ମାଲେସିଆର କୁଆଲାଲମ୍ପୁରରୁ ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମାଲେସିଆର କୁଆଲାଲମ୍ପୁରରୁ ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲେସିଆର କୁଆଲାଲମ୍ପୁରରୁ ତାଙ୍କର ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମାଲେସିଆ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ବୃଦ୍ଧି ଉପରେ ଧ୍ୟାନ ଦେଇ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଆଣିଛି,ଯାହା ଭାରତ-ମାଲେସିଆ ସମ୍ପର୍କକୁ ଶକ୍ତିଶାଳୀ ପ୍ରଦାନ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଶନିବାର କୁଆଲାଲମ୍ପୁରରେ ଭବ୍ୟ ରେଡ-କାର୍ପେଟ୍ ସ୍ୱାଗତ ସହ ପହଞ୍ଚିଥିଲେ । ପ୍ରଧାମନନ୍ତ୍ରୀ ଇବ୍ରାହିମ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।

Posted in Uncategorized.