ଓଡ଼ିଆ ଭାଷାର ଅନନ୍ୟ ପରିଚିତି ‘ବୋଉ’: ଭୁବନେଶ୍ୱରରେ ୧୧ଶ ରାଜ୍ୟସ୍ତରୀୟ ବୋଉ ଦିବସ ପାଳିତ

ଓଡ଼ିଆ ଭାଷାର ଅନନ୍ୟ ପରିଚିତି ‘ବୋଉ’: ଭୁବନେଶ୍ୱରରେ ୧୧ଶ ରାଜ୍ୟସ୍ତରୀୟ ବୋଉ ଦିବସ ପାଳିତ


​ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସଂସ୍କୃତିରେ ‘ବୋଉ’ ଶବ୍ଦର ମହତ୍ତ୍ୱ ଏବଂ ମାତୃତ୍ୱର ଗୌରବକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ୧୧ଶ ରାଜ୍ୟସ୍ତରୀୟ ‘ବୋଉ ଦିବସ’ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବୋଉ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ।
​ବୋଉ ମଣିଷ-୨୦୨୨ ସମ୍ମାନ
​ଏହି ଅବସରରେ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦେବଦାସ ଛୋଟରାୟ ଏବଂ ଡାକ୍ତର ସେବା ମହାପାତ୍ରଙ୍କୁ ପ୍ରତିଷ୍ଠିତ ‘ବୋଉ ମଣିଷ ୨୦୨୨’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସ୍ୱର୍ଗତା ଉମାରାଣୀ ଶତପଥୀ ସ୍ମାରକୀ ‘ବୋଉ ପ୍ରଣାମ’ ସମ୍ମାନରେ ୧୧ ଜଣ କଲ୍ୟାଣମୟୀ ବୋଉଙ୍କୁ ସମ୍ମାନିତ କରାଯାଇଥିଲା।
ସ୍ୱର୍ଗତ ଗୋଷାମଣି ଦେବୀ ସ୍ମାରକୀ ବୋଉ ଆବେଗବାଣୀ ସମ୍ମାର-୨୦ରେ ଶ୍ରେଷ୍ଠ ଶିଶୁ ଏବଂ କିଶୋର ବାର୍ତ୍ତାବାହକଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଶ୍ରୀ ସିଦ୍ଧାର୍ଥ ମିଶ୍ର ଏବଂ ଶ୍ରୀମତୀ ଇଚ୍ଛା ମିଶ୍ର ବୋଉ ସମ୍ପର୍କିତ ଭାବପୂର୍ଣ୍ଣ ସଙ୍ଗୀତ ପରିବେଷଣ କରିଥିଲେ।

​ ବାଣୀ ବେନଜୁର ଏବଂ ସ୍ୱର୍ଗତା ଉମାରାଣୀ ଶତପଥୀଙ୍କ ସୁପୁତ୍ର ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବରେ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ବିଧାୟକ ବାବୁ ସିଂ, ଗୋଲକ ମହାପାତ୍ର, ତୃପ୍ତି ଦାସ ଏବଂ ଅପରାଜିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
​ବୋଉ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ଦାଶ ଏବଂ ସହ-ପ୍ରତିଷ୍ଠାତା ସସ୍ମିତା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ଶ୍ରୀ ଅତିଶ ମହାନ୍ତି ସମଗ୍ର କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ। ଆଧୁନିକ ଜୀବନଶୈଳୀରେ ‘ବୋଉ’ ଡାକର ମଧୁରତାକୁ ବଞ୍ଚାଇ ରଖିବା ଏବଂ ବରିଷ୍ଠ ନାଗରିକଙ୍କ ସେବା କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।

Posted in ରାଜ୍ୟ.