ଦେଶରେ ମହଜୁଦ ରହିଛି ପ୍ରଚୁର ସାର, ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ

ଦେଶରେ ମହଜୁଦ ରହିଛି ପ୍ରଚୁର ସାର, ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ

ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତି ବାବଦରେ ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚିତ କରି ଆସୁଛନ୍ତି।  ଏହିକ୍ରମରେ ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ଗଣମାଧ୍ୟମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣିର ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ। ରସାୟନ ଏବଂ ସାର ମନ୍ତ୍ରଣାଳୟ ମଧ୍ୟ ଦେଶରେ ପ୍ରଚୁର ସାର ମହଜୁଦ ଓ ସହଜ ଉପଲବ୍ଧି ସମ୍ପର୍କରେ ସୂଚନା ପ୍ରଦାନ କରିଛି।

ସାରର ମହଜୁଦ୍ ସ୍ଥିତି ଏବଂ ଉପଲବ୍ଧତା

ଦେଶରେ ସାରର ସାମଗ୍ରିକ ମହଜୁଦ୍ ସ୍ଥିତି ସନ୍ତୋଷଜନକ ରହିଛି। ଖରିଫ ୨୦୨୬ ପାଇଁ, କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ୱାରା ସାର ଆବଶ୍ୟକତା ୩୯୦.୫୪ ଲକ୍ଷ ମେଟ୍ରିକ ଟନ ଆକଳନ କରାଯାଇଛି। ଏହି ତୁଳନାରେ ଆଜି ସୁଦ୍ଧା ପ୍ରାୟ ୨୦୦.୯୮ ଲକ୍ଷ ମେଟ୍ରିକ ଟନ (୫୧% ରୁ ଅଧିକ) ସାର ମହଜୁଦ୍ ରହିଛି। ଏହା ସାଧାରଣ ସ୍ତର ତୁଳନାରେ ପ୍ରାୟ ୩୩% ଅଧିକ। ଏହା ସରକାରଙ୍କ ଦ୍ୱାରା ଉନ୍ନତ ଯୋଜନା, ଅଗ୍ରୀମ ସଂରକ୍ଷଣ ଏବଂ ଦକ୍ଷ ପରିବହନ (ଲଜିଷ୍ଟିକ୍ସ) ପରିଚାଳନାକୁ ଦର୍ଶାଉଛି।

Posted in ଦେଶ ବିଦେଶ.