‘ନିତିନଙ୍କ ନେତୃତ୍ୱରେ ସଫଳ ହେବ ବିକଶିତ ଭାରତର ସଂକଳ୍ପ’
ନୂଆଦିଲ୍ଲୀ, ୨୦/୦୧: ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଏକ ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଅନନ୍ତ ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଗଣତନ୍ତ୍ରଣ ପର୍ବ ଅନ୍ତର୍ଗତ ଆପଣଙ୍କର ଏହି ନିର୍ବାଚନ, ଭାଜପାର ସଂସ୍କାର, ଗଣତାନ୍ତ୍ରିକ ଆସ୍ଥା, ସାଂଗଠନିକ ଅନୁଶାସନ ଏବଂ କାର୍ଯ୍ୟକର୍ତ୍ତା କେନ୍ଦ୍ରିତ ଚିନ୍ତାଧାରାର ଏକ ଜୀବନ୍ତ ଉଦାହରଣ। ଆପଣଙ୍କ ନେତୃତ୍ୱ ହେଉଛି ଯୁବ ଉତ୍ସାହ ଏବଂ ପ୍ରଶାସନିକ ଅନୁଭୂତିର ଏକ ଏଭଳି ସମନ୍ୱୟ, ଯାହା ସଙ୍ଗଠନକୁ ସମୟର ଆହ୍ୱାନ ଅନୁରୂପ ଏକ ସଶକ୍ତ ଦିଗ ପ୍ରଦାନ କରିବ। ମୋର ଦୃଢ଼ ବିଶ୍ୱାସ ଯେ, ଭାଜପାର ଐତିହ୍ୟକୁ ଆଗକୁ ବଢ଼ାଇ ଆପଣ ଦଳକୁ ସାଂଗଠନିକ ଭାବେ ଆହୁରି ସୁଦୃଢ଼, ଅନୁଶାସିତ ଏବଂ ଜନସମର୍ପିତ କରିବେ। ଆଦରଣୀୟ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କ ମାର୍ଗଦର୍ଶନରେ ଦେଶବ୍ୟାପୀ ପରିଚାଳିତ ଜନକଲ୍ୟାଣକାରୀ ଯୋଜନା, ରାଷ୍ଟ୍ରବାଦୀ ଚିନ୍ତାଧାରା ଏବଂ ବିକାଶର ସଂକଳ୍ପକୁ ଆପଣ ପ୍ରଭାବଶାଳୀ ରଣନୀତି ଓ ସାଂଗଠନିକ ଶକ୍ତି ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଭାରତୀୟ ଜନତା ପାର୍ଟି ତାହାର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରି ନିତିନ ନବୀନଙ୍କୁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ କରିଛି। ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।
ଯୁବ ଉତ୍ସାହ ଓ ପ୍ରଶାସନିକ ଅନୁଭୂତିର ସମନ୍ୱୟ
ନୀତିନ ନବୀନଙ୍କ ନିର୍ବାଚନ ବିଜେପିର “କାର୍ଯ୍ୟକର୍ତ୍ତା କେନ୍ଦ୍ରିତ” ଚିନ୍ତାଧାରାର ଏକ ଶ୍ରେଷ୍ଠ ନିଦର୍ଶନ। ଜଣେ ସାଧାରଣ କର୍ମୀରୁ ଯାତ୍ରା ଆରମ୍ଭ କରି ଦଳର ସର୍ବୋଚ୍ଚ ପଦବୀରେ ପହଞ୍ଚିଥିବା ନୀତିନଙ୍କ ନିକଟରେ ଉଭୟ ଯୁବ ଉତ୍ସାହ ଏବଂ ଦୀର୍ଘ ଦିନର ପ୍ରଶାସନିକ ଅଭିଜ୍ଞତା ରହିଛି। ବିହାର ରାଜନୀତିରେ ଜଣେ ସଫଳ ରଣନୀତିକାର ଭାବେ ସେ ନିଜକୁ ପ୍ରମାଣିତ କରିଛନ୍ତି। ବିଶେଷ କରି ବିହାରରେ ସଙ୍ଗଠନକୁ ସୁଦୃଢ଼ କରିବା ଏବଂ ଏନଡିଏ (NDA) ସରକାର ଗଠନରେ ତାଙ୍କର ଦୂରଦର୍ଶୀ ରଣନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା।
“ସଙ୍ଗଠନ ପର୍ବ” ଅଧୀନରେ ଅନୁଷ୍ଠିତ ଏହି ନିର୍ବାଚନ ପ୍ରକ୍ରିୟା ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ଓ ଅନୁଶାସନକୁ ଦର୍ଶାଉଛି। କାର୍ଯ୍ୟକାରୀ ସଭାପତି ଭାବେ ଦଳକୁ ସଫଳତାର ସହ ପରିଚାଳନା କରିବା ପରେ, ଏବେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନେଇଛନ୍ତି। ତାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଜେଡ୍ (Z)’ ବର୍ଗର ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ “ବିକଶିତ ଭାରତ” ସଂକଳ୍ପକୁ ଆଗକୁ ବଢ଼ାଇବା ନୀତିନଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ଦେଶର କୋଣ ଅନୁକୋଣରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ସେ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବେ ବୋଲି ଆଶା କରାଯାଉଛି।
