ଆଜି ଜାଗର। ଦେବାଧି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ସଜେଇ ହୋଇଛି ରାଜ୍ୟ ତଥା ଦେଶର ତମାମ ଶିବ ମନ୍ଦିର । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି […]
Continue readingDaily Archives: February 15, 2026
ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ
ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ରବିବାର ସନ୍ଧ୍ୟାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯାହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । […]
Continue reading୨୦୩୬ ଅଲିମ୍ପିକ୍ସ ପାଇଁ ୨୦୨୬ରୁ ପ୍ରୟାସ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ
ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ରବିବାର ସମ୍ବଲପୁରର ଐତିହାସିକ ହୀରାକୁଦ ଠାରେ ‘ଏମସିଏଲ୍ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍ – ୨୦୨୬’ର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି […]
Continue reading


