ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ।  ପ୍ରଥମେ ମୁଖ୍ୟ ଫାଟକ ସମ୍ମୁଖରେ ଥିବା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ମାଲ୍ୟାର୍ପଣ ପ୍ରଦାନ କରିଥିଲେ । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ ।

ସମାବର୍ତ୍ତନ ଉତ୍ସବରେ ୩ ଜଣଙ୍କୁ ସମ୍ମାନ ଜନକ ଡି.ଲେଟ ଡିଗ୍ରୀ ପ୍ରଦାନ ସହିତ ୧୦୧ ଜଣଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।   ଏହା ସହ ୮୯ ଜଣ PhD ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ ।  ଏହି ଅବସରରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ସମ୍ମାନ ପ୍ରଦାନ କରିଥିଲେ ମହାମହିମ ।  ଉତ୍ସବରେ ଅନ୍ତର୍ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ପ୍ରଶଂସା କରିଥିଲେ ।  ଏଥିରେ ମହିଳା ଖେଳାଳି ଅନୁରାଧା ବିଶ୍ଵାଳ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓ ସାହିତ୍ୟିକ ସାନ୍ତୁନୁ ଆଚାର୍ଯ୍ୟଙ୍କୁ ଡକ୍ଟରେଟ ପ୍ରଦାନ କରିଛନ୍ତି ।

Posted in ରାଜନୀତି.