ବିଶ୍ୱ ଇନ୍ଧନ ସଂକଟ ମଧ୍ୟରେ ସୁରକ୍ଷିତ ଭାରତ: ଶକ୍ତି କ୍ଷେତ୍ରରେ ବଢୁଛି ଆତ୍ମନିର୍ଭରଶୀଳତା ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଓ ସଂଘର୍ଷ କାରଣରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ୧୨୦ ଡଲାରରେ ପହଞ୍ଚିଥିବା ବେଳେ ସାମୁଦ୍ରିକ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋର୍ମୁଜ୍ ପ୍ରଣାଳୀରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକ ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ବିଶ୍ୱର ମାତ୍ର ଏକ ପଞ୍ଚମାଂଶ […]
Continue readingMonthly Archives: March 2026
ନିଜକୁ ଓଡ଼ିଆର ପରିଚୟ ଦେବାର ସାହସ ଓ ଗର୍ବ ରଖନ୍ତୁ ଯୁବପିଢ଼ି – ଧର୍ମେନ୍ଦ୍ର ପ୍ରଧାନ
ଆମର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଯୁବକ ଯୁବତୀମାନେ ଦେଶରେ ନିଜର ପରିଚୟକୁ ପ୍ରତିପାଦିତ କରନ୍ତୁ ଏବଂ ଓଡ଼ିଆ ଭାବେ ନିଜକୁ ପରିଚୟ ଦେବାର ଗର୍ବ ଓ ସାହସ ଦେଖାନ୍ତୁ । ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ‘ଓଡ଼ିଶା ପର୍ବ-୨୦୨୬’କୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏହି […]
Continue readingରେଳ ଯାତ୍ରାରେ ହାରାହାରି ୪୩% ରିହାତି: ୬୦,୨୩୯ କୋଟି ସବସିଡି ପ୍ରଦାନ
ରେଳ ମନ୍ତ୍ରଣାଳୟ ଟିକେଟ୍ ଭଡ଼ା ଏକ “ବ୍ୟବସାୟିକ ଗୋପନୀୟତା” ଭାବରେ ବିବେଚନା କରେ ନାହିଁ । ସମସ୍ତ ବର୍ଗର ଯାତ୍ରୀ ସେବା ପାଇଁ ଭଡ଼ା ସମ୍ବନ୍ଧୀୟ ସୂଚନା ସାର୍ବଜନୀନ ଡୋମେନରେ ଉପଲବ୍ଧ ଏକ ବ୍ୟାପକ ପ୍ରକାଶିତ ସୂଚନା । ଭାରତୀୟ ରେଳବାଇ ୨୦୨୪-୨୫ରେ ଯାତ୍ରୀ ଟିକେଟ୍ ଉପରେ ୬୦,୨୩୯ କୋଟି ଟଙ୍କାର ସବସିଡି ପ୍ରଦାନ କରିଛି। ଏହା ରେଳବାଇରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହାରାହାରି ୪୩% ରିହାତି ଅଟେ। ଅନ୍ୟ ଅର୍ଥରେ, ଯଦି ସେବା […]
Continue readingବିକଶିତ ଭାରତ ପାଇଁ ବିକଶିତ ତାମିଲନାଡୁ ସୃଷ୍ଟି କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ନଗରୀ ତ୍ରିଚି (ତିରୁଚିରାପଲ୍ଲି) ଗସ୍ତ କରି ତାମିଲନାଡୁର ଭିତ୍ତିଭୂମି ଓ ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶୃଙ୍ଖଳାବଦ୍ଧ ପରିବର୍ତ୍ତନଶୀଳ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୋଟ ପାଞ୍ଚ ହଜାର ଛଅ ଶହ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ସ୍ୱଚ୍ଛ ଶକ୍ତି, ପେଟ୍ରୋଲିୟମ ସମ୍ପର୍କିତ ଉତ୍ପାଦନ ଓ ରାଜପଥ, ରେଳପଥ ଏବଂ ଗ୍ରାମୀଣ ସଡକ ମାଧ୍ୟମରେ ଉନ୍ନତ ବହୁମୁଖୀ ସଂଯୋଗ ସୃଷ୍ଟି ଉପରେ କେନ୍ଦ୍ରିତ। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, […]
Continue readingଭାରତର ଅଶୋଧିତ ତୈଳ ଆମଦାନୀର ୭୦% ଏବେ ହର୍ମୁଜ୍ ପ୍ରଣାଳୀ ବାହାର ମାର୍ଗରେ ହେଉଛି; ଇନ୍ଧନ ଯୋଗାଣ ସୁରକ୍ଷିତ ରହିଛି
ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆଜି ନୂଆଦିଲ୍ଲୀସ୍ଥିତ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ଆନ୍ତଃମନ୍ତ୍ରାଳୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି କ୍ଷେତ୍ରର ପରିବର୍ତ୍ତିତ ପରିସ୍ଥିତି ଏବଂ ଏହାର ମୁକାବିଲା ଲାଗି ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରସ୍ତୁତି ପଦକ୍ଷେପ ଏବଂ କାର୍ଯ୍ୟାନୁଷ୍ଠାନ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବିଶେଷ କରି ଇନ୍ଧନ ଯୋଗାଣ ପ୍ରସ୍ତୁତି, ସାମୁଦ୍ରିକ ସୁରକ୍ଷା, ବିଦେଶରେ ଥିବା ଭାରତୀୟ ନାଗରିକଙ୍କ କଲ୍ୟାଣ ଏବଂ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଯୋଗାଯୋଗ ପଦକ୍ଷେପ ବିଷୟରେ ସଦ୍ୟତମ ସୂଚନା ପ୍ରଦାନ କରାଯାଇଥିଲା। ଇନ୍ଧନ ଯୋଗାଣ ଏବଂ ତୈଳ ଉପଲବ୍ଧତା ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର […]
Continue readingରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ: କ୍ରସ୍ ଭୋଟିଂ ଭୟରେ ଶପଥ ଓ ଡିନର ପାର୍ଟି, ବିଧାୟକଙ୍କୁ ଜଗିଛନ୍ତି ଦଳୀୟ ଏଜେଣ୍ଟ
ଭୁବନେଶ୍ୱର : ଆସନ୍ତା ସୋମବାର ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ମଇଦାନରେ ୫ ଜଣ ପ୍ରାର୍ଥୀ ଥିବା ବେଳେ ଚତୁର୍ଥ ଆସନ ପାଇଁ ଲଢ଼େଇ ଏବେ ଜଟିଳ ହେବାରେ ଲାଗିଛି। ବିଶେଷ କରି ବିଜେଡି ଏବଂ କଂଗ୍ରେସ ଶିବିରରେ ‘କ୍ରସ୍ ଭୋଟିଂ’ର ଭୟ ଏବେ ଶୀର୍ଷରେ ପହଞ୍ଚିଛି। ପ୍ରଭାତ ବିଶ୍ୱାଳଙ୍କ ବହିଷ୍କାର ଏବଂ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ବିଜେଡି ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରାୟ ୫ ଜଣ ବିଧାୟକ କ୍ରସ୍ ଭୋଟିଂ […]
Continue readingବିଜେଡିକୁ ବଡ଼ ଝଟ୍କା: ଦଳ ଛାଡ଼ିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର
ବାଲେଶ୍ୱର : ଓଡ଼ିଶା ରାଜନୀତିରେ ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି) କୁ ଏକ ବଡ଼ ଶକ୍ତ ଧକ୍କା ଲାଗିଛି। ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଟାଣୁଆ ନେତା ରବୀନ୍ଦ୍ର ଜେନା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜ ଇସ୍ତଫା ପତ୍ରରେ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ଯେ, […]
Continue readingଜଳ ଜୀବନ ମିଶନର ଅବଧି ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଜଳ ଜୀବନ ମିଶନ (ଜେଜେଏମ)ର ଅବଧିକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି । କାର୍ଯ୍ୟକାରିତା ଭିତ୍ତିଭୂମି ସୃଷ୍ଟି ଠାରୁ ସେବା ପ୍ରଦାନ ପର୍ଯ୍ୟନ୍ତ ଏହି ଯୋଜନାର ପୁନର୍ଗଠନ କରିବା ଲାଗି ଜଳ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପାନୀୟ ଜଳ ପରିଚାଳନା ଏବଂ ପାଇପ ଯୋଗେ ଦୀର୍ଘସ୍ଥାୟୀ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ ଏକ ସଂସ୍ଥାଗତ […]
Continue readingପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ
କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର ତଥା ଜନସମ୍ପର୍କ ଅଭିଯାନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ଆଜି ପୁରୀ ଆକାଶବାଣୀ କେନ୍ଦ୍ର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଏବଂ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ବିକଶିତ ଭାରତ @୨୦୪୭’ ସଂକଳ୍ପକୁ ସାକାର କରିବା ଦିଗରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି। […]
Continue readingପାରାଦୀପ ହେଉଛି ଭାରତର ଆର୍ଥିକ ପ୍ରୟୋଗଶାଳା – ଧର୍ମେନ୍ଦ୍ର ପ୍ରଧାନ
ଉଦଘାଟିତ ହେଲା ଇଫକୋର ତୃତୀୟ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ପାରାଦୀପ : ଓଡ଼ିଶାର ଶିଳ୍ପ ମାନଚିତ୍ରରେ ପାରାଦୀପ ଏବେ ଏକ ବଡ଼ ସଫଳତା ହାସଲ କରିଛି। ପାରାଦୀପ କେବଳ ଏକ ବନ୍ଦର ସହର ନୁହେଁ, ବରଂ ଏହା ଦେଶର ଏକ ପ୍ରମୁଖ ‘ଆର୍ଥିକ ପ୍ରୟୋଗଶାଳା’ ଭାବେ ଉଭା ହୋଇଛି। ଶୁକ୍ରବାର ଦିନ ଇଫକୋର “ତୃତୀୟ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ”ର ଶୁଭ ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସୁଦୃଢ଼ […]
Continue reading







