ଦେଶବ୍ୟାପୀ ବିଜୁ ଝଡ଼ । ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା । ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ । ବିଜୁ ପଟ୍ଟନାୟକ ସାରା ଭାରତର ଜଣେ ବଡ଼ ଜନନାୟକ ଥିଲେ । ସେ ସାରା ଓଡ଼ିଶାର ଗର୍ବ ଓ ଗୌରବ ଥିଲେ ବୋଲି କହିଛନ୍ତି ସଞ୍ଜୟ ସିଂହ । ଆଜି ବିଜେପି ତାଙ୍କୁ ସିଆଇଏ ଏଜେଣ୍ଟ କହି ଘୋର ଅପମାନିତ କରିଛି । […]
Continue readingMonthly Archives: March 2026
ମଧ୍ୟପ୍ରାଚ୍ୟ ଯୁଦ୍ଧ: ଇରାନ ସବୁଠାରୁ ଅଧିକ କ୍ଷତି ସହିଛି।
ଇରାନ୍ ଉପରେ ଆମେରିକା ଏବଂ ଇସ୍ରାଏଲ୍ର ମିଳିତ ଆକ୍ରମଣ ପରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧକୁ ୩୦ ଦିନରୁ ଅଧିକ ବିତିଲାଣି, କିନ୍ତୁ ଥମିବାର ନାଁ ଧରୁନାହିଁ । ଯୁଦ୍ଧରେ ଲିପ୍ତ ପ୍ରତ୍ୟେକ ଦେଶ କ୍ଷତି ସହୁଛନ୍ତି । କେବଳ ସେତିକି ନୁହେଁ, ଯୁଦ୍ଧରେ ସାମିଲ ହୋଇନଥିବା ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିଶେଷକରି ଇରାନର ଆକ୍ରମଣରେ ଗଲ୍ଫ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇରାନ ସବୁଠାରୁ ଅଧିକ କ୍ଷତି […]
Continue readingଗତ ୬ଦଶନ୍ଧୀ ଧରି ଚାଲିଥିବା ନକ୍ସଲ ଆତଙ୍କ ଶେଷ
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲ ବା ମାଓବାଦୀ ସଂଗଠନକୁ ମୂଳପୋଛ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏହି ଘୋଷଣା ଆଜି ପୂର୍ଣ୍ଣ ହୋଇଛି। ଯଦିଓ ଓଡ଼ିଶାର କନ୍ଧମାଳ ସମେତ ଦେଶର କେତେକ ସ୍ଥାନରେ ନକ୍ସଲ ସକ୍ରିୟ ଅଛନ୍ତି, ତଥାପି ମୋଟାମୋଟି ଭାବେ ଗତ ୬ଦଶନ୍ଧୀ ଧରି ଚାଲିଥିବା ନକ୍ସଲ ଆତଙ୍କ ଶେଷ ହୋଇଛି। ଏହି ସଫଳତା ପଛରେ ନକ୍ସଲ ସଂଗଠନ ବିରୋଧରେ ଓଡ଼ିଶା ପୁଲିସର ଯୋଗଦାନ ନିଶ୍ଚିତ ଭାବେ […]
Continue readingନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା
ଭାରତ ୩୧ ମାର୍ଚ୍ଚ ୨୦୨୬ରେ ନକ୍ସଲବାଦମୁକ୍ତ ହେଉଥିବାରୁ ଗତ ୫୬ ବର୍ଷ ଧରି ଚାଲିଥିବା ସଶସ୍ତ୍ର ସଂଘର୍ଷର ଅନ୍ତ ଘଟିଛି। ୨୦୧୪ରେ ୧୨୬ ଥିବା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୨୬ ସୁଦ୍ଧା କମି ୨ରେ ପହଞ୍ଚିଛି । ଏପରିକି ଗୁରୁତର ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୩୫ରୁ ହ୍ରାସ ପାଇ ଶୂନ ହୋଇଯାଇଛି। ନକ୍ସଲ ସଂଗଠନର ସମସ୍ତ ୨୧ କେନ୍ଦ୍ରୀୟ କମିଟି ଓ ପଲିଟ୍ବ୍ୟୁରୋ ସଦସ୍ୟମାନେ ନିହତ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ସେହିସହିତ ସହରୀ […]
Continue readingଆଉ ଦୟା ନାହିଁ ଗୁଳିର ଜବାବ ଗୁଳିରେ ଦିଆଯିବ-ଗୃହମନ୍ତ୍ରୀ ଅମିତ ଶାହ
ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ସୁଦ୍ଧା ଦେଶକୁ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଯାହାକୁ ନେଇ ସେ ଆଜି ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି। ଏଥିରେ ସେ କଂଗ୍ରେସକୁ ନିଶାଣ କରି ବର୍ଷିଛନ୍ତି। ଶାହ କହିଛନ୍ତି, ଶେଷରେ ସଂସଦରେ ୧୯୭୦ ରୁ ୨୦୨୬ ପର୍ଯ୍ୟନ୍ତ ଘଟିଥିବା ଅନେକ ଘଟଣାକ୍ରମ ସମ୍ପର୍କରେ ଆଲୋଚନା ହେଉଛି। ଯାହା ଆମ ଦେଶ ଏବଂ ଆମ ସମସ୍ତଙ୍କ ପାଇଁ ଗଭୀର ମହତ୍ତ୍ୱ ରଖେ। ଆଜି ବସ୍ତରରୁ […]
Continue readingସାଇବର ଅପରାଧୀଙ୍କ ବିରୁଦ୍ଧରେ ଏକ ବ୍ୟାପକ “ଡିଜିଟାଲ୍ ଷ୍ଟ୍ରାଇକ୍” ଆରମ୍ଭ,୮୩, ୮୬୭ଟି ହ୍ବାଟ୍ସ ଆକାଉଣ୍ଟକୁ ବ୍ୟାନ
ବଢ଼ୁଥିବା ଡିଜିଟାଲ୍ ଆରେଷ୍ଟ ଏବଂ ନିବେଶ ନାଁରେ ଠକେଇ ରୋକିବା ଦିଗରେ ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ। ସୋମବାର ଗୃହ ମନ୍ତ୍ରଣାଳୟ ସାଇବର ଶାଖା ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C), ସାଇବର ଅପରାଧୀଙ୍କ ବିରୁଦ୍ଧରେ ଏକ ବ୍ୟାପକ “ଡିଜିଟାଲ୍ ଷ୍ଟ୍ରାଇକ୍” ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ସାଇବର ଶାଖା ଚଳିତ ବର୍ଷରେ ଏପର୍ଯ୍ୟନ୍ତ ୩,୯୬୨ଟି ସ୍କାଇପ୍ ଆଇଡି ଏବଂ ୮୩, ୮୬୭ଟି ହ୍ବାଟ୍ସ ଆକାଉଣ୍ଟକୁ ବ୍ୟାନ କରିଛି। ଦୂରସଂଚାର ବିଭାଗ (DoT), ପୋଲିସ […]
Continue readingଟିଏମସି ପ୍ରସଙ୍ଗବିହୀନ ନିର୍ବାଚନ ଲଢୁଛି, ବିଜେପିର ବିଜୟ ନିଶ୍ଚୟ – ଧର୍ମେନ୍ଦ୍ର ପ୍ରଧାନ
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାନ୍ଥି ଓ ହଳଦିଆ ଗସ୍ତ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ହଳଦିଆ ଠାରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ପୂର୍ବରୁ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ଶ୍ରୀ ପ୍ରଧାନ । ମମତା […]
Continue readingଟିଏମସିର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ପଶ୍ଚିମବଙ୍ଗର ପ୍ରତିଟି ନାଗରିକ ସଂକଳ୍ପବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଗସ୍ତ କରି ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ପ୍ରଚାର କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ନନ୍ଦିଗ୍ରାମ କେବଳ ଏକ ଭୌଗୋଳିକ କ୍ଷେତ୍ର ନୁହେଁ, ବରଂ ଏହା ଏକ ପରିବର୍ତ୍ତନର ଚେତନାର ପ୍ରତୀକ । ବିଗତ ପ୍ରାୟ ୨୦ ବର୍ଷ […]
Continue readingପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଓଡ଼ିଶାର ନାରୀ ଓ ଯୁବ ସମାଜକୁ ପ୍ରେରିତ କରିବ- ଧର୍ମେନ୍ଦ୍ର ପ୍ରଧାନ
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଓ କେନ୍ଦ୍ରାପଡ଼ାର ଦୁଇ ପ୍ରତିଭାଙ୍କ ସଫଳତାକୁ ସମଗ୍ର ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍ଚର’ ମାଧ୍ୟମରେ ମାଛ ଚାଷ କରି ସଫଳତା ପାଇଥିବା ଶ୍ରୀମତୀ ସୁଜାତା ଭୂୟାଁଙ୍କୁ […]
Continue readingପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାରତୀୟ ଲୋକଙ୍କୁ ଯେକୌଣସି ପ୍ରଭାବରୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ: ପ୍ରତିରକ୍ଷା ମନ୍ତ୍ରୀ
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ , ପଶ୍ଚିମ ଏସିଆରେ ଉପୁଜିଥିବା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗଠିତ ଅନୌପଚାରିକ ମନ୍ତ୍ରୀ ଗୋଷ୍ଠୀ (ଆଇ. ଜି. ଓ. ଏମ୍.) ର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ ଏବଂ ବିକାଶକୁ ଦୃଷ୍ଟିରେ ରଖି ସକ୍ରିୟ ପଦକ୍ଷେପ ସୁପାରିଶ କରିଥିଲେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନ-୨ରେ ଆୟୋଜିତ ଏହି ବୈଠକରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ, […]
Continue reading








