ଦ୍ୱିତୀୟ ଦିନିକିଆ ବଦଳିବ ଟିମ ଇଣ୍ଡିଆର ରୂପ , ଡେବ୍ୟୁ କରିବେ ଆୟୁଷ

ଦ୍ୱିତୀୟ ଦିନିକିଆ ବଦଳିବ ଟିମ ଇଣ୍ଡିଆର ରୂପ , ଡେବ୍ୟୁ କରିବେ ଆୟୁଷ

ରାଜକୋଟରେ ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ ଖେଳାଯିବ । ଭାରତ ୩ଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ଉପରେ ଆଗୁଆ କବଜା କରିବାକୁ ଲକ୍ଷ୍ୟ ରଖିବ । ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ପ୍ରୟାସ କରିବ । ଏଥିପାଇଁ ଭାରତୀୟ ଟିମ ମଜବୁତ ପ୍ଲେଇଂ ଇଲେଭେନ ସହିତ ମଇଦାନକୁ ଓହ୍ଲାଇବ ।

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦର ଆହତ ଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ତାଙ୍କ ଅଣ୍ଟା ଏବଂ ପିଠିର ମାଂସପେଶୀରେ କଷ୍ଟ ଅନୁଭବ ହୋଇଥିଲା । ତେଣୁ ସୁନ୍ଦରଙ୍କ ଜାଗାରେ ଆୟୁଷ ବଦୋନିଙ୍କୁ ଦଳରେ ସାମିଲ କରାଯାଇଛି । ସେ ରାଜକୋଟରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ।

ଦ୍ବିତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆ : ରୋହିତ ଶର୍ମା, ଶୁବମନ ଗିଲ(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), ଆୟୁଷ ବଦୋନି, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

Posted in ଖେଳ.