ରାଷ୍ଟ୍ରପତି ଭବନ ପରିସରରେ ସୋମବାର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରୀଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ‘ରାଜାଜୀ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭବନ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ଏବଂ ଏକମାତ୍ର ଗଭର୍ଣ୍ଣର ଜେନେରାଲ ଶ୍ରୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (ରାଜାଜୀ)ଙ୍କ ପ୍ରତିମା ଉନ୍ମୋଚିତ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି, ରାଜାଜୀଙ୍କ ଜୀବନ ଭାରତର ବୌଦ୍ଧିକ […]
Continue readingMonthly Archives: February 2026
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦିଲ୍ଲୀରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁରୋଧ ଭାରତର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ ଜାତୀୟ ସ୍ତରୀୟ ସ୍ମୃତି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଶହୀଦ ବାଜି ରାଉତଙ୍କ ଅସୀମ […]
Continue readingକଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ପ୍ରକୃତ ସଫଳତାର ଚାବିକାଠି – ଧର୍ମେନ୍ଦ୍ର ପ୍ରଧାନ
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୩୧ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ରତନପୁରର ଯୁବ ଚାଷୀ ହୀରୋଦ ପଟେଲଙ୍କ ନିଆରା ଓ ଅଭିନବ କୃଷି ପ୍ରଣାଳୀକୁ ପ୍ରଶଂସା କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ, କଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ହିଁ ପ୍ରକୃତ ସଫଳତାର ଚାବିକାଠି । ହୀରୋଦ […]
Continue readingମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
ଓଡ଼ିଶା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି: ଫେବୃଆରୀ ୨୬ରୁ ନାମାଙ୍କନ, କାହା କବ୍ଜାରେ ରହିବ ଚତୁର୍ଥ ଆସନ? ଭୁବନେଶ୍ୱର: ଓଡ଼ିଶାରୁ ରାଜ୍ୟସଭା ଯିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା। ଆସନ୍ତା ଏପ୍ରିଲ ୨ ତାରିଖରେ ଓଡ଼ିଶାରୁ ୪ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହି ଖାଲି ପଦବୀ ପୂରଣ ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ସାରିଛନ୍ତି। ଆସନ୍ତା ଫେବୃଆରୀ ୨୬ ରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବ। ନିର୍ବାଚନ କାର୍ଯ୍ୟସୂଚୀ: ରାଜ୍ୟ ବିଧାନସଭାରେ […]
Continue readingଓଡ଼ିଶାରୁ ଆତ୍ମନିର୍ଭର କୃଷିର ସଫଳ ଦୃଷ୍ଟାନ୍ତ; ଯୁବଚାଷୀ ହିରୋଦ ପଟେଲଙ୍କ ଅଭିନଵ ମଡେଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଏହି ସମ୍ମିଳନୀରେ ମୋତେ ବିଶ୍ୱର ନେତୃବୃନ୍ଦ ଏବଂ ଟେକ ସିଇଓମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିଲା । ଏଆଇ ସମ୍ମିଳନୀ ପ୍ରଦର୍ଶନୀରେ ମୁଁ ବିଶ୍ୱର ନେତାମାନଙ୍କୁ ଅନେକ ଉତ୍ପାଦ ଦେଖାଇଥିଲି । ମୁଁ ଦୁଇଟି ଉତ୍ପାଦ ବିଶେଷ ଭାବେ ଉଲ୍ଲେଖ କରିବାକୁ ଚାହୁଁଛି । ସମ୍ମିଳନୀରେ ଏହି ଦୁଇଟି ଉତ୍ପାଦ ବିଶ୍ୱର ନେତାମାନଙ୍କୁ ବହୁତ ପ୍ରଭାବିତ କରିଥିଲା । ପ୍ରଥମ ଉତ୍ପାଦ ଅମୁଲ୍ ବୁଥ୍ ଉପରେ ଥିଲା । ଏଥିରେ ଦର୍ଶାଯାଇଥିଲା ଯେ କିଭଳି […]
Continue readingଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେରଠରେ ନମୋ ଭାରତ ରାପିଡ୍ ରେଳ ଏବଂ ମେରଠ ମେଟ୍ରୋ ମାର୍ଗକୁ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ‘ବିକଶିତ ଉତ୍ତର ପ୍ରଦେଶ’ ଏବଂ ବିକଶିତ ଭାରତ’ ଲକ୍ଷ୍ୟକୁ ଗତିଶୀଳ କରିବ ବୋଲି ସେ କହିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଗୋଟିଏ ଦିନରେ ଗୋଟିଏ ରାପିଡ୍ ରେଳ ଏବଂ ମେଟ୍ରୋ ସେବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଏକ ବିକଶିତ ଭାରତରେ ଯୋଗାଯୋଗ ବ୍ୟବସ୍ଥା […]
Continue readingକଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ପ୍ରକୃତ ସଫଳତାର ଚାବିକାଠି – ଧର୍ମେନ୍ଦ୍ର ପ୍ରଧାନ
‘ମନ୍ କୀ ବାତ୍’ରେ ଓଡ଼ିଶାର ଜୟଗାନ: ସୁନ୍ଦରଗଡ଼ର ଯୁବ ଚାଷୀ ହୀରୋଦଙ୍କୁ ମୋଦୀଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ଭୁବନେଶ୍ୱର: ପୁଣିଥରେ ଜାତୀୟ ସ୍ତରରେ ଚମକିଛି ଓଡ଼ିଶାର ପ୍ରତିଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୩୧ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ରତନପୁରର ଯୁବ ଚାଷୀ ହୀରୋଦ ପଟେଲଙ୍କ ଅଭିନବ କୃଷି ପ୍ରଣାଳୀକୁ ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ହୀରୋଦ ଓଡ଼ିଶାକୁ […]
Continue reading“ରୋଦର”- ଆମ ଗାଁ
“ରୋଦର” ଆମ ଗାଁ ଓ ଅନ୍ୟ ଗ୍ରାମ ରେ ଆଉ ଦେଖିବାକୁ ମିଳୁନାହିଁ । ଦିନେ ଏହାକୁ ବହୁଳ ଭାବରେ ଚାଷ କାମରେ ବ୍ୟବହାର କରାଯାଉଥିଲା। ଧାନ ଫସଲ କରିବା ପୂର୍ବରୁ ଏହି ରୋଦର୍ ମାଧ୍ୟମରେ ଗୋବର ବା ଖତ ବିଲକୁ ନିଆ ଯାଉଥିଲା। କିନ୍ତୁ ଆଜି ଆଉ ଦେଖିବାକୁ ମିଳୁନାହିଁ । ଏହା ଖାଲି ଖତ ବୁହା କାର୍ଯ୍ୟ ରେ ବ୍ୟବହାର ହୁଏନି ସବୁ କାମ ରେ ଲାଗି ଥାଏ ଯଥା – ଧାନ, ମୁଗ […]
Continue readingଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ -ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତା ୧ ଏପ୍ରିଲ ୨୦୨୬ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚିତ କରିଛନ୍ତି । ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ ଶ୍ରୀ ପ୍ରଧାନ ଗତବର୍ଷ ଅର୍ଥାତ୍ ସେପ୍ଟେମ୍ବର ୨,୨୦୨୫ରେ କେନ୍ଦ୍ର […]
Continue readingଦିଲ୍ଲୀଠାରେ ଅନୁଷ୍ଠିତ “ଏଆଇ ସମିଟ୍”ରେ କଂଗ୍ରେସର ଅପମାନଜନକ ପ୍ରଦର୍ଶନ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ
ରାହୁଲ ଗାନ୍ଧୀଙ୍କ ରାଜନୀତି ଅତି ନିଚ୍ଚସ୍ତରକୁ ଖସିଯାଇଛି । ବିଶ୍ୱର ସର୍ବବୃହତ ଏଆଇ ଇମ୍ପାକ୍ଟ ସମିଟ ଭାରତରେ କରାଯିବା ସବୁ ଭାରତୀୟ ପାଇଁ ଗର୍ବର ବିଷୟ । ମାତ୍ର ଏହି ସମ୍ମିଳନୀ ଚାଲିଥିବାବେଳେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ରାଜନୈତିକ ପୋଷ୍ଟର ଧରି ଅଭଦ୍ରାମୀ ପ୍ରଦର୍ଶନ କରି ସମ୍ମିଳନୀକୁ କଳଙ୍କିତ କରିବାକୁ ଚେଷ୍ଟା କରିଛନ୍ତି । ଭାରତକୁ ଅପମାନିତ କରିବା ପାଇଁ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରିଛନ୍ତି । ଏହିଭଳି କାର୍ଯ୍ୟକରି କଂଗ୍ରେସ ଦଳ ଦିନକୁ […]
Continue reading






