ଶିକ୍ଷା କ୍ଷେତ୍ରରେ ଆସିବ ‘ସ୍ୱଦେଶୀ ଏଆଇ’ ବିପ୍ଳବ: ଆଇଆଇଟି ଦିଲ୍ଲୀରେ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା ନୂଆଦିଲ୍ଲୀ: ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ ଓ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା ପାଇଁ କେନ୍ଦ୍ର ସରକାର ଏବେ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (AI) ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଆଜି ଆଇଆଇଟି ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି। […]
Continue readingMonthly Archives: February 2026
ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ
ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ। ଶିବସେନାର ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ ଦାୟିତ୍ୱ ନେଇଛନ୍ତି। ବୁଧବାର ବିଜେପି କର୍ପୋରେଟର ଋତୁ ତାୱଡେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ମେୟର ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚାରି ଦଶନ୍ଧି ପରେ ପ୍ରଥମ ଥର ପାଇଁ ମୁମ୍ବଇ ମେୟରଙ୍କୁ ବିଜେପିରୁ ମନୋନୀତ କରାଯାଇଛି। ଫଳରେ ମୁମ୍ବାଇରେ ଠାକରେ ପରିବାରର ୨୫ବର୍ଷର ଆଧିପତ୍ୟ ସମାପ୍ତ ହୋଇଛି।ଘାଟକୋପର ପଶ୍ଚିମର ତିନି ଥର […]
Continue readingଆସନ୍ତାକାଲି ଭାରତ ବନ୍ଦ ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ
ଶ୍ରମ କୋଡ୍ ରଦ୍ଧ ଦାବିରେ ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ କରିବ ଦେଶବ୍ୟାପି ଧର୍ମଘଟ । ଏଥିସହ ଓଡ଼ିଶାରେ ଚାଲିଥିବା ବିଜୁଳି ବିଲ୍, କଟନିଛଟନି ଓ ମନରେଗାକୁ ପ୍ରସଙ୍ଗ କରି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ । କଂଗ୍ରେସ ଏହି ଆନ୍ଦୋଳନ ସମର୍ଥନ ଜଣାଇଛି । ତେଣୁ ଆସନ୍ତାକାଲି ଏହାର ପ୍ରଭାବ ଦେଖିବାକୁ ମିଳିବାର ସମ୍ଭାବନା ରହିଛି ।ନୂଆ ଶ୍ରମ କୋଡ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ […]
Continue readingଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ
ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ୧୧୧ କିମି ବିଶିଷ୍ଟ କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ପାଇଁ ମିଳିଛି ୬୪ଟି ବିଡ ।ରାଜଧାନୀରେ କମିବ ଭିଡ଼, ଟ୍ରାଫିକ ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାର୍ଚ୍ଚରେ ଚୁକ୍ତିନାମା ସ୍ବାକ୍ଷର ସହ ଏପ୍ରିଲରୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅଢେଇ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ୮ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ତିନୋଟି ପ୍ୟାକେଜରେ ହାଇବ୍ରିଡ୍ […]
Continue readingମଣ୍ଡିରେ ଚାଷୀଙ୍କୁ ହଇରାଣ କରିବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡିରେ ଚାଷୀଙ୍କୁ ହଇରାଣ କରିବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସଂପର୍କରେ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ ।ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ […]
Continue readingଟ୍ବେଣ୍ଟି-୨୦ ବିଶ୍ବକପ୍ : ବିଜୟରୁ ଅଭିଯାନ ଆରମ୍ଭ କଲା ଜିମ୍ବାୱେ
ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍ରେ ପରାସ୍ତ କରିଛି। ଦୁଇ କମ୍ ଶକ୍ତିଶାଳୀ ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ଜିମ୍ବାୱେ ଟସ୍ ଜିତି ଓମାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଖେଳାଳିଙ୍କ ହାରାହାରି ବୟସ ଦୃଷ୍ଟିରୁ ଚଳିତ ବିଶ୍ବକପ୍ ସବୁଠୁ ବୟସ୍କ ଦଳ ଓମାନକୁ ଜିମ୍ବାୱେ […]
Continue readingମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୭୦୦ ଅଭିଯୋଗ ଆସିଥିଲା। ଅଭିଯୋଗ ଗୁଡ଼ିକର ଆଲୋଚନା ହୋଇ ସଂପୃକ୍ତ ବିଭାଗକୁ ପଠା ଯାଇଛି। ଆଜି ଜନ ଶୁଣାଣି ବେଳେ ୫ ବରିଷ୍ଠ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତଗତ ଭାବେ ୩୨ ଜଣ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ । ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର […]
Continue readingଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ
ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର ଆଲୋଚନା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକ ଅନୁଷ୍ଠିତ […]
Continue readingମାଲେସିଆର କୁଆଲାଲମ୍ପୁରରୁ ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲେସିଆର କୁଆଲାଲମ୍ପୁରରୁ ତାଙ୍କର ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମାଲେସିଆ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ବୃଦ୍ଧି ଉପରେ ଧ୍ୟାନ ଦେଇ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଆଣିଛି,ଯାହା ଭାରତ-ମାଲେସିଆ ସମ୍ପର୍କକୁ ଶକ୍ତିଶାଳୀ ପ୍ରଦାନ […]
Continue readingଶିକ୍ଷା ହିଁ ସମାଜର ମୁକ୍ତିର ମାର୍ଗ – ଧର୍ମେନ୍ଦ୍ର ପ୍ରଧାନ
ଶିକ୍ଷା ହିଁ ସମାଜର ମୁକ୍ତିର ମାର୍ଗ । ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଭଳି ଜନନାୟକମାନେ ବିଶ୍ୱାସ କରୁଥିଲେ ଯେ କେବଳ ପାଠ ପଢ଼ିବା ଶିକ୍ଷା ନୁହେଁ, ବରଂ ଶିକ୍ଷା ହେଉଛି ଅନ୍ଧକାରରୁ ଆଲୋକକୁ ଯିବାର ଏକ ମାଧ୍ୟମ । ଏହି ବିଚାରରେ ସେ କଣିହାଁ ଠାରେ ଏକ ଶିକ୍ଷାନୁଷ୍ଠାନ ସଦୃଶ ଏକ ମଞ୍ଜି ବୁଣିଥିଲେ, ଯାହା ଏବେ ପିଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ନାମିତ ହୋଇ ବଟ୍ଟବୃକ୍ଷର […]
Continue reading









