ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛନ୍ତି ଜାତୀୟ ମାନବାଧିକାର କମିଶନ। ଏନଏଚଆରସିର ୪ ଜଣିଆ ଟିମ୍ ୫ ତାରିଖ ପର୍ଯ୍ୟନ୍ତ ତଦନ୍ତ କରିବେ। ଏହିକ୍ରମରେ ଟିମ୍ ସନ୍ଧ୍ୟାରେ ସୌମ୍ୟଙ୍କ ପରିବାର ନିକଟରେ ପହଞ୍ଚି ଆଲୋଚନା କରି ସମସ୍ତ ତଥ୍ୟ ବୁଝିଛନ୍ତି। ତା’ ସହ ପରିବାରକୁ ସମବେଦନା ଜଣାଇବା ସହ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଥାଉକି, ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ବିଭିନ୍ନ ମହଲରେ ଏନେଇ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି। ବିଭିନ୍ନ ସାମାଜିକ କର୍ମୀ ଏବେ ଏହି ଘଟଣାରେ ହସ୍ତକ୍ଷପ କରି ଘଟଣାର ଦିଗକୁ ଅଗ୍ରଗତି କରିବା ପାଇଁ ସହଯୋଗ କରୁଛନ୍ତି। ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଜାତୀୟ ମାନବ।
