ନବେତମ ସ୍ୱର୍ଣ୍ଣିମ ଶିବ ଜୟନ୍ତୀ ଉପଲକ୍ଷେ ବିଶାଳ ସ୍ୱାସ୍ଥ୍ୟ ଶିବିର: ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ମିଳିବ ଔଷଧ


ବଡ଼ ପୋଖରିଆ: ବଡ଼ ପୋଖରିଆ ପଞ୍ଚାୟତ ଅନ୍ତର୍ଗତ ବୋଡ଼ଙ୍ଗରାର ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ‘ବରଦାନୀ ଭବନ’ ଏବଂ ନିଳଗିରି ପାଟଣାର ନିଗମାନନ୍ଦ ସରସ୍ୱତୀ ଚିନ୍ତାମଣୀ ସେବାଶ୍ରମର ମିଳିତ ସହଯୋଗରେ ଏକ ବିଶାଳ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହେବାକୁ ଯାଉଛି। ନବେତମ ସ୍ୱର୍ଣ୍ଣିମ ଶିବ ଜୟନ୍ତୀ ଅବସରରେ ଆସନ୍ତା ଫେବ୍ରୁଆରୀ ୨୨ ତାରିଖ (ରବିବାର) ଦିନ ଏହି ଶିବିର ଅନୁଷ୍ଠିତ ହେବ।
ଚିନ୍ତାମଣୀ ସେବାଶ୍ରମ, ନିଳଗିରି ପାଟଣା, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟସେବା ଶିବିର ଚାଲିବ ।
ଏହି ଶିବିରରେ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେବେ। ସେମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉଚିତ୍ ପରାମର୍ଶ ଦେବେ। ଏହି ଜନକଲ୍ୟାଣକାରୀ ଶିବିରରେ ଜନସାଧାରଣମାନେ ସମ୍ପୂର୍ଣ୍ଣ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇପାରିବେ। ଏହା ସହିତ ରୋଗୀମାନଙ୍କୁ ଆବଶ୍ୟକୀୟ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଣୁ ବଡ଼ ପୋଖରିଆ ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଜନସାଧାରଣ ଏହି ସୁଯୋଗର ଲାଭ ଉଠାଇବା ପାଇଁ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏବଂ ଚିନ୍ତାମଣୀ ସେବାଶ୍ରମ ପକ୍ଷରୁ ଅନୁରୋଧ କରାଯାଇଛି।

Posted in ରାଜ୍ୟ.