“ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ଛୁଇଁବ ନୂତନ ଶିଖର: ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର, ୨୦/୦୧: ଭାରତୀୟ ଜନତା ପାର୍ଟିର (ବିଜେପି) ନୂତନ ରାଷ୍ଟ୍ରୀୟ ସଭାପତି ଭାବେ ନିତିନ ନବୀନ ଦାୟିତ୍ୱ ଗ୍ରହଣ କରିଥିବାରୁ ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କୁ ସ୍ୱାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ନିଯୁକ୍ତି ଦଳ ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ନିତିନ ନବୀନଙ୍କ ଦକ୍ଷ ନେତୃତ୍ୱରେ ବିଜେପି ଜାତୀୟ ସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ ହେବ। ବିଶେଷ କରି ତାଙ୍କ ଭଳି ଜଣେ ଯୁବ ତଥା ଅଭିଜ୍ଞ ନେତାଙ୍କ ଦ୍ୱାରା ସାରା ଦେଶରେ ବିଜେପିର ସାଂଗଠନିକ କାର୍ଯ୍ୟାବଳୀ ନୂତନ ଶିଖର ଛୁଇଁବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ନିତିନ ନବୀନ ଦୀର୍ଘ ଦିନ ଧରି ବିଜେପିର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ତୁଲାଇ ଆସିଛନ୍ତି।
ବିହାରରେ ସଂଗଠନକୁ ସୁଦୃଢ଼ କରିବା ସହ ସେଠାରେ ବିଜେପି ସରକାର ଗଠନ କରିବାରେ ତାଙ୍କର ଦୂରଦର୍ଶୀ ରଣନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା।
ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିସାରିଥିବା ନିତିନ ଜୀ, ଏବେ ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ସଭାପତି ଭାବେ ନିଯୁକ୍ତ ହେବା ସମଗ୍ର ଦଳ ପାଇଁ ଗୌରବର ବିଷୟ।
ଶେଷରେ ଶ୍ରୀ ପ୍ରଧାନ ନୂତନ ସଭାପତିଙ୍କ ସଫଳତା କାମନା କରିବା ସହ ତାଙ୍କର ଏହି ନୂତନ ଯାତ୍ରା ମଙ୍ଗଳମୟ ହେଉ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

