ଭାରତର ଅଶୋଧିତ ତୈଳ ଆମଦାନୀର ୭୦% ଏବେ ହର୍ମୁଜ୍ ପ୍ରଣାଳୀ ବାହାର ମାର୍ଗରେ ହେଉଛି; ଇନ୍ଧନ ଯୋଗାଣ ସୁରକ୍ଷିତ ରହିଛି

ଭାରତର ଅଶୋଧିତ ତୈଳ ଆମଦାନୀର ୭୦% ଏବେ ହର୍ମୁଜ୍ ପ୍ରଣାଳୀ ବାହାର ମାର୍ଗରେ ହେଉଛି; ଇନ୍ଧନ ଯୋଗାଣ ସୁରକ୍ଷିତ ରହିଛି

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆଜି ନୂଆଦିଲ୍ଲୀସ୍ଥିତ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ଆନ୍ତଃମନ୍ତ୍ରାଳୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି କ୍ଷେତ୍ରର ପରିବର୍ତ୍ତିତ ପରିସ୍ଥିତି ଏବଂ ଏହାର ମୁକାବିଲା ଲାଗି ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରସ୍ତୁତି ପଦକ୍ଷେପ ଏବଂ କାର୍ଯ୍ୟାନୁଷ୍ଠାନ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବିଶେଷ କରି ଇନ୍ଧନ ଯୋଗାଣ ପ୍ରସ୍ତୁତି, ସାମୁଦ୍ରିକ ସୁରକ୍ଷା, ବିଦେଶରେ ଥିବା ଭାରତୀୟ ନାଗରିକଙ୍କ କଲ୍ୟାଣ ଏବଂ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଯୋଗାଯୋଗ ପଦକ୍ଷେପ ବିଷୟରେ ସଦ୍ୟତମ ସୂଚନା ପ୍ରଦାନ କରାଯାଇଥିଲା।

ଇନ୍ଧନ ଯୋଗାଣ ଏବଂ ତୈଳ ଉପଲବ୍ଧତା

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅଧିକାରୀ ଗଣମାଧ୍ୟମକୁ ଇନ୍ଧନ ଯୋଗାଣ ପରିସ୍ଥିତି ଏବଂ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ।

ଅଶୋଧିତ ତୈଳ

  • ଭାରତର ଅଶୋଧିତ ତୈଳ ଯୋଗାଣ ସୁରକ୍ଷିତ ରହିଛି। ଭାରତର ଦୈନିକ ବ୍ୟବହାରର ପ୍ରାୟ ୫୫ ଲକ୍ଷ ବ୍ୟାରେଲ ରହିଛି । ଭିନ୍ନ ଭିନ୍ନ ଉତ୍ସରୁ ତୈଳ କ୍ରୟ ମାଧ୍ୟମରେ ବର୍ତ୍ତମାନ ସୁରକ୍ଷିତ ପରିମାଣ ବଜାୟ ରଖାଯାଇପାରିଛି । ଏସବୁ ଉତ୍ସରୁ ଆସୁଥିବା ତୈଳ ସାଧାରଣତଃ ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା ପରିମାଣଠାରୁ ଅଧିକ।
  • ଭାରତ ବର୍ତ୍ତମାନ ପ୍ରାୟ ୪୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛି। ଏହି ବିବିଧତା ଫଳରେ, ପ୍ରାୟ ୭୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀ ବାହାର ମାର୍ଗରୁ ଆସୁଛି ଯାହା ପୂର୍ବରୁ ପ୍ରାୟ ୫୫ ପ୍ରତିଶତ ଥିଲା।
  • ଦୁଇଟି ଅତିରିକ୍ତ ଅଶୋଧିତ ତୈଳ କାର୍ଗୋ ବର୍ତ୍ତମାନ ମାର୍ଗରେ ଅଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଭାରତରେ ପହଞ୍ଚିବ, ଯାହା ଅଶୋଧିତ ତୈଳ ଯୋଗାଣ ସ୍ଥିତିକୁ ଆହୁରି ମଜବୁତ କରିବ।
  • ଦେଶ ସାରା ବିଶୋଧନାଗାରଗୁଡ଼ିକୁ ଅତ୍ୟନ୍ତ ଉଚ୍ଚ କ୍ଷମତା ବ୍ୟବହାର ସ୍ତରରେ କାର୍ଯ୍ୟ କରୁଛନ୍ତି, କିଛି କ୍ଷେତ୍ରରେ ୧୦୦ ପ୍ରତିଶତ କ୍ଷମତା ମଧ୍ୟ ବ୍ୟବହାର କରାଯାଉଛି।
  • ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଭାରତୀୟ ନାଗରିକଙ୍କ ପରିସ୍ଥିତି ସମ୍ପର୍କରେ ଏକ ସୂଚନା ପ୍ରଦାନ କରିଛି। ଭାରତୀୟ ଦୂତାବାସ ମାଧ୍ୟମରେ ଭାରତୀୟ ପ୍ରବାସୀମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ କରାଯାଉଥିବା ପ୍ରୟାସ ଉପରେ ଆଲୋକପାତ କରିଛି। ମନ୍ତ୍ରଣାଳୟ କହିଛି:
  • ପ୍ରାୟ ୧କୋଟି ଭାରତୀୟ ପ୍ରବାସୀ ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ବସବାସ କରନ୍ତି, ଏବଂ ସେମାନଙ୍କର କଲ୍ୟାଣ ଓ ସୁରକ୍ଷା ସରକାରଙ୍କ ପ୍ରାଥମିକତା।
  • ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସ, କତାର, ସାଉଦି ଆରବ, ଓମାନ, ବାହାରିନ, କୁଏତ, ଜୋର୍ଡାନ ଏବଂ ଇସ୍ରାଏଲ ସମେତ ଅନେକ ଉପସାଗରୀୟ ଏବଂ ପଶ୍ଚିମ ଏସୀୟ ଦେଶର ନେତାମାନଙ୍କ ସହ କଥା ହୋଇଛନ୍ତି।
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଦେଶଗୁଡ଼ିକରେ ତାଙ୍କ ପ୍ରତିପକ୍ଷ ଏବଂ ଇରାନ ସହିତ ମଧ୍ୟ ନିୟମିତ ଯୋଗାଯୋଗରେ ଅଛନ୍ତି।
  • ଏହି କ୍ଷେତ୍ରରେ ଭାରତୀୟ ଦୂତାବାସଗୁଡ଼ିକ ଭାରତୀୟ ନାଗରିକମାନଙ୍କୁ ନିୟମିତ ମାର୍ଗଦର୍ଶିକା ଜାରି କରୁଛନ୍ତି।
  • ରାଷ୍ଟ୍ରଦୂତ ଏବଂ ମହାବାଣିଜ୍ୟଦୂତମାନେ ଭାରତୀୟ ପ୍ରବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିରନ୍ତର ଯୋଗାଯୋଗରେ ଅଛନ୍ତି।
  • ମିଶନଗୁଡ଼ିକ ଫସି ରହିଥିବା ଭାରତୀୟମାନଙ୍କୁ, ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କୁ, ମସ୍କଟ, ରିୟାଦ ଏବଂ ଜେଦ୍ଦା ଭଳି ସ୍ଥାନରୁ ଉପଲବ୍ଧ ବାଣିଜ୍ୟିକ ବିମାନ ବିକଳ୍ପ ମାଧ୍ୟମରେ ଘରକୁ ଫେରିବାକୁ ସାହାଯ୍ୟ କରିଛନ୍ତି।
  • ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ପାଇଁ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି।
  • ବାଣିଜ୍ୟ ଜାହାଜ ଉପରେ ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଛି।
  • କିଛି ଆହତ ଭାରତୀୟ ନାଗରିକଙ୍କ ଚିକିତ୍ସା ଚାଲିଛି ଏବଂ ଭାରତୀୟ ଦୂତାବାସ ସହାୟତା ଯୋଗାଇ ଦେଉଛି। ଇସ୍ରାଏଲରେ ଆହତ ଜଣେ ଭାରତୀୟ ନାଗରିକଙ୍କ ଅବସ୍ଥା ସୁଧୁରୁଛି, ଏବଂ ଦୁବାଇରେ ଆହତ ଅନ୍ୟ ଜଣେ ଭାରତୀୟ ନାଗରିକ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛନ୍ତି।

Posted in ଦେଶ ବିଦେଶ.