ଫ୍ରାନ୍ସର ଏଭିଆନ୍ଠାରେ ଚାଲିଥିବା ଜୀ-୭ (G-7) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଭୟ ନେତା ଆନ୍ତର୍ଜାତୀୟ ସୁରକ୍ଷା, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗକୁ ନେଇ ବ୍ୟାପକ ଆଲୋଚନା କରିଛନ୍ତି।
ବୈଠକ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ସେହି ସଫଳ ପ୍ରୟାସଗୁଡ଼ିକୁ ଉଚ୍ଚ ପ୍ରଶଂସା କରିଛନ୍ତି, ଯାହା ଫଳରେ ପଶ୍ଚିମ ଏସିଆ (West Asia) ରେ ଜାରି ରହିଥିବା ଦୀର୍ଘ ଦିନର ସଂଘର୍ଷର ଅନ୍ତ ଘଟିଛି ଏବଂ ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରିଛି। ଏହା ସହିତ ବିଶ୍ୱ ବାଣିଜ୍ୟର ପ୍ରାଣକେନ୍ଦ୍ର କୁହାଯାଉଥିବା ‘ହର୍ମୁଜ ଜଳଡମରୁମଧ୍ୟ’ (Strait of Hormuz) ରେ ଜାହାଜ ଚଳାଚଳର ସ୍ୱାଧୀନତା, ଅବାଧ ବାଣିଜ୍ୟ କାରବାର ବଜାୟ ରଖିବା ଏବଂ ସମୁଦ୍ର ପଥରେ ଯାତ୍ରା କରୁଥିବା ନାବିକମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
୨୦୨୫ ଫେବୃଆରୀ ମାସରେ ୱାଶିଂଟନ ଡି.ସି. ବୈଠକ ପରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ମେଗା ଚୁକ୍ତି ‘ଭାରତ-ଆମେରିକା କମ୍ପାକ୍ଟ’ ଅଧୀନରେ ହୋଇଥିବା ପ୍ରଗତିର ଉଭୟ ନେତା ସମୀକ୍ଷା କରିଛନ୍ତି। ବିଶେଷ କରି ପ୍ରତିରକ୍ଷା (Defense), ରଣନୈତିକ ପ୍ରଯୁକ୍ତିବିଦ୍ୟା (Strategic Technologies), ଉର୍ଜା ଏବଂ ଦ୍ୱିପାକ୍ଷିକ ବ୍ୟାପାର କ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ ଅଗ୍ରଗତିକୁ ଦୁଇ ଦେଶର ମୁଖ୍ୟ ସ୍ୱାଗତ କରିଛନ୍ତି।
ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅନ୍ତରୀଣ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (Interim Bilateral Trade Agreement) ଦିଗରେ ଚାଲିଥିବା ଆଲୋଚନାର ସଫଳତା ସମ୍ପର୍କରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ବ୍ୟବସାୟିକ ଚୁକ୍ତିକୁ ଖୁବ୍ଶୀଘ୍ର ଚୂଡ଼ାନ୍ତ ରୂପ ଦେବା ପାଇଁ ଏବଂ ଦୁଇ ଦେଶ ପାଇଁ ଏକ ପାରସ୍ପରିକ ଲାଭଜନକ ସମାଧାନ ବାହାର କରିବାକୁ ନିଜ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସିଲସିଲାରେ ଆମେରିକାର ବାଣିଜ୍ୟ ପ୍ରତିନିଧି ଶ୍ରୀ ଜେମିସନ ଗ୍ରୀର ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଭାରତ-ଆମେରିକା ବ୍ୟାପକ ଗ୍ଲୋବାଲ ରଣନୈତିକ ସାଝେଦାରୀକୁ ଆହୁରି ସୁଦୃଢ଼ କରିବା ସହ ଦୁଇ ଦେଶର ନାଗରିକଙ୍କ କଲ୍ୟାଣ ପାଇଁ ସମସ୍ତ କ୍ଷେତ୍ରରେ ସହଯୋଗକୁ ଆଗକୁ ନେବାକୁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି।ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଟ୍ରମ୍ପ ପିଏମ୍ ମୋଦୀଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଭାରତ ଉପରେ କୌଣସି ଆକ୍ରମଣ ହୁଏ, ତେବେ ଆମେ (ଆମେରିକା) ସାହାଯ୍ୟ ପାଇଁ ଆଗେଇ ଆସିବୁ ।
ଟ୍ରମ୍ପ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, “ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଉପରେ ଆକ୍ରମଣ ହୁଏ, ତେବେ ଆମେରିକା ଭାରତର ସହାୟତା ପାଇଁ ଆଗକୁ ଆସିବ ।” ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି, କାରଣ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ଟ୍ରମ୍ପଙ୍କ ଟାରିଫ୍ ନୀତି ଏବଂ କିଛି ବିବାଦୀୟ ବୟାନ ଯୋଗୁଁ ସମ୍ପର୍କ ପ୍ରଭାବିତ ହୋଇଥିଲା ।
ଡୋନାଲ୍ଡ ଟ୍ରମ୍ପ ପିଏମ୍ ମୋଦୀଙ୍କୁ ଜଣେ ‘କଠୋର ବ୍ୟବସାୟୀ’ (Tough Trader) ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମେରିକା ଓ ଭାରତ ବର୍ତ୍ତମାନ ଏକ ବାଣିଜ୍ୟ ଚୁକ୍ତି ଉପରେ କାମ କରୁଛନ୍ତି । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ ପିଏମ ମୋଦୀଙ୍କୁ ଜଣେ “ଶାନ୍ତ କିନ୍ତୁ ଦୃଢ଼ ବ୍ୟକ୍ତି” ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି, ସେପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଭାରତର ଏକ ବଡ଼ ଭୂମିକା ରହିବ ।
ଉପସାଗରୀୟ ଅଞ୍ଚଳରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପାଇଁ ଟ୍ରମ୍ପ ସମବେଦନା ପ୍ରକାଶ କରିଛନ୍ତି । ହର୍ମୁଜ୍ ପ୍ରଣାଳୀରେ ଏକ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣରେ ନିହତ ଭାରତୀୟ ନାବିକଙ୍କ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, “ମୁଁ ଏହା ବିଷୟରେ ଶୁଣିଛି । ଏହା ଏକ କଷ୍ଟକର ବୃତ୍ତି । ଆମେ ଏହା ଉପରେ କାମ କରୁଛୁ ।”
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱ ବିଷୟରେ ଉଲ୍ଲେଖ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ଶାନ୍ତ, ସଂଯମ ଏବଂ ଜବରଦସ୍ତ ନୁହେଁ… ତାଙ୍କୁ ଟିକେ ଦେଖନ୍ତୁ ।” ଆମେରିକା ରାଷ୍ଟ୍ରପତି ମୋଦୀଙ୍କୁ “ଏଞ୍ଜେଲ” ବୋଲି ମଧ୍ୟ କହିଥିଲେ । ଏହି ସମୟରେ କହିଥିଲେ, “ଯେପର୍ଯ୍ୟନ୍ତ ମୋଦୀ ଅଛନ୍ତି, ଭାରତ ବହୁତ ଭଲ କରିବ ।”
ଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମେ ସବୁବେଳେ କହିଆସିଛୁ ଯେ ସାମୁଦ୍ରିକ ନୌଚାଳନର ସ୍ୱାଧୀନତା ସୁନିଶ୍ଚିତ ହେବା ଆବଶ୍ୟକ, ଏବଂ ଆମକୁ ଏହା ଉପରେ ଗୁରୁତ୍ୱ ଦେବାକୁ ପଡିବ । ଲକ୍ଷ ଲକ୍ଷ ଭାରତୀୟ ନାବିକ ବିଶ୍ୱର ବିଭିନ୍ନ ମହାସାଗରରେ ସାମୁଦ୍ରିକ ବାଣିଜ୍ୟରେ କାମ କରୁଛନ୍ତି । ମୁଁ ବିଶ୍ୱାସ କରେ ଯେ ସେମାନଙ୍କର ସୁରକ୍ଷା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ… ମୁଁ ନିଶ୍ଚିତ ଯେ ଏହି ଚୁକ୍ତିରେ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ ଏବଂ ପ୍ରାଥମିକତା ଦିଆଯିବ।”
