ଡଳୀ’ର ଗୌରବମୟ ଇତିହାସ ଏବଂ ସନ୍ଥ କବି ଭୀମ ଭୋଇଙ୍କ ସେହି ମହାନ ମାନବବାଦୀ ଚିନ୍ତାଧାରାକୁ ସାରା ବିଶ୍ୱ ଦରବାରରେ ଉଜାଗର କରିବ । ରେଢାଖୋଲର ଆଧ୍ୟାତ୍ମିକ ପରିଚୟକୁ ସୁଦୃଢ଼ କରିବା ସହ ଏଠାକାର ପର୍ଯ୍ୟଟନକୁ ଏକ ନୂତନ ଦିଶା ଦେବାରେ ସହାୟକ ହେବ ବୋଲି ‘ରେଢାଖୋଲ ଭୀମଭୋଇ ଲୋକ […]
Continue readingମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ସୁନେତ୍ରା ପାୱାର
ଅଜିତ ପାୱାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ୱ ସହିତ ସେ ଏକ ନୂତନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ସେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଦଳୀୟ ନେତାମାନେ ସୁନେତ୍ରା ପାୱାରଙ୍କୁ ସେମାନଙ୍କର […]
Continue readingସାରସ୍ୱତ ସମାରୋହ: ଉନ୍ମୋଚିତ ହେଲା ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥ ‘ଶ୍ରୀ ରାମାୟଣ’ ଓ ‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’
ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୬: ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ପରିସରରେ ଏକ ଭବ୍ୟ ସାରସ୍ୱତ ସମାରୋହରେ ଲେଖକ ଡ. ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦ୍ୱାରା ରଚିତ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଗ୍ରନ୍ଥ “ଶ୍ରୀ ରାମାୟଣ” ଏବଂ “ଜଗନ୍ନାଥ ବିଳାସ ଚନ୍ଦ୍ରିକା” ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ସାହିତ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ରୁଦ୍ଧିମନ୍ତ କରିବା ଲକ୍ଷ୍ୟରେ ଏହି ପୁସ୍ତକ ଦ୍ୱୟ ରଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଫେସର କୁମରବର ଦାଶ ସଭାପତିତ୍ୱ କରି ଡ. ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ […]
Continue readingକୁଟିଆ କନ୍ଧଙ୍କ ଜୀବନ ସଂଘର୍ଷକୁ ନେଇ ଖୋର୍ଧା ଜିଲ୍ଲାପାଳଙ୍କ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ଉନ୍ମୋଚିତ
ଭୁବନେଶ୍ୱର, ୨୯ ଜାନୁଆରୀ : ପ୍ରଶାସନିକ ଦାୟିତ୍ୱର ବ୍ୟସ୍ତତା ଭିତରେ ଜିଲ୍ଲାପାଳଙ୍କ ସାରସ୍ୱତ ସାଧନା। ଓଡ଼ିଶାର ଅନ୍ୟତମ ବିରଳ ଜନଜାତି ‘କୁଟିଆ କନ୍ଧ’ଙ୍କ ଅନାଲୋଚିତ ଜୀବନଶୈଳୀ, ସଂସ୍କୃତି ଓ ପରମ୍ପରାକୁ ନେଇ ରଚିତ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ବୁଧବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲିଖିତ ଏହି ପ୍ରଥମ ଉପନ୍ୟାସଟି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମଠାରେ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ଉନ୍ମୋଚିତ ହୋଇଛି।ଜନଜାତି ଜୀବନର ଜୀବନ୍ତ ଦଲିଲ୍‘ପାର୍ଶ୍ଵସ୍ରୋତ’ ପୁସ୍ତକଟି କେବଳ […]
Continue readingପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥର ଲୋକାର୍ପଣ
ପ୍ରସିଦ୍ଧ ଓଡ଼ିଆ ଲେଖକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ରଚିତ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗ୍ରନ୍ଥ “ଶ୍ରୀ ରାମାୟଣ” ଏବଂ “ଜଗନ୍ନାଥ ବିଳାସ ଚନ୍ଦ୍ରିକା”ର ଲୋକାର୍ପଣ ଉତ୍ସବ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଛି। ପୂର୍ଣ୍ଣଚନ୍ଦ୍ର ଦାଶଙ୍କ “ଶ୍ରୀ ରାମାୟଣ” ଗ୍ରନ୍ଥରେ ବାଲ୍ମୀକି ରାମାୟଣର ମୂଳ ଭାବଧାରାକୁ ଓଡ଼ିଆ ଭାଷାର ସରଳତା ଓ ମଧୁରତାରେ ଉପସ୍ଥାପନ କରାଯାଇଛି, ଯାହା ଆଧୁନିକ ପାଠକଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ହେବ। ଅନ୍ୟପକ୍ଷରେ “ଜଗନ୍ନାଥ ବିଳାସ ଚନ୍ଦ୍ରିକା” ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ଦାର୍ଶନିକ, […]
Continue readingଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ରଚିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ ଉନ୍ନୋଚିତ
ଖୋର୍ଦ୍ଧା ଜିଲ୍ଲାପାଳ ତଥା ଆଇଏଏସ୍ ଅଧିକାରୀ ଅମ୍ରିତ ଋତୁରାଜଙ୍କ ରଚିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ର ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଛି । ଶ୍ରୀ ଅମ୍ରିତ ଋତୁରାଜ ଜଣେ ଅଭିଜ୍ଞ ପ୍ରଶାସକ ଭାବେ ପରିଚିତ ହେଲେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତିଭା ଅନନ୍ୟ। ‘ପାର୍ଶ୍ୱସ୍ରୋତ’ ଉପନ୍ୟାସଟି କୁଟିଆ କନ୍ଧ ଜନଜାତିର ଜୀବନଶୈଲୀ, ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହିତ ସମ୍ପର୍କକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରାମାଣିକ ଭାବେ ଚିତ୍ରଣ କରିଛି। […]
Continue readingମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ହୋଇଛି । ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ବିମାନରେ ୬ ଜଣ ରହିଥିଲେ । ସମସ୍ତଙ୍କ ୫ ଜଣ ଅଧିକାରୀଙ୍କ ସହିତ ଅଜିତ ପାୱାର ମଧ୍ୟ ଥିଲେ । ସମସ୍ତଙ୍କ ମ୍ତ୍ୟୁ ହୋଇଥିବା ଡିଜିସିଏ କହିଛି । ସୂଚନା ଅନୁଯାୟୀ, […]
Continue readingଏକତା, ଅଖଣ୍ଡତା ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପବିତ୍ର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଚେତନାକୁ ସମ୍ମାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଆଜିର ଏହି ଦିନ ଆମର ଗଣତାନ୍ତ୍ରିକ ଆଦର୍ଶକୁ ପାଳନ କରିବା, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ଏବଂ […]
Continue readingଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଏନେଇ ଅନେକ ଆକଳନ କରାଯାଉଥିବା ବେଳେ ଉଭୟ ଦେଶ ପାଇଁ ବଡ ଅର୍ଥନୈତିକ ପରିବର୍ତ୍ତନ ଆଶା କରାଯାଉଛି । ଏହି ଚୁକ୍ତି ପରେ ପ୍ରାୟ ୯୫% ୟୁରୋପୀୟ କମ୍ପାନୀ ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ନିବେଶ କରି ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି […]
Continue reading








