ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ଵ ଦେବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ। […]
Continue readingMonthly Archives: January 2026
‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କଲେ ସେନା ମୁଖ୍ୟ
‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ଭାରତର ମାତ୍ର ୨୨ ମିନିଟର ଭୟଙ୍କର ଆକ୍ରମଣରେ ପାକିସ୍ତାନର ନିଷ୍ପତ୍ତି ନେବା କ୍ଷମତା ଦୋହଲି ଯାଇଥିଲା। ମଙ୍ଗଳବାର ସେନାର ବାର୍ଷିକ ଖବରଦାତା ସମ୍ମିଳନୀରେ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ଏକ ବଡ଼ ସଫଳତା ଥିଲା। ଏହି ଅପରେସନର ଦୁଇଟି ମୁଖ୍ୟ ‘ଟର୍ଣ୍ଣିଂ ପଏଣ୍ଟ’ ବା ନିର୍ଣ୍ଣାୟକ ମୋଡ଼ ବିଷୟରେ ସେ ଉଲ୍ଲେଖ କରିଥିଲେ। ଦ୍ୱିବେଦୀଙ୍କ […]
Continue readingଦିନକ ପରେ ପୁଣି ଲେଉଟିଛି ଶୀତ
ଦିନକ ପରେ ପୁଣି ଲେଉଟିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ଫଳରେ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୩ଦିନ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ବିଭିନ୍ନ ଜିଲାକୁ ସତର୍କ କରାଯାଇଛି। ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ […]
Continue readingରାଉରକେଲା ନିକଟରେ ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର
ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ସୁନୀଲ ଅଗ୍ରୱାଲ ଓ ସୁନୀତା ଅଗ୍ରୱାଲ ଏୟାରଲିଫ୍ଟ ହେବେ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ଦୁହେଁ ଏୟାରଲିଫ୍ଟ ହେବା ନେଇ ସୂଚନା ରହିଛି । ସୂଚନାଅନୁସାରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ […]
Continue readingଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ
ଟ୍ରେନ ସମୟସାରଣୀ (ଟିଏଜି) 2026 ଅଧୀନରେ ଭାରତୀୟ ରେଳବାଇ ନୂତନ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଏହା ବର୍ତ୍ତମାନର ସେବାକୁ ବିସ୍ତାର କରିବା ସହିତ ଟ୍ରେନ ଚଳାଚଳ ସଂଖ୍ୟାକୁ ବଢ଼ାଇଛି, କେତେକ ଟ୍ରେନକୁ ସୁପରଫାଷ୍ଟ ରୂପେ ପରିବର୍ତ୍ତନ କରିଛି ଏବଂ ବିଭିନ୍ନ ରେଳ ଜୋନରେ ସେବାକୁ ତ୍ୱରାନ୍ୱିତ କରିଛି। 2026 ଟ୍ରେନ ସମୟ ସାରଣୀ ଅଧୀନରେ, ସର୍ବମୋଟ 122ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି । 86ଟି ଟ୍ରେନର ସମ୍ପ୍ରସାରଣ କରାଯିବା ସହିତ 8ଟି […]
Continue readingଅତି ବିଶିଷ୍ଟ ରେଳ ସେବା ପୁରସ୍କାର 2025 ପ୍ରଦାନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଦ୍ୱାରକା ସ୍ଥିତ ଯଶୋଭୂମି ଠାରେ 70ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରିଛନ୍ତି। 100 ଜଣ ରେଳ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନଗୁଡ଼ିକୁ 26ଟି ଶିଲ୍ଡ ପ୍ରଦାନ କରି ସ୍ୱୀକୃତି ଦିଆଯାଇଛି। ପୂର୍ବତଟ ରେଳବାଇରେ ତିନି ଜଣ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ସେମାନେ ହେଲେ ଗୁଡ୍ସ ଲୋକୋ ପାଇଲଟ୍ […]
Continue readingରେକର୍ଡ କୋଚ୍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କରିଛି ଭାରତୀୟ ରେଳବାଇ
ଭାରତୀୟ ରେଳବାଇ ସାଧାରଣ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ତାହାର ଭିତ୍ତିଭୂମି ଓ ସେବାର ଆଧୁନିକୀକରଣ କରୁଛି। ଏହାର ଲକ୍ଷ୍ୟ ହେଉଛି ଟ୍ରେନ୍ ଯାତ୍ରାକୁ ଅଧିକ ସୁବିଧାଜନକ, ନିରାପଦ ଓ ସୁଲଭ କରିବା। ପୁଞ୍ଜି ନିବେଶ, ପରିଚାଳନା ସଂସ୍କାର ଓ ନୂତନ ପ୍ରଯୁକ୍ତି ମାଧ୍ୟମରେ ରେଳବାଇ ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ ଯାତ୍ରୀ-ପ୍ରଥମ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରୁଛି।ସୁଲଭ ମୂଲ୍ୟରେ ଯାତ୍ରା ସୁବିଧା ବଢ଼ାଇବାକୁ ଭାରତୀୟ ରେଳବାଇ ଅତ୍ୟାଧୁନିକ ସାଧାରଣ ଓ ଅଣ-ଶୀତତାପ ନିୟନ୍ତ୍ରିତ କୋଚଗୁଡ଼ିକର ରେକର୍ଡ ଉତ୍ପାଦନ […]
Continue readingନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ
ନିରାକାରପୁର: ସରକାର ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଞ୍ଚାଇବା ପାଇଁ ‘ଆମ ହସ୍ପିଟାଲ୍’ ଭଳି ଅନେକ ଯୋଜନା କରୁଛନ୍ତି, କିନ୍ତୁ ନିରାକାରପୁର ଅଞ୍ଚଳରେ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଅବ୍ୟବସ୍ଥାର ଶିକାର ହୋଇ ରୋଗ ଶଯ୍ୟାରେ ପଡ଼ିଛି। ସ୍ଥାୟୀ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଏବଂ ଭିତ୍ତିଭୂମିର ବିପର୍ଯ୍ୟୟ ଯୋଗୁଁ ଏହା ଏବେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ‘ରେଫରାଲ୍ ସେଣ୍ଟର’ ଭାବେ ଅଧିକ ପରିଚିତ ହେଉଛି। ନିରାକାରପୁର ଏବଂ ଏହାର ଆଖପାଖ […]
Continue readingଅଭିଯୋଗ ପ୍ରକୋଷ୍ଠକୁ ଆସିଲେଣି ୫୬ ହଜାରରୁ ଉର୍ଦ୍ଧ୍ୱ ; ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଏହି ଜନାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି । ସରକାରଙ୍କ ପକ୍ଷରୁ ମଧ୍ୟ ସବୁ ଅଭିଯୋଗକୁ ସମାନ ଗୁରୁତ୍ୱ ଦିଆଯାଇ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୫ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୩,୩୫୮ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା 9୫ […]
Continue readingପୁରୁଣା ସ୍ମୃତିର ପୁଣି ଜମିବ ଆସର: କେବି ଏକାଡେମୀର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ବଣଭୋଜି
ନିରାକାରପୁର: ସମୟ ବଦଳିଯାଏ, ହେଲେ ସ୍କୁଲ ଦିନର ସେହି ସ୍ମୃତି କେବେ ବି ପୁରୁଣା ହୁଏନାହିଁ। ପୁଣି ଥରେ ସେହି ପୁରୁଣା ସାଙ୍ଗସାଥୀ, ହସଖୁସି ଏବଂ ପିଲାଦିନର ସ୍ମୃତିକୁ ସାଉଁଟିବା ପାଇଁ ପ୍ରସ୍ତୁତ ହେଉଛି ବଣଭୋଜି । ଆସନ୍ତା ଜାନୁଆରୀ ୧୧ ତାରିଖ ରବିବାର ଦିନ କ୍ଷେତ୍ରବାସୀ ଏକାଡେମୀର 1995 ବ୍ୟାଚ୍ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭବ୍ୟ ବନ୍ଧୁମିଳନ ତଥା ବଣଭୋଜି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତିର କୋଳରେ ବନ୍ଧୁମିଳନ: ନିରାକାରପୁରର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥଳ […]
Continue reading








